ଦୀପ ତଳ ଅନ୍ଧାର

ଶ୍ୱେତପଦ୍ମାସିନୀ ମହାନ୍ତି

ଏତେ ବଡ଼ ଦେଶରେ ପ୍ରତ୍ୟହ କିଛି ନା କିଛି ଘଟଣା, ଦୁର୍ଘଟଣା ଘଟିବ ନିଶ୍ଚୟ। ଏମିତିରେ ଯଦି କେଉଁଠି ବମ୍‌ଟିଏ ଫୁଟିଗଲା ଏବଂ ସେଥିରୁ ରାଜନୈତିକ ଗନ୍ଧ ବାହାରିଲା, ତେବେ ଆମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସି ପହଞ୍ଚତ୍ଗଲା ବୋଲି ଜାଣ। ଚାହୁଁ ଚାହୁଁ ଅସଂଖ୍ୟ କଣ୍ଠରେ ଉଠିବ ପ୍ରଶ୍ନ- କେଉଁଠି ହେଲା, କେମିତି ହେଲା, କେଉଁ ରାଜନୈତିକ ଦଳର ଏଥିରେ ହାତ ଅଛି ଇତ୍ୟାଦି ଇତ୍ୟାଦି। ତା’ପରେ ଯିଏ ଯାହା ବାଟରେ ଅନୁସନ୍ଧାନ କରେ। ଗଣମାଧ୍ୟମ ସରଗରମ ହୁଏ, ଆକାଶରୁ ତୋଳା ହେଲା ଭଳି କଥା ସବୁ ଶୁଣାଯାଏ, ସାଧାରଣ ଜନତା ଉଚ୍ଚକିତ ହୁଅନ୍ତି, ଜବାବ ସୁଆଲରେ ରାଜନୀତି ତତ୍ପର ହୁଏ ଏବଂ ଶେଷକୁ ଦେଶ ବା ରାଜ୍ୟ ଏହି ଚକ୍ରବାତ କବଳରେ ପଡ଼ିଯାଏ। ସମସ୍ତେ ଆଶା କରନ୍ତି ଦୋଷ ସାବ୍ୟସ୍ତ ହେଉ, ଦୋଷୀ ଦଣ୍ଡ ପାଉ, ପ୍ରଭାବିତକୁ ନ୍ୟାୟ ମିଳୁ। କିନ୍ତୁ ଦେଖାଯାଏ ଯେ, ଆମେ ହିଁ ଦୋଷୀକୁ ଚିହ୍ନଟ କରି ପକାଉ, ଆଇନକାନୁନକୁ ଅପାରଗ ଭାବି ଦଣ୍ଡ ଶୁଣେଇଦେଉ। ହେଲେ ଏମିତି ତ ହୁଏ ନାହିଁ। ଘଟଣାର ଅନୁସନ୍ଧାନ ପାଇଁ କ୍ଷମତା, ଦାୟିତ୍ୱ ଯାହାର ଅଛି ସେଇମାନେ ହିଁ କରିବେ, ଆମ ପରି ସାଧାରଣ ଲୋକ କ’ଣ କରିିପାରିବ?
କିନ୍ତୁ ଦେଖାଯାଏ ଯେ, କୌଣସି ନା କୌଣସି ଦଳର ଦ୍ୱାହି ଦେଇ ଆମେ ରାଜରାସ୍ତାକୁ ଓହ୍ଲାଇ ଆସି ଯାବତୀୟ ବିପତ୍ାତ କରୁ। ରାଜନୈତିକ ସମର୍ଥନ ଆମର ବଳ ବଢ଼ାଏ। ଏମିତି କାର୍ଯ୍ୟକଳାପ ସତ୍ୟକୁ ବାଟବଣା କରାଏ, କ୍ଷତିଗ୍ରସ୍ତର ଯନ୍ତ୍ରଣା ବଢ଼ାଏ, ମାନସିକ ଚାପଗ୍ରସ୍ତ କରେ ଏବଂ ନ୍ୟାୟର ପରିଚାଳନା କ୍ଷେତ୍ରରେ ବିଭ୍ରମ ତଥା ବିଭ୍ରାଟ ସୃଷ୍ଟି କରେ। ନ୍ୟାୟ ମାଗିବା ନଁାରେ ଆମେ ଉତ୍ତେଜିତ, ଉତ୍ତ୍ୟକ୍ତ ହୋଇ ରାସ୍ତା ବନ୍ଦ, ସହର ବନ୍ଦ, ଭଙ୍ଗାରୁଜା, ପୋଲିସ ସହ ଧସ୍ତାଧସ୍ତି ଆଦି ଅସୌଜନ୍ୟ ଘଟଣା ଘଟାଇବାରେ ଲିପ୍ତ ହୋଇଯାଉ। ଗଣମାଧ୍ୟମରେ ଏଭଳି ଦୃଶ୍ୟ ଦେଖିବାକୁ ଓ ପଢ଼ିବାକୁ ମିଳେ। ଆମ ଦେଶର ସମ୍ପଦ ସ୍ବରୂପ ଯୁବ ଗୋଷ୍ଠୀ ହଁି ବିଶେଷ ସଂଖ୍ୟାରେ ଏଥିରେ ସାମିଲ ହୋଇଯାଆନ୍ତି। ସତରେ କ’ଣ ଆମ ହୃଦୟରେ ପୀଡ଼ିତ ପାଇଁ ଏତେ ସମବେଦନା କି ଦରଦ ଥାଏ? ଏବେ ତ ନାରୀମାନେ, ଛାତ୍ରମାନେ ମଧ୍ୟ ସ୍ଥିରତା ଦେବା ବଦଳରେ ଅସ୍ଥିରତାକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିଲେଣି। ଆମ ଦେଶ ପାଇଁ ଏହା ଶୁଭଙ୍କର ନୁହେଁ। ଶେଷରେ ପରିଣତି ନ୍ୟାୟ ଦେବୀଙ୍କ କୃପା ନିକଟରେ ସମର୍ପଣ କରି ସମସ୍ତେ ନୀରବି ଯାଆନ୍ତି।
ଏବେ ଭାବିବା ଆମ ନିଜ କଥା। ଏତେ ଦରଦ, ସହାନୁଭୂତି, ସମବେଦନା ଥିବା ଆମ ହୃଦୟ, ନିଜକୁ ପ୍ରକାଶ କରିବା ପାଇଁ, କ’ଣ ଦୁର୍ଘଟଣାଟିଏ ଘଟିବାର ଅପେକ୍ଷାରେ ଥାଏ। ତା’ ବ୍ୟତୀତ କ’ଣ କିଛି ସମସ୍ୟା ଆମର ନାହିଁ, ଯାହା ଉପରେ ଚିନ୍ତା କରିବା ଆମର ନିହାତି ଦରକାର। ଆମ ଚାରିପଟେ ଘଟଣାର ଅଭାବ ନାହିଁ, ଦୁଃଖ ଯନ୍ତ୍ରଣାର ବିକଳ ଚିତ୍ର ପ୍ରତ୍ୟହ ଆମେ ସାମ୍ନା କରୁ। ଆମ ଗଁା ଦାଣ୍ଡରୁ ଧୂଳି ଖେଳୁଥିତ୍ବା ପିଲା ନିଖୋଜ ହୁଅନ୍ତି, ପଡ଼ିଶା ଘର ଲୋକେ ଉପାସରେ ଦିନ କାଟନ୍ତି। ଛପର ନ ଥିବା ଭଙ୍ଗା ଘରେ ଆକାଶକୁ ଅନାଇ ଅସହାୟ ମଣିଷମାନଙ୍କ ଆଖିରେ ନିଦ ନ ଥାଏ, ଅର୍ଥାଭାବରୁ ଅସାଧ୍ୟ ରୋଗରେ ପୀଡ଼ିତ ମଣିଷର ମୁହଁକୁ ଚାହିଁ ପରିବାର ଲୋକ ଲୁହ ଗଡ଼ାନ୍ତି, ପାରିବାରିକ ହିଂସାରୁ ଆମତ୍ହତ୍ୟା, ହଣାକଟା ହୋଇଯାଏ। ନିଶା କବଳରେ ପଡ଼ି ଯୁବଗୋଷ୍ଠୀ ବିପଥଗାମୀ ହୁଅନ୍ତି, ପେଟ ପାଇଁ ସନ୍ତାନ ବିକ୍ରି ହୋଇଯାଏ। ରାସ୍ତାଘାଟ, ବିଜୁଳି, ପିଇବା ପାଣି, ସ୍କୁଲ, ଡାକ୍ତରଖାନା, ଏମିତି କେତେ ଯେ କେତେ ସମସ୍ୟା ଆମକୁ ଅତିଷ୍ଠ କରେ। କିନ୍ତୁ ‘ଦୀପ ତଳ ଅନ୍ଧାର’ ଭଳି ଏ ସମସ୍ୟାର ଗୁରୁତ୍ୱ ଆମକୁ ବ୍ୟଥିତ କରେ ନାହିଁ। ଅଭୁକ୍ତକୁ ଖାଦ୍ୟ, ଭଙ୍ଗାଘରକୁ ଠିଆ କରିଦେବା, ପଡ଼ିଯାଇଥିବା ଲୋକକୁ ତୋଳି ଧରିବା ପାଇଁ ଆମ ହାତ ବଢ଼େ ନାହିଁ। ଆମ ଭାବୁ ଏହା ସରକାରଙ୍କ ଦାୟିତ୍ୱ।
କିନ୍ତୁ ଯଦି ଏମିତି ଭାବିବା ଯେ, ସରକାରଙ୍କ ସହ ଆମର ବି ସମପରିମାଣରେ ଦାୟିତ୍ୱ ରହିଛି, ତା’ହେଲେ ଅନେକ ସମସ୍ୟାର ସମାଧାନ ପଥ ନିଶ୍ଚୟ ସୁଗମ ହୋଇପାରନ୍ତା। ଆମେ ପରା ସରକାରଙ୍କ ଜନମଙ୍ଗଳକାରୀ ଯୋଜନାରୁ ଲାଭ ଉଠାଇବା ଲୋକ। ଉପରୁ ତଳଯାଏ ଏତେ ଦୁର୍ନୀତି ଚେର ଲମ୍ବିଥାଏ ଯେ, ଯୋଜନା ଲୋକଙ୍କ ପାଖରେ ପହଞ୍ଚତ୍ବାବେଳକୁ ତା’ର ଅନ୍ତଃସାର ନିଃଶେଷ ହୋଇ ଯାଇଥାଏ। ତେଣୁ କୌଣସି ସମସ୍ୟାର ପୂର୍ଣ୍ଣାଙ୍ଗ ସମାଧାନ ହୋଇ ପାରି ନ ଥାଏ। ସରକାରୀ ସ୍ତରରୁ ଆମ ପର୍ଯ୍ୟନ୍ତ ଯଦି କାହାଠାରେ ସାଧୁତା, ନିଷ୍ଠା, ବିବେକ, ସହୃଦୟତା ନ ଥିବ, ତେବେ ଦୁଃଖ ଦୂର ହେବ କେମିତି, ବିକାଶ ହେବ କେମିତି? ଲଜ୍ଜାଜନକ ଭାବେ ବରିଷ୍ଠ ସ୍ତରରେ ଥାଇବି ଆମେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା, ଯୋଜନାର କାର୍ଯ୍ୟ ନିର୍ବାହ କରିବା ଦାୟିତ୍ୱରେ ଥିବା ଲୋକେ ଅର୍ଥ ହେରଫେର କରିବା, ତା’ ତଳ ଲୋକ ଦୀପ ତେଜି ହାତ ଚିକ୍କଣ କରିବା ନୀତିରେ ଅର୍ଥ ଆତ୍ମସାତ୍‌ କରିବା ଏବଂ ସର୍ବଶେଷରେ ଆମ ଅଞ୍ଚଳରେ ଯଦି କିଛି ଉନ୍ନତିମୂଳକ କାର୍ଯ୍ୟ ସୌଭାଗ୍ୟକୁ ଆରମ୍ଭ ହୋଇଗଲା, ତେବେ ଆମେ ସେଥିରୁ ଟିକିଏ ଟିକିଏ ବାଣ୍ଟି ଖାଇବା, ସବୁ ଅନ୍ୟାୟ ଆମେ କରିବା, ଅଥଚ ସୁଯୋଗ ମିଳିଲେ ନିଜକୁ ନ୍ୟାୟବାନ୍‌ ବୋଲି ଦେଖେଇ ହେବାକୁ ରାଜରାସ୍ତାରେ ଠିଆ ହୋଇଯିବା।
ସତରେ ଯଦି ଆମେ ଦୁର୍ନୀତି, ଦୁଷ୍କର୍ମମୁକ୍ତ ଏକ ସୁସ୍ଥ ସମାଜ ଚାହୁଁ, ତେବେ ନିଜ ସ୍ଖଳିତ ଚରିତ୍ରକୁ ସଜାଡ଼ିବାକୁ ହେବ। ନିଜ ଆଖପାଖର ଲୋକଙ୍କ ଦୁଃଖ ନିଜ ସାଧ୍ୟମତେ ଅବା ସାମୂହିକ ସହଯୋଗରେ ଦୂର କରିବାକୁ ଉଦ୍ୟମ କରିବାକୁ ହେବ। ଆମେ ପ୍ରଥମେ ଦୃଢ଼ ମନରେ ଆରମ୍ଭ କଲେ ଆଗକୁ ସରକାରୀ, ବେସରକାରୀ ସାହାଯ୍ୟ ସହଯୋଗ ନିଶ୍ଚୟ ମିଳିବ। ଏଭଳି କାର୍ଯ୍ୟ କରିଥିବା ଅସଂଖ୍ୟ ବ୍ୟକ୍ତିଙ୍କ ଉଦାହରଣ ଆମ ଆଖି ଆଗରେ ଅଛି। ସେମାନେ ସାଧନ ନ ଥାଇ ସାଧନା ବଳରେ ଅସାଧ୍ୟ ସାଧନ କରିଛନ୍ତି। ନିଜ ଚାରିପଟର ଅନ୍ଧାର ଦୂର ନ ହେଲେ ଆଲୋକର ପ୍ରକୃତ ଆନନ୍ଦ ଆମେ ଉପଲବ୍ଧି କରିପାରିବା ନାହିଁ। ଆମର ଚିନ୍ତା ଓ ଚେତନା ବିକାଶ ଅଭିମୁଖୀ ହେଉ, ଏତିକି ହିଁ ଭଗବାନ୍‌ଙ୍କ ନିକଟରେ ପ୍ରାର୍ଥନା। ଦେଶ ଆମର ଏକ ସମ୍ବେଦନଶୀଳ ମୋଡ଼ ଦେଇ ଗତି କରୁଛି। ଏହି ସ୍ଥିତିରେ ଶାନ୍ତି, ଧୈର୍ଯ୍ୟ, ଏକତା, ରକ୍ଷା କରିବା ଆମର କର୍ତ୍ତବ୍ୟ।
ଗୁରୁଜଙ୍ଗ, ଖୋର୍ଦ୍ଧା
ମୋ:୯୪୩୯୬୧୮୬୨୫


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri