୧୨ ମାସ ହେଲା ବୃଦ୍ଧାଙ୍କୁ ମିଳୁନି ଭତ୍ତା, ରାଶନ ସାମଗ୍ରୀ

ନୂଆଗାଁ, ୧୨ା୨ (ଡି.ଏନ.ଏ.) : ଦାରିଦ୍ର୍ୟର ସୀମାରେଖା ତଳେ ରହୁଥିବା ଗରିବ ଲୋକଙ୍କୁ ଖାଦ୍ୟ ଦେବାକୁ ୫ କେଜି ରାଶନ ଯୋଗାଇ ଦେଉଛନ୍ତି। ସେହିପରି ବାର୍ଦ୍ଧକ୍ୟ ସମୟ ଅବା ବିଧବା ମହିଳାଙ୍କୁ ସହାୟ ପାଇଁ ସରକାର ଭତ୍ତା ଯୋଜନା କରିଛନ୍ତି। ମାତ୍ର ଯାହାର ବିପରୀତ ଦେଖିବାକୁ ମିଳିଛି ଓଡ଼କପା ଗାଁର ୮୩ ବର୍ଷିୟା ଆଦିବାସୀ ମହିଳା ସୁଶୀଳା ପ୍ରଧାନଙ୍କ କ୍ଷେତ୍ରରେ। ସେ ୧୨ ମାସ ହେଲା ଭତ୍ତା କି ରାଶନ ନ ପାଇ କଷ୍ଟରେ ଦିନ କାଟୁଛନ୍ତି।
ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବେରୁହଁାବାରି ପଞ୍ଚାୟତ ଓଡ଼କପା ଗଁାର ସୁଶୀଳା। ୧୫ ବର୍ଷ ପୂର୍ବେ ସ୍ବାମୀଙ୍କ ଦେହାନ୍ତ ପରେ ଏକମାତ୍ର ପୁଅ ଭରସାରେ ଚଳି ଆସୁଛନ୍ତି। ବିଧବା ହେବା ପରେ ସରକାରଙ୍କ ଭତ୍ତା ଯୋଜନାରେ ସାମିଲ ହୋଇ ପ୍ରତି ମାସରେ ଶହେ ଟଙ୍କା ପାଉଥିଲେ। କିନ୍ତୁ ବର୍ତ୍ତମାନ ସେହି ଭତ୍ତା ବୃଦ୍ଧି ହୋଇ ଏବେ ୭୦୦ ଟଙ୍କାରେ ପହଞ୍ଚତ୍ଛି। ପରଘରେ ମୂଲ ଲାଗି ମା’କୁ ମୁଠେ ଖାଇବାକୁ ଦେଉଥିବା ପୁଅ କରୋନା ମହାମାରୀ ସମୟରେ ଜୀବିକା ହରାଇ ବସିଲା। ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡିଲା। ଲୋକମାନେ ଜୀବିକା ହରାଇଥିବା ଯୋଗୁ ପରିବାର ପ୍ରତିପୋଷଣ ପାଇଁ ସରକାର ଅଗ୍ରିମ ଭତ୍ତା ଦେଉଛନ୍ତି। ୨୦୨୧ ଏପ୍ରିଲଠାରୁ ସୁଶୀଳାଙ୍କୁ ଆଦୌ ଭତ୍ତା ଦିଆଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି। ପଞ୍ଚାୟତରୁ ଭତ୍ତା ଆଣିବାକୁ ଅକ୍ଷମ ବ୍ୟକ୍ତିମାନଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚାଇବ। ଜଙ୍ଗଲ ମଧ୍ୟରେ ଅପନ୍ତରିଆ ଗ୍ରାମରୁ ଚାଲି ଚାଲି ପଞ୍ଚାୟତକୁ ଆସି ନ ପାରିବାରୁ ଭତ୍ତା ପାଇବାରୁ ବୃଦ୍ଧା ବଞ୍ଚତ୍ତ ହୋଇଗଲେ। ସେହିପରି ଡିସେମ୍ବର ୨୦୨୦ରୁ ସୁଶୀଳାଙ୍କୁ ରାଶନ ସାମଗ୍ରୀ ମଧ୍ୟ ଦିଆଯାଇ ନ ଥିବା ଅଭିଯୋଗ କରିଛନ୍ତି। ସୁଶୀଳା ଭତ୍ତା ନ ପାଇବା ବାବଦରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଘୁନାଥ ସାହୁଙ୍କୁ ପଚାରିବାରେ ବୃଦ୍ଧାଙ୍କ ଘରେ ଭତ୍ତା ଟଙ୍କା ଶୀଘ୍ର ପହଞ୍ଚାଇବା ପାଇଁ ବେରୁହଁାବାରି ପଞ୍ଚାୟତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ରାଶନ ନ ପାଇବା ସମ୍ପର୍କରେ ବ୍ଲକ ଯୋଗାଣ ନିରୀକ୍ଷକ ଶ୍ରୀହର୍ଷଙ୍କୁ ପଚାରିବାରେ ତାଙ୍କ ରାଶନ କାର୍ଡ ଠିକ୍‌ ଅଛି। ତେଣୁ ରାଶନ ସାମଗ୍ରୀ ପାଇବା ପାଇଁ ବୃଦ୍ଧା ହକ୍‌ଦାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

ବିକାଶମୂଳକ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ଆମର ମୁଖ୍ୟ ଲକ୍ଷ୍ୟ: ରାଜସ୍ବ ମନ୍ତ୍ରୀ

ଭବାନୀପାଟଣା,୨୪।୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାକୁ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଝାରୀ ଦିନିକିଆ ଗସ୍ତରେ ଆସିଥିଲେ। ଏହି ସମୟରେ ଭବାନୀପାଟଣା ସ୍ଥିତ ଜିଲା…

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

କାଦୁଅ ବିଲରୁ ଉଦ୍ଧାର ହୋଇଥିଲା ମୁହଁ ମାଡ଼ି ପଡ଼ିଥିବା ମହିଳାଙ୍କ ମୃତଦେହ, ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କଲେ ଅତିରିକ୍ତ SP

ହାଟଡିହୀ,୨୪।୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ବାଲିଆ ଅଞ୍ଚଳର ଏକ ବିଲରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ଏକ ବଡ଼ ଖୁଲାସା…

ବଜ୍ରାଘାତ ପରେ ଘରେ ଫୁଟିଲା ବାଣ; ବିସ୍ଫୋରଣରେ ପୁଅର ମୃତ୍ୟୁ, ବାପା-ମା’ଙ୍କ ସହ ୩ ଗୁରୁତର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍‌ରେ ଥିବା…

ବୈଭବଙ୍କୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ… 

ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍‌ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି,…

ଦିଗପହଣ୍ଡିରେ ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ, ବିକଶିତ ଓଡ଼ିଶାର ପଟ୍ଟଚିତ୍ର…

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସ୍ଥାନୀୟ ପୁଞ୍ଜିକଂୟା ଛକ ନିକଟ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri