ଘରେ ପାରା ଅଣ୍ଡା ଦେବା ଶୁଭ ନା ଅଶୁଭ !

ପାରାଙ୍କୁ ସୁଖଶାନ୍ତିର ପ୍ରତୀକ ବୋଲି କୁହାଯାଏ। ସକାଳେ ସନ୍ଧ୍ୟାରେ ସେମାନଙ୍କୁ ଖାଇବାକୁ ଦେଲେ ଘରେ ସମୃଦ୍ଧି ବଢ଼େ ବୋଲି ବିଶ୍ୱାସ କରାଯାଏ। ଆଉ ବେଳେବେଳେ ଦେଖାଯାଏ, ଘରର ବାଲକୋନିରେ ହେଉ କି ପୋର୍ଟିକୋରେ ପାରା ଆସି ବସା ବାନ୍ଧିଥାନ୍ତି ଏବଂ ସେଠାରେ ଅଣ୍ଡା ବି ଦେଇଥାନ୍ତି। ଏହା ମଧ୍ୟ ଅନେକ ଶୁଭ ସୂଚନା ଦେଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି। ଯେମିତି କି, ଆଗକୁ ଘରେ କାହାର ବାହାଘର ହେବାକୁ ଯାଉଛି ଅଥବା କାହାର ପିଲାପିଲି ହେବାର ଅଛି କିମ୍ବା ଅନ୍ୟ କୌଣସି ଶୁଭଖବର ଆସିବାର ଅଛି। ସେହିପରି ଘରର ବାଲକୋନିରେ ପାରା ଆସି ଅଣ୍ଡା ଦେଲେ, ପରିବାର ସଦସ୍ୟଙ୍କର ଯଦି କାହାର କିଛି ମନୋସ୍କାମନା ରହିଥାଏ, ତାହା ଖୁବ୍‌ ଶୀଘ୍ର ପୂରଣ ହେବାକୁ ଯାଉଛି ବୋଲି ଏହା ସଙ୍କେତ ଦେଇଥାଏ। କହିବାକୁ ଗଲେ ଗୃହସ୍ଥଙ୍କ ଘରେ ପାରା ଅଣ୍ଡା ଦେବା ସର୍ବଦା ସକାରାତ୍ମକ ସୂଚନା ପ୍ରଦାନ କରିଥାଏ। କିନ୍ତୁ କୌଣସି କାରଣ ବଶତଃ ଯଦି ପାରା ଦେଇଥିବା ଅଣ୍ଡା ଫାଟିଯାଏ, ତା’ହେଲେ ଏହା ଘର ପାଇଁ ବିପଦ ଆସୁଥିବାର ସଙ୍କେତ ଦେଇଥାଏ ବୋଲି ବିଶ୍ୱାସ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ରୁପି ସମସ୍ୟା ରହୁଛି କି….ଆପଣାନ୍ତୁ ଏହି ଉପାୟ

ଶୀତଦିନେ କେଶ ଝଡିବା ସମସ୍ୟା ଅଧିକ ହୋଇଥାଏ। ଏହାର ମୁଖ୍ୟ କାରଣ ହେଉଛି ରୁପି। ବାୟୁମଣ୍ଡଳରେ ଥଣ୍ଡାର ପ୍ରଭାବ ଯୋଗୁଁ କେଶମୂଳ ଅଧିକ ଶୁଷ୍କ ହୋଇ...

ସ୍ବାମୀ ନୀରବ ରହୁଥିଲେ କେମିତି କରିବେ ହ୍ୟାଣ୍ଡେଲ୍‌…ଜାଣିନିଅନ୍ତୁ କିଛି ଟିପ୍ସ

ବେଳେବେଳେ ଚୁପ୍‌ ରହିଲେ ହିଁ ଅନେକ ସମସ୍ୟାର ସମାଧାନ ହୋଇଥାଏ। ହେଲେ ଦାମ୍ପତ୍ୟରେ ଏହି ପରିସ୍ଥିତି ସମ୍ପର୍କରେ ଦୂରତା ସୃଷ୍ଟି କରେ। ତେଣୁ ସ୍ବାମୀ ଯଦି...

ପିଲାମାନେ ଅଳସୁଆ ଥିଲେ କେମିତି କରିବେ ଆକ୍ଟିଭ୍…ଜାଣନ୍ତୁ କିଛି ଟିପ୍ସ

ଶୀତଦିନେ ପିଲାଙ୍କର ଖେଳାବୁଲା ଓ ଫିଜିକାଲ୍‌ ଆକ୍ଟିଭିଟି କମ୍‌ ହୋଇଥାଏ। ବାହାରକୁ ଗଲେ ଥଣ୍ଡା ହେବାର ଆଶଙ୍କା ରହିଥାଏ ଆଉ ଘରେ ରହିଲେ ସେମାନେ ଅଳସୁଆ...

ପ୍ରତ୍ୟେହ ଖାଆନ୍ତୁ ୭/୮ କିସ୍‌ମିସ୍‌: ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, ସୁଗାର୍‌ ଲେଭଲ୍‌ଠାରୁ…

କିସ୍‌ମିସ୍‌ ଖାଇବା ଦ୍ୱାରା ବି ଶରୀରକୁ ଅନେକ ଉପକାର ମିଳିଥାଏ। ଯେମିତିକି: ଏହା ଆଖି ପାଇଁ ବହୁତ ଉପକାରୀ। କୁହାଯାଏ, ପ୍ରତିଦିନ ୭/୮ଟି କିସ୍‌ମିସ୍‌ ଖାଇବା...

ବେଡ୍‌ରୁମ୍‌ରେ ଭୁଲ୍‌ରେ ବି ରଖନ୍ତୁ ନାହିଁ ଏସବୁ ଜିନିଷ, ଖୁସିର ସଂସାରରେ ବଢ଼ିଯିବ ମନୋମାଳିନ୍ୟ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଜାଣତରେ ହେଉ କି ଅଜାଣତରେ ଆମେ ବେଳେବେଳେ ଏମିତି କିଛି ଜିନିଷ ବେଡ୍‌ରୁମ୍‌ରେ ରଖି ଦେଇଥାଉ; ଯାହା ପରବର୍ତ୍ତୀ ସମୟରେ ନକାରାତ୍ମକ ଊର୍ଜ୍ଜା...

୧୨ ବର୍ଷ ପରେ ଏଥର ମକର ସଂକ୍ରାନ୍ତିରେ ସୃଷ୍ଟି ହେବ ବଡ଼ ଯୋଗ, ଚମକିବ ଏହି ୩ ରାଶିର ଭାଗ୍ୟ

ସୂର୍ଯ୍ୟ ପ୍ରତି ମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି। କିନ୍ତୁ ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରନ୍ତି, ସେତେବେଳେ ମକର...

ଆତ୍ମା ଶରୀର ଛାଡିବା ସମୟରେ କେଉଁବାଟେ ଦେଇ ଯାଏ? ପୂଣ୍ୟ କରିଥିବା ବ୍ୟକ୍ତିଙ୍କ ଏହି ଅଙ୍ଗରୁ ଛାଡେ ପ୍ରାଣ!

ଗରୁଣ ପୁରାଣ ମୃତ୍ୟୁ ଏବଂ ଆତ୍ମା ସହିତ ଜଡିତ ଗୁପ୍ତ କଥା ପ୍ରକାଶ କରେ। ଗରୁଡ଼ ପୁରାଣ ଅନୁସାରେ, ଶରୀରର ନଅଟି ଦ୍ୱାର ଅଛି ।...

ନିଃଶବ୍ଦ ବ୍ୟାଧି ଫ୍ୟାଟି ଲିଭର

ଅନିୟମିତ ଦିନଚର୍ଯ୍ୟା, ଖାଦ୍ୟାଭାସର ବେନିୟମ ଏବଂ ଶରୀର ଚର୍ଚ୍ଚାରେ ଅଭାବ ଯୋଗୁ ଜାତ ହୁଏ ବେଶ୍‌ କିଛି ଅସୁସ୍ଥତା। ଏହିସବୁ ଅସୁସ୍ଥତା ମଧ୍ୟରେ ‘ଫ୍ୟାଟି ଲିଭର’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri