ଯୁଦ୍ଧ ମଧ୍ୟରେ ମାନବିକତା ଦେଖାଇଲା ଇସ୍ରାଏଲ, ଗାଜାରେ ଶିଶୁମାନଙ୍କ ସୁରକ୍ଷା ପାଇଁ ନେଲା ପଦକ୍ଷେପ

ନୂଆଦିଲ୍ଲୀ, ୧୨ା୧୧: ଗାଜାର ମୁଖ୍ୟ ହସପିଟାଲ ନିକଟରେ ହାମାସ ସହିତ ଘମାଘୋଟ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ମାନବିକ ଦେଖାଇ ବଡ଼ ପଦକ୍ଷେପ ନେଇଛି। ଯୁଦ୍ଧରେ ହସପିଟାଲରେ ଥିବା ପିଡୀତମାନେ ଗମ୍ଭୀର ଭାବରେ ପ୍ରଭାବିତ ହୋଇଛନ୍ତି। କିଛି ଲୋକେ ସେଠାରୁ ଖସି ଦକ୍ଷିଣ ଗାଜା ଚାଲିଯାଇଥିବା ବେଳେ ଅନେକ ଏବେ ମଧ୍ୟ ଫସି ରହିଛନ୍ତି। ପାଲେଷ୍ଟାଇନ ଅଧିକାରୀଙ୍କ ସୂଚନା ଅନୁଯାୟୀ କିଛି ଶିଶୁ ବିଜୁଳି ନଥିବାରୁ ଭେଣ୍ଟିଲେଟରରେ ଜୀବନ ହାରିଥିଲେ।

ଏଭଳି ସମୟରେ ଇସ୍ରାଏଲ ସେନା ଘୋଷଣା କରିଛି ଯେ ଅଲ-ଶଇଫ ମେଡିକାଲରେ ଫସିଥିବା ଶିଶୁ ମାନଙ୍କୁ ଉଦ୍ଧାର କରିବାକୁ। ସେନା ମୁଖପାତ୍ର ସୂଚନା ଦେଇଛନ୍ତି, ରବିବାର ସେନା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବ। ଅନ୍ୟପଟେ ଆମେରିକା ସମେତ ଅନେକ ବଡ଼ ଦେଶ ମାନଙ୍କର ଅପିଲ ପରେ ମଧ୍ୟ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଯୁଦ୍ଧ ବନ୍ଦ କରିବା ନିଷ୍ପତିରୁ ଓହରି ନାହାନ୍ତି। ଗାଜାରେ ବନ୍ଧକ ଥିବା 239 ଜଣଙ୍କୁ ମୁକୁଳାଇବା ପରେ ହିଁ ଏହି ଯୁଦ୍ଧ ଶେଷ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

ଲଞ୍ଚ୍‌ର ୮୫ ସେକେଣ୍ଡ ପରେ ଜୋରଦାର ବିସ୍ଫୋରଣ: ନିଆଁ ପିଣ୍ଡୁଳା ପାଲଟିଲା ବାହୁବଳୀ ରକେଟ୍

ବେଜିଂ,୧୧।୮: ଆକାଶରେ ଉଡ଼ାଣ ଭରିବାର କିଛି ସମୟ ପରେ ଚାଇନାର ଏକ ରକେଟ୍ ଅଗ୍ନି ପୁଣ୍ଡୁଳାରେ ପରିଣତ ହୋଇଛି । ଗତ ସୋମବାର (ଅଗଷ୍ଟ ୧୦) ଦିନ…

AI ଉପରେ କାର୍ଯ୍ୟାନୁଷ୍ଠାନ ପରେ ଭର୍ଚୁଆଲ ପ୍ରେମିକଙ୍କୁ ହରାଇ ଭାଙ୍ଗି ପଡ଼ିଲେଣି ଚାଇନାର ଅନେକ ଯୁବତୀ!

ବେଜିଂ,୧୧।୮: ଚାଇନା ସରକାର AI ବ୍ୟବହାର ସମ୍ପର୍କରେ କଠୋର ନିୟମ ଲାଗୁ କରିଛନ୍ତି, ଯାହା ଫଳରେ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ଏହି ନିୟମ ପାଳନ କରିବା ପାଇଁ ସେମାନଙ୍କର…

ବିଦ୍ୟୁତ ଆଘାତ, ଯୌନ ନିର୍ଯାତନା… ରୁଷିଆ ଜେଲରେ ୟୁକ୍ରେନୀୟ କଏଦୀମାନଙ୍କୁ କିପରି ନିର୍ଯାତନା ଦିଆଯାଏ? ରିପୋର୍ଟରେ ଆସିଲା…

ନୂଆଦିଲ୍ଲୀ,୧୧।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦୀର୍ଘ ସମୟ ଧରି ଚାଲିଛି। ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଅନେକ ପ୍ରୟାସ ବିଫଳ ହୋଇଛି।…

ବ୍ରିଟେନ୍‌, ଫ୍ରାନ୍ସରେ ଆସୁଛି ପଞ୍ଚମ ହିଟ୍‌ଓ୍ବେଭ୍‌

ପ୍ୟାରିସ୍‌, ୧୧।୮(ପି.ଟି): ପଶ୍ଚିମ ୟୁରୋପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦିନକୁ ଦିନ ଭୟଙ୍କର ରୂପ ନେଉଥିବାବେଳେ ବ୍ରିଟେନ ଏବଂ ଫ୍ରାନ୍ସ ଚଳିତ ମୌସୁମୀର ପଞ୍ଚମ ପ୍ରଚଣ୍ଡ ତାତି…

ଲୁଚି ପଳାଇଲେ ଟ୍ରମ୍ପ! ହେଲେ ଏହା ପଛର ରହସ୍ୟ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୧୧।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଗତ ମାସରେ…

ପାଲେଷ୍ଟାଇନ୍ ରାଷ୍ଟ୍ର ହେବାକୁ ଦେବି ନାହିଁ: ନେତାନ୍ୟାହୁ

ଜେରୁଜେଲମ୍‌, ୯ା୮: ଗାଜା ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ‘ବୋର୍ଡ ଅଫ୍ ପିସ୍’ ଯୋଜନାକୁ ନେଇ ଇସ୍ରାଏଲ୍ ପକ୍ଷରୁ ଆପତ୍ତି ସାମ୍ନାକୁ ଆସିଛି। ଇସ୍ରାଏଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri