Posted inଜାତୀୟ

ନବୀନ ଜିନ୍ଦଲଙ୍କୁ ହତ୍ୟା ଧମକ: ପୋଲିସରେ ଏତଲା

ନୂଆଦିଲ୍ଲୀ,୨୯।୬: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଭାଜପାରୁ ବହିଷ୍କୃତ ହୋଇଥିବା ନବୀନ ଜିନ୍ଦଲଙ୍କୁ ଏବେ ହତ୍ୟା ଧମକ ମିଳିଛି। ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ବୁଧବାର ନବୀନ ଜିନ୍ଦଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଡିସିପି ପୂର୍ବ ଦିଲ୍ଲୀ, ସାଇବର ସେଲ୍‌ ଏବଂ ଦିଲ୍ଲୀ ପୋଲିସ କମିଶନରଙ୍କୁ ତୁରନ୍ତ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି। ସୂଚନାଯୋଗ୍ୟ, ଏହି ଧମକ ନବୀନ ଜିନ୍ଦଲଙ୍କୁ ଇ-ମେଲ୍‌ ମାଧ୍ୟମରେ ଦିଆଯାଇଛି। ବୁଧବାର ସକାଳ ୬ଟା ୪୩ରେ ତାଙ୍କୁ ୩ଟି ଇ-ମେଲ୍‌ ଆସିଥିଲା। ଯେଉଁଥିରେ ଉଦୟପୁରର କହ୍ନେୟା ଲାଲଙ୍କ ତଣ୍ଟି କାଟିବାର ଏକ ଭିଡିଓକୁ ପଠାଯାଇଥିଲା। ସେଥିରେ ନବୀନ ଓ ତାଙ୍କ ପରିବାର ଲୋକଙ୍କ ମଧ୍ୟ ତଣ୍ଟି କାଟିବାକୁ ଧମକ ଦିଆଯାଇଛି। ଏନେଇ ନବୀନ ପୋଲିସରେ ଏତଲା ଦେଇଛନ୍ତି ବୋଲି ଟୁଇଟ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବ ରାଜ୍ୟ ସଭା ଆସନ ପାଇଁ ଏଏପିକୁ କ୍ଲିନ୍‌ ସ୍ବିପ୍‌

ଚଣ୍ଡିଗଡ଼,୨୪।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ହାସଲ କରିବା ପରେ ପୁଣି ଥରେ ଆମ ଆଦମୀ ପାର୍ଟି (ଏଏପି)କୁ ଆଉ ଏକ ସଫଳତା ମିଳିଛି।...

ନ୍ୟାୟପାଳିକା ଉପରେ ଦେଶବାସୀଙ୍କ ଭରସା

ନୂଆଦିଲ୍ଲୀ, ୧୮।୭: ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର ଭାରତର ବିଚାର ବ୍ୟବସ୍ଥା ଉପରେ ଦେଶବାସୀଙ୍କ ଭରସା ରହିଛି। ସେମାନେ କୋର୍ଟରୁ ନ୍ୟାୟ ପାଇବା ନେଇ ଦୃଢ଼ ନିଶ୍ଚିତ...

ବିକାଶ ପାଇଁ ନୂତନ ରାସ୍ତା ପ୍ରସ୍ତୁତ କରୁଛି ଭାରତ: ମୋଦି

ନୂଆଦିଲ୍ଲୀ,୧୯।୧୨: ଦେଶର ସାମୁହିକ ବିକାଶ ପାଇଁ ଭାରତ ଯୋଜନାବଦ୍ଧ ଭାବେ ଉଦ୍ୟମ ଅବ୍ୟାହତ ରଖିଛି। ବିକାଶ ଧାରା ଜାରି ରଖିବା ଲାଗି ଭାରତ ନୂତନ ରାସ୍ତା...

ବିଦେଶରେ ସମ୍ମାନ ପାଇବାକୁ ମୋଦି ହକ୍‌ଦାର: ଶଶି ଥରୁର୍‌

ନୂଆଦିଲ୍ଲୀ, ୨୨।୯:ବିଦେଶରେ ସମ୍ମାନ ପାଇବାକୁ ମୋଦି ହକ୍‌ଦାର ବୋଲି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର କହିଛନ୍ତି। ଯେତେବେଳେ ମୋଦି ଭାରତର ପ୍ରତିନିଧି ହିସାବରେ ବିଦେଶ...

ଇଣ୍ଡିଗୋ ପରେ ଏବେ ଆଉ ଏକ ବିମାନର କର୍ମଚାରୀ ସାମୂହିକ ଛୁଟିରେ

ନୂଆଦିଲ୍ଲୀ,୧୩ା୭: ବିମାନ କମ୍ପାନୀଗୁଡିକର ଆୟ ହ୍ରାସ ହେତୁ ୨ ବର୍ଷ ପୂର୍ବେ କର୍ମଚାରୀଙ୍କ ବେତନ ହ୍ରାସର ପ୍ରଭାବ ବର୍ତ୍ତମାନ ଦେଖାଯାଉଛି। ଅନେକ କମ୍ପାନୀର କର୍ମଚାରୀମାନେ ଏଥିରେ...

ବିଧାୟକ କିଣାବିକା ମାମଲାରେ ଭାଜପା ମହାସଚିବଙ୍କ ନାମ…

ହାଇଦ୍ରାବାଦ,୨୪।୧୧ : ତେଲେଙ୍ଗାନା ପୋଲିସର ଏସଆଇଟି ଗୁରୁବାର ତେଲେଙ୍ଗାନାର ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ)ର ଚାରିଜଣ ବିଧାୟକଙ୍କ କିଣାବିକା କାରବାର ମାମଲାରେ ଭାଜପା ଜାତୀୟ...

ଭାଜପା ବିରୋଧରେ ଲଢ଼େଇ ପାଇଁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ହୋଇଛି: ଖାର୍ଗେ

ନୂଆଦିଲ୍ଲୀ,୧୦।୧୦: ଭାଜପା ଏବଂ ଆର୍‌ଏସ୍‌ଏସ୍‌ ବିରୋଧରେ ଲଢ଼େଇ ପାଇଁ ଏଆଇସିସି ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ ରବିବାର କହିଛନ୍ତି।...

ଏଆଇଏଡିଏମ୍‌କେ ବିଧାୟକ କରୋନା ଆକ୍ରାନ୍ତ

ଚେନ୍ନାଇ, ୧୪ା୬: ତାମିଲନାଡ଼ୁରେ ଦେଶର ଦ୍ୱିତୀୟ ସର୍ବାଧିକ କରୋନା ରୋଗୀ ଥିବାବେଳେ ଶାସକ ଏଆଇଏଡିଏମ୍‌କେର ଶ୍ରୀପେରୁମ୍ବୁଦୁର ବିଧାୟକ କେ. ପାଲାନି (୫୭) ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି।...

Advertisement
Archives

Model This Week