ରିଚାର୍ଡ ହାଡ୍ଲୀ: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ୍୍ରେ ଶନିବାର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଟୁର୍ନାମେଣ୍ଟରେ ପୂର୍ବରୁ ର଼୍ୟାଙ୍କିଙ୍ଗ୍ ତାଲିକାରେ ଦୁଇ ଦଳ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିଲେ। ଅହମଦାବାଦରେ ଖେଳାଯିବାକୁ ଥିବା ଏହି ମ୍ୟାଚ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂଳକ ହେବ ବୋଲି ଆଶା କରାଯାଉଛି। ଏଥର ଟୁର୍ନାମେଣ୍ଟରେ ଭାରତ ଭଲ ଖେଳୁଛି। ପୂର୍ବତନ ବିଜେତା ପାକିସ୍ତାନ ମଧ୍ୟ ଭଲ ସ୍ଥିତିରେ ରହିଛି। ଦୁଇଟିଯାକ ଦଳ ସେମାନଙ୍କ ପୂର୍ବ ଦୁଇ ମ୍ୟାଚରେ ସହଜ ବିଜୟ ହାସଲ କରିଛନ୍ତି।
ଭାରତ କହିବାକୁଗଲେ ପ୍ରତିଯୋଗିତାର ଏକ ଶକ୍ତିଶାଳୀ ଅଲରାଉଣ୍ଡ ଟିମ୍। ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍ରା ବର୍ତ୍ତମାନ ଫିଟ୍ ଅଛନ୍ତି। ଲକ୍ଷ୍ୟଭେଦୀ ଇନ୍ସୁଇଙ୍ଗ ଓ ଆଉଟ ସୁଇଙ୍ଗ ବୋଲିଂ କରିପାରନ୍ତି। ଟୁର୍ନାମେଣ୍ଟରେ ସେ ସବୁଠାରୁ ବିପଜ୍ଜନକ ପେସ୍ ବୋଲର। ତାଙ୍କ ଅସାଧାରଣ ଟେକ୍ନିକ୍ ବ୍ୟାଟ୍ସମ୍ୟାନମାନଙ୍କୁ ଚିନ୍ତାରେ ପକାଇଥାଏ। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ମାତ୍ର ୨ ରନ ସ୍କୋରରେ ୩ ଉଇକେଟ ହରାଇ ଭାରତ ଚାପରେ ରହିଥିଲା। ଏଭଳି ପରିସ୍ଥିତ ଥାଇ ମଧ୍ୟ ଦଳ ମ୍ୟାଚକୁ ସହଜେ ଜିତି ନେଇଥିଲା। ଆଫଗାନିସ୍ତାନ ବିପକ୍ଷରେ ରୋହିତ ଶର୍ମା ଆକର୍ଷଣୀୟ ୧୩୧ ରନ ସଂଗ୍ରହ କରିଛନ୍ତି। କେ.ଏଲ୍. ରାହୁଲ ଦୁଇଟି ଅର୍ଦ୍ଧଶତକ ହାସଲ କରି ତାଙ୍କ ଫର୍ମର ପରିଚୟ ଦେଇଛନ୍ତି। ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ଜଣାପଡ଼ୁଛିି। ଦଳର ସ୍ପିନରମାନେ ମଧ୍ୟ ସେମାନଙ୍କ ଦାୟିତ୍ୱ ସୁଚାରୁ ରୂପେ ତୁଲାଉଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ଏକ ସନ୍ତୁଳିତ ଦଳ ବୋଲି ଜଣାପଡୁଛି। ଏହାର ପେସ୍ ଆଟାକ୍ ବେଶ୍ ଶକ୍ତିଶାଳୀ। ମହମ୍ମଦ ରିଜଓ୍ବାନ ଏବେ ଫର୍ମରେ ଅଛନ୍ତି। ତେଣୁ କେଉଁ ଦଳ ଜିତିବ ତାହା ପୂର୍ବାନୁମାନ କରିବା କଠିନ ବ୍ୟାପାର। ଏହି ଦୁଇ ଦଳ ପରସ୍ପର ପ୍ରତି ଭାରି ପଡ଼ିବେ। ସେମାନେ ଆଉ ୨ ପଏଣ୍ଟ ହାସଲ କରିବା ଲକ୍ଷ୍ୟରେ ରହିବେ। ସମ୍ଭବତଃ ଭାରତ ଫେଭରାଇଟ୍ ରହିବ। କାରଣ ଭାରତ ପୂର୍ବରୁ ୫୦ ଓଭର ବିଶ୍ୱକପ୍ ମୁକାବିଲାରେ କେବେ ପାକିସ୍ତାନଠାରୁ ହାରିନାହିଁ। ପ୍ରତିଯୋଗିତାର ବର୍ତ୍ତମାନ ସ୍ଥିତିରେ ପ୍ରତିଟି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ। ଦଳଗୁଡ଼ିକ ପରୀକ୍ଷାନିରୀକ୍ଷା ନ ଚଳାଇ ସେମାନଙ୍କ ଶ୍ରେଷ୍ଠ ଏକାଦଶକୁ ନେଇ ପଡ଼ିଆକୁ ଓହ୍ଲାଇବେ। ବୃହତ୍ ବ୍ୟବଧାନରେ ବିଜୟ ସହ ନେଟ୍ ରନରେଟ୍ରେ ଉନ୍ନତି ଆଣିବାରେ ଚେଷ୍ଟା କରିବେ। ଅଣଭାରତ ଗେମ୍ଗୁଡ଼ିକରେ ଦର୍ଶକ ଉପସ୍ଥାନ କମ୍ ରହିବା ଆଶ୍ଚର୍ଯ୍ୟଜନକ ଏବଂ ଦୁଃଖର ବିଷୟ। ତେବେ ପ୍ରତିଯୋଗିତା ଆଗକୁ ବଢିବା ସହ ଦର୍ଶକଙ୍କ ଆଗମନ ବୃଦ୍ଧି ପାଇବ ବୋଲି ଆଶା।
(ଚିଭାକ୍ ସ୍ପୋଟର୍ସ)
୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା
ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…
ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍ ହେଉଛନ୍ତି ଛାତ୍ରୀଛାତ୍ର
ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…
ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍, ହୁ ହୁ ହୋଇ ବଢିବ ଧନ!
ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…
ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି
ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…
ଧର୍ମାନ୍ତରୀକରଣ
ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…
ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ
ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…
ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍ପି
ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…
ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ
ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…
Archives

