କଣାସ,୭।୪(ସ୍ବ.ପ୍ର.): ରାଜ୍ୟ ସରକାର ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ମାଗଣାରେ କ୍ଷୀର, ପାଉରୁଟି, ବିସ୍କୁଟ୍, ଅଣ୍ଡା ଯୋଗାଣ ବ୍ୟବସ୍ଥା କରିଥିବା ବେଳେ ପୁରୀ ଜିଲା କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୭ଦିନ ହେଲା ରୋଗୀମାନଙ୍କୁ ଖାଦ୍ୟ ଯୋଗାଣ ହେଉ ନ ଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ୨୦୨୦ମସିହା ସ୍ବାସ୍ଥ୍ୟ କେନ୍ଦ୍ର ବିଜ୍ଞପ୍ତି ଅନୁଯାୟୀ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଖାଦ୍ୟ ଯୋଇବା ପାଇଁ ୩ଜଣ ଟେଣ୍ଡର ପକାଇଥିଲେ। ସେ ମଧ୍ୟରୁ କଣାସ ଗ୍ରାମର ବିଦ୍ୟାଧର ଭୋଳଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅନୁମତି ମିଳିଥିଲା। ଖାଦ୍ୟ ଯୋଗାଉଥିବା ବିଦ୍ୟାଧରଙ୍କୁ ୨୦୨୦ ଜାନୁୟାରୀରୁ ୨୦୨୧ ମାର୍ଚ୍ଚ ୨୦ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୪ମାସ ୨୦ଦିନ ଧରି ଖାଦ୍ୟ ଯୋଗଇଥିଲେ। ହେଲେ ଖାଦ୍ୟ ଯୋଗାଣର ପ୍ରାପ୍ୟ ନ ମିଳିବାରୁ ସେ ମାର୍ଚ୍ଚ ୨୧ତାରିଖଠାରୁ ଖାଦ୍ୟ ଯୋଗାଣ ବନ୍ଦ କରିଦେଇଛନ୍ତି। ଫଳରେ ଗତ ୧୭ଦିନ ହେବ ସ୍ବାସ୍ଥ୍ୟକେନ୍ଦ୍ରରେ ଖାଦ୍ୟ ନ ଥିବାରୁ ରୋଗୀଙ୍କୁ ଖାଦ୍ୟ ଦିଆଯାଇପାରୁ ନାହିଁ। ଖାଦ୍ୟ ବିଲ୍ ପାସ୍ କରୁଥିବା କ୍ଲର୍କ ବିଲ୍ ପାସ୍ ନ କରିବାରୁ ବିଦ୍ୟାଧର ଖାଦ୍ୟ ଯୋଗାଣ ବନ୍ଦ କରିଦେଇଥିବା କହିଛନ୍ତି। ଏ ସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା କହିଛନ୍ତି, ଅଳ୍ପ ଦିନ ହେଲା ଏଠାକୁ ଆସିଥିବାରୁ ଖାଦ୍ୟ ଯୋଗାଣ ବିଷୟରେ ଜାଣିନାହିଁ। ତଥାପି ଖାଦ୍ୟ ଯୋଗାଣ ବନ୍ଦ ହୋଇଥିବା କଥାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛି। ପୁନଶ୍ଚ ଟେଣ୍ଡର ହେଲେ ଖାଦ୍ୟ ଯୋଗାଣ ହେବ ଏବଂ ଖାଦ୍ୟ ଯୋଗଇଥିବା ଲୋକଙ୍କୁ ଖୁବଶୀଘ୍ର ପ୍ରାପ୍ୟ ଦେବାପାଇଁ ଚେଷ୍ଟା କରିବୁ।
Posted inଆମ ଜିଲା ଖବର, ପୁରୀ View All
ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …
ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...
ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍
ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି...
ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍ ଆସିଲା ଭାଲୁ : ପରେ…
ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...
ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ
ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...
୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍ ତଥ୍ୟ
ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...
ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ
ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...
ଯୁବକଙ୍କୁ ଚାପିଦେଲା ଟ୍ରକ୍: ଆଉ ତା’ପରେ…
କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍ ଧକ୍କାରେ ଜଣେ...
ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ
ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...
Archives


