୭୦ ଦିନକୁ ଖସିଲାଣି ମୌସୁମୀ ବର୍ଷା

ଭୁବନେଶ୍ୱର,୨୮ା୬(ବ୍ୟୁରୋ):ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହା ଓଡ଼ିଶା ପାଇଁ ମଧ୍ୟ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ଗତ ଦୁଇ ଦଶନ୍ଧି ହେବ ରାଜ୍ୟରେ ମୌସୁମୀ ଆଗମନ ଓ ବର୍ଷାରେ ଅସ୍ବାଭାବିକତା ଦେଖାଦେଇଛି। ୧୨୦ ଦିନରୁ ମୌସୁମୀ ବର୍ଷା ଏବେ ୭୦ ଦିନକୁ ଖସିଆସିଛି। ଏଥିଯୋଗୁ କୃଷି, ବିଦ୍ୟୁତ୍‌ ଉତ୍ପାଦନ, ଜୀବନଜୀବିକା ଉପରେ ଗଭୀର ପ୍ରଭାବ ପଡ଼ିଲାଣି। କେବଳ ସେତିକି ନୁହେଁ, ଅସ୍ବାଭାବିକ ବର୍ଷା ଅଦିନିଆ ବନ୍ୟା ସୃଷ୍ଟିକରି ରାଜ୍ୟ ପାଇଁ ବିପର୍ଯ୍ୟୟ ଆଣୁଛି। ଚଳିତ ବର୍ଷ ମଧ୍ୟ ଦୁର୍ବଳ ମୌସୁମୀ କୃଷି ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି କୃଷି ବିଶେଷଜ୍ଞମାନେ ଆଶଙ୍କା କଲେଣି। ଏ ସବୁକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ୨୦୨୦ରୁ ୨୦୩୦ ପର୍ଯ୍ୟନ୍ତ ଏକ ୧୦ବର୍ଷିଆ ରାଜ୍ୟ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଛି। ପରିବର୍ତ୍ତିତ ପରିସ୍ଥିତି ସହ ଖାପ ଖୁଆଇ ଜୀବନଜୀବିକାକୁ ସୁରକ୍ଷା ଯୋଗାଇବା ସହ ଆଗାମୀ ଦିନରେ ଖାଦ୍ୟ ସଙ୍କଟକୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାର କେନ୍ଦ୍ର ସହଯୋଗରେ ରାଜ୍ୟରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବେ। ଉକ୍ତ ଆକ୍ସନ ପ୍ଲାନ୍‌କୁ ଅନୁମୋଦନ କରିବା ସକାଶେ ରାଜ୍ୟ ସରକାର ୨୦୨୦ ଫେବୃୟାରୀରେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ। ଉକ୍ତ ପ୍ରସ୍ତାବରେ କିଛି ପରିବର୍ତ୍ତନ କରିବା ଲାଗି କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ। ଆବଶ୍ୟକ ସଂଶୋଧନ ପରେ ଉକ୍ତ ଆକ୍ସନ ପ୍ଲାନ୍‌କୁ ପୁନର୍ବାର ୨୦୨୧ ଜୁଲାଇ ମାସରେ କେନ୍ଦ୍ର ନିକଟକୁ ପଠାଯାଇଛି। ମାତ୍ର ଗତ ୨ ବର୍ଷ ହେଲା ଏହି ପ୍ରସ୍ତାବ ଉପରେ କେନ୍ଦ୍ର ସରକାରଙ୍କ ନଜର ପଡୁନାହିଁ। ଫଳରେ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ ନେଇ ଏକ ପ୍ରକାର ବାଧା ସୃଷ୍ଟି ହୋଇଛି।
ଆକ୍ସନ ପ୍ଲାନ୍‌ରେ ଜଙ୍ଗଲ ଓ ପରିବେଶ, କୃଷି, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଳସମ୍ପଦ, ଶକ୍ତି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଶିଳ୍ପ, ଖଣି ଓ ଇସ୍ପାତ, ବାଣିଜ୍ୟ ଓ ପରିବହନ, ପଞ୍ଚାୟତ ଓ ପାନୀୟ ଜଳ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ୧୦ ବିଭାଗକୁ ସାମିଲ କରାଯାଇଛି। ବିଭାଗଗୁଡ଼ିକ ଜଳବାୟୁ ପରିବର୍ତ୍ତନକୁ ଦେଖି ଯୋଜନା ପ୍ରସ୍ତୁତ କରିବେ। ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ବାଷ୍ପର ହାର କମାଇବା ପାଇଁ ବ୍ୟାପକ ବୃକ୍ଷରୋପଣ କରାଯିବ। ଏଥିସହିତ ସମୁଦ୍ରର ଗତିବିଧି ଉପରେ ନିୟମିତ ଅଧ୍ୟୟନ କରାଯିବ। ଉପକୂଳ ଅଞ୍ଚଳରେ ଜୈବବିବିଧତା ବଜାୟ ରଖିବାକୁ ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯିବ। ପରିବର୍ତ୍ତିତ ଜଳବାୟକୁ ଦୃଷ୍ଟିରେ ରଖି ସ୍ବଳ୍ପ ମିଆଦୀ ଓ କମ୍‌ ଜଳରେ ହୋଇପାରୁଥିବା ଫସଲ ଉପରେ ବିଶେଷ ଭାବେ ଧ୍ୟାନ ଦିଆଯିବ।
ଜଳବାୟୁ ପରିବର୍ତ୍ତନ ଯୋଗୁ ଉପକୂଳ ଜିଲାଗୁଡିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ନ୍ୟାଶନାଲ ସେଣ୍ଟର ଫର୍‌ ଓସନ ଇନ୍‌ଫର୍ମେଶନ ସର୍ଭିସେସ୍‌ (ଆଇଏନ୍‌ସିଓଆଇଏସ୍‌) ଦ୍ୱାରା ଓଡ଼ିଶାର କୋଷ୍ଟାଲ ଭଲନେରେବିଲିଟି ଇଣ୍ଡେକ୍ସ (ସିଭିଆଇ) ପ୍ରସ୍ତୁତ କରାଯାଇଛି। ସମୁଦ୍ର ନିକଟରୁ ୧ କିଲୋମିଟର ବ୍ୟାପୀ ଅଞ୍ଚଳକୁ ନେଇ ରିପୋର୍ଟ ପ୍ରସ୍ତୁତ ହୋଇଛି। ସମଗ୍ର ଅଞ୍ଚଳକୁ ନିମ୍ନ, ମଧ୍ୟମ ଓ ଅତି ବିପଦପୂର୍ଣ୍ଣ ଅଞ୍ଚଳରେ ବିଭକ୍ତ କରାଯାଇଛି। ସେହି ଅନୁଯାୟୀ ଓଡ଼ିଶା ଉପକୂଳର ୬ ଜିଲା ଗଞ୍ଜାମ, କେନ୍ଦ୍ରାପଡ଼ା, ପୁରୀ, ଜଗତ୍‌ସିଂହପୁର, ଭଦ୍ରକ ଏବଂ ବାଲେଶ୍ୱରକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ସମୁଦ୍ର ଉପକୂଳକୁ ଲାଗି ରହିଥିବା ଗଞ୍ଜାମ ଜିଲାର କିଛି ଅଞ୍ଚଳ, ଚିଲିକା, ପୁରୀର ଦକ୍ଷିଣ ଭାଗ ଏବଂ କେନ୍ଦ୍ରାପଡ଼ା ଜିଲାର ୭୬ କିଲୋମିଟର ଅଞ୍ଚଳକୁ କମ୍‌, ସେହି ଜିଲାଗୁଡ଼ିକର ୨୦୯ କିଲୋମିଟର ବ୍ୟାପ୍ତ ଅଞ୍ଚଳକୁ ମଧ୍ୟମ ଓ ୧୦୭ କିଲୋମିଟର ଅଞ୍ଚଳକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ପୁରୀ ଜିଲାର ଉତ୍ତର ଭାଗ, ଜଗତ୍‌ସିଂହପୁର ଜିଲାର କେତେକ ଅଞ୍ଚଳ, କେନ୍ଦ୍ରାପଡ଼ା, ଭଦ୍ରକ ଜିଲାର ଉତ୍ତର ଓ ଦକ୍ଷିଣ ଭାଗ ଏବଂ ଦକ୍ଷିଣ ବାଲେଶ୍ୱର ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଦେଶର ତଟୀୟ ଅଞ୍ଚଳଗୁଡ଼ିକ ପ୍ରତି ବିପଦ ମାଡ଼ି ଆସୁଥିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ନ୍ୟାଶନାଲ ଡିଟରମାଇନ କଣ୍ଟ୍ରିବ୍ୟୁଶନସ୍‌(ଏନ୍‌ଡିସି) ଯୋଜନାରେ ଏ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ। ଏଥିପାଇଁ ସ୍ବତନ୍ତ୍ର ବ୍ୟୟ ବରାଦ କରିବା ସହ ଏକ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ଉପକୂଳବର୍ତ୍ତୀ ରାଜ୍ୟଗୁଡିକୁ କୁହାଯାଇଛି। ଏଭଳି ବିପଦର ମୁକାବିଲା ପାଇଁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିଥିଲେ ମଧ୍ୟ କେନ୍ଦ୍ର ମୋହର ଲାଗି ପାରୁନାହିଁ।
ରାଜ୍ୟ ପରିବେଶ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ କହିଛନ୍ତି ଯେ, ସଂଶୋଧିତ ଆକ୍ସନ ପ୍ଲାନ୍‌କୁ ୨୦୨୧ରୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪/୫ ଥର ରିମାଇଣ୍ଡର ଦିଆଗଲାଣି। ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହାକୁ ଅନୁମୋଦନ କରିନାହାନ୍ତି। ଅନୁମୋଦନ ମିଳିବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣା ନ ସରୁଣୁ ନୂଆ ପ୍ରସ୍ତାବ

ଯାଜପୁର ଅଫିସ,୨୧ା୧୧: ନଦୀ ଅବବାହିକାରୁ ଉଚ୍ଚ ଚାଷଜମିକୁ ଜଳସେଚନ କରିବାକୁ ରାଜ୍ୟ ସରକାର ୨୦୧୧-୧୨ ଆର୍ଥିକ ବର୍ଷରୁ ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଥିଲେ।...

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ରଥଖଳାରେ ରଥକାଠ ଅନୁକୂଳ ସମ୍ପନ୍ନ

ପୁରୁଣା ଭୁବନେଶ୍ୱର,୬।୩ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଗୁରୁବାର ମନ୍ଦିର ସନ୍ନିକଟ ରଥଖଳାରେ ରଥକାଠ ଅନୁକୂଳ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି। ପ୍ରାତଃରୁ ଶ୍ରୀଜୀଉଙ୍କ...

ଏକ୍ସପୋର୍ଟ, ଇମ୍ପୋର୍ଟ କମ୍ପାନୀ ନାଁରେ ୭୫ଲକ୍ଷ ଠକେଇ

ବାଲେଶ୍ୱର ଅଫିସ,୨୪।୭-ବାଲେଶ୍ୱର ଜିଲା ସହଦେବଖୁଣ୍ଟା ମଡ଼େଲ ଥାନା ଭାସ୍କରଗଞ୍ଜ(ବି) ଅଞ୍ଚଳରେ ଗତ ୯ ତାରିଖରେ ନ୍ୟାଶନାଲ ପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ କମ୍ପାନୀ ଖୋଲି...

ବଢ଼ିପାରେ ଯୁକ୍ତ ଦୁଇ ସିଟ୍‌ ସଂଖ୍ୟା

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ପାସ୍‌ ହାର ତୁଳନାରେ କଲେଜରେ ସିଟ୍‌ କମ୍‌ ରହିଛି। ତେଣୁ ଆବଶ୍ୟକ ପଡ଼ିଲେ ଯୁକ୍ତ ଦୁଇ ସିଟ୍‌ ସଂଖ୍ୟା ବଢ଼ାଯାଇପାରେ ବୋଲି...

ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ରକଳ୍ପକୁ ବିରୋଧ ପ୍ରସଙ୍ଗ: ତହସିଲ ସମ୍ମୁଖରେ ଧାରଣାକାରୀଙ୍କ ବିକ୍ଷୋଭ

ଏରସମା, ୧୫।୨ (ସ୍ବ.ପ୍ର.): ଏରସମା ଥାନା ଅଧୀନ ଜିରାଇଲୋ ପଞ୍ଚାୟତସ୍ଥିତ ଶରବା ଗ୍ରାମ ନିକଟରେ ପ୍ରସ୍ତାବିତ ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ରକଳ୍ପକୁ ବିରୋଧ କରି ଗତ ଜାନୁୟାରୀ...

ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଆଜିଠୁ ପୁଣି ଉଚ୍ଛେଦ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାଶର୍‌ବରୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ। ଯେପର୍ଯ୍ୟନ୍ତ ସମସ୍ତ ଚିହ୍ନଟ ଜବରଦଖଲଗୁଡ଼ିକୁ ହଟା ନ ଯାଇଛି ସେପର୍ଯ୍ୟନ୍ତ ଉଚ୍ଛେଦ କରାଯିବ ବୋଲି...

ସଙ୍କଟ ବଢ଼ାଇବେ ସ୍ଥାନୀୟ ଆକ୍ରାନ୍ତ

ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮ରେ ପହଞ୍ଚତ୍ଛି। କିନ୍ତୁ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା ରାଜ୍ୟ ସରକାର କହିଛନ୍ତି। କାରଣ ଚିହ୍ନଟ...

ଆଜି ଶ୍ରାବଣ ଦ୍ୱିତୀୟ ସୋମବାର: ଜଳାଭିଷେକ କରୁଛନ୍ତି କାଉଡ଼ିଆ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଆଜି ଶ୍ରାବଣର ଦ୍ୱିତୀୟ ସୋମବାର। କାଉଡିଆଙ୍କ ବୋଲ ବମ୍‌ ହର୍‌ ହର୍‌ ବମ୍‌, ଭୋଲା ବାବା ପାର୍‌ କରେଗା…ଧ୍ୱନିରେ ପ୍ରକମ୍ପିତ ହୋଇଛି ବିଭିନ୍ନ ଶୈବପୀଠ।...

Advertisement
Archives

Model This Week