ଇସ୍ରୋ ମୁଖ୍ୟ

ପ୍ରଖ୍ୟାତ ରକେଟ ବୈଜ୍ଞାନିକ ଏସ୍‌. ସୋମନାଥ ୧୪ ଜାନୁୟାରୀ ୨୦୨୨ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମୁଖ୍ୟ ଆସନରେ ଆସୀନ ହେବା ପରେ କେରଳର ଆଲାପୁଜାହା ଜିଲା ଅନ୍ତର୍ଗତ ଥୁରାଭୂର ଅଞ୍ଚଳ ଉତ୍ସବ ମୁଖରିତ ହୋଇ ଉଠିଥିଲା। ତାଙ୍କ ପିତା ଜଣାଶୁଣା ହିନ୍ଦୀ ଶିକ୍ଷକ ଭେଦମ୍‌ପାରାମ୍ବିଲ ଶ୍ରୀଧର ପାନିକର ଓ ମାତା ଥାଙ୍କମା। ଯେଉଁ କ୍ଷେତ୍ରରେ ଯିବାର ଅଛି, ତାହା ଉପରେ ଭଲ ଭାବେ ବୁଝ ଓ ସେଥିପ୍ରତି ତ୍ୟାଗ ରହିଲେ ଜୀବନରେ ସଫଳତା ମିଳିପାରିବ ବୋଲି ପିତାଙ୍କ ଉପଦେଶ ତାଙ୍କୁ ଆଜି ଏହି ସ୍ଥାନରେ ବସାଇପାରିଥିବା ସୋମନାଥ କହିଛନ୍ତି। ଇସ୍ରୋ ମୁଖ୍ୟ ହେବାର ସପ୍ତାହ ପୂର୍ବରୁ କୋଚିନ୍‌ ଶିପ୍‌ୟାର୍ଡରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ସେ ଥୁରାଭୂରରେ ଥିବା ଘରକୁ ବୁଲି ଯାଇଥିଲେ। ଗାଁ ଛାଡ଼ିବା ପୂର୍ବରୁ ସ୍ଥାନୀୟ ମନ୍ଦିରକୁ ଯାଇଥିଲେ। ସେହିଠାରେ ସେ ଜନ୍ମ ହୋଇଥିଲେ ହେଁ ମାମୁଘର ଅରୂରସ୍ଥିତ ସେଣ୍ଟ୍‌ ଅଗଷ୍ଟିନ୍‌ ସ୍କୁଲରେ ପାଠ ପଢ଼ିଥିଲେ। ତା’ ପରେ ଏର୍ନାକୁଲମ୍‌ର ମହାରାଜା କଲେଜରୁ ପ୍ରି-ୟୁନିଭର୍ସିଟି ପ୍ରୋଗ୍ରାମ୍‌ ଶେଷ କରିଥିଲେ। କେରଳ ବିଶ୍ୱବିଦ୍ୟାଳୟ ଅଧୀନ କୋଲାମ୍‌ସ୍ଥିତ ଟିକେମ୍‌ କଲେଜ ଅଫ୍‌ ଇଞ୍ଜିନିୟରିଂରୁ ମେକାନିକାଲରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ବାଙ୍ଗାଲୋରର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସରୁ ଏରୋସ୍ପେଶ୍‌ ଇଞ୍ଜିନିୟରିଂରେ ସ୍ନାତକୋତ୍ତର କରିବା ପରେ ସେ ୧୯୮୫ରେ ଇସ୍ରୋର ବିକ୍ରମ ସରାଭାଇ ସ୍ପେସ୍‌ ସେଣ୍ଟର (ଭିଏସ୍‌ଏସ୍‌ସି)ରେ ଯୋଗ ଦେଇଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ପୋଲାର ସାଟେଲାଇଟ୍‌ ଲଞ୍ଜ୍‌ ଭେହିକିଲ୍‌ (ପିଏସ୍‌ଏଲ୍‌ଭି) ପ୍ରକଳ୍ପରେ କାର୍ଯ୍ୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଦକ୍ଷତା ବଳରେ ସେ ୨୦୧୦ରେ ଭିଏସ୍‌ଏସ୍‌ସିର ଆସିଷ୍ଟାଣ୍ଟ ଡାଇରେକ୍ଟର (ପ୍ରୋଜେକ୍ଟ) ଏବଂ ଜିଓସିଙ୍କ୍ରୋନସ୍‌ ସାଟେଲାଇଟ୍‌ ଲଞ୍ଜ୍‌ ଭେହିକିଲ୍‌ (ଜିଏସ୍‌ଏଲ୍‌ଭି) ଏମ୍‌କେ-୩ର ପ୍ରୋଜେକ୍ଟ ଡାଇରେକ୍ଟର ହୋଇଥିଲେ। ୨୦୧୪ ନଭେମ୍ବର ଯାଏ ସୋମନାଥ ପ୍ରପଲ୍‌ସନ୍‌ ଆଣ୍ଡ୍‌ ସ୍ପେସ୍‌ ଅଡିନାନ୍ସ ଏନ୍‌ଟିଟିର ଉପନିର୍ଦ୍ଦେଶକ ରହିଥିଲେ। କାର୍ଯ୍ୟ ପ୍ରତି ଏକନିଷ୍ଠତା ତାଙ୍କୁ କ୍ୟାରିୟର ଗଢ଼ିବାରେ ସହାୟକ ହୋଇଥିଲା। ଫଳରେ ୨୦୧୫ରେ ସେ ଥିରୁଭାନନ୍ତପୁରମ୍‌ର ଭାଲିଆମାଲାସ୍ଥିତ ଲିକ୍ୟୁଇଡ୍‌ ପ୍ରପଲ୍‌ସନ ସିଷ୍ଟମ୍ସ ସେଣ୍ଟର (ଏଲ୍‌ପିଏସ୍‌ସି)ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରି ୨୦୧୮ ଜାନୁୟାରୀ ପର୍ଯ୍ୟନ୍ତ ସେଥିରେ ରହିଥିଲେ। ଭିଏସ୍‌ଏସ୍‌ସିର ତତ୍‌କାଳୀନ ନିର୍ଦ୍ଦେଶକ କେ. ସିବନ ଇସ୍ରୋର ଅଧ୍ୟକ୍ଷ ହୋଇଯିବା ପରେ ସୋମନାଥ ତାଙ୍କ ସ୍ଥାନରେ ଅବସ୍ଥାପିତ ହୋଇଥିଲେ। ନିକଟରେ କେ. ସିବନଙ୍କ କାର୍ଯ୍ୟକାଳ ଶେଷ ହେବାରୁ ସଂଯୋଗବଶତଃ ସୋମନାଥ ତାଙ୍କଠାରୁ ଇସ୍ରୋର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି।
ସୋମନାଥ ମହାକାଶ ବିଭାଗର ସଚିବ ତଥା ସ୍ପେସ୍‌ କମିଶନ୍‌ର ଅଧ୍ୟକ୍ଷ ହେବା ତାଙ୍କ ସରଳ ଜୀବନ ଓ ମେଧା ସମ୍ପର୍କରେ ଆଲୋଚନା ହେଉଛି। ଏପିଜେ ଅବଦୁଲ କଲାମ ଟେକ୍ନୋଲୋଜିକାଲ ୟୁନିଭର୍ସିଟିର ପ୍ରେ-ଭାଇସ୍‌-ଚାନ୍‌ସେଲର ଡକ୍ଟର ଏସ୍‌. ଆୟୋବ କହିଛନ୍ତି, ସୋମନାଥ ଟିକେମ୍‌ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ବେଳେ ୧୯୮୫ରେ କଲେଜ ଟପ୍ପର ହୋଇଥିଲେ। ଯେତେବେଳେ ଏହି କଲେଜର କୌଣସି ମିଟିଂରେ ତାଙ୍କ ଉପସ୍ଥିତି ଆବଶ୍ୟକ ପଡ଼ୁଥାଏ, ସେ ସେଥିରେ ଆଗ୍ରହର ସହ ଯୋଗ ଦେବାକୁ ଠିକ୍‌ ସମୟରେ ଆସି ପହଞ୍ଚତ୍ୟାଇଥାଆନ୍ତି। ଟିକେଏମ୍‌ କଲେଜର ଏକ ପୁରସ୍କାର କାର୍ଯ୍ୟକ୍ରମରେ ଅଧ୍ୟାପକ ସ୍ବର୍ଗତ ମାଇଥେନ୍‌କୁଟ୍ଟି ସାର୍‌ ତାଙ୍କୁ ଥର୍ମୋଡାଇନମିକ୍ସର ଏକ ପକେଟ ବୁକ୍‌ ଦେଇଥିବା କଥା କହିଥିଲେ। ଏପରି କି କଲେଜର ଆଲୁମ୍‌ନି ସ୍କଲାରଶିପ୍‌ କାର୍ଯ୍ୟକ୍ରମ ପାଇଁ ସେ ନଗଦ ଅର୍ଥ ଦେଇଥିଲେ ବୋଲି ଆୟୋବ କହିଛନ୍ତି।
ଗବେଷଣା ଓ ବୃତ୍ତିଗତ କ୍ଷେତ୍ରରେ ସେ ଉତ୍କର୍ଷ ପ୍ରତିପାଦନ କରିପାରିଥିବାରୁ ତାଙ୍କୁ ‘ସ୍ପେସ୍‌ ଗୋଲ୍ଡ ମେଡାଲ, ‘ମେରିଟ୍‌ ଆଓ୍ବାର୍ଡ, ଇସ୍ରୋ ପକ୍ଷରୁ ପର୍ଫର୍ମାନ୍ସ ଏକ୍ସଲେନ୍ସ ଆଓ୍ବାର୍ଡ, ଏରୋନଟିକାଲ ସୋସାଇଟି ଅଫ୍‌ ଇଣ୍ଡିଆ(ଏଏସ୍‌ଆଇ)ର ନ୍ୟାଶନାଲ ଏରୋନଟିକ୍ସ ପ୍ରାଇଜ୍‌ ଭଳି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଆଉ ଏକ ଉଲ୍ଲେଖନୀୟ ବିଷୟ ହେଉଛି ଆଜି ଯାଏ ଇସ୍ରୋର ମୁଖ୍ୟଙ୍କ ମଧ୍ୟରେ ସ୍ଥାନ ପାଇଥିବା ବୈଜ୍ଞାନିକଙ୍କ ମଧ୍ୟରୁ କେରଳରୁ ସୋମନାଥଙ୍କୁ ମିଶାଇ ୫ ଜଣ ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ମଣ୍ଡନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ପୂର୍ବରୁ ମେଜିକେ ମେନନ୍‌, କେ. କସ୍ତୁରିରଙ୍ଗନ୍‌, ଜି. ମାଧବନ୍‌ ନାୟାର ଏବଂ କେ. ରାଧାକ୍ରିଷ୍ଣନ୍‌ ଇସ୍ରୋର ଅଧ୍ୟକ୍ଷ ରହିଥିଲେ।
ସୋମନାଥଙ୍କ ବ୍ୟକ୍ତିଗତ ଜୀବନ କହିଲେ ଥିରୁଭାନନ୍ତପୁରମ୍‌ର ସେଣ୍ଟ୍ରାଲ ଏକ୍ସାଇଜ୍‌ ଆଣ୍ଡ୍‌ କଷ୍ଟମ୍ସର ଅଫିସ୍‌ ସୁପରିଣ୍ଟେଣ୍ଡେଣ୍ଟ ତଥା ସହଧର୍ମିଣୀ ଭାଲସାଲା ଏବଂ ଦୁଇ ଇଞ୍ଜିନିୟର ସନ୍ତାନ ମାଲିକା ଓ ମାଧବଙ୍କୁ ନେଇ ତାଙ୍କ ସଂସାର।

  • ଜିତେନ୍ଦ୍ର କୁମାର ନାୟକ

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?