ସିରିଆରେ ଇସ୍ରାଏଲର ରଣନୀତି

ଦୀର୍ଘଦିନର ଗୋଷ୍ଠୀଗତ ହିଂସା, ଅପହରଣ ଏବଂ ସୀମାପାର ସଂଘର୍ଷ ପରେ ସିରିଆର ଅନୁଭବହୀନ ନୂଆ ସରକାର ପାଇଁ ଶେଷରେ ଏକ ପଡ଼ୋଶୀର ଆବଶ୍ୟକତା ପଡ଼ିପାରେ, ଯାହା ଏବେ ଇସ୍ରାଏଲ କରୁଛି। ଇସ୍ରାଏଲ ଅନ୍ୟ ଦେଶଗୁଡ଼ିକରେ ମିଲିଟାରି ଘାଟି ନିର୍ମାଣ କରି ବଫର ଜୋନ୍‌ରୁ ସେହିସବୁ ଦେଶର ସେନାକୁ ହଟାଇ ଦେବା ସହ ସେନା ଠିକଣାଗୁଡ଼ିକୁ ଆକ୍ରମଣ କରୁଛି। ଏହା ସହ ସୁରକ୍ଷା କର୍ମଚାରୀଙ୍କୁ ହତ୍ୟା କରୁଛି। ଏହା ତାହାର ଜଣାଶୁଣା ରଣନୀତି, ଯେଉଁଥିରେ ଆରବୀୟ ଦେଶଗୁଡ଼ିକରେ ସୁନ୍ନି ସଂଖ୍ୟାବହୁଳଙ୍କ ବିରୋଧରେ ଶିୟା ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ସମର୍ଥନ କରୁଛି। କିନ୍ତୁ ସିରିଆରେ ଏହା ଆରମ୍ଭ କରିଥିବା ଏହି ରଣନୀତିକୁ ଝଟ୍‌କା ଲାଗୁଛି ଓ ବିପଦକୁ ବରଣ କରୁଛି। ମଧ୍ୟପ୍ରାଚ୍ୟରେ ଇସ୍ରାଏଲର ପଡ଼ୋଶୀ ଦେଶ ଲେବାନନ ଓ ସିରିଆରେ ବିବିଧତା ରହିଛି। ସିରିଆ ଜନସଂଖ୍ୟାରେ ସୁନ୍ନି ଆରବୀୟ ହେଉଛନ୍ତି ୬୫ ପ୍ରତିଶତ ଏବଂ ଏମାନଙ୍କ ସଂଖ୍ୟା ଇଜିପ୍ଟ( ୯୦ ପ୍ରତିଶତ)ଠାରୁ ବହୁତ କମ୍‌। ସିରିଆ ଜନସଂଖ୍ୟାର ଅବଶିଷ୍ଟ ୩୫ ପ୍ରତିଶତରେ ଅଛନ୍ତି ଶିୟାବିରୋଧୀ ଗୋଷ୍ଠୀ, ସୁନ୍ନି କୁର୍ଦ୍ଦ ଓ ଖ୍ରୀଷ୍ଟିଆନଙ୍କ ସମେତ ଅନେକ ବହୁ ଇସଲାମୀୟ ଗୋଷ୍ଠୀ ।
ଏଭଳି ବିବିଧତାକୁ ନିୟନ୍ତ୍ରଣ କରିବା ହାୟତ ତାହିରିର୍‌ ଅଲ୍‌ ଶାମ (ଏଚ୍‌ଟିଏସ୍‌) ପାଇଁ ଆହ୍ବାନପୂର୍ଣ୍ଣ। ଏଚ୍‌ଟିଏସ୍‌ ସିରିଆର ପୂର୍ବତନ ରାଷ୍ଟ୍ରପତି ବସର ଅଲ୍‌ ଅସାଦଙ୍କୁ ଡିସେମ୍ବରରେ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିଥିଲା। ଏହାର ଅଲକାଏଦା କ୍ୟାଡରମାନେ ବିଶ୍ୱାସ କରିନ୍ତି ଯେ, ଆରବୀୟ ସୁନ୍ନିମାନେ ଇସ୍‌ଲାମିକ ଜଗତରେ ସବୁ ଅଧିକାର, କ୍ଷମତାର ଅଧିକାରୀ ହେବା ଉଚିତ। ଏଚ୍‌ଟିଏସ୍‌ ନେତୃତ୍ୱ ଏହାର ଧର୍ମାୟ ଉତ୍ସାହକୁ ନିୟନ୍ତ୍ରଣ କରୁଥିବାବେଳେ, ଏହାର ତୃଣମୂଳସ୍ତରରେ ଥିବା କେତେକ ସୈନ୍ୟଙ୍କ ମଧ୍ୟରେ ଏଭଳି ଧାରଣା ନାହିଁ।
ଅସାଦଙ୍କ ଅଲଓ୍ବି ଗୋଷ୍ଠୀ (ଶିୟା ସମ୍ପ୍ରଦାୟ ମୁସଲମାନର ଏକ ଶଖା) ହେଉଛନ୍ତି ସିରିଆ ଜନସଂଖ୍ୟାର ୧୨ ପ୍ରତିଶତ। ଗତ ମାର୍ଚ୍ଚରେ ଏଚ୍‌ଟିଏସ୍‌ ଓ ଅଲଓ୍ବିଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଅଲଓ୍ବିର ୧,୦୦୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ହିଂସା ଅସ୍ଥିର ସରକାରକୁ ସମର୍ଥନ କରୁଥିବା ଖ୍ରୀଷ୍ଟିଆନଙ୍କୁ ଚିନ୍ତାରେ ପକାଇଥିଲା। ଏହି ସମୟରେ ତୁର୍କୀ ସମର୍ଥିତ ଗୋଷ୍ଠୀ ଉତ୍ତର ପଶ୍ଚିମରେ କୁର୍ଦ୍ଦ ନେତୃତ୍ୱାଧୀନ ସିରିଆନ୍‌ ଡେମୋକ୍ରାଟିକ ଫୋର୍ସେସ୍‌ ସହ ସଂଘର୍ଷରେ ଲିପ୍ତ ରହିଛନ୍ତି। କିନ୍ତୁ ଏହି ଲଢ଼େଇ ଶିୟା ଇସ୍‌ଲାମ ବିଶ୍ୱାସ ବିରୋଧୀ ଅନ୍ୟ ଏକ ଗୋଷ୍ଠୀ ଦ୍ରୁଜେଙ୍କ ସହ ହେଉଛି, ଯାହା ସିରିଆ ସରକାରଙ୍କ ପାଇଁ ବଡ଼ ସମସ୍ୟାର କାରଣ ହୋଇଛି। ପ୍ରଫେଟ ମହମ୍ମଦଙ୍କୁ ନିନ୍ଦା ଉପରେ ଜଣେ ଦ୍ରୁଜେ ନେତାଙ୍କର ଏକ ନକଲି ଭିଡିଓ ରେକର୍ଡିଂ ସୋସିଆଲ ମିଡିଆରେ ପ୍ରଚାର ହେବା ଯୋଗୁ ଏହି ଉତ୍ତେଜନା ପ୍ରକାଶ ପାଇଲା ପରେ ମୁଖାପିନ୍ଧା ବନ୍ଧୁକଧାରୀମାନେ ସିରିଆ ରାଜଧାନୀ ଡାମାସକସ୍‌ ନିକଟବର୍ତ୍ତୀ ସହର ଜାରାମାନାର ରାସ୍ତାକୁ ଓହ୍ଲାଇ ଆସିଥିଲେ। ଏଚ୍‌ଟିଏସ୍‌ ସୁରକ୍ଷା ଅଧିକାରୀଙ୍କ ସହ ଲଢ଼େଇ ହେବା ପରେ ଇସ୍ରାଏଲ ଏହି କ୍ଷୁଦ୍ର ଗୋଷ୍ଠୀକୁ ରକ୍ଷା କରିବ ବୋଲି ଘୋଷଣା କରିଥିଲା। ସେବେଠାରୁ ଏହା ଦ୍ରୁଜେ ସହିତ ସଂଘର୍ଷରତ ସିରିଆର ସୁରକ୍ଷା ବଳ ସଦସ୍ୟଙ୍କ ଉପରେ ଆକ୍ରମଣ କରିବା ସହ ରାଷ୍ଟ୍ରପତି ଭବନ ନିକଟରେ ବାୟୁସେନା ଦ୍ୱାରା ଆକ୍ରମଣ କରୁଛି। ସିରିଆ ବିରୋଧରେ ଇସ୍ରାଏଲ ଷଡ଼ଯନ୍ତ୍ର କରିବା ନୂଆ କଥା ନୁହେଁ। ଇସ୍ରାଏଲ ସୃଷ୍ଟି ହେବା ପରେ କିଛିମାସ ମଧ୍ୟରେ ତାହାର ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ସେଠାରେ ବଳପୂର୍ବକ କ୍ଷମତା ଦଖଲ କରିବା ସମ୍ପର୍କରେ ଚିନ୍ତା କରିଥିଲେ। ୧୯୪୮ ଆରବ -ଇସ୍ରାଏଲ ଯୁଦ୍ଧରେ ସ୍ଥିତି ମଜଭୁତ କରିବା ପାଇଁ ସେମାନେ ଏଭଳି କରିଥିଲେ। ବ୍ୟାପକ ଦୃଷ୍ଟିକୋଣରୁ ଦେଖିଲେ, ସୁନ୍ନି କ୍ଷମତାକୁ ଅବଦମିତ କରିବା ପାଇଁ ଇସ୍ରାଏଲ ବହୁ ସମୟରେ ସଂଖ୍ୟାଲଘୁଙ୍କୁ ସମର୍ଥନ କରିଆସିଛି।
ଲେବାନନ୍‌ରେ ସଂଖ୍ୟାଲଘୁ ହେଉଛନ୍ତି ଖ୍ରୀଷ୍ଟିଆନ। ୧୯୫୫ରେ, ଇସ୍ରାଏଲର ସେନାଧ୍ୟକ୍ଷ ମୋଶେ ଦୟାନ ଜଣେ ଖ୍ରୀଷ୍ଟିଆନ ମିଲିଟାରି ଅଧିକାରୀ ନିଜକୁ ମାରୋନାଇଟ (ଖ୍ରୀଷ୍ଟିଆନ)ର ରକ୍ଷାକର୍ତ୍ତା ଭାବେ ଘୋଷଣା କରିବା ସକାଶେ କହିଥିବା ବିଷୟ ସାମ୍ନାକୁ ଆସିଥିଲା। ଲେବାନନ୍‌କୁ ଆକ୍ରମଣ କରିବା ପୂର୍ବରୁ ସେଠାରେ ଇସ୍ରାଏଲ ସହ ତାଳ ଦେଇ ଚାଲିବା ଭଳି ଏକ ଖ୍ରୀଷ୍ଟିଆନ ଶାସନ ପ୍ରତିଷ୍ଠା କରିବା ପାଇଁ ମୋଶେ ଏଭଳି କରିଥିଲେ। ୧୯୭୦ ଦଶକରେ, ଇସ୍ରାଏଲର ପ୍ରଧାନମନ୍ତ୍ରୀ ମେନାଚେନ ବେଗିନ କହିଥିଲେ ଯେ, ଖ୍ରୀଷ୍ଟିଆନଙ୍କ ବିରୋଧରେ ପାଲେଷ୍ଟାଇନ ଲିବରେଶନ ଅର୍ଗାନାଇଜେଶନ (ପିଏଲ୍‌ଓ) ଚଳାଇଥିବା ଗଣହତ୍ୟାକୁ ରୋକିବା ଇସ୍ରାଏଲର କର୍ତ୍ତବ୍ୟ । ସେ ମଧ୍ୟ ଲେବାନନ୍‌ର ଦକ୍ଷିଣ ସୀମାନ୍ତରେ ଏକ ବଫରଜୋନ୍‌ ସୃଷ୍ଟି କରିବା ଲାଗି ଲେବାନନ୍‌ ସେନାର ଜଣେ ଖ୍ରୀଷ୍ଟିଆନ ମେଜରଙ୍କୁ ସମର୍ଥନ କରିଥିଲେ। ଏହି ଅଞ୍ଚଳରୁ ଲେବାନନ୍‌କୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ ମନେ କରିଥିଲେ। ୧୯୮୨ରେ, ଲେବାନନ୍‌ ଉପରେ ଇସ୍ରାଏଲ ଆକ୍ରମଣ କରି ପିଏଲ୍‌ଓକୁ ହଟାଇ ଦେଇଥିଲା ଏବଂ ଜଣେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବଶିର ଗେମାୟେଲଙ୍କୁ ରାଷ୍ଟ୍ରପତି ଭାବେ ଅବସ୍ଥାପିତ କରିଥିଲା। କିଛିଦିନ ମଧ୍ୟରେ ବଶିରଙ୍କୁ ସିରିଆନ ସୋସିଆଲ ନ୍ୟାଶନାଲିଷ୍ଟ ପାର୍ଟିର ଜଣେ ସଦସ୍ୟ ହତ୍ୟା କରିଥିଲେ।
କେବଳ ଏତିକି ନୁହେଁ, ସୁନ୍ନି ଶାସନକୁ ଦୁର୍ବଳ କରିବା ପାଇଁ ମଧ୍ୟ ଇସ୍ରାଏଲ ପଦକ୍ଷେପ ନେଇଛି ଓ ଏଥିରେ ଶିୟା ଦେଶଗୁଡ଼ିକର ସହଯୋଗ ଲୋଡ଼ିଛି। ୧୯୬୦ ଦଶକର ପ୍ରାରମ୍ଭରୁ ଇରାକ୍‌ ସରକାର ବିରୋଧରେ ଲଢ଼େଇ କରୁଥିବା ଅଳ୍ପସଂଖ୍ୟକ ଇରାକୀ କୁର୍ଦ୍ଦଙ୍କୁ ସମର୍ଥନ କରିବା ଲାଗି ଇରାନର ଶାହାଙ୍କ ସହ ଇସ୍ରାଏଲ କାମ କରିଥିଲା। ଏହି ହସ୍ତକ୍ଷେପର ପରିଣାମ ଏତେ ଭୟାନକ ଥିଲା ଯେ, ସେତେବେଳର ଇରାକ୍‌ ରାଷ୍ଟ୍ରପତି ସଦ୍ଦାମ ହୁସେନ ଇରାନକୁ ଯାଇଥିବା ସତାଲ ଆରବ ନଦୀର ଜଳକୁ ଅଟକାଇଥିଲେ। ଇରାନ କୁର୍ଦ୍ଦଙ୍କୁ ସମର୍ଥନ କରିଥିବା ଯୋଗୁ ସେ ଚୁକ୍ତିକୁ ବନ୍ଦ କରିଥିଲେ।
ଇତିହାସକୁ ଦେଖିଲେ ଇସ୍ରାଏଲର ନେତାମାନେ ସିରିଆ ସୀମାରେ ଏକ ଦ୍ରୁଜେ ଅଞ୍ଚଳ ଗଢ଼ିବାକୁ ଚାହୁଁଥିବା ସ୍ପଷ୍ଟ ହୁଏ। ସେଥିପାଇଁ ଇସ୍ରାଏଲ ଏକ ବଫରଜୋନ ସୃଷ୍ଟି କରୁଛି। ସିରିଆ ସରକାର ଏବଂ ସେମାନଙ୍କ ନିଜ ଗୋଷ୍ଠୀର ପାରମ୍ପରିକ ନେତୃତ୍ୱକୁ ବିରୋଧ କରିବାକୁ ଇସ୍ରାଏଲ ଗୁରୁତ୍ୱପୂର୍ଣ୍ଣ ଦ୍ରୁଜେ ବ୍ୟକ୍ତିତ୍ୱମାନଙ୍କୁ ଚିହ୍ନଟ କରିଛି। ଏହି ପଦକ୍ଷେପକୁ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିରୋଧୀ ନେତା ପର୍ଯ୍ୟନ୍ତ ସମସ୍ତଙ୍କର ବ୍ୟାପକ ସମର୍ଥନ ଅଛି। ସେମାନଙ୍କ ମତ ହେଉଛି ଏକ ବିଭାଜିତ ସିରିଆ ଆଞ୍ଚଳିକ ଓ ଗୋଷ୍ଠୀଗତ ଉତ୍ତେଜନା ଇସ୍ରାଏଲ ପ୍ରତି ବିପଦ। କିନ୍ତୁ ଏହି ଦୃଷ୍ଟିକୋଣ ଅଦୂରଦର୍ଶୀ। ତେବେ ବିଦ୍ରୋହ ଓ ବିଭାଜନ ଏଚ୍‌ଟିଏସ୍‌ ସରକାରର ପତନ ଘଟାଇପାରେ। ଏଚ୍‌ଟିଏସ୍‌ ଏବଂ ସିରିଆର ଉତ୍ତରଭାଗରେ ଥିବା ଗୋଷ୍ଠୀଗୁଡ଼ିକୁ ତୁର୍କମାନେ ସମର୍ଥନ କରୁଛନ୍ତି ଏବଂ ଦେଶ ଭିତରେ ସୈନ୍ୟ ମୁତୟନ କରିପାରନ୍ତି। ଇରାକ ଓ ସିରିଆରେ ପୁଣି ମୁଣ୍ଡ ଟେକୁଥିବା ଇସ୍‌ଲାମିକ ଷ୍ଟେଟ୍‌ ଏଚ୍‌ଟିଏସ୍‌ର ପତନଜନିତ ଅରାଜକତାରୁ ଫାଇଦା ଉଠାଇ ପ୍ରଭାବ ବିସ୍ତାର କରିପାରେ, ଯାହା ୨୦୧୧ରେ ସିରିଆ ଗୃହଯୁଦ୍ଧ ଆରମ୍ଭ ବେଳେ କରିଥିଲା। ଗେମାୟେଲଙ୍କ ହତ୍ୟା ପରେ ୧୯୮୨ରେ ଦକ୍ଷିଣ ଲେବାନନରେ ତା’କ୍ଷମତା ବଢ଼ାଇଥିଲା। ୨୦୦୦ ସୁଦ୍ଧା ହିଜ୍‌ବୁଲା ଲେବାନନ୍‌ ଅଞ୍ଚଳରୁ ଇସ୍ରାଏଲ୍‌କୁ ତଡ଼ି ଦେଇଥିଲା ଏବଂ ୨୦୦୬ରେ ଏକ ବିଧ୍ୱଂସକ ଯୁଦ୍ଧ ଆରମ୍ଭ କରିଥିଲା, ଯାହା ଅମୀମାଂଶିତ ହୋଇ ରହିଯାଇଥିଲା। ଇସ୍ରାଏଲ ଅସାଦଙ୍କ ଶାସନ ଭୁଶୁଡ଼ି ପଡ଼ିବା ପରେ ମଧ୍ୟପ୍ରାଚ୍ୟକୁ ନିୟନ୍ତ୍ରଣ କରିବା ସ୍ଥିତି ହାସଲ କରିଛି ଓ ତାହାର ପ୍ରାଧାନ୍ୟ ବଢ଼ାଇଛି। ତିଷ୍ଠି ରହିବାକୁ ଚେଷ୍ଟା କରୁଥିବା ତଥା ଦୃଢ଼ ପଡ଼ୋଶୀ ସହ ଯୁଦ୍ଧ କରିବାକୁ ଚାହୁଁ ନ ଥିବା ଏକ ସରକାରକୁ ଅସ୍ଥିର କରି ଇସ୍ରାଏଲ ନିଜର ସ୍ଥିତିକୁ ମଜଭୁତ କରିବା ଲକ୍ଷ୍ୟରେ ଅଛି, କିନ୍ତୁ କିଛି କରିପାରିବ ନାହିଁ। ଅନ୍ୟପଟେ ନିଜ ପ୍ରତି ସଙ୍କଟ ସୃଷ୍ଟି କରୁଥିବା ଏକ ନୀତି ଏକ ନୂଆ ବଡ଼ ବିପଦକୁ ବରଣ କରିବା ପାଇଁ ବାଟ ଦେଖାଉଛି।

ବାରାକ ବର୍ଫି
ପୂର୍ବତନ ରିସର୍ଚ୍ଚ ଫେଲୋ (ନ୍ୟୁ ଆମେରିକା)


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨୯ରୁ ବଦଳିଯିବ ଏହି ୫ ରାଶିଙ୍କ ଭାଗ୍ୟ: ହେବ ଧନ ବର୍ଷା, ବ୍ୟାପାର-କ୍ୟାରିୟରରେ…

ଜୁଲାଇ ୨୯ରେ ଧନ, ସୁଖ ଏବଂ ବୈଭବର କାରକ ଗ୍ରହ ଶୁକ୍ର ଏବଂ ସାହସ, ଶକ୍ତି ତଥା କର୍ମର କାରକ ଗ୍ରହ ମଙ୍ଗଳ ପରସ୍ପରଠାରୁ ୯୦ ଡିଗ୍ରୀ…

ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପରେ ଟ୍ରମ୍ପଙ୍କ କଡ଼ା ଚେତାବନୀ, ସବୁ ଶେଷ…

ଓ୍ବାଶିଂଟନ,୨୯।୭: ଆମେରିକା ଏବଂ ସାଉଦି ଆରବ ଦ୍ୱାରା ଇରାକ ଉପରେ ହୋଇଥିବା ଆକ୍ରମଣରେ ଛଅ ଜଣ ଇରାନୀ ପରାମର୍ଶଦାତାଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ, ଇରାନ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

ଦାରିଙ୍ଗବାଡି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣ ଏବେ ଆଉ କେଵଳ ରାଜ୍ୟ ମଧ୍ୟରେ ସିମିତ ହୋଇ ରହିନାହିଁ । କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ…

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦…

ଆଶ୍ଚର୍ଯ୍ୟ ହେଲେବି ସତ, ଏହି ରାଜ୍ୟରେ ୭ ହଜାର ଛାତ୍ରୀଛାତ୍ର HIV ପଜିଟିଭ୍

ବେଙ୍ଗାଲୁରୁ,୨୯।୭: କର୍ନାଟକରୁ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ୧୮ ରୁ ୨୫ ବର୍ଷ ବୟସର ପ୍ରାୟ ୭ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri