ଭୁବନେଶ୍ୱର,୭।୪(ବ୍ୟୁରୋ): ଯାଁଳା ଫାଣ୍ଡିରେ ଥିବା ଏକ ଗାଡ଼ିରୁ ମହିଳାଙ୍କ ନରକଙ୍କାଳ ଜବତ ଘଟଣାକୁ ଦେଢ଼ ମାସ ବିତିବାକୁ ବସିଥିଲେ ମଧ୍ୟ କମିଶନରେଟ ପୋଲିସ ମୃତାଙ୍କ ପରିଚୟ ପାଇବାରେ ବିଫଳ ହୋଇଛି। ସମସ୍ତ ଦିଗରୁ ବିଫଳ ହେବାପରେ ଏବେ କମିଶନରେଟ ପୋଲିସ ମୃତ ମହିଳାଙ୍କ ସମ୍ପର୍କରେ ଯେଉଁ ବ୍ୟକ୍ତି ସୂଚନା ଦେବ ତାଙ୍କୁ ଅର୍ଥ ପୁରସ୍କାର ଦେବାକୁ ଚିନ୍ତା କରିଛି। ଏନେଇ ପୋଲିସ କମିଶନରଙ୍କୁ ଏକ ଚିଠି ମଧ୍ୟ ଲେଖାଯାଇଛି। ପୁରସ୍କାର ରାଶି କେତେ ଟଙ୍କା ଦିଆଯିବ ସେ ନେଇ ପୋଲିସ କମିଶନର ଖୁବ୍ଶୀଘ୍ର ଘୋଷଣା କରିବେ ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଅନ୍ୟପଟେ ଗତ ୨ଦିନ ତଳେ ମୃତ କଙ୍କାଳର ପରିଚୟ ମିଳିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରି କି ମହିଳା ଥାନା ପୋଲିସ ଓ ଜଟଣୀ ଥାନା ଅଧିକାରୀ ସୋମବାର ଗୀତା ବାୟାଣୀଙ୍କ ଘରକୁ ଯାଇ ବୁଝାଶୁଝା କରିବା ସହ ପରିବାର ଲୋକଙ୍କୁ ଡିଏନ୍ଏ ପରୀକ୍ଷା ପାଇଁ କହିଥିଲେ। ହେଲେ ପରିବାର ଲୋକେ ଡିଏନ୍ଏ ପରୀକ୍ଷା ପାଇଁ ରାଜି ହୋଇ ନ ଥିଲେ। ଗୀତା ବାୟାଣୀ ଟ୍ରେନ୍ ଲାଇନରେ କଟି ମରିଯାଇଛି ବୋଲି କହିଥିଲେ। ଏହାପରେ ପୋଲିସ ୪ ପଡ଼ୋଶୀ ରାଜ୍ୟ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ମୃତ ମହିଳାଙ୍କ ସମ୍ଭାବ୍ୟ ସ୍କେଚ୍କୁ ପଠାଇଛି। ଏହା ଛଡ଼ା ଏସ୍ସିଆରବି ୱେବ୍ସାଇଟରେ ମଧ୍ୟ ଏହି ଫଟୋ ଚିତ୍ର ଉପଲବ୍ଧ ହେଉଛି। ତଦନ୍ତକାରୀ ଟିମ୍ ନିକଟକୁ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ଫୋନ୍ କଲ୍ ଆସିଥିବା ଜଣାପଡ଼ିଛି।
ନବରଙ୍ଗପୁରରେ ଚାଞ୍ଚଲ୍ୟ: ସମାଧି ଖୋଳି କାଟି ନେଲେଗଲେ ଯୁବତୀଙ୍କ ମୁଣ୍ଡ, ମଶାଣିରେ କଲେ…
ନବରଙ୍ଗପୁର,୫।୧୧(ସଦାଶିବ ପ୍ରହରାଜ): ମୃତ୍ୟୁ ପରେ ବି ମିଳିଲାନି ଶାନ୍ତି । ମଶାଣିରେ ସମାଧି ନେଇଥିବା ଜଣେ ଯୁବତୀଙ୍କ ମୃତଦେହକୁ ୪୨ ଦିନ ପରେ ଖୋଳି ବାହାର କରିବା…
ଆଦର୍ଶ ବିଦ୍ୟାଳୟରୁ ବାଦ୍ ପଡ଼ିଲା ୪୨ ମୌଜା ପିଏମ୍ ବାଲୁଙ୍କେଶ୍ୱର ବିଦ୍ୟାପୀଠ
କଟକ ସଦର,୫ା୧୧(ସୁଶାନ୍ତ କୁମାର ଜେନା): ଆସନ୍ତା ୬ ତାରିଖରେ ରାଜ୍ୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନାରେ କଟକ ସଦର ବ୍ଲକ…
ଗିଡ଼ିପାବାଲି ଭୂସ୍ଖଳନ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଲା, ୩୦ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ…
ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗିଡ଼ିପାବାଲିରେ ଗତ ୨୮ ତାରିଖରେ ଭୂସ୍ଖଳନ ଯୋଗୁ ୧୩ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ…
ଅନାଥ ଝାନ୍ସୀଙ୍କୁ ପୋଷ୍ୟକନ୍ୟା ଭାବେ ଘୋଷଣା କଲେ ଏମ୍ପି ସୁକାନ୍ତ ପାଣିଗ୍ରାହୀ, ଭୂସ୍ଖଳନରେ ମା’-ବାପାଙ୍କୁ ହରାଇ…
ରାଇକିଆ,୫ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗିସି ଗ୍ରାମରେ ଭୂସ୍ଖଳନରେ ମାଟି ତଳେ ପୋତି ହୋଇ ଅଚ୍ୟୁତ ପ୍ରଧାନ, ସ୍ତ୍ରୀ ମାନସୀ ଓ…
ଫେଲ୍ ମାରିବ ଟେକ୍ନୋଲୋଜି, ୮୦ ବୟସରେ ଥକି ପଡ଼ିନାହାନ୍ତି ତ୍ରିନାଥ, ୩ ଦିନରେ ତିଆରି କରୁଛନ୍ତି…
ଜଗନ୍ନାଥପ୍ରସାଦ,୫ା୧୧(ବିଭୁ ପ୍ରସାଦ ପଟ୍ଟନାୟକ): ଆଜିର ବୈଷୟିକ ଜ୍ଞାନକୌଶଳ(ଟେକ୍ନୋଲୋଜି) ଯୁଗରେ ଯେଉଁଠି ପାରମ୍ପରିକ ହସ୍ତଶିଳ୍ପ ହଜିଯିବାକୁ ବସିଲାଣି, ସେଭଳି ସମୟରେ ଜଣେ ୮୦ ବର୍ଷର ବୃଦ୍ଧ ନିଜର କୌଳିକ…
କେରଳରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ମୃତଦେହ ଗାଁକୁ ଫେରାଇ ଆଣିବା ପାଇଁ ଡିଏଲ୍ଓଙ୍କୁ ଭେଟିଲେ ପରିବାରବର୍ଗ
ଛତ୍ରପୁର,୫ା୧୧(ଦିଲ୍ଲୀପ ସାମଲ): କେରଳରେ ସଡ଼କ ଦୁର୍ଘଟଣାରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଝରପୋଖରୀ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଗ୍ରାମର ଜଗବନ୍ଧୁ ଦାସଙ୍କ…
ବରିଷ୍ଠ ଅଧିକାରୀଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଜିଲାପାଳଙ୍କୁ ଦାବିପତ୍ର, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି…
ଛତ୍ରପୁର,୫ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟ ସମୟରେ ଗଞ୍ଜାମ ଜିଲାବାସୀଙ୍କୁ ବିପଦରୁ ଉଦ୍ଧାର, ଥଇଥାନ ଓ ରିଲିଫ ଯୋଗାଣ ପାଇଁ ପ୍ରଶାସନିକ ଅଧିକାରୀ ଓ…
ଯୋଗାଣ ବିଭାଗର ଚଢ଼ାଉ: ଯାତ୍ରୀବାହୀ ବସ୍ରୁ ଜବତ ହେଲା ଗ୍ୟାସ ଭର୍ତ୍ତି ସିଲିଣ୍ଡର
ବସ୍ତା,୫ା୧୧(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଗାନ୍ଧୀ ଛକଠାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯୋଗାଣ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇଛି। ଏହି ଚଢ଼ାଉରେ ବାଲିଆପାଳରୁ…

