୮୭ବର୍ଷ ବୟସରେ ଈଶ୍ୱର ଚନ୍ଦ୍ରଙ୍କ ଦେହାନ୍ତ, ୭ଘଣ୍ଟା ପାଟଣାବଜାର ବନ୍ଦ

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡପାଟଣା ପଂଚାୟତ ଶିବ ନାରାୟଣ ପୁର ଶାସନର ବର୍ଷୀୟାନ ସାମାଜିକ କର୍ମୀ, ସଂଗଠକ ଈଶ୍ୱର ଚନ୍ଦ୍ର ଦାଶଙ୍କ ଶୁକ୍ରବାର ସକାଳୁ ଦେହାନ୍ତ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା। ସେ ପାଟଣା ଲ୍ୟାମ୍ପସର ସଭାପତି ସହ ଦୀର୍ଘ ବର୍ଷ ହେବ ପାଟଣା ବଣିକ ସଂଘସଭାପତି, ପାଟଣା ପ୍ରାଚୀନ ଆନନ୍ଦେଶ୍ୱରଶିବ ମନ୍ଦିର କମିଟି ସଭାପତି,କାଳୀପୂଜା କମିଟି ର ସଭାପତି ରହିଥିଲେ। ସେ ପାଟଣା ବାଜାରରେ ବ୍ୟବସାୟ କରିବା ସହ ନିଜକୁ ବିଭିନ୍ନ ସାମଜିକ ଓ ସାଂସ୍କୃତିକ ସଂଗଠନ ସହ ନିଜକୁ ନିୟୋଜିତ କରିଥିଲେ।

କିଛିଦିନ ହେବ ସେ ହୃଦ୍ ରୋଗର ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ସେ ପାଟଣାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶଙ୍କ ବଡ ଭାଇ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ ରଜତ, ସୁବ୍ରତ, ପୁତୁରା ଵିବେକା, ଅରବିନ୍ଦ, ବୋହୁ, ଝିଅ ଜୋଇଁ ନାତି ନାତୁଣୀ ପ୍ରମୁଖ ଉପସ୍ଥିତି ଥିଲେ। ସେ ଜଣେ ବନ୍ଧୁ ବତ୍ସଳ ,ଅମାୟିକଓ ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁ ପାଟଣା ଅଞ୍ଚଳ ଜଣେ ମୂରବୀଙ୍କୁ ହରାଇଲା ବୋଲି ଅଞ୍ଚଳବାସୀ କହିଛନ୍ତି । ତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ଶିବନାରୟଣପୁର ବାସ ଭବନ ଲୋକାରଣ୍ୟ ହୋଇଥିଲା।

ପାଟଣା ବଣିକ ସଂଘର ପ୍ରାକ୍ତନ ସଭାପତି ଥିବାରୁ ସକାଳ ୬ରୁ ଦିନ ୧ ପର୍ଯ୍ୟନ୍ତ ପାଟଣାବଜାରକୁ ବନ୍ଦ କରାଯାଇଥିଲା। ସମାଜିକ କର୍ମୀ ଅଜୟ କୁମାର ଦାଶ, ବିଶ୍ଵ ହିନ୍ଦୁ ପରିଷଦ ବିଶେଷ ସଂପର୍କ ବିଭାଗ ଟେଲି ସଦସ୍ୟ ଓଡ଼ିଶା ପୂର୍ବ ମଦନ ମୋହନ ଦ୍ବିବେଦୀ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ଜିଲା ସଂପାଦକ କମଳା କାନ୍ତ ପତିବଡ ପାଟଣା ସରପଞ୍ଚ ବିନତୀ ବାନାରା, ପାଟଣା ସୁରକ୍ଷା ସମିତି ଆବାହକ ବିଜୟ ରତ୍ନ ପତି, କଂଗ୍ରେସ କେନ୍ଦୁଝର ଏମପି ପ୍ରାର୍ଥୀ ଇଂ ବିନୋଦ ନାଏକ, କଂଗ୍ରେସ୍ ନେତା ନେତା ଲକ୍ଷ୍ମଣ କୁମାର୍ ଦାଶ, କୈଳାସ ଚନ୍ଦ୍ର ବାରିକ ବଣିକ ସଙ୍ଘ ସଭାପତି ବୁଲୁ ଭଞ୍ଜ, ସାମାଜିକ କର୍ମୀ ସନାତନ ଦାଶ, ଅଜିତ କୁମାର ଦାଶ, କୃଷ୍ଣ ଚନ୍ଦ୍ର ଦାଶ, ପର୍ଶୁରାମ ପଣ୍ଡା, ଶିବ ନାରାୟଣ ମିଶ୍ର ପ୍ରମୋଦ ଭଞ୍ଜ, ବିଦ୍ୟାଧର ମହାନ୍ତ, ଆଇନଜୀବୀ ରାହାସ ବିହାରୀ ପୃଷ୍ଟି, ସମବାୟ ବିତ ଦିନ ବନ୍ଧୁ ମିଶ୍ର, ଭାଜପା ନେତା ଦୁର୍ଗାଚରଣ ନାୟକ, ଯୁଗୋଳ କିଶୋର ଦାଶପ୍ରମୂଖଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ ସହ ଗଭୀର ଶୋକ ପ୍ରକାଶ କରିଛନ୍ତି। ପାଟଣା ବୈତରଣୀ କୁଳରେ ଶେଷକୃତ୍ୟ ସଂପନ୍ନ ହେବ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?