ଦୁଇମାସ ହେଲା ଚାଉଳ ଯୋଗାଣ ବନ୍ଦ: ଅଙ୍ଗନବାଡି କେନ୍ଦ୍ରରୁ ଭୋକରେ ଫେରୁଛନ୍ତି ଶିଶୁ

ଲାଞ୍ଜିଗଡ,୨୨।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପ୍ରାୟ ଦୁଇମାସ ହେବ ଚାଉଳ ଯୋଗାଣ ବନ୍ଦ ଥିବା ହେତୁ ପିଲାଙ୍କୁ ରନ୍ଧା ଖାଦ୍ୟ ଖାଇବାକୁ ମିଳୁନାହିଁ।

କେନ୍ଦ୍ର ଓ ରାଜ୍ୟ ସରକାର ଶିଶୁଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ରାଜ୍ୟର ସମସ୍ତ ପଞ୍ଚାୟତରେ ଅଙ୍ଗନବାଡି କେନ୍ଦ୍ରମାନ ଖୋଲିଛନ୍ତି ଏବଂ ଏହି କେନ୍ଦ୍ର ମାନଙ୍କରେ ୩ରୁ ୬ମାସର ଶିଶୁ ମାନଙ୍କୁ ବିକେନ୍ଦ୍ରି ଯୋଜନାରେ ୬ଦିନକୁ ୬ ପ୍ରକାର ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ପୋଷାକ, ସୁଇଟର, ଜୋତା ଇତ୍ୟାଦି ଅତ୍ୟାବଶ୍ୟକ ଜିନିଷ ଯୋଗାଇଛନ୍ତି।

ସବୁ କେନ୍ଦ୍ରରେ ଶିଶୁଙ୍କ ପ୍ରିସ୍କୁଲ ଶିକ୍ଷା ପାଇଁ ଜଣେ ଲେଖାଏଁ ଅଙ୍ଗନବାଡି କର୍ମୀ ନିଯୁକ୍ତ କରିଛନ୍ତି ହେଲେ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ କେନ୍ଦ୍ର ମାନଙ୍କରେ ଚାଉଳ ନ ଥିବାରୁ କେବଳ ସିଝା ଅଣ୍ଡା କିମ୍ବା ବିସ୍କୁଟ ଖାଇ ଭୋକରେ ଫେରୁଛନ୍ତି କୋମଳମତି ଶିଶୁ। କେନ୍ଦ୍ର ଅଛି, ପିଲା ଵି ଅଛନ୍ତି, ଅଙ୍ଗନବାଡି କର୍ମୀ ମଧ୍ୟ ରହି ପିଲାଙ୍କୁ ଶିକ୍ଷା ଦେଉଛନ୍ତି ହେଲେ ପିଲାଙ୍କ ଖାଇବା ପାଇଁ ଦାନା ନାହିଁ। ଏହାକୁ ନେଇ ଅବିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି।

ଦୁଇ ମାସ ହେଲା କେନ୍ଦ୍ର ମାନଙ୍କୁ କାହିଁକି ଚାଉଳ ଯୋଗାଣ ହେଉନି, କଣ ଅସୁବିଧା ରହିଛି, ଏହାର ବିକଳ୍ପ ବ୍ୟବସ୍ଥା କଣ ପ୍ରଶାସନ ଦୃଷ୍ଟି ଦେଉ ନାହାନ୍ତି। ଲାଞ୍ଜିଗଡ ବ୍ଲକରେ ୨୨୬ ଅଙ୍ଗନବାଡି କେନ୍ଦ୍ର ଥିବାବେଳେ ୫ ହଜାରରୁ ଉର୍ଦ୍ଧ ୩ବର୍ଷ ରୁ ୬ବର୍ଷ ଶିଶୁ କେନ୍ଦ୍ରରେ ଶିକ୍ଷା ଗ୍ରହଣ କରୁଛନ୍ତି।

ଏ ସମ୍ପର୍କରେ ଲାଞ୍ଜିଗଡ ବ୍ଲକ ଶିଶୁ ବିକାଶ ଅଧିକାରୀଣି ବିଜୟଶ୍ରୀ ସିଂଙ୍କୁ ପଚାରିବାରୁ ସେ ଟ୍ରାନ୍ସପୋର୍ଟିଂ ଏଜେଣ୍ଟଙ୍କୁ ବାରମ୍ବାର ଚାଉଳ ଯୋଗାଇ ଦେବାପାଇଁ କୁହାଯାଉଛି ହେଲେ ସେ କର୍ଣ୍ଣପାତ କରୁନଥିବା ବେଳେ ଏହାକୁ ନେଇ ଜିଲା ଶିଶୁ ବିକାଶ ଅଧିକାରିଣୀ ଓ ଜିଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି ବୋଲି ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ବମ୍ପର ବିଜୟ: କେନ୍ଦୁଝର ଭାଜପା ପାଳୁଛି ବିଜୟ ଉତ୍ସବ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦିଲ୍ଲୀରେ ଭାଜପାର ଜବରଦସ୍ତ ବିଜୟ ପରେ କେନ୍ଦୁଝର ଭାଜପା ପକ୍ଷରୁ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟ ଉତ୍ସବ ପାଳିତ ହୋଇଛି।...

ଫେବୃଆରୀ ୧୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୮।୨: ଫେବୃଆରୀ ୧୦ ତାରିଖରେ ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏହି ସମ୍ପର୍କରେ...

କୋଟିକୋଟି ଟଙ୍କା ହେର୍‌ଫେର୍‌ ଅଭିଯୋଗ: ୨ ଗିରଫ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋଟିଂ କୋଅପରେଟିଭ ସୋସାଇଟି ଉପରେ ଇଓଡବ୍ଲ୍ୟୁର ବଡ଼ ରେଡ୍‌। କୋଟି କୋଟି ଟଙ୍କାର...

ବିଲରେ ମହିଳାଙ୍କୁ ଚାପିଦେଲା ଟ୍ରାକ୍ଟର, ଆଉ ତା’ପରେ..

ବରଗଡ଼,୮।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନ ଦେଶ ପଥର୍ଲା ଗ୍ରାମରେ ଶନିବାର ଏକ ଅଘଟଣ ଘଟିଛି। ଟ୍ରାକ୍ଟର ଚାପାରେ ଜଣେ...

ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ବରଗଡ଼,୮।୨(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ଏକାମ୍ର ଛକନିକଟରେ ଶନିବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିିଛି। ଘଟଣାସ୍ଥଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ,...

ଭାଜପା ପାଳିଲା ବିଜୟ ଉତ୍ସବ

ଗଞ୍ଜାମ,୮ା୨(ବିଦ୍ୟାଧର ସାହୁ): ଦୀର୍ଘ ୨୬ ବର୍ଷ ପରେ ଦିଲ୍ଲୀରେ ସରକାର ଗଠନ କରିବ ଭାଜପା। ନିର୍ବାଚନରେ ଭାଜପା ଏକାକୀ ସରକାର ଗଠନ ପାଇଁ ଆବଶ୍ୟକ ମେଜିକ୍‌...

OPTCLର ବଡ଼ ଘୋଷଣା: ରବିବାର ହେବନି ବିଦ୍ୟୁତ୍‌ କାଟ୍‌

ବରଗଡ଼,୮ା୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାର ନିଗମ ଲିମିଟେଡ୍‌(ଓପିଟିସିଏଲ୍‌) ପକ୍ଷରୁ ୧୩୨/୩୩ କେ.ଭି ପ୍ରଧାନପାଲି ଗ୍ରୀଡ୍‌ ସବ୍‌ଷ୍ଟେଶନରେ ବାର୍ଷକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ରବିବାର...

ମେଳା ଦେଖି ଫେରିବାବେଳେ ବାଇକ୍‌କୁ ପିଟିଲା ଅଜଣାଗାଡ଼ି, ଚାଲିଗଲା ୩ ଜୀବନ

ମୋରଡ଼ା,୮ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଉକ୍ତ ଥାନା ଅଧୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri