ରାଉରକେଲାର ୬ ୟୁପିଏଚ୍‌ସିକୁ ଆଇଏସ୍‌ଓ ପ୍ରମାଣପତ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ଚଳିତ ବର୍ଷ ସୁନ୍ଦରଗଡ଼ ଜିଲାର ରାଉରକେଲା ମହାନଗର ନିଗମର ୬ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି)କୁ ଆଇଏସ୍‌ଓ ପ୍ରମାଣପତ୍ର ମିଳିଛି। ସେହି ୟୁପିଏଚ୍‌ସିଗୁଡ଼ିକ ହେଲା କୋଏଲ ନଗର, ସେକ୍ଟର-୬, ତିଲକ ନଗର, ଛେଣ୍ଡ କଲୋନୀ, ବାଲୁଘାଟର ୟୁଏଫ୍‌ଡବ୍ଲ୍ୟୁସି ଓ ବାସନ୍ତୀ କଲୋନୀ ନିକଟ ଡିଏଭିଏମ୍‌ଏସି। ଭଲ ପରିଚାଳନା ସହିତ ସାଧାରଣ କ୍ଲିନିକାଲ୍‌ ସେବା, ସ୍ବତନ୍ତ୍ର ସେବା, ନିରାମୟ, ପରିବାର ଯୋଜନା, ପ୍ରତିରୋଧକ ବ୍ୟବସ୍ଥା, ପ୍ରସାରଣ ସେବା, ଯୋଗ ଆଦି ପ୍ରଦାନ କ୍ଷେତ୍ରରେ ଆଇଏସ୍‌ଓ ୯୦୦୧:୨୦୧୫ ପ୍ରମାଣପତ୍ର ମିଳିଛି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ମହାନଗର ନିଗମକୁ ପ୍ରଶଂସା କରିଛନ୍ତି। କୋଭିଡ୍‌-୧୯ ଆହ୍ବାନ ସତ୍ତ୍ୱେ ଏହି ପରିବର୍ତ୍ତନକାରୀ ଉଦ୍ୟମ ତୃଣମୂଳସ୍ତରରେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୯-୨୦ରେ ଓଡ଼ିଶାର ୪ଟି ୟୁପିଏଚ୍‌ସିକୁ ଏନ୍‌କ୍ୟୁଏସ୍‌ ପ୍ରମାଣପତ୍ର, ୧୩ ୟୁପିଏଚ୍‌ସିକୁ ଆଇଏସ୍‌ଓ ପ୍ରମାଣପତ୍ର, ୬୬ଟି ୟୁପିଏଚ୍‌ସି ଓ ସିଏଚ୍‌ସିକୁ କାୟାକଳ୍ପ ପୁରସ୍କାର ମିଳିଛି। ଏହା ଜାତୀୟ ସହଞ୍ଚଳ ସ୍ବାସ୍ଥ୍ୟ ମିଶନ ଅଧୀନରେ ଥିବା ‘କାୟାକଳ୍ପ’ର ସର୍ବାଧିକ ସଫଳତା।


Enter your email to get our daily news in your inbox.

All Right Reserved By Dharitri.Com

ଭଜନ କୀର୍ତ୍ତନ କରି ହୋଲି ଖେଳିଲେ ବରିଷ୍ଠ ନାଗରିକ

କୁଆଁରମୁଣ୍ଡା,୨୬।୩(ମହେନ୍ଦ୍ର କୁମାର ସାହୁ): ଆଜି ରଙ୍ଗର ପର୍ବ ହୋଲି। ପରସ୍ପର ମଧ୍ୟରେ ଥିବା ମନୋମାଳିନ୍ୟକୁ ପଛରେ ପକାଇ ଲୋକେ ରଙ୍ଗ ଓ ଅବିର ଲଗାଇ ପରସ୍ପରକୁ...

କାଳବୈଶାଖୀ ତାଣ୍ଡବ: ଗରମ, ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି

ବନ୍ଧମୁଣ୍ଡା,୨୫।୩(ସୁବ୍ରତ ଦେ): ରେଲନଗରୀ ବନ୍ଧମୁଣ୍ଡାରେ କାଳବୈଶାଖୀ ତାଣ୍ଡବ ରଚିଛି। ସୋମବାର ସାରେ ରାଉରକେଲା, ବନ୍ଧମୁଣ୍ଡା ସମେତ ଆଖପାଖ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଝଡ଼...

ସ୍ତ୍ରୀ ମୃତ୍ୟୁର ୩ ଦିନ ପରେ ଆତ୍ମହତ୍ୟା କଲା ସ୍ବାମୀ

ଟେନ୍‌ସା,୨୪।୩(ସମୀର କୁମାର ପାଢୀ): ସ୍ତ୍ରୀର ମୃତ୍ୟୁକୁ ଅତି ସହଜରେ ଗ୍ରହଣ କରି ପାରିଲେନି ସ୍ବାମୀ। ସ୍ତ୍ରୀ ମୃତ୍ୟୁର ୩ ଦିନ ପରେ ଆତ୍ମହତ୍ୟା କଲେ ସ୍ବାମୀ।...

ବୀରମିତ୍ରପୁରରେ ଆଶଙ୍କାରେ ଭାଜପା,ବିଜେଡି ଆଶାୟୀ

କୁଆଁରମୁଣ୍ଡା,୨୧ା୩ (ମହେନ୍ଦ୍ର କୁମାର ସାହୁ): ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିଲେ ମଧ୍ୟ ଓଡ଼ିଶା – ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ସୁନ୍ଦରଗଡ ଜିଲାର ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ...

ଦୁଇ ଦଶନ୍ଧି ପରେ ସୁନ୍ଦରଗଡ଼ ଜିଲାରେ ମହାବଳ ବାଘ, ଜାଣନ୍ତୁ କେଉଁଠୁ ଆସିଲା

ଭୁବନେଶ୍ୱର,୧୮।୩: ଦୁଇ ଦଶନ୍ଧି ପରେ ସୁନ୍ଦରଗଡ଼ ଜିଲାରେ ପଡିଛି ମହାବଳ ବାଘର ପାଦ। ବନବିଭାଗ କ୍ୟାମେରାରେ ମହାବଳ ଟ୍ରାପ୍ ହେବା ପରେ ଏହି ଖବର ସାମ୍ନାକୁ...

ବାହାରିଥିଲା ବରଯାତ୍ରୀ: ବାଟରୁ ବରଙ୍କୁ ଉଠାଇ ନେଲା ପୋଲିସ

ସୁନ୍ଦରଗଡ,୧୭ା୩(ଜୟ ନାରାୟଣ ମେଣ୍ଡୁଳି): ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲେ। ଯୁବତୀ ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ହେଲେ ଶେଷରେ ପ୍ରେମିକାଙ୍କୁ...

କଂଗ୍ରେସ ଆସିଲେ କୃଷି ଋଣ ଛାଡ଼ କରାଯିବ

ରାଉରକେଲା,୧୭ା୩(ବିପ୍ଲବ ରଞ୍ଜନ ଦାଶ): ରାଉରକେଲା ସେକ୍ଟର-୨୧ ସ୍ଥିତ କଂଗ୍ରେସ ଭବନଠାରେ ଏକ ଖବରଦାତା ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ରାଉରକେଲା ଜିଲା ସାଙ୍ଗଠନିକ ଜିଲା...

ମୃତ ଝିଅ ୨୧ ଦିନ ପରେ ବଞ୍ଚିଯିବ: ରାତାରାତି ଶବଗୃହ ତାଲା ଭାଙ୍ଗି ନେଇଗଲେ ମୃତଦେହ

ରାଉରକେଲା,୧୭।୩ : ମୋ ଝିଅ ୨୧ ଦିନ ପରେ ବଞ୍ଚିଯିବ। ଝିଅର ମୃତଦେହ  ସହିତ କଥା ହେଉଛି ମା’।  ଝିଅର ମୃତ୍ୟୁକୁ ମାନିନେଇ ପାରୁନି ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri