ସେପ୍ଟେମ୍ବରରେ ୨ଲକ୍ଷ ଟପିବା ଆଶଙ୍କା

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ କମିବାର ନାଁ ନେଉନି। ଗତ କିଛିଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ୪ହଜାର ଉପରେ ରହୁଛି। ଏହି ଧାରା ଜାରି ରହିଲେ ଚଳିତମାସ ଶେଷବେଳକୁ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ଟପିଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ଶେଷ ୨୪ଘଣ୍ଟାରେ ମଧ୍ୟ ୪,୧୮୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସଂକ୍ରମଣ ୧,୮୮,୩୧୧କୁ ବୃଦ୍ଧି ପାଇଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୧୨ଜଣ ଥିବାବେଳେ କଟକ ୫୮୬, ପୁରୀ ୨୬୫, ସୁନ୍ଦରଗଡ଼ ୨୦୧, ଯାଜପୁର ୧୮୭, ମୟୂରଭଞ୍ଜ ୧୭୪, ବାଲେଶ୍ୱର ୧୫୦, ବରଗଡ଼ ୧୨୮, କେନ୍ଦ୍ରାପଡ଼ା ୧୨୬, ବଲାଙ୍ଗୀର ୧୧୪, ସମ୍ବଲପୁର ୧୧୩, କଳାହାଣ୍ଡି ୧୦୫, ଅନୁଗୋଳ ଓ ଜଗତ୍‌ସିଂହପୁରରୁ ୧୦୪ଜଣ ଲେଖାଏ ରହିଛନ୍ତି। ଅନ୍ୟସବୁ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ରହିଥିବାବେଳେ ଗଜପତିରୁ ସର୍ବନିମ୍ନ ୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨,୪୫୩ଜଣ କ୍ୱାରାଣ୍ଟାଇନ୍‌ରୁ ବାହାରିଥିବାବେଳେ  ୧,୭୩୬ଜଣ ସ୍ଥାନୀୟ ଆକ୍ରାନ୍ତ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।

ସେପଟେ ରାଜ୍ୟର ଆଉ ୧୧ଜଣଙ୍କ ଜୀବନ ନେଇଛି ଏହି ମହାମାରୀ।  ଗଞ୍ଜାମ, ବଲାଙ୍ଗୀର, ବାଲେଶ୍ୱର ଓ ମାଲକାନଗିରିରୁ ଦୁଇଜଣ ଲେଖାଏ ଥିବାବେଳେ ପୁରୀ, ଭୁବନେଶ୍ୱର ଓ ଭଦ୍ରକରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ ଏବେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୨୧କୁ ଛୁଇଁଛି। ଅନ୍ୟପକ୍ଷରେ ରାଜ୍ୟରେ ପ୍ରତିଦିନ ଭଳି ମଙ୍ଗଳବାର ମଧ୍ୟ ଅନେକ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଆଉ ୩,୮୩୪ ଆକ୍ରାନ୍ତ ସୁସ୍ଥ ହେବାପରେ ରାଜ୍ୟରେ ଆରୋଗ୍ୟ ସଂଖ୍ୟା  ୧,୫୩,୨୧୩କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁପଙ୍କ ଗିରଫଦାରିକୁ ବେଆଇନ କହିଲେ ଝିଅ

ଭୁବନେଶ୍ୱର,୨୫ା୨(ବ୍ୟୁରେ।): ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ଝିଅ ବବ୍‌ଲି ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ...

ବଢ଼ିଲା ଥାଲାସେମିଆ, କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ଚିନ୍ତା

ଭୁବନେଶ୍ୱର, ୬।୪ (ବ୍ୟୁରୋ): କରୋନା ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ ଜାରି ହୋଇଥିବା ବେଳେ ଥାଲାସେମିଆ ଓ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ଯୋଗାଇବା ଏବେ କଷ୍ଟକର...

ନିଯୁକ୍ତି ଦେବାରେ ଓଡ଼ିଶା ବିଫଳ

ଭୁବନେଶ୍ୱର,୫ା୯(ବ୍ୟୁରୋ): ଦେଶର ଆର୍ଥିକ ସ୍ଥିତି ମାନ୍ଦା ଅବସ୍ଥା ଦେଇ ଗତି କରୁଛି। ସାମଗ୍ରିକ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ଗତ ୬ ବର୍ଷର ସବୁଠାରୁ ରେକର୍ଡସ୍ତରକୁ...

ପିପିଲି ଉପନିର୍ବାଚନ: ରାଲି, ସଭାସମିତି କରିବନି ବିଜେଡି

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ(ବିଜେଡି) ଆସନ୍ତା ପିପିଲି ଉପନିର୍ବାଚନ ପାଇଁ ରାଜନୈତିକ ଶୋଭାଯାତ୍ରା ଓ ସଭାସମିତି...

ନିଟ୍‌କୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିଭାବକ

ଭୁବନେଶ୍ୱର,୨୧।୬(ବ୍ୟୁରୋ) : ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ଏନଟିଏ) ତରଫରୁ ମେଡିକାଲ କଲେଜରେ ନାମଲେଖା ପାଇଁ ଅନୁଷ୍ଠିତ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା...

ସର୍ବସାଧାରଣରେ ହୋଲି, ମେଳଣ ମନା

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଆସନ୍ତା ୨୮ ଓ ୨୯ ତାରିଖରେ ରଙ୍ଗର ପର୍ବ ହୋଲି ପାଳନ ହେବ। ହେଲେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ୟରେ...

ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ବସ୍‌ଷ୍ଟାଣ୍ଡରୁ ଇ-ରିକ୍‌ସାରେ ଆସିବେ ବଡ଼ଦାଣ୍ଡ

ପୁରୀ ଅଫିସ, ୨୯ା୬: ରଥଯାତ୍ରା ଅବସରରେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନେ କିପରି...

ବର୍ଷା ପାଇଁ ମାଜଣା: ଠାକୁରାଣୀଙ୍କୁ ପୂଜାକଲେ ଶତାଧିକ ମହିଳା

କେନ୍ଦୁଝର, ୧୯ା୭ (ସ୍ବ.ପ୍ର.)-ଚଳିତ ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ କାର୍ଯ୍ୟ ବ୍ୟାହତ ହୋଇଛି ା ଜଳ ଅଭାବରୁ ଅନେକ ଅଞ୍ଚଳରେ ତଳି ମରିବାକୁ ବସଥିବାବେଳେ...

Advertisement


Archives

Model This Week

Why Dharitri