Odisha Elections 2024

ରାଫାହ ଖାଲି କଲା ଇସ୍ରାଏଲ୍‌

ଜେରୁଜେଲମ୍‌,୭ା୫: ଗାଜାର ଦକ୍ଷିଣ ଭାଗରେ ଥିବା ରାଫାହ ସହରରୁ ୧ ଲକ୍ଷ ପାଲେଷ୍ଟିନୀୟଙ୍କୁ ଖାଲି କରିବା ପାଇଁ ଇସ୍ରାଏଲୀ ସେନା ନିର୍ଦ୍ଦେଶ ଦେବା ପରେ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଉକ୍ତ ଅଞ୍ଚଳରେ ଇସ୍ରାଏଲ ଦୀର୍ଘମିଆଦୀ ସ୍ଥଳଯୁଦ୍ଧ ଚଳାଇବାକୁ ଯାଉଥିବାର ସଙ୍କେତ ମିଳିଛି। ଫଳରେ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥ ଦେଶ ପକ୍ଷରୁ ଚାଲିଥିବା ଉଦ୍ୟମ ଫଳପ୍ରଦ ହେବା ନେଇ ଆଶଙ୍କା ଦେଇଦେଇଛି। ଗାଜା ଉପରେ ଇସ୍ରାଏଲ୍‌ ଆକ୍ରମଣ ଆରମ୍ଭ କରିବା ପରେ ରାଫାହରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ପାଲେଷ୍ଟିନୀୟ ଆଶ୍ରୟ ନେଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଯୁଦ୍ଧରେ ନିହତ ହୋଇଥିବା ଆଶଙ୍କା କରାଯାଉଛି। ପାଲେଷ୍ଟିନୀୟ ଶରଣାର୍ଥୀମାନଙ୍କୁ ସେବା ଯୋଗାଉଥିବା ଜାତିସଂଘ ସଂସ୍ଥା ଇସ୍ରାଏଲ୍‌ର ବିସ୍ଥାପନ ନିର୍ଦ୍ଦେଶକୁ ପାଳନ କରିବ ନାହିଁ ବୋଲି କହିଛି। ଅନ୍ୟପକ୍ଷରେ ଇସ୍ରାଏଲ୍‌ର କହିବା କଥା ହେଲା ୭ ମାସର ଆକ୍ରମଣ ପରେ ରାଫାହ ହମାସ ଆତଙ୍କବାଦୀଙ୍କ ନିରାପଦ ଆଡ୍ଡାରେ ପରିଣତ ହୋଇଛି। ଏହି ଆତଙ୍କବାଦୀ ଗୋଷ୍ଠୀକୁ ନିପାତ କରିବାକୁ ହେଲେ ସ୍ଥଳ ଆକ୍ରମଣ ଜରୁରୀ ବୋଲି ଇସ୍ରାଏଲୀ ସେନା କହିଛି। ଇଜିପ୍ଟ ସୀମାକୁ ଲାଗିଥିବା ରାଫାହରେ ଇସ୍ରାଏଲ୍‌ର ଆକ୍ରମଣକୁ ନେଇ ହମାସ ଏବଂ ଯୁଦ୍ଧବିରତି ଉଦ୍ୟମରେ ମୁଖ୍ୟ ମଧ୍ୟସ୍ଥ ଭୂମିକା ତୁଲାଉଥିବା କାତାର ପକ୍ଷରୁ ଚେତାବନୀ ଦିଆଯାଇଛି। ଅସ୍ତ୍ରବିରତି ଉଦ୍ୟମ ପାଇଁ ଅନ୍ତର୍ଜାତୀୟ ମଧ୍ୟସ୍ଥମାନଙ୍କ ଉଦ୍ୟମକୁ ଏଡ଼ାଇଯିବା ପାଇଁ ଇସ୍ରାଏଲ୍‌ ଆକ୍ରମଣକୁ ଜୋର୍‌ଦାର କରିବାକୁ ଯୋଜନା କରୁଥିବା କୁହାଯାଉଛି। ଏକ ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଚାଲିଥିବା ଇସ୍ରାଏଲ୍‌ ସେନା ମୁଖପାତ୍ର ଲ୍ୟୁଟ୍‌ନାଣ୍ଟ କନୋନେଲ ନାଡାଭ ଶୋଶାନି କହିଛନ୍ତି। ତେବେ କେତେବେଳେ ବଡ଼ ଆକ୍ରମଣ ଆରମ୍ଭ ହେବ କୁହାଯାଇପାରିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ରାଫାହରେ ଆକ୍ରମଣ ବ୍ୟତୀତ ଅନ୍ୟ ବିକଳ୍ପ ନାହଁ ବୋଲି ଇସ୍ରାଏଲ୍‌ ପ୍ରତିରକ୍ଷା ମନ୍ତ୍ରୀ ଆମେରିକା ପ୍ରତିପକ୍ଷ ଲୟଡ୍‌ ଅଷ୍ଟିନ୍‌ଙ୍କୁ କହିଛନ୍ତି। ରବିବାର ରାଫାହରୁ ହମାସ୍‌ ଆତଙ୍କବାଦୀ ରକେଟ ଆକ୍ରମଣ କରିବାରୁ ଇସ୍ରାଏଲ୍‌ର ୪ ସୈନ୍ୟ ନିହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସଂସଦୀୟ ପ୍ରତିନିଧିତ୍ୱ କ୍ଷେତ୍ରରେ ପାକିସ୍ତାନ-ବାଂଲାଦେଶଠାରୁ ବି ପଛରେ ଭାରତ

ନୂଆଦିଲ୍ଲୀ,୧୯ା୫: ଲୋକ ସଭା ନିର୍ବାଚନ ପ୍ରାୟ ଶେଷ ପର୍ଯ୍ୟାୟରେ। ଫଳାଫଳ ପାଇଁ ଆଉ ୧୫ ଦିନ ବାକି ଅଛି। ସମସ୍ତ ଦଳ ସେମାନଙ୍କର ବିଜୟ ଦାବି...

ଆଜି ମହାକାଶ ଯିବେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଗୋପୀଚାନ୍ଦ

ଓ୍ବାଶିଂଟନ,୧୯ା୫: ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ ମିଶନରେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଭାବେ ଗୋପୀଚାନ୍ଦ ଥୋକାତୁରା ରବିବାର ମହାକାଶକୁ ଯାତ୍ରା କରିବେ। ପାଇଲଟ ଗୋପୀଚାନ୍ଦ...

କିର୍‌ଗିଜସ୍ତାନରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ, ଘରେ ରହିବାକୁ ଦୂତାବାସର ପରାମର୍ଶ

ନୂଆଦିଲ୍ଲୀ,୧୮ା୫: କିର୍‌ଗିଜସ୍ତାନ ରାଜଧାନୀ ବିଶ୍‌କେକ୍‌ରେ କେତେଜଣ ଭାରତୀୟଙ୍କ ସମେତ ବିଦେଶୀ ଛାତ୍ର ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ସେଠାରେ ଉତ୍ତେଜନା ଲାଗିରହିଥିବାରୁ ଭାରତୀୟମାନେ ଘରେ...

ସିଙ୍ଗାପୁରରେ କରୋନାର ନୂଆ ଓ୍ବେଭ୍‌, ୬ ଦିନରେ ୨୫,୯୦୦ ମାମଲା

ସିଙ୍ଗାପୁର, ୧୮।୫: ଦକ୍ଷିଣ-ପୂର୍ବ ଏସୀୟ ଦେଶ ସିଙ୍ଗାପୁରରେ କରୋନା ଭାଇରସ ପୁଣି ଥରେ ବ୍ୟାପିବାରେ ଲାଗିଛି। ଦେଶରେ ଗତ ୬ ଦିନ ମଧ୍ୟରେ ୨୫,୯୦୦ ନୂଆ...

ଡରିଗଲା ପାକିସ୍ତାନ, ଭାରତକୁ କଲା ଏମିତି ଅନୁରୋଧ

ଇସଲାମାବାଦ୍‌,୧୮।୩: ପାକିସ୍ତାନ ସରକାର ଭାରତ ସହ ସମ୍ପର୍କକୁ ନେଇ ନ୍ୟାଶନାଲ୍‌ ଆସେମ୍ଭଲିରେ ଏକ ଲିଖିତ ଉତ୍ତର ଦେଇଛନ୍ତି। ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ପାକିସ୍ତାନର...

୩ ପାକିସ୍ତାନୀ ଛାତ୍ରଙ୍କୁ ହତ୍ୟା, ଭାରତୀୟଙ୍କୁ ଘରୁ ନ ବାହାରିବାକୁ ଦିଆଗଲା ପରାମର୍ଶ

ବିଶେକ,୧୮।୫: ମଧ୍ୟ ଏସୀୟ ଦେଶ କିର୍ଗିସ୍ଥାନରେ ମେଡିକାଲ ପଢିବାକୁ ଯାଇଥିବା ଭାରତୀୟ ଏବଂ ପାକିସ୍ତାନୀ ଛାତ୍ରଙ୍କ ଜୀବନ ବିପଦରେ। କିର୍ଗଜସ୍ଥାନରୁ ଖବର ଆସିଛି ଯେ ସେଠାରେ...

ବ୍ରିଟେନରେ କମୁଛି ଅରବପତିଙ୍କ ସଂଖ୍ୟା, ଏହାପରେ ବି ବଢୁଛି ସୁନକଙ୍କ ସମ୍ପତ୍ତି

ଲଣ୍ଡନ,୧୮।୫: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀଙ୍କ ସମ୍ପତ୍ତି ବୃଦ୍ଧି ପାଉଛି। ଦୁଇ ବର୍ଷ ପୂର୍ବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଏବଂ...

ସୋମବାର ଚତୁର୍ଥ ଥର ଆସ୍ଥା ଲୋଡ଼ିବେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୧୮ା୫(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ ତାଙ୍କ ୧୮ ମାସର କାର୍ଯ୍ୟକାଳ ମଧ୍ୟରେ ସୋମବାର ଚତୁର୍ଥ ଥର ପାଇଁ ଆସ୍ଥାଭୋଟ ଲୋଡ଼ିବାକୁ ଯାଉଛନ୍ତି। ସହଯୋଗୀ ଜନତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri