Posted inଖେଳ

ଭାରତ ବିପକ୍ଷରେ ଖେଳିବାକୁ ସକ୍ଷମ ନୁହେଁ ଘୋଷିତ ଇଂଲଣ୍ଡ ଦଳ : ପୂର୍ବତନ ଇଂଲଣ୍ଡ ଅଧିନାୟକ

ନୂଆଦିଲ୍ଲୀ,୨୮।୧: ଅଷ୍ଟ୍ରେଲିଆକୁ ୨-୧ ବ୍ୟବଧାନରେ ହରାଇବା ପରେ ଭାରତୀୟ ଦଳର ମନୋବଳ ବେଶ୍‌ ଦୃଢ଼ ଅଛି। ଇଂଲଣ୍ଡ ବିପକ୍ଷ ପରବର୍ତ୍ତୀ ସିରିଜ୍‌ ଲାଗି ଟିମ୍‌ ଇଣ୍ଡିଆ ସମ୍ପୂର୍ଣ୍ଣ ପ୍ରସ୍ତୁତ। ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଚେନ୍ନାଇଠାରେ ଆସନ୍ତା ୫ ତାରିଖରେ ଖେଳାଯିବ। ଏହି ସିରିଜ ଲାଗି ଚେନ୍ନାଇରେ ପହଞ୍ଚି ସାରିଛି ଇଂଲଣ୍ଡ ଦଳ। ହେଲେ ପୂର୍ବତନ ଅଧିନାୟକ କେଭିନ ପିଟରସନଙ୍କ ମତରେ ଏହି ଇଂଲଣ୍ଡ ଦଳ ଭାରତ ସହ ଖେଳିବାକୁ ସମର୍ଥ ନୁହେଁ। ପ୍ରଥମ ଦୁଇ ଟେଷ୍ଟରୁ ଜନ୍ନି ବେଆରଷ୍ଟୋଙ୍କୁ ବିଶ୍ରାମ ଦିଆଯିବା ନିଷ୍ପତ୍ତିକୁ ଗ୍ରହଣ କରିପାରି ନାହାନ୍ତି ଏହି ପ୍ରାକ୍ତନ ଖେଳାଳି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ଭାରତ ବିପକ୍ଷ ସିରିଜ୍‌ ଲାଗି ଘୋଷିତ ଇଂଲଣ୍ଡ ଦଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପିଟରସନ।

ଅଷ୍ଟ୍ରେଲିଆ ଭଳି ଭାରତରେ ଟେଷ୍ଟ ଜିତିବା ଗର୍ବର କଥା। କିନ୍ତୁ ଇଂଲଣ୍ଡ ତା’ର ଶ୍ରେଷ୍ଠ ଦଳ ଖେଳାଉ ନାହିଁ। ଏହା ଦ୍ୱାରା ଇସିବି କେବଳ ଇଂଲଣ୍ଡ ଫ୍ୟାନଙ୍କୁ ନୁହେଁ, ବରଂ ଶକ୍ତିଶାଳୀ ଭାରତୀୟ ଦଳକୁ ମଧ୍ୟ ଅସମ୍ମାନିତ କରିଛି। ଦଳରେ ବେଆରଷ୍ଟୋଙ୍କୁ ନିଶ୍ଚିତ ସୁଯୋଗ ମିଳିବା କଥା। ଷ୍ଟୁଆର୍ଟ ବ୍ରଡ ଓ ଜେମ୍ସ ଆଣ୍ଡରସନଙ୍କ ମଧ୍ୟରୁ ଜଣେ ସିନିୟର ବୋଲର ଖେଳିବା ଦରାକର ବୋଲି ପିଟରସନ ଟୁଇଟ୍‌ କରିଛନ୍ତି।

 

ଉଲ୍ଲେଖଥାଉ କି, ଭାରତ ଓ ଇଂଲଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ୬୦ ଟେଷ୍ଟ ଖେଳାଯାଇଛି। ସେଥିମଧ୍ୟରୁ ଭାରତ ୧୯ଟି ଜିତିଥିବା ବେଳେ ମାତ୍ର ୧୩ ଥର ଜିତା ପଟ ପାଇଛି ଇଂଲଣ୍ଡ। ୨୮ ଟେଷ୍ଟର ଫଳାଫଳ ଡ୍ର’ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ଇତିହାସରେ ତୃତୀୟଥର ଘଟିଲା ଏମିତି ଘଟଣା

ଆଇପିଏଲ ଇତିହାସରେ ଅନେକ ନିଆରା ଘଟଣା ଘଟିଛି, ଯେତେବେଳେ ବ୍ୟାଟ୍ସମ୍ୟାନ୍‌ ୯୯ ରନରେ ଆଉଟ୍‌ ହୋଇଛନ୍ତି ଏବଂ ମାତ୍ର ଗୋଟିଏ ରନ୍‌ ପାଇଁ ଶତକରୁ ବଞ୍ଚିତ...

ଧୋନୀଙ୍କ ଜାଲରେ କୋହଲି ଫସିଗଲେ

ମୁମ୍ବାଇ,୧୩।୪: ଚଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ବିପକ୍ଷରେ ୪୮ ରନ୍‌ର ଇନିଂସ ଖେଳିଥିଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର ପୂର୍ବ ଅଧିନାୟକ ବିରାଟ କୋହଲି। ଏଣୁ ମଙ୍ଗଳବାର...

ତୃତୀୟ ଟେଷ୍ଟରେ ଭାରତକୁ ହରାଇବା କଷ୍ଟକର: କାରଣ ୫୪ ବର୍ଷ ହେବ..

ହେଡିଙ୍ଗଲେ,୧୮।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ୨୫ ଅଗଷ୍ଟରୁ ହେଡିଙ୍ଗଲେରେ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ଜିତି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ...

ପନ୍ତଙ୍କ ନାଁରେ ଲଜ୍ଜାଜନକ ରେକର୍ଡ

ବେଙ୍ଗାଲୁରୁ,୧୯।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ ଆଜି ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ...

କ୍ୟାପିଟାଲ୍ସ ଦଳରେ କିପିଂ ସମସ୍ୟା

ନୂଆଦିଲ୍ଲୀ, ୩୦।୩ : ତାରକା ଖେଳାଳି ରିଷଭ ପନ୍ତ ଦୁର୍ଘଟଣା ଜନିତ ଆହତ ସମସ୍ୟା ମଧ୍ୟ ଦେଇ ଗତି କରୁଥିବାରୁ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌...

ଟି୨୦ ବିଶ୍ୱକପ୍‌ ଦଳରେ ଜଣେ ପେସରଙ୍କ ଅଭାବ

ମୁମ୍ବାଇ,୬।୧୦ : ଟି୨୦ ବିଶ୍ୱକପ୍‌ ଲାଗି ଘୋଷିତ ଭାରତୀୟ ଦଳରେ ଜଣେ ପେସରଙ୍କ ଅଭାବ ରହିଛି। ଏଭଳି କହିଛନ୍ତି ପୂର୍ବତନ ଚୟନ କମିଟି ମୁଖ୍ୟ ଏମ୍‌ଏସ୍‌କେ...

ଚେନ୍ନାଇନ ସହ ଡ୍ର’ ରଖିଲା ଓଡ଼ିଶା

ଚେନ୍ନାଇ, ୨୯।୧୧ (ପି.ଟି.)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ଗୁରୁବାର ନବାଗତ ଓଡ଼ିଶା ଏଫ୍‌ସି ଓ ଚେନ୍ନାଇନ ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୨-୨ ଗୋଲରେ...

ରେଲଓ୍ବେ, ମେଘାଳୟ, ସର୍ଭିସେସ୍‌ ବିଜୟୀ

ଭୁବନେଶ୍ୱର,୧୪ା୨(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱରରେ ଅନୁଷ୍ଠିତ ସନ୍ତୋଷ ଟ୍ରଫିର ଅନ୍ତିମ ପର୍ଯ୍ୟାୟ ଲିଗ୍‌ ମ୍ୟାଚରେ ବିଜୟୀ ହୋଇଛନ୍ତି ରେଲଓ୍ବେ, ମେଘାଳୟ ଓ ସର୍ଭିସେସ। କ୍ୟାପିଟାଲ ଫୁଟବଲ ଆରେନାରେ...

Advertisement
Archives

Model This Week