ଦୁଇମାସ ହେଲା ଚାଉଳ ଯୋଗାଣ ବନ୍ଦ: ଅଙ୍ଗନବାଡି କେନ୍ଦ୍ରରୁ ଭୋକରେ ଫେରୁଛନ୍ତି ଶିଶୁ

ଲାଞ୍ଜିଗଡ,୨୨।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ପ୍ରାୟ ଦୁଇମାସ ହେବ ଚାଉଳ ଯୋଗାଣ ବନ୍ଦ ଥିବା ହେତୁ ପିଲାଙ୍କୁ ରନ୍ଧା ଖାଦ୍ୟ ଖାଇବାକୁ ମିଳୁନାହିଁ।

କେନ୍ଦ୍ର ଓ ରାଜ୍ୟ ସରକାର ଶିଶୁଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ରାଜ୍ୟର ସମସ୍ତ ପଞ୍ଚାୟତରେ ଅଙ୍ଗନବାଡି କେନ୍ଦ୍ରମାନ ଖୋଲିଛନ୍ତି ଏବଂ ଏହି କେନ୍ଦ୍ର ମାନଙ୍କରେ ୩ରୁ ୬ମାସର ଶିଶୁ ମାନଙ୍କୁ ବିକେନ୍ଦ୍ରି ଯୋଜନାରେ ୬ଦିନକୁ ୬ ପ୍ରକାର ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ପୋଷାକ, ସୁଇଟର, ଜୋତା ଇତ୍ୟାଦି ଅତ୍ୟାବଶ୍ୟକ ଜିନିଷ ଯୋଗାଇଛନ୍ତି।

ସବୁ କେନ୍ଦ୍ରରେ ଶିଶୁଙ୍କ ପ୍ରିସ୍କୁଲ ଶିକ୍ଷା ପାଇଁ ଜଣେ ଲେଖାଏଁ ଅଙ୍ଗନବାଡି କର୍ମୀ ନିଯୁକ୍ତ କରିଛନ୍ତି ହେଲେ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ କେନ୍ଦ୍ର ମାନଙ୍କରେ ଚାଉଳ ନ ଥିବାରୁ କେବଳ ସିଝା ଅଣ୍ଡା କିମ୍ବା ବିସ୍କୁଟ ଖାଇ ଭୋକରେ ଫେରୁଛନ୍ତି କୋମଳମତି ଶିଶୁ। କେନ୍ଦ୍ର ଅଛି, ପିଲା ଵି ଅଛନ୍ତି, ଅଙ୍ଗନବାଡି କର୍ମୀ ମଧ୍ୟ ରହି ପିଲାଙ୍କୁ ଶିକ୍ଷା ଦେଉଛନ୍ତି ହେଲେ ପିଲାଙ୍କ ଖାଇବା ପାଇଁ ଦାନା ନାହିଁ। ଏହାକୁ ନେଇ ଅବିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି।

ଦୁଇ ମାସ ହେଲା କେନ୍ଦ୍ର ମାନଙ୍କୁ କାହିଁକି ଚାଉଳ ଯୋଗାଣ ହେଉନି, କଣ ଅସୁବିଧା ରହିଛି, ଏହାର ବିକଳ୍ପ ବ୍ୟବସ୍ଥା କଣ ପ୍ରଶାସନ ଦୃଷ୍ଟି ଦେଉ ନାହାନ୍ତି। ଲାଞ୍ଜିଗଡ ବ୍ଲକରେ ୨୨୬ ଅଙ୍ଗନବାଡି କେନ୍ଦ୍ର ଥିବାବେଳେ ୫ ହଜାରରୁ ଉର୍ଦ୍ଧ ୩ବର୍ଷ ରୁ ୬ବର୍ଷ ଶିଶୁ କେନ୍ଦ୍ରରେ ଶିକ୍ଷା ଗ୍ରହଣ କରୁଛନ୍ତି।

ଏ ସମ୍ପର୍କରେ ଲାଞ୍ଜିଗଡ ବ୍ଲକ ଶିଶୁ ବିକାଶ ଅଧିକାରୀଣି ବିଜୟଶ୍ରୀ ସିଂଙ୍କୁ ପଚାରିବାରୁ ସେ ଟ୍ରାନ୍ସପୋର୍ଟିଂ ଏଜେଣ୍ଟଙ୍କୁ ବାରମ୍ବାର ଚାଉଳ ଯୋଗାଇ ଦେବାପାଇଁ କୁହାଯାଉଛି ହେଲେ ସେ କର୍ଣ୍ଣପାତ କରୁନଥିବା ବେଳେ ଏହାକୁ ନେଇ ଜିଲା ଶିଶୁ ବିକାଶ ଅଧିକାରିଣୀ ଓ ଜିଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି ବୋଲି ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Odisha Floods: ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ ବନ୍ୟାରେ ୮ ଲକ୍ଷ …

ଭୁବନେଶ୍ୱର, ୧।୮ : : ରାଜ୍ୟର ବନ୍ୟା ପରିସ୍ଥିତିର ଆକାଶ ମାର୍ଗରୁ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବନ୍ୟା ଯୋଗୁ ପ୍ରାୟ ୮ ଲକ୍ଷ…

ଅଜିତ ଡୋଭାଲଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର: ପଗଡ଼ି ପିନ୍ଧାଇଦେଲେ ଅମିତ ଶାହା

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପୁଣେରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କୁ ସମ୍ମାନିତ କରିଛନ୍ତି। ଲୋକମାନ୍ୟ ତିଲକ ସ୍ମାରକୀ ଟ୍ରଷ୍ଟ ଦ୍ୱାରା…

‘ଯଦି ଇଥାନଲ ନଥାନ୍ତା, ତେବେ ପେଟ୍ରୋଲ ଲିଟର ପିଛା ୧୨୫ ଟଙ୍କାରେ ବିକ୍ରି ହେଉଥାନ୍ତା’: E-20 ଇନ୍ଧନକୁ ନେଇ ସଂସଦରେ ସରକାରଙ୍କ ଦାବି

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ସଂସଦରେ ପେଟ୍ରୋଲରେ ଇଥାନଲ ମିଶ୍ରଣ ନୀତିକୁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି। ସରକାର ସ୍ପଷ୍ଟ କରିଛନ୍ତି ଯେ ଯଦି ଏହି ପଦକ୍ଷେପ ନିଆଯାଇ…

ବୈତରଣୀରେ ବ୍ୟାରେଜ ନିର୍ମାଣ ନେଇ ନୂଆପଡ଼ାରେ ସ୍ଥିତି ଅନୁଧ୍ୟାନ କଲେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

ପାଟଣା,୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତର ନୂଆପଡ଼ାଠାରେ ବୈତରଣୀ ନଦୀ ଉପରେ ବ୍ୟାରେଜ ନିର୍ମାଣ ଦାବିକୁ ନେଇ ସରକାରୀ ପଦକ୍ଷେପ ଆଗକୁ ବଢ଼ିଛି।…

ହଠାତ ସ୍ଥଗିତ ରହିଲା ଟାଟା ଇନଷ୍ଟିଚ୍ୟୁଟରେ ଥିବା ସମାବର୍ତ୍ତନ ଉତ୍ସବ; ମୁଖ୍ୟ ବିଚାରପତି ଥିଲେ ମୁଖ୍ୟ ଅତିଥି, ଜାଣନ୍ତୁ ଏହାର କାରଣ

ମୁମ୍ବାଇ,୧।୮: ମୁମ୍ବାଇର ଟାଟା ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ ବା ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ୍‌ (TISS) ଅଗଷ୍ଟ ୨ରେ ହେବାକୁ ଥିବା ୮୬ତମ ସମାବର୍ତ୍ତନ ଉତ୍ସବକୁ…

ସମ୍ବଲପୁରୀ ଭାଷାକୁ ମାନ୍ୟତା ଦାବିରେ ଆମରଣ ଅନଶନକୁ ଓହ୍ଲାଇଲେ କୋଶଳ ସଂଗ୍ରାମୀ

ବରଗଡ଼,୧ା୮(ପ୍ରେମାନନ୍ଦ ଖମାରୀ): ଆଜି ସମ୍ବଲପୁରୀ ଦିନ। ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ପୁରପଲ୍ଲୀରେ ସମ୍ବଲପୁରୀ ପୋଷାକ ପରିଧାନ ସହିତ ନାଚଗୀତ, ସଭା, ସମିତି…

ଚାଉଳ ବଣ୍ଟନ ସମସ୍ୟା ନେଇ ବଡ଼ କଥା କହିଲେ ମନ୍ତ୍ରୀ, ଏଣିକି….

ଭୁବନେଶ୍ୱର, ୧।୮: ରାଜ୍ୟରେ ସରକାରୀ ଚାଉଳ ବଣ୍ଟନକୁ ନେଇ କୌଣସି ସମସ୍ୟା ନଥିବା ସ୍ପଷ୍ଟ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଚାଉଳ ବଣ୍ଟନକୁ…

ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ; ରାଷ୍ଟ୍ରପତି ଦେଲେ ଅନୁମୋଦନ

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଦେଶବ୍ୟାପୀ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକୁ ପେପର ଲିକ, ଠକେଇ ଏବଂ ଅନ୍ୟାନ୍ୟ ଅନିୟମିତତା ମୁକ୍ତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ‘ସାର୍ବଜନୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri