ଜାତିସଂଘରେ ଭାରତ ସୀମାରେ ଅସ୍ତ୍ରଶସ୍ତ୍ର ଚୋରା କାରବାର ପ୍ରସଙ୍ଗ…

କେନେଭା/ନୂଆଦିଲ୍ଲୀ, ୨୯।୬ : ଭାରତ ସୀମାରେ ହେଉଥିବା ଚୋରା ଅସ୍ତ୍ରଶସ୍ତ୍ର କାରବାର ପ୍ରସଙ୍ଗ ଜାତିସଂଘରେ ଉପସ୍ଥାପନ କରାଯାଇଛି। ପ୍ରତିବର୍ଷ ଅନ୍ତ୍ରଜାର୍ତୀୟ ସୀମାରେ ଚୋରା କାରବାର ହେଉଥିବା ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଉଛି। ଭାରତରେ ଏକ କଡ଼ା ଆଇନ ଥିବା ସତ୍ତ୍ୱେ ଅସ୍ତ୍ରଶସ୍ତ୍ର ଚୋରା କାରବାରକୁ ରୋକା ଯାଇପାରୁନାହିଁ। ୟୁଏନ୍‌ ପ୍ରୋଗ୍ରାମ୍‌ ଅଫ୍‌ ଆକ୍ସନରେ ଏସମ୍ପର୍କିତ କାର୍ଯ୍ୟାନ୍ବୟନ ପାଇଁ ଅଧିକ ପ୍ରଭାବଶାଳୀ ପ୍ରୟାସର ଆବଶ୍ୟକ ଉପରେ ଗୁରୁତ୍ୱାରୋପ କରାଯାଇଛି।

ସୀମା ପାର୍‌ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର ଏବଂ ହାଲୁକା ଅସ୍ତ୍ରଶସ୍ତ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଶୀର୍ଷକ ଏକ କାର୍ଯ୍ୟକ୍ରମର ଅଷ୍ଟମ ଦ୍ୱିପାକ୍ଷିକ ବୈଠକରେ ଭାଷଣ ଦେଇ ନିରସ୍ତ୍ରୀକରଣ ତଥା ଅନ୍ତର୍ଜାତୀୟ ସୁରକ୍ଷା ବ୍ୟାପାର ବିଭାଗର ଅତିରିକ୍ତ ସଚିବ ସନ୍ଦୀପ ଆର୍ଯ୍ୟ ଏହା କହିଛନ୍ତି।

ସେ କହିଛନ୍ତି ଯେ ଭାରତରେ କାରବାରକୁ ରୋକିବା, ମୁକାବିଲା କରିବା ଏବଂ ବିଲୋପ କରିବା ପାଇଁ ସମ୍ପୂର୍ଣ୍ଣ ତଥା ପ୍ରଭାବଶାଳୀ ଆଇନ ଥିଲେ ମଧ୍ୟ ଏହି କାରବାରକୁ ରୋକା ଯାଇପାରୁନାହିଁ। ଓ୍ବେଷ୍ଟ ବ୍ୟାଙ୍କ, ଜେରୁଜେଲମ ଏବଂ ଗାଜାରେ ହୋଇଥିବା ସଦ୍ୟତମ ମାମଲା ଉପରେ ଜାତିସଂଘରେ ଉଦ୍‌ବେଗ ପ୍ରକାଶ ପାଇଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପାଲେଷ୍ଟାଇନର ପ୍ରଶ୍ନ ଉପରେ ଭାରତର ଡେପୁଟି ସ୍ଥାୟୀ ପ୍ରତିନିଧୀ ଆର ରବିନ୍ଦ୍ର କହିଛନ୍ତି ଯେ ଏସବୁ ମାସଫର ୟଟ୍ଟା ମାମଲା ଉପରେ ଭାରତ ମଧ୍ୟ ତୀକ୍ଷ୍‌ଣ ନଜର ରଖିଛି ଏବଂ ପାଲେଷ୍ଟାଇନ ପରିବାରଗୁଡିକର ଆଇନଗତ ବହିଷ୍କାରକୁ ନେଇ ଚିନ୍ତିତ। ଏଠାରେ ଉତ୍ତେଜନା ବୃଦ୍ଧି ପାଇଛି।

ସେ କହିଛନ୍ତି ଯେ ଓ୍ବେଷ୍ଟ ବ୍ୟାଙ୍କ, ଜେରୁଜେଲମ ଏବଂ ଗାଜାର ସ୍ଥିତି ନେଇ ଆମେ ଗଭୀର ଚିନ୍ତିତ ବୋଲି ସେ କହିଛନ୍ତି। ହିଂସାତ୍ମକ ଆକ୍ରମଣ ଏବଂ ସାଧାରଣ ନାଗରିକ ହତ୍ୟା ଯୋଗୁଁ ଅନେକ ପାଲେଷ୍ଟାଇନ ଏବଂ ଇସ୍ରାଏଲର ଲୋକଙ୍କର ମୃତ୍ୟୁ ହୋଇଛି। ଆମେ କ୍ରମାଗତ ଭାବରେ ସମସ୍ତ ହିଂସା କାର୍ଯ୍ୟକୁ ନିନ୍ଦା କରିଛୁ ଏବଂ ହିଂସାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆମର ଆହ୍ବାନକୁ ଦୋହରାଉଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri