Posted inଖେଳ

ଭାରତ ବିପକ୍ଷରେ ଖେଳିବାକୁ ସକ୍ଷମ ନୁହେଁ ଘୋଷିତ ଇଂଲଣ୍ଡ ଦଳ : ପୂର୍ବତନ ଇଂଲଣ୍ଡ ଅଧିନାୟକ

ନୂଆଦିଲ୍ଲୀ,୨୮।୧: ଅଷ୍ଟ୍ରେଲିଆକୁ ୨-୧ ବ୍ୟବଧାନରେ ହରାଇବା ପରେ ଭାରତୀୟ ଦଳର ମନୋବଳ ବେଶ୍‌ ଦୃଢ଼ ଅଛି। ଇଂଲଣ୍ଡ ବିପକ୍ଷ ପରବର୍ତ୍ତୀ ସିରିଜ୍‌ ଲାଗି ଟିମ୍‌ ଇଣ୍ଡିଆ ସମ୍ପୂର୍ଣ୍ଣ ପ୍ରସ୍ତୁତ। ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଚେନ୍ନାଇଠାରେ ଆସନ୍ତା ୫ ତାରିଖରେ ଖେଳାଯିବ। ଏହି ସିରିଜ ଲାଗି ଚେନ୍ନାଇରେ ପହଞ୍ଚି ସାରିଛି ଇଂଲଣ୍ଡ ଦଳ। ହେଲେ ପୂର୍ବତନ ଅଧିନାୟକ କେଭିନ ପିଟରସନଙ୍କ ମତରେ ଏହି ଇଂଲଣ୍ଡ ଦଳ ଭାରତ ସହ ଖେଳିବାକୁ ସମର୍ଥ ନୁହେଁ। ପ୍ରଥମ ଦୁଇ ଟେଷ୍ଟରୁ ଜନ୍ନି ବେଆରଷ୍ଟୋଙ୍କୁ ବିଶ୍ରାମ ଦିଆଯିବା ନିଷ୍ପତ୍ତିକୁ ଗ୍ରହଣ କରିପାରି ନାହାନ୍ତି ଏହି ପ୍ରାକ୍ତନ ଖେଳାଳି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ଭାରତ ବିପକ୍ଷ ସିରିଜ୍‌ ଲାଗି ଘୋଷିତ ଇଂଲଣ୍ଡ ଦଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପିଟରସନ।

ଅଷ୍ଟ୍ରେଲିଆ ଭଳି ଭାରତରେ ଟେଷ୍ଟ ଜିତିବା ଗର୍ବର କଥା। କିନ୍ତୁ ଇଂଲଣ୍ଡ ତା’ର ଶ୍ରେଷ୍ଠ ଦଳ ଖେଳାଉ ନାହିଁ। ଏହା ଦ୍ୱାରା ଇସିବି କେବଳ ଇଂଲଣ୍ଡ ଫ୍ୟାନଙ୍କୁ ନୁହେଁ, ବରଂ ଶକ୍ତିଶାଳୀ ଭାରତୀୟ ଦଳକୁ ମଧ୍ୟ ଅସମ୍ମାନିତ କରିଛି। ଦଳରେ ବେଆରଷ୍ଟୋଙ୍କୁ ନିଶ୍ଚିତ ସୁଯୋଗ ମିଳିବା କଥା। ଷ୍ଟୁଆର୍ଟ ବ୍ରଡ ଓ ଜେମ୍ସ ଆଣ୍ଡରସନଙ୍କ ମଧ୍ୟରୁ ଜଣେ ସିନିୟର ବୋଲର ଖେଳିବା ଦରାକର ବୋଲି ପିଟରସନ ଟୁଇଟ୍‌ କରିଛନ୍ତି।

 

ଉଲ୍ଲେଖଥାଉ କି, ଭାରତ ଓ ଇଂଲଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ୬୦ ଟେଷ୍ଟ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ୧୯ଟି ଜିତିଥିବା ବେଳେ ମାତ୍ର ୧୩ ଥର ଜିତା ପଟ ପାଇଛି ଇଂଲଣ୍ଡ। ୨୮ ଟେଷ୍ଟର ଫଳାଫଳ ଡ୍ର’ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri