କେଶ କାଟି ଫସିଲେ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ

ଜେରୁସେଲମ,୬।୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସ୍ତ୍ରୀ ସାରା ନେତାନ୍ୟାହୁ ଲକଡାଉନ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ହେୟାର ଡ୍ରେସର୍‌କୁ ଡକାଇ ଡାକି ସେ କେଶ କାଟିଥିଲେ। ଏହାକୁ ନେଇ ବିରୋଧୀ ତାଙ୍କୁ କଡା ସମାଲୋଚନା କରିଛନ୍ତି। ଇସ୍ରାଏଲରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ସେଲୁନ ବନ୍ଦ ରହିଛି। ଅତ୍ୟାବଶ୍ୟକ କାର୍ଯ୍ୟ ବ୍ୟତୀତ ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମସ୍ତ ନିୟମ ସାରା ଭାଙ୍ଗିଥିବା ଜଣାପଡିଛି। ସେପଟେ ସାମାଜିକ ସଚେତନାତା ସୃଷ୍ଟି ନିମନ୍ତେ ଏକ ଭିଡିଓ ଶୁଟିଂ ପାଇଁ ସେ ହେୟାର ଡ୍ରେସର୍‌କୁ ଡାକିଥିବା ସାରା ନେତାନ୍ୟାହୁ ସଫେଇ ଦେଇଛନ୍ତି। ପୂର୍ବରୁ ମଧ୍ୟ ସାରା ନେତାନ୍ୟାହୁଙ୍କୁ ତାଙ୍କର ଭବ୍ୟ ଜୀବନଶୈଳୀ ପାଇଁ ସମାଲୋଚନା କରାଯାଇଥିଲା। ଘରୋଇ କର୍ମଚାରୀଙ୍କ ପ୍ରତି ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ୨୦୧୬ରେ ଘରୋଇ କର୍ମଚାରୀଙ୍କ ଅପବ୍ୟବହାର କରିଥିବାରୁ ତାଙ୍କୁ ୪୨,୦୦୦ ଡଲାର୍‌ କ୍ଷତିପୂରଣ ଦେବାକୁ ଏକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କ ଲୁଚାଇବାକୁ ୫୦ କୋଟି

ଲଣ୍ଡନ,୨୫ା୧୧: ୪୬ ବର୍ଷୀୟା ପ୍ରିନ୍ସେସ୍‌ ହୟା ବିଣ୍ଟ ହୁସେନ୍‌ ହେଉଛନ୍ତି ଜୋର୍ଡାନ୍‌ ରାଜା ହୁସେନ ଓ ତାଙ୍କ ତୃତୀୟ ସ୍ତ୍ରୀ କ୍ୱିନ୍‌ ଆଲିଆଙ୍କ ଝିଅ ତଥା...

ଇଣ୍ଡୋନେସିଆକୁ ପୁଣି ଫେରିଲା ପୋଲିଓ: ଟିକାକରଣ ଅଭିଯାନ ଆରମ୍ଭ

ଜାକର୍ତ୍ତା,୨୮।୧୧: ଇଣ୍ଡୋନେସିଆକୁ ପୋଲିଓ ଫେରିଛି। ୪ଜଣ ଶିଶୁ ପୋଲିଓ ଆକ୍ରାନ୍ତ ଚିହ୍ନଟ ହେବା ପରେ ସୋମବାର ସୁମାତ୍ରା ଦ୍ୱୀପର ସିଗ୍‌ଲି ସହରରେ ପୋଲିଓ ଟିକା ଦିଆଯାଇଛି।...

ଚାଇନାରେ ଅଗଷ୍ଟରୁ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ: ହାର୍ବାର୍ଡ ଗବେଷଣା ରିପୋର୍ଟ

ଲଣ୍ଡନ,୯।୬: ଚାଇନାରେ କରୋନା ସଂକ୍ରମଣ କେବେ ଆରମ୍ଭ ହୋଇଥିଲା ସେନେଇ ଲଣ୍ଡନର ହାର୍ବାର୍ଡ ମେଡ଼ିକାଲ ସ୍କୁଲ ପକ୍ଷରୁ କରାଯାଇଥିବା ଏକ ଗବେଷଣାରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।...

‘ଶାନ୍ତି ପାଇଁ ଭାରତ ବିପଦ’, ବିଷ ଓଗାଳିଲେ ପାକିସ୍ତାନ ସେନା ମୁଖ୍ୟ

ଇସଲାମାବାଦ,୧୪।୮: ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର କାଶ୍ମୀରର ଆଳାପ କରିଛନ୍ତି। କେବଳ ଏତିକି ନୁହେଁ, ସେ ଭାରତ ବିରୋଧରେ ବିଷ ଓଗାଳିଛନ୍ତି ଏବଂ...

ଓ୍ବାର୍କ ଆଟ୍‌ ହୋମ୍‌ରେ ବଢୁଛି କାମ: ଅଧିକ ସମୟ ଦେଉଛନ୍ତି କର୍ମଚାରୀ

ମେଲବୋର୍ନ,୨୯।୧୧: କରୋନା ମହାମାରୀ ସଙ୍କଟ ଯୋଗୁ ବହୁ ଦେଶରେ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ(ଓ୍ବାର୍କ ଆଟ୍‌ ହୋମ୍‌) ପରାମର୍ଶ ଦିଆଯାଇଛି। ତେବେ ଘରେ ରହି...

ମହାକାଶ ଯାତ୍ରା କରି ଫେରିଲେ ୪ ସାଧାରଣ ନାଗରିକ, ସମୁଦ୍ରରେ ଓହ୍ଲାଇଲା ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ

ଫ୍ଲୋରିଡା,୧୯ ।୯: ‘ସ୍ପେସଏକ୍ସ’ ୩ ଦିନ ପର୍ଯ୍ୟନ୍ତ ପୃଥିବୀ କକ୍ଷରେ ପରିକ୍ରମା କରିବା ପାଇଁ ୪ଜଣ ବ୍ୟକ୍ତି ଏକ ଘରୋଇ ଉଡାଣରେ ବାହାରିଥିଲେ । ଏବେ...

ରୁଷିଆ ଆକ୍ରମଣ ପରେ ୟୁକ୍ରେନରୁ ଶସ୍ୟ ରତ୍ପାନୀ ଆରମ୍ଭ

ଓଡେସା,୩୦।୭: ରୁଷିଆ-ୟୁକ୍ରେନ ମଧ୍ୟରେ ଶସ୍ୟ ଚୁକ୍ତି ହେବା ପରେ ଓଡେସାରୁ ୟୁକ୍ରେନକୁ ଶସ୍ୟ ରପ୍ତାନି ଆରମ୍ଭ ହୋଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଓଡେସା ସ୍ଥିତ...

୨୦ ଫୁଟ ଗଭୀର ସମୁଦ୍ର ତଳେ ପେଣ୍ଟିଂ କରୁଛନ୍ତି ଚିତ୍ରକର

ହାଭାନା, ୨୨।୬: କ୍ୟୁବାର ଜଣେ ଚିତ୍ରକର ୨୦ ଫୁଟ ଗଭୀର ସମୁଦ୍ର ତଳେ ପେଣ୍ଟିଂ କରି ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏହା ଏକ ନିଆରା ଅନୁଭୁତି...

Advertisement
Archives

Model This Week