ଇସ୍ରାଏଲ ଆକ୍ରମଣରେ ୧୦ ହଜାରରୁ ଅଧିକ ପାଲେଷ୍ଟାଇନ ସାଧାରଣ ନାଗରିକଙ୍କ ମୃତ୍ୟୁ, ଏଥିରେ ଅଛନ୍ତି ୪୧୦୦ରୁ ଅଧିକ ପିଲା

ଜେରୁଜେଲମ,୬।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ। ଏହି ଯୁଦ୍ଧରେ ଏ ପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଥିବା ଅଲ ଜଜିରାର ଏକ ରିପୋର୍ଟରେ ଦାବି କରାଯାଇଛି।

ରିପୋର୍ଟ ଅନୁଯାୟୀ, ଗାଜାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ସୂଚନା ଦେଇଛି ଯେ, ମୃତ୍ୟୁ ସଂଖ୍ୟା ୧୦,୦୨୨ରେ ପହଞ୍ଚିଛି। ଇସ୍ରାଏଲର ଆକ୍ରମଣରେ ଏ ପର୍ଯ୍ୟନ୍ତ ୪୧୦୧ ପିଲାଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଅତି କମରେ ୨୦୦୦ ଲୋକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ଯେଉଁମାନେ ଭାରୀ ଉପକରଣ ଏବଂ ଯନ୍ତ୍ରପାତି ଅଭାବରୁ ବାହାରକୁ ଆସିପାରୁନାହାନ୍ତି। ଅଲ ଜଜିରାଙ୍କ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଅବରୋଧ ଯୋଗୁ ଲୋକମାନେ ଇନ୍ଧନ, ଖାଦ୍ୟ ଏବଂ ବିଦ୍ୟୁତ୍‌ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରୁନାହାନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ୧,୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହା ପରେ ଇସ୍ରାଏଲ ଗାଜା ସ୍ଥିତ ହମାସ ଉପରେ ଭୟଙ୍କର ଆକ୍ରମଣ କରିଛି। ଏକ ମାସ ଧରି ଚାଲିଥିବା ଯୁଦ୍ଧରେ ୧୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମ ନୁହେଁ, ଶିକ୍ଷା ଚାହୁଁ

ମହାକାଳପଡ଼ା,୨୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡ଼ାଙ୍ଗ ପଞ୍ଚାୟତ ସ୍ଥାନୀୟ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁନ୍ଦର ମୋହନ ସିଂଙ୍କ ତତ୍ତ୍ୱାବଧାନରେ ଶନିବାର…

ସିୟା-ଚେତନଙ୍କ ପ୍ରେମ କାହାଣୀର କ୍ରିକେଟ ସହ ରହିଛି ବିଶେଷ ସମ୍ପର୍କ, ପ୍ରଥମ ସାକ୍ଷାତର କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ପୁଣେ,୨୮।୬: କେତନ ଅଗ୍ରୱାଲ ହତ୍ୟା ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ – ସିୟା ଗୋୟଲ ଏବଂ ଚେତନ ଚୌଧୁରୀଙ୍କ ସମ୍ପର୍କରେ ଏକ ନୂଆ ଦିଗ ସାମ୍ନାକୁ ଆସିଛି।…

India Playing XI: ୨ଟି ପରିବର୍ତ୍ତନ, ତଥାପି ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ଥାନ ନାହିଁ…

ନୂଆଦିଲ୍ଲୀ,୨୮।୬: ବେଲଫାଷ୍ଟର ସିଭିଲ ସର୍ଭିସ କ୍ରିକେଟ କ୍ଲବ ଗ୍ରାଉଣ୍ଡରେ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ରବିବାର ଅନୁଷ୍ଠିତ ହେବ। ଶ୍ରେୟସ ଆୟର ଏବଂ…

ବୋମା ମାଡ଼ ମଧ୍ୟରେ ହର୍ମୁଜ ପ୍ରଣାଳୀ ଚିରି ବାହାରିଗଲା ଭାରତୀୟ ଜାହାଜ, ଧାନ ବୁଣା ପୂର୍ବରୁ ଚାଷୀଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୮।୬: ହର୍ମୁଜ ପ୍ରଣାଳୀରେ ବଢୁଥିବା ଉତ୍ତେଜନା ଏବଂ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ମଧ୍ୟରେ, ଭାରତୀୟ ଚାଷୀଙ୍କ ପାଇଁ ଏକ ସ୍ବାଗତଯୋଗ୍ୟ ଖବର ଅଛି। ଇରାନ ଦ୍ୱାରା…

ମୁଣ୍ଡ ନୁଆଁଇଲା ଶେହବାଜ ସରକାର, ପାକିସ୍ତାନର ସବୁଠାରୁ ବଡ଼ ନ୍ୟୁଜ ଚ୍ୟାନେଲ ଜିଓ ନ୍ୟୁଜ ଉପରେ ଲଗାଇଲା ପ୍ରତିବନ୍ଧକ, ଜାଣନ୍ତୁ କାହିଁକି

ଇସଲାମାବାଦ,୨୮।୬: ପାକିସ୍ତାନରେ ଗଣମାଧ୍ୟମ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାକିସ୍ତାନ ସରକାର ଦେଶର ସବୁଠାରୁ ବଡ଼ ନ୍ୟୁଜ ଚ୍ୟାନେଲଗୁଡ଼ିକ ମଧ୍ୟରୁ ଗୋଟିଏ, ଜିଓ ନ୍ୟୁଜର…

Iran US Conflict: ଆମେରିକା ଆକ୍ରମଣର ପ୍ରତିଶୋଧ ନେଲା ଇରାନ, କୁୱେତରୁ ବାହାରିନ ପର୍ଯ୍ୟନ୍ତ ଆମେରିକୀୟ ଘାଟି ଉପରେ କଲା କ୍ଷେପଣାସ୍ତ୍ର ମାଡ଼

ତେହରାନ,୨୮।୬: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଭାଙ୍ଗିବାକୁ ବସିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକୀୟ ସେନା ଦୁଇଥର ଇରାନ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ…

କରାଚୀରେ ବଡ଼ ଆତଙ୍କବାଦୀ ଆକ୍ରମଣ: ୬ ଆତଙ୍କବାଦୀଙ୍କ ସହ ୪ ରେଞ୍ଜର୍ସ ନିହତ

କରାଚୀ,୨୮।୬: ଶନିବାର ରାତିରେ ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ସିନ୍ଧ ରେଞ୍ଜର୍ସ ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲେ।…

ତେହରାନକୁ ଗମ୍ଭୀର ପରିଣାମ ଭୋଗିବାକୁ ଚେତାବନୀ ଦେଲେ ଟ୍ରମ୍ପ, କହିଲେ, ‘ଆମେରିକା ଏପର୍ଯ୍ୟନ୍ତ ସଂଯମତା ଅବଲମ୍ବନ କରିଛି..’

ଓ୍ବାଶିଂଟନ,୨୮।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ଯଦି ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri