ନିଃସଙ୍ଗ ନାଗରିକ

ବିପିନ ବିହାରୀ ରାଉତ

ବୟୋବୃଦ୍ଧମାନଙ୍କୁ ପ୍ରଭାବିତ କରୁଥିବା ବିଷୟ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୧ରେ ପାଳନ କରାଯାଏ ଅନ୍ତର୍ଜାତୀୟ ବୟୋବୃଦ୍ଧ ଦିବସ। ସମାଜ ଗଠନରେ ବୟସ୍କ ବ୍ୟକ୍ତିଙ୍କ ଅବଦାନକୁ ମନେପକାଇବା ସହ ସେମାନଙ୍କୁ ଉତ୍ସାହିତ କରିବା ମଧ୍ୟ ଏହାର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ।
ଆମ ଦେଶର ଏକଚତୁର୍ଥାଂଶ ବା ୨୫% ବୟସ୍କ ବ୍ୟକ୍ତି ନିଃସଙ୍ଗ ଜୀବନଯାପନ କରୁଥିବା ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। ନିକଟରେ ଦିଲ୍ଲୀଭିତ୍ତିକ ସ୍ବେଚ୍ଛାସେବୀ ସଂଗଠନ ଏଜ୍‌ୱେଲ ଫାଉଣ୍ଡେଶନ ଦ୍ୱାରା ୧୦,୦୦୦ ବୟସ୍କ ବ୍ୟକ୍ତିଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇ ଏହାକୁ ବିଶ୍ଳେଷଣ କରାଯାଇଥିଲା। ପ୍ରତି ୪ଜଣରେ ଜଣେ ଅର୍ଥାତ୍‌ ୨୩.୪୪% ବୟସ୍କ ବ୍ୟକ୍ତି ଏକାକୀ ବାସ କରୁଥିବା ପ୍ରକାଶ କରିଥିଲେ। ସେହିପରି ପ୍ରତି ୨ଜଣରେ ଜଣେ ବୟସ୍କ (୪୮.୮୮%) ସେମାନଙ୍କ ଜୀବନସାଥୀଙ୍କ ସହ ବାସ କରୁଥିବାବେଳେ ୨୬.୫% ବୟସ୍କ ସେମାନଙ୍କ ପିଲା ତଥା ପରିବାର ସଦସ୍ୟଙ୍କ ସହ ରହୁୁଥିତ୍ବା ଉକ୍ତ ସର୍ବେକ୍ଷଣ ରିପୋର୍ଟରେ ପ୍ରକାଶ ପାଇଛି। ତେବେ ଏହି ପରିସ୍ଥିତି ସହରାଞ୍ଚଳରେ ଅତି ଦୟନୀୟ। ସହରାଞ୍ଚଳରେ ୨୫.୩% ବୟସ୍କ ଏକୁଟିଆ ରହୁଥିବା ବେଳେ ସେ ତୁଳନାରେ ଗ୍ରାମାଞ୍ଚଳରେ୨୧.୩୮% ବୟସ୍କ ଏକଲା ବାସ କରୁଛନ୍ତି। ବହୁସଂଖ୍ୟକ ବୟସ୍କ ଏକୁଟିଆ ଅଥବା ସେମାନଙ୍କ ଜୀବନସାଥୀଙ୍କ ସହ ରହିବା ପାଇଁ ପସନ୍ଦ କରୁଥିବା ଜାଣିବାକୁ ମିଳିଛି। ଏଥିପାଇଁ ସେମାନେ ସ୍ବାଧୀନ ଜୀବନଯାପନ କରୁଥିଲେ ହେଁ ଅର୍ଥ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହେଉଥିବାରୁ ସମସ୍ୟାରେ ପଡ଼ିଥାଆନ୍ତି। କେବଳ ୩୬.୮୧% ଲୋକ ସେମାନଙ୍କ ବୟସର ଅପରାହ୍ନରେ ଆର୍ଥିକ ସ୍ବଚ୍ଛଳ ଥିବା ବିଷୟ ଉକ୍ତ ସର୍ବେକ୍ଷଣରେ ପ୍ରକାଶ କରାଯାଇଛି। ଗତ ମେ ଓ ଜୁନ୍‌ରେ କରାଯାଇଥିବା ଏହି ସର୍ବେକ୍ଷଣରେ ଦେଶର ୨୦ଟି ରାଜ୍ୟର ବୟସ୍କ ପୁରୁଷ ଓ ମହିଳାଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା।
ଦେଶରେ ବୃଦ୍ଧ ମାତାପିତାଙ୍କୁ ପରିବାର ଲୋକେ ଅବହେଳା କରୁଥିବା ସମସ୍ୟା ବଢ଼ୁଥିବା ଯୋଗୁ ଏହାର ମୁକାବିଲା ସକାଶେ କେନ୍ଦ୍ର ସରକାର ପୁରୁଣା ଆଇନର ସଂଶୋଧନ କରିବାକୁ ଯାଉଥିବା ଆଶ୍ୱସ୍ତିର ବିଷୟ। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ମାତାପିତା ଓ ବରିଷ୍ଠ ନାଗରିକଙ୍କର ରକ୍ଷଣାବେକ୍ଷଣ ତଥା କଲ୍ୟାଣ ସଂଶୋଧନ ବିଲ୍‌, ୨୦୨୦ର ଚିଠା ପ୍ରସ୍ତୁତ କରିଛନ୍ତି । ସଂଶୋଧିତ ବିଲ୍‌ରେ ଏ ସଂକ୍ରାନ୍ତରେ ରହିଥିବା ୨୦୦୭ ଆଇନର ଦୁର୍ବଳ ଦିଗଗୁଡ଼ିକୁ ଦୂର କରିବାକୁ ଉଦ୍ୟମ କରାଯାଇଛି, ଯଦ୍ଦ୍ବାରା ପରିବାରର ବୟବୃଦ୍ଧମାନଙ୍କର ରକ୍ଷଣାବେକ୍ଷଣ ବ୍ୟବସ୍ଥାରେ ଉନ୍ନତି ଘଟିବ। ପୃଥିବୀର ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ସମସ୍ୟା ବଢ଼ୁଛି ଓ ଅଧିକାଂଶ ରାଷ୍ଟ୍ର ବୁଢ଼ୀବୁଢ଼ାଙ୍କ ଅବହେଳାକୁ ରୋକିବା ପାଇଁ ଆଇନ କଲେଣି। ଭାରତରେ ଗ୍ରାମାଞ୍ଚଳଭିତ୍ତିକ ପାରମ୍ପରିକ ଯୌଥ ପରିବାର ବ୍ୟବସ୍ଥା ଧୀରେ ଧୀରେ ଭାଙ୍ଗୁଥିବାରୁ ଓ ସହରଗୁଡ଼ିକରେ ଏକକ ପରିବାର ବଢ଼ୁଥିବା ଯୋଗୁ ବରିଷ୍ଠ ନାଗରିକଙ୍କ ସମସ୍ୟା ବଢ଼ିଯାଉଛି। ଯଦିଓ ଭାରତରେ ମୋଟ ଜନସଂଖ୍ୟାରେ ଯୁବ ବୟସର ଲୋକଙ୍କ ସଂଖ୍ୟା ବେଶି ତଥାପି ହାରାହାରି ଆୟୁ ବଢ଼ୁଥିବାରୁ ଆଗାମୀ ଦିନରେ ବୁଢ଼ୀବୁଢ଼ାଙ୍କ ସଂଖ୍ୟା ଅଧିକ ହେବ ଏବଂ ସେ ଦୃଷ୍ଟିରୁ ସେମାନଙ୍କ ସୁରକ୍ଷା ସକାଶେ ଏବେଠାରୁ ପଦକ୍ଷେପ ନିଆଯିବା ଦରକାର।
ସଂଶୋଧିତ ଆଇନର ବିଶେଷତ୍ୱ ହେଲା, ଏଣିକି ଦେଶର ସବୁ ସବ୍‌ଡ଼ିଭିଜନରେ ବରିଷ୍ଠ ନାଗରିକଙ୍କ ଅଭିଯୋଗର ସମାଧାନ କରିବାକୁ ଟ୍ରିବ୍ୟୁନାଲ ଗଠନ କରାଯିବ। ମୁଖ୍ୟତଃ ଯେଉଁ ବୁଢ଼ୀବୁଢ଼ାଙ୍କୁ ଖାଦ୍ୟ, ଆଶ୍ରୟ, ଲୁଗାପଟା, ଚିକିତ୍ସା ଆଦି ମୌଳିକ ଆବଶ୍ୟକତା କ୍ଷେତ୍ରରେ ଆତ୍ମୀୟମାନେ ଅବହେଳା କରୁଛନ୍ତି ସେମାନଙ୍କ ସମସ୍ୟା ଉପରୋକ୍ତ ଟ୍ରିବ୍ୟୁନାଲ ୯୦ ଦିନ ମଧ୍ୟରେ ତୁଟାଇବ। ଅର୍ଥାତ୍‌ ସେମାନଙ୍କୁ ପ୍ରଚଳିତ କୋର୍ଟ ବ୍ୟବସ୍ଥା ଦେଇ ଦୀର୍ଘଦିନ କେସ୍‌ ପଛରେ ଦୌଡ଼ିବାକୁ ପଡ଼ିବ ନାହିଁ। ଯଦି ଅବହେଳିତ ମାତାପିତା ନିଜ ଆୟରେ ଅଥବା ସ୍ବ ସମ୍ପତ୍ତିରୁ ଚଳିବାକୁ ଅକ୍ଷମ ସେମାନେ ଟ୍ରିବ୍ୟୁନାଲରେ ସନ୍ତାନସନ୍ତତିଙ୍କ ବିରୋଧରେ ଅଭିଯୋଗ କଲେ ତୁରନ୍ତ ସେମାନଙ୍କୁ ନ୍ୟାୟ ମିଳିବ। ଏହି ବ୍ୟବସ୍ଥାରେ ସନ୍ତାନସନ୍ତତି ବା ଆଇନଗତ ଉତ୍ତରାଧିକାରୀଙ୍କୁ ମାଆ-ବାପାଙ୍କ ରକ୍ଷଣାବେକ୍ଷଣ ବାବଦରେ ୧୦ ହଜାର ଟଙ୍କା ଯାଏ ଦେବା ଲାଗି ଟ୍ରିବ୍ୟୁନାଲ ଆଦେଶ ଦେବେ। ଯେଉଁମାନେ ମାଆ-ବାପାଙ୍କୁ ଅବହେଳା କରିବା ବା ପରିତ୍ୟକ୍ତ ଅବସ୍ଥାରେ ଛାଡ଼ିଦେବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହେବେ ସେମାନଙ୍କୁ ୩ମାସ ଯାଏ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ଚିଠା ସଂଶୋଧିତ ବିଲ୍‌ରେ ଯେଉଁସବୁ ନୂଆ ବ୍ୟବସ୍ଥା କରାଯାଇଛି ସେଥିରେ ବୟୋବୃଦ୍ଧଙ୍କ ଅଧିକାରକୁ ଗୁରୁତ୍ୱ ଦେବାଲାଗି ଉଦ୍ୟମ ହୋଇଛି।
ଭାରତରେ ଦୁଇତୃତୀୟାଂଶ ବୁଢ଼ୀବୁଢ଼ା ପରିବାର ଲୋକଙ୍କ ଦ୍ୱାରା ଅବହେଳିତ ହେଉଛନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି। ଏକ ତୃତୀୟାଂଶଙ୍କର ଅଭିଯୋଗ ହେଲା ସେମାନେ ଆତ୍ମୀୟମାନଙ୍କ ଦ୍ୱାରା ଶାରୀରିକ ଅତ୍ୟାଚାର ଓ ଗାଳିଗୁଲଜର ଶିକାର ହୁଅନ୍ତି। ଏଣୁ ସେମାନଙ୍କ ପାଇଁ କେନ୍ଦ୍ରର ଆଇନଗତ ସୁରକ୍ଷା ଅନେକାଂଶରେ ସହାୟକ ହେବ ବୋଲି ଆଶା। କେନ୍ଦ୍ର ଓ ରାଜ୍ୟଗୁଡ଼ିକ କେବଳ ଏତିକିରେ ସୀମିତ ନରହି ବରିଷ୍ଠ ନାଗରିକଙ୍କ ପାଇଁ ବେଶି ସରକାରୀ ସୁବିଧା ମଧ୍ୟ ଦେବା ଆବଶ୍ୟକ ହେଉଛି। ସେଥିରେ ପେନ୍‌ସନଠାରୁ ଆରମ୍ଭକରି ସହରାଞ୍ଚଳରେ ସରକାରୀ ବୃଦ୍ଧ ନିବାସ ଗଠନକୁ ଗୁରୁତ୍ୱ ଦିଆଯିବା ଉଚିତ। ଆମ ସମାଜର ଓ ଆମ ସମୟର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ହେଉଛନ୍ତି ଏହି ପରିଣତ ବୟସର ନାଗରିକମାନେ। ସେମାନଙ୍କ ମୂଲ୍ୟବାନ ପରାମର୍ଶ, ହିତୋପଦେଶ ନିଶ୍ଚିନ୍ତ ଭାବରେ ଆମ ସମସ୍ତଙ୍କ ପାଇଁ ମଙ୍ଗଳଦାୟକ ହେବ।
ଶ୍ରୀବିହାର କଲୋନୀ, ତୁଳସୀପୁର, କଟକ
ମୋ – ୯୪୩୭୬୬୬୪୫୩


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri