ଅନ୍ୟ ଦେଶ ସହ ଗୁପ୍ତ ବୈଠକ କରୁଛନ୍ତି ଲିବିଆର ମହିଳା ମନ୍ତ୍ରୀ ନଜଲା, ବୈଠକକୁ ନେଇ ଲିବିଆରେ ହିଂସା

ଜେରୁଜେଲମ,୩୦।୮: ଲିବିଆର ବୈଦେଶିକ ମହିଳା ମନ୍ତ୍ରୀଙ୍କୁ ନେଇ ଇସ୍ରାଏଲରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଲିବିଆର ବୈଦେଶିକ ମନ୍ତ୍ରୀ ନଜଲା ମଙ୍ଗୋଶ ଇସ୍ରାଏଲର ବୈଦେଶିକ ମନ୍ତ୍ରୀଙ୍କ ସହ ଗୁପ୍ତ ବୈଠକ କରିଥିଲେ। ଏନେଇ ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ବୈଠକ ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନ ଠାରୁ କୌଣସି ଗୁପ୍ତ ବୈଠକ ହେବ ନାହିଁ। ସମସ୍ତ କୂଟନୈତିକ ବୈଠକର ବିବରଣୀ ଆଗରୁ ସ୍ଥିର କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ, ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଏଲି କୋହେନଙ୍କ ସହ ଗୁପ୍ତ ବୈଠକ ପରେ ଲିବିଆ ବୈଦେଶିକ ମନ୍ତ୍ରୀ ନଜଲା ମଙ୍ଗୋଶଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି। ଏନେଇ ଲିବିଆରେ ପ୍ରଦର୍ଶନ ଚାଲିଛି। ନଜଲାଙ୍କ ବିରୋଧରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସୂଚନାନୁସାରେ ବିରୋଧ ହିଂସାତ୍ମକ ରୂପ ନେବାରେ ଲାଗିଛି। ଗତ ସପ୍ତାହରେ ରୋମରେ ଇସ୍ରାଏଲର ବୈଦେଶିକ ମନ୍ତ୍ରୀଙ୍କ ସହ ତାଙ୍କର ଏକ ଗୁପ୍ତ ସାକ୍ଷାତ ହୋଇଥିବା ନଜଲା ନିଜେ ସ୍ବୀକାର କରିଥିଲେ।

ଗୁପ୍ତ ବୈଠକର ଖବର ଲିକ୍‌ ହେବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ରାଜଧାନୀ ତ୍ରିପୋଲିରେ ହିଂସାତ୍ମକ ପ୍ରଦର୍ଶନ ଚାଲିଛି। ପ୍ରଧାନମନ୍ତ୍ରୀ ଅବଦୁଲ ହମିଦ ଡାବିବେଙ୍କ ବିରୋଧରେ ଲୋକମାନେ ସ୍ଲୋଗାନ ଦେଉଛନ୍ତି। ଲୋକମାନେ କହିଛନ୍ତି ଯେ ନଜଲା ଦେଶ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ବିରୋଧ ପ୍ରଦର୍ଶନ ଯୋଗୁ ପ୍ରଧାନମନ୍ତ୍ରୀ ନଜଲାଙ୍କୁ ନିଲମ୍ବନ କରିଛନ୍ତି। ଅନେକ ସହରରେ ନଜଲାଙ୍କ ପୋଷ୍ଟର ପୋଡି ଦିଆଯାଇଛି।

ବିରୋଧ ପ୍ରଦର୍ଶନ ଏପରି ହିଂସାତ୍ମକ ରୂପ ନେଇଛି ଯେ, ଲିବିଆରେ ଅନେକ ସ୍ଥାନରେ ଅଗ୍ନିକାଣ୍ଡ ହୋଇଛି। ପ୍ରଧାନମନ୍ତ୍ରୀ ଅବଦୁଲ ହମିଦ ନଜଲାଙ୍କ ବିରୋଧରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ଗୁପ୍ତ ବୈଠକ ପରେ ଇସ୍ରାଏଲ ମଧ୍ୟ କଠୋର ହୋଇଛି। ସମସ୍ତ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୌଣସି ଗୁପ୍ତ କୂଟନୈତିକ ବୈଠକ କରିବା ପୂର୍ବରୁ ସେମାନଙ୍କ କାର୍ଯ୍ୟାଳୟରୁ ଅନୁମତି ନିଅନ୍ତୁ। ନିଲମ୍ବନ ପରେ ନଜଲା ମଙ୍ଗୋଶ ଦେଶ ଛାଡି ତୁର୍କୀକୁ ପଳାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?