Posted inଖେଳ

କିଏ ଜିତିବ କହିବା କଷ୍ଟକର

ରିଚାର୍ଡ ହାଡ୍‌ଲୀ: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍‌୍‌ରେ ଶନିବାର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଟୁର୍ନାମେଣ୍ଟରେ ପୂର୍ବରୁ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ଦୁଇ ଦଳ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିଲେ। ଅହମଦାବାଦରେ ଖେଳାଯିବାକୁ ଥିବା ଏହି ମ୍ୟାଚ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ଆଶା କରାଯାଉଛି। ଏଥର ଟୁର୍ନାମେଣ୍ଟରେ ଭାରତ ଭଲ ଖେଳୁଛି। ପୂର୍ବତନ ବିଜେତା ପାକିସ୍ତାନ ମଧ୍ୟ ଭଲ ସ୍ଥିତିରେ ରହିଛି। ଦୁଇଟିଯାକ ଦଳ ସେମାନଙ୍କ ପୂର୍ବ ଦୁଇ ମ୍ୟାଚରେ ସହଜ ବିଜୟ ହାସଲ କରିଛନ୍ତି।
ଭାରତ କହିବାକୁଗଲେ ପ୍ରତିଯୋଗିତାର ଏକ ଶକ୍ତିଶାଳୀ ଅଲରାଉଣ୍ଡ ଟିମ୍‌। ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍‌ରା ବର୍ତ୍ତମାନ ଫିଟ୍‌ ଅଛନ୍ତି। ଲକ୍ଷ୍ୟଭେଦୀ ଇନ୍‌ସୁଇଙ୍ଗ ଓ ଆଉଟ ସୁଇଙ୍ଗ ବୋଲିଂ କରିପାରନ୍ତି। ଟୁର୍ନାମେଣ୍ଟରେ ସେ ସବୁଠାରୁ ବିପଜ୍ଜନକ ପେସ୍‌ ବୋଲର। ତାଙ୍କ ଅସାଧାରଣ ଟେକ୍‌ନିକ୍‌ ବ୍ୟାଟ୍ସମ୍ୟାନମାନଙ୍କୁ ଚିନ୍ତାରେ ପକାଇଥାଏ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ମାତ୍ର ୨ ରନ ସ୍କୋରରେ ୩ ଉଇକେଟ ହରାଇ ଭାରତ ଚାପରେ ରହିଥିଲା। ଏଭଳି ପରିସ୍ଥିତ ଥାଇ ମଧ୍ୟ ଦଳ ମ୍ୟାଚକୁ ସହଜେ ଜିତି ନେଇଥିଲା। ଆଫଗାନିସ୍ତାନ ବିପକ୍ଷରେ ରୋହିତ ଶର୍ମା ଆକର୍ଷଣୀୟ ୧୩୧ ରନ ସଂଗ୍ରହ କରିଛନ୍ତି। କେ.ଏଲ୍‌. ରାହୁଲ ଦୁଇଟି ଅର୍ଦ୍ଧଶତକ ହାସଲ କରି ତାଙ୍କ ଫର୍ମର ପରିଚୟ ଦେଇଛନ୍ତି। ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ଜଣାପଡ଼ୁଛିି। ଦଳର ସ୍ପିନରମାନେ ମଧ୍ୟ ସେମାନଙ୍କ ଦାୟିତ୍ୱ ସୁଚାରୁ ରୂପେ ତୁଲାଉଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ଏକ ସନ୍ତୁଳିତ ଦଳ ବୋଲି ଜଣାପଡୁଛି। ଏହାର ପେସ୍‌ ଆଟାକ୍‌ ବେଶ୍‌ ଶକ୍ତିଶାଳୀ। ମହମ୍ମଦ ରିଜଓ୍ବାନ ଏବେ ଫର୍ମରେ ଅଛନ୍ତି। ତେଣୁ କେଉଁ ଦଳ ଜିତିବ ତାହା ପୂର୍ବାନୁମାନ କରିବା କଠିନ ବ୍ୟାପାର। ଏହି ଦୁଇ ଦଳ ପରସ୍ପର ପ୍ରତି ଭାରି ପଡ଼ିବେ। ସେମାନେ ଆଉ ୨ ପଏଣ୍ଟ ହାସଲ କରିବା ଲକ୍ଷ୍ୟରେ ରହିବେ। ସମ୍ଭବତଃ ଭାରତ ଫେଭରାଇଟ୍‌ ରହିବ। କାରଣ ଭାରତ ପୂର୍ବରୁ ୫୦ ଓଭର ବିଶ୍ୱକପ୍‌ ମୁକାବିଲାରେ କେବେ ପାକିସ୍ତାନଠାରୁ ହାରିନାହିଁ। ପ୍ରତିଯୋଗିତାର ବର୍ତ୍ତମାନ ସ୍ଥିତିରେ ପ୍ରତିଟି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ। ଦଳଗୁଡ଼ିକ ପରୀକ୍ଷାନିରୀକ୍ଷା ନ ଚଳାଇ ସେମାନଙ୍କ ଶ୍ରେଷ୍ଠ ଏକାଦଶକୁ ନେଇ ପଡ଼ିଆକୁ ଓହ୍ଲାଇବେ। ବୃହତ୍‌ ବ୍ୟବଧାନରେ ବିଜୟ ସହ ନେଟ୍‌ ରନରେଟ୍‌ରେ ଉନ୍ନତି ଆଣିବାରେ ଚେଷ୍ଟା କରିବେ। ଅଣଭାରତ ଗେମ୍‌ଗୁଡ଼ିକରେ ଦର୍ଶକ ଉପସ୍ଥାନ କମ୍‌ ରହିବା ଆଶ୍ଚର୍ଯ୍ୟଜନକ ଏବଂ ଦୁଃଖର ବିଷୟ। ତେବେ ପ୍ରତିଯୋଗିତା ଆଗକୁ ବଢିବା ସହ ଦର୍ଶକଙ୍କ ଆଗମନ ବୃଦ୍ଧି ପାଇବ ବୋଲି ଆଶା।
(ଚିଭାକ୍‌ ସ୍ପୋଟର୍‌ସ)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri