ଜାତିସଂଘରେ ଭାରତ ସୀମାରେ ଅସ୍ତ୍ରଶସ୍ତ୍ର ଚୋରା କାରବାର ପ୍ରସଙ୍ଗ…

କେନେଭା/ନୂଆଦିଲ୍ଲୀ, ୨୯।୬ : ଭାରତ ସୀମାରେ ହେଉଥିବା ଚୋରା ଅସ୍ତ୍ରଶସ୍ତ୍ର କାରବାର ପ୍ରସଙ୍ଗ ଜାତିସଂଘରେ ଉପସ୍ଥାପନ କରାଯାଇଛି। ପ୍ରତିବର୍ଷ ଅନ୍ତ୍ରଜାର୍ତୀୟ ସୀମାରେ ଚୋରା କାରବାର ହେଉଥିବା ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଉଛି। ଭାରତରେ ଏକ କଡ଼ା ଆଇନ ଥିବା ସତ୍ତ୍ୱେ ଅସ୍ତ୍ରଶସ୍ତ୍ର ଚୋରା କାରବାରକୁ ରୋକା ଯାଇପାରୁନାହିଁ। ୟୁଏନ୍‌ ପ୍ରୋଗ୍ରାମ୍‌ ଅଫ୍‌ ଆକ୍ସନରେ ଏସମ୍ପର୍କିତ କାର୍ଯ୍ୟାନ୍ବୟନ ପାଇଁ ଅଧିକ ପ୍ରଭାବଶାଳୀ ପ୍ରୟାସର ଆବଶ୍ୟକ ଉପରେ ଗୁରୁତ୍ୱାରୋପ କରାଯାଇଛି।

ସୀମା ପାର୍‌ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର ଏବଂ ହାଲୁକା ଅସ୍ତ୍ରଶସ୍ତ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଶୀର୍ଷକ ଏକ କାର୍ଯ୍ୟକ୍ରମର ଅଷ୍ଟମ ଦ୍ୱିପାକ୍ଷିକ ବୈଠକରେ ଭାଷଣ ଦେଇ ନିରସ୍ତ୍ରୀକରଣ ତଥା ଅନ୍ତର୍ଜାତୀୟ ସୁରକ୍ଷା ବ୍ୟାପାର ବିଭାଗର ଅତିରିକ୍ତ ସଚିବ ସନ୍ଦୀପ ଆର୍ଯ୍ୟ ଏହା କହିଛନ୍ତି।

ସେ କହିଛନ୍ତି ଯେ ଭାରତରେ କାରବାରକୁ ରୋକିବା, ମୁକାବିଲା କରିବା ଏବଂ ବିଲୋପ କରିବା ପାଇଁ ସମ୍ପୂର୍ଣ୍ଣ ତଥା ପ୍ରଭାବଶାଳୀ ଆଇନ ଥିଲେ ମଧ୍ୟ ଏହି କାରବାରକୁ ରୋକା ଯାଇପାରୁନାହିଁ। ଓ୍ବେଷ୍ଟ ବ୍ୟାଙ୍କ, ଜେରୁଜେଲମ ଏବଂ ଗାଜାରେ ହୋଇଥିବା ସଦ୍ୟତମ ମାମଲା ଉପରେ ଜାତିସଂଘରେ ଉଦ୍‌ବେଗ ପ୍ରକାଶ ପାଇଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପାଲେଷ୍ଟାଇନର ପ୍ରଶ୍ନ ଉପରେ ଭାରତର ଡେପୁଟି ସ୍ଥାୟୀ ପ୍ରତିନିଧୀ ଆର ରବିନ୍ଦ୍ର କହିଛନ୍ତି ଯେ ଏସବୁ ମାସଫର ୟଟ୍ଟା ମାମଲା ଉପରେ ଭାରତ ମଧ୍ୟ ତୀକ୍ଷ୍‌ଣ ନଜର ରଖିଛି ଏବଂ ପାଲେଷ୍ଟାଇନ ପରିବାରଗୁଡିକର ଆଇନଗତ ବହିଷ୍କାରକୁ ନେଇ ଚିନ୍ତିତ। ଏଠାରେ ଉତ୍ତେଜନା ବୃଦ୍ଧି ପାଇଛି।

ସେ କହିଛନ୍ତି ଯେ ଓ୍ବେଷ୍ଟ ବ୍ୟାଙ୍କ, ଜେରୁଜେଲମ ଏବଂ ଗାଜାର ସ୍ଥିତି ନେଇ ଆମେ ଗଭୀର ଚିନ୍ତିତ ବୋଲି ସେ କହିଛନ୍ତି। ହିଂସାତ୍ମକ ଆକ୍ରମଣ ଏବଂ ସାଧାରଣ ନାଗରିକ ହତ୍ୟା ଯୋଗୁଁ ଅନେକ ପାଲେଷ୍ଟାଇନ ଏବଂ ଇସ୍ରାଏଲର ଲୋକଙ୍କର ମୃତ୍ୟୁ ହୋଇଛି। ଆମେ କ୍ରମାଗତ ଭାବରେ ସମସ୍ତ ହିଂସା କାର୍ଯ୍ୟକୁ ନିନ୍ଦା କରିଛୁ ଏବଂ ହିଂସାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆମର ଆହ୍ବାନକୁ ଦୋହରାଉଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ବୟାନ ପରେ ଭୟଭୀତ ପାକିସ୍ତାନ: କହିଲା, ସିନ୍ଧୁ ନଦୀକୁ ଅଟକାଇଲେ ମିଳିବ କଡ଼ା ଜବାବ

ଇସ୍‌ଲାମାବାଦ,୧୭।୧୦: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିନ୍ଧୁ ନଦୀର ପାଣିକୁ ଅଟକାଇ ଦିଆଯିବା ନେଇ କହିବା ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ। ଏହାର ଜବାବରେ ପାକିସ୍ତାନ...

ତରଳୁଥିବା ହିମବାହରୁ ମହାମାରୀ ଆଶଙ୍କା

ଓଟ୍ଟାଓ୍ବା,୨୦ା୧୦: କୋଭିଡ୍‌-୧୯ ପରେ ବିଶ୍ୱରେ ପରବର୍ତ୍ତୀ ସଂକ୍ରାମକ ମହାମାରୀ ବାଦୁଡ଼ି କିମ୍ବା ଅନ୍ୟ କୌଣସି ପକ୍ଷୀଠାରୁ ନୁହେଁ, ବରଂ ଗ୍ଲେସିୟର (ହିମବାହ) ତରଳିବାଠୁ ଆସିପାରେ। ଗ୍ଲେସିୟର...

ମୁହଁ ଢାଙ୍କିବାକୁ ବାଧ୍ୟହେଲୁ

କାବୁଲ, ୨୩ା୫ : ତାଲିବାନୀ କଟକଣା ଆଗରେ ଶେଷରେ ହାର ମାନିଛନ୍ତି ଆଫଗାନ୍‌ ମହିଳା। ଗତବର୍ଷ ଅଗଷ୍ଟ ୧୫ରେ ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ କାବୁଲ...

ୟୁକ୍ରେନ୍ ଆକ୍ରମଣରେ ରୁଷିଆ ମେଜର ଜେନେରାଲଙ୍କ ମୃତ୍ୟୁ

କ୍ୱିଭ୍‌,୮ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୨ ଦିନ ପୂରଣ ହୋଇଛି । ଏବେବି ରୁଷିଆ ୟୁକ୍ରେନର ଅନେକ ସହରରେ ଆକ୍ରମଣ ଜାରି ରଖିଛି । ଖାର୍କିବର...

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ

ବେଜିଂ,୧ା୭: ଶନିବାର ଅପରାହ୍ନରେ ଦକ୍ଷିଣ-ପୂର୍ବ ଚାଇନାର ଜିଆଙ୍ଗସି ପ୍ରଦେଶର ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଛି। ରାଜ୍ୟ ବ୍ରଡ୍‌କାଷ୍ଟର ସିସିଟିଭି ଫୁଟେଜରେ କିୟାନତାଇ ନ୍ୟୁ ମ୍ୟାଟେରିଆଲ...

କବିତା ଲେଖୁଛି ରୋବୋ

ଲଣ୍ଡନ୍‌,୧ା୬: ଆମେକା ରୋବୋ ଫରାସୀ ଓ ଚାଇନିଜ୍‌ ସମେତ ଅନ୍ୟ ଅନେକ ଭାଷା କହିପାରେ, ନିର୍ଦ୍ୱନ୍ଦ୍ୱରେ କବିତା ଲେଖିପାରେ। ଏପରି କି ତାକୁ ଅନୁରୋଧ କଲେ...

୩୦ ତାଲିବାନ ଆତଙ୍କବାଦୀ ନିହତ

କାବୁଲ,୧୨ା୯(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନର ଟଖର ପ୍ରଦେଶରେ ଆକାଶମାର୍ଗରୁ ଗ୍ରେନେଡ୍‌ ମାଡ଼ରେ ୩୦ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ଅନ୍ୟ ୩୦ ଆତଙ୍କବାଦୀ ଆହତ ହୋଇଥିବା ଗୋଇନ୍ଦା...

ରାତାରାତି ଗାୟବ ହୋଇଗଲା ବ୍ରିଜ

ମସ୍କୋ,୭।୬: ଘର ଓ ଦୋକାନରେ ଚୋରି ହେବା କଥା ଶୁଣିଥିବେ। ହେଲେ ରେଲଓ୍ବେର ବ୍ରିଜ୍‌ ଚୋରି ହେବା କଥା କେହି କେବେ ଶୁଣି ନ ଥିବେ।...

Advertisement
Archives

Model This Week