ଶୀଘ୍ର କରୋନା ଟିକା ପାଇବାକୁ ଇସ୍ରାଏଲ ଦେଲା ଦୁଇଗୁଣା ଅର୍ଥ

ଲଣ୍ଡନ,୧୦ ।୧: କରୋନା ମହାମାରୀଠାରୁ ରକ୍ଷା ପାଇବାକୁ ଏବେ ସମସ୍ତଙ୍କ ନଜର ଭ୍ୟାକ୍ସିନ ଉପରେ । ଜଣାପଡିଛି କି କରୋନା ଟିକାକରଣ ମାମଲାରେୀ ଏବେ ଇସାଏଲ ସାରା ବିଶ୍ୱରେ ସବୁଠାରୁ ଆଗରେ ରହିଛି । ଇସ୍ରାଏଲ ୨୦ ଦିନରେ ନିଜ ଜନସଂଖ୍ୟାର ୫ ପ୍ରତିଶତଙ୍କୁ ଟିକା ଦେଇଥିବା କୁହାଯାଉଛି । ଅର୍ଥାତ୍ ପାଖାପାଖି ୧୮ ଲକ୍ଷ ଲୋକଙ୍କୁ ଇସ୍ରାଏଲ ଟିକା ଦେଇ ସାରିଲାଣି । ଏଥିପାଇଁ ଇସ୍ରାଏଲ ୫୦ ପ୍ରତିଶତ ଅଧିକ ଅର୍ଥ ଦେଇଛି । ଫଳରେ ଅଧିକ ପରିମାଣରେ ଭ୍ୟାକ୍ସିନ ଓ ଶୀଘ୍ର ଯେମିତି ପହଞ୍ଚିପାରିବ । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀ ଫାଇଜର ସିଇଓ ଅଲବର୍ଟ ବୋର୍ଲଙ୍କୁ କିଛିଦିନ ମଧ୍ୟରେ ୧୭ ଥର ଫୋନ୍ କରିଥିବା କୁହାଯାଏ । କାରଣ ତାଙ୍କୁ ଖୀଘ୍ର ଓ ଅଧିକ ପରିମାଣରେ ଡୋଜ୍ ମିଳିବା ଦରକାର । ତେବେ ଇସ୍ରାଏଲର ଜଣେ ବିରୋଧୀ ନେତା ଏହି ସୂଚନା ଦେଇଥିବା କୁହାଯାଉଛି । ସେ କହିଛନ୍ତି ନେତନ୍ୟାହୁ ନିଜର ଖରାପ ଇମଜେ ଓ ରାଜନୈତିକ ସ୍ଥିତିକୁ ସୁଧାରିବାକୁ ଅଧିକ ଅର୍ଥ ବ୍ୟୟ କରିଛନ୍ତି । ଫାଇଜରର ଯେଉଁ ଭ୍ୟାକ୍ସିନ ପାଇଁ ବ୍ରିଟେନ ୩୦ୟୁରୋ(ପ୍ରାୟ ୨,୭୦୦ଟଙ୍କା) ପ୍ରତି ଡୋଜକୁ ଦେଇଛି ସେଇଠି ଇସ୍ରାଏଲ ଏଥିପାଇଁ ୪୫ ୟୁରୋ(ପ୍ରାୟ ୪,୦୦୦ଟଙ୍କା) ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ତୋରଣ ନିର୍ମାଣରେ ଅନିୟମିତତା ଅଭିଯୋଗ: ଭିଜିଲାନ୍ସ ତଦନ୍ତ ଦାବି

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଥାନାଛକ ସମ୍ମୁଖରେ ନିର୍ମିତ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ତୋରଣ ଭାଙ୍ଗିଯିବା ଘଟଣାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ନିମ୍ନମାନର କାମ ହୋଇଥିବା ଯୋଗୁ…

ସିମନବାଡିରେ କ୍ରିକେଟ ଟୁର୍ନାମେଣ୍ଟର ଶୁଭାରମ୍ଭ: ଭାଇଚାରା ପାଇଁ…

ଦାରିଙ୍ଗବାଡି,୨୭।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପାଟ୍ଟଖଣ୍ଡା ଖେଳ ପଡିଆଠାରେ ବ୍ଲକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହାକୁ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ…

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ନିଜ ଗୋରୁ ନେଇ ଯାଉଥିବା ଲୋକଙ୍କୁ ଆଣ୍ଠେଇ ଆଣ୍ଠେଇ ରାସ୍ତାରେ ଚଲାଇବା ଘଟଣା: ଥାନା ଘେରାଉ କଲେ ଯାଦବ ସମାଜ, ପୂରା ଘଟଣା ଜାଣିଲେ…

ଚନ୍ଦାହାଣ୍ଡି,୨୭।୫(ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରୁ ରାଇଘର ଅଞ୍ଚଳକୁ ନିଜ ଗାଈ ଗୋରୁ, ବଳଦକୁ ନେଇ ଯାଉଥିବା କିଛି ଲୋକଙ୍କୁ ବେଆଇନ ଭାବେ ଗୋଚାଲାଣ…

ସୌଜନ୍ୟତା ଭୁଲିଗଲେ ଜିଲାପାଳ: ପୂର୍ବତନ ଏମ୍‌ପିଙ୍କୁ ଚୌକି ଦେଲେନାହିଁ, ଠିଆ ହୋଇ କହିଲେ

ବଲାଙ୍ଗୀର/ଲୋଇସିଂହା,୨୭ା୫(ବୀରେନ୍ଦ୍ର କୁମାର ଝାଙ୍କର/ ସୁଶାନ୍ତ ବାରିକ):ପୂର୍ବତନ ଏମପି ତଥା ବର୍ଷୀୟାନ ରାଜନେତା ବାଳଗୋପାଳ ମିଶ୍ରଙ୍କୁ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ଅସମ୍ମାନ କରାଯାଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର…

୫ ସୁଦ୍ଧା ଦିଲ୍ଲୀ ଜିମ୍‌ଖାନା ପରିସର ଦଖଲକୁ ନିଆଯିବ ନାହିଁ

ନୂଆଦିଲ୍ଲୀ,୨୭ା୫: ଔପନିବେଶୀୟ ଯୁଗରୁ ରହିଆସିଥିବା ଦିଲ୍ଲୀ ଜିମ୍‌ଖାନା ପରିସରକୁ କେନ୍ଦ୍ର ସରକାର ଜୁନ୍‌ ୫ ସୁଦ୍ଧା ବଳପୂର୍ବକ ଦଖଲକୁ ନେବେ ନାହିଁ ବୋଲି ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କୁ…

ପରାଜୟ ପରେ ମମତାଙ୍କୁଠୁ ଦୂରୋଉଛନ୍ତି କର୍ମୀ, ଇସ୍ତଫା ଦେଲେ ୧୦୦ କାଉନସିଲର

କୋଲକାତା,୨୭ା୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପରାଜୟ ପରେ ନେତା ଓ କର୍ମୀମାନେ ଦଳରୁ ଦୂରେଇବା ଆରମ୍ଭ କରିଛନ୍ତି। ଏମ୍‌ପି କାକୋଲି…

OAS ପରୀକ୍ଷାରେ କମାଲ୍‌ କଲେ ଦେବଗଡର ପିୟୁଷ: ଦ୍ୱିତୀୟ ପ୍ରଚେଷ୍ଟାରେ ହାସଲ କଲେ ସଫଳତା

ଦେବଗଡ଼, ୨୭।୫(ଶଶାଙ୍କ ଶେଖର ଝାଙ୍କର): ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓସିଏସ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଦେବଗଡ ସହରର ପିୟୁଷ ସାହୁ ୪୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri