୧୬୦ ବର୍ଷ ପରେ ଦ୍ୱୀପ ଫେରିପାଇଲେ

ଓ୍ବାଶିଂଟନ୍‌, ୬ା୬: ୟୁରୋପୀୟମାନଙ୍କ ସହିତ ପ୍ରଥମେ ଯୋଗାଯୋଗ ସ୍ଥାପନ କରିବାରେ ଆମେରିକୀୟ ଗୋଷ୍ଠୀଙ୍କ ମଧ୍ୟରୁ ଅନ୍ୟତମ ପାସାମାକୋଡି ଉପନିବେଶବାଦୀଙ୍କ ଚକ୍ରାନ୍ତର ଶିକାର ହୋଇଥିଲେ। ଧୀରେ ଧୀରେ ସେମାନଙ୍କଠାରୁ ନିଜର ହଜାର ହଜାର ବର୍ଷର ବାସସ୍ଥାନ ଛଡ଼ାଇ ନିଆଯାଇଥିଲା। ହେଲେ ବିଲୁପ୍ତ ପ୍ରାୟ ଅବସ୍ଥାକୁ ଆସିଥିଲେ ବି ଘରକୁ ଫେରିବାର ଆଶା ଛାଡ଼ି ନ ଥିଲେ ଏହି ଆଦିବାସୀ ସମୁଦାୟ। ବିଭିନ୍ନ ସ୍ଥାନରେ ବାସ କରୁଥିବା ଏହି ଗୋଷ୍ଠୀ ଦୀର୍ଘ ୧୬୦ ବର୍ଷ ପରେ ଶେଷରେ ସ୍ବପ୍ନ ସାକାର କରିବାରେ ସଫଳ ହୋଇଛନ୍ତି। ପ୍ରାୟ ୨.୬ କୋଟି ଟଙ୍କା ଯୋଗାଡ଼ ହେବା ପରେ ସେମାନେ ପାଇନ ଦ୍ୱୀପ କିଣି ଏବେ ନିଜ ପୂର୍ବପୁରୁଷଙ୍କ ସ୍ଥାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି।
ଆମେରିକୀୟ ଆଦିବାସୀ ପାସାମାକୋଡିଙ୍କ ପ୍ରାୟ ୧୦ ହଜାର ବର୍ଷ ପୁରୁଣା ବାସସ୍ଥାନ ବୋଲି କୁହାଯାଉଥିବା କୁଓ୍ବେସୁଓ୍ବି ମୋନିହକ୍‌ ତଥା ପାଇନ ଦ୍ୱୀପକୁ ୧୬୦ ବର୍ଷ ପରେ ସେମାନେ ଫେରିପାଇଛନ୍ତି। ‘ଲ୍ୟାଣ୍ଡ ବ୍ୟାକ୍‌’ ଅଭିଯାନରେ ୩ ଲକ୍ଷ ୫୫ ହଜାର ଡଲାର(ପ୍ରାୟ ୨.୬ କୋଟି ଟଙ୍କା)ରେ ଏହି ଆଦିବାସୀ ସମ୍ପ୍ରଦାୟ ଦ୍ୱୀପ କ୍ରୟ କରିଛନ୍ତି। ଆମେରିକାରେ ବାସ କରୁଥିବା ପାସାମାକୋଡି ଏକ ସଂଖ୍ୟାଲଘୁ ସମ୍ପ୍ରଦାୟ ହୋଇଥିବାବେଳେ ଏବେ ମାତ୍ର ୩,୭୦୦ ଜଣ ରହିଛନ୍ତି। ଏହି ଦ୍ୱୀପ ଉକ୍ତ ଜନଜାତିଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ସ୍ଥାନ ବୋଲି ବିବେଚନା କରାଯାଏ। ୧୫ଶହରୁ ୧୮ଶହ ଶତାବ୍ଦୀରେ ୟୁରୋପରେ ଆସିଥିବା ଅନେକ ମହାମାରୀର ଶିକାର ହୋଇ ଏହି ଜନଜାତିର ପ୍ରାୟ ୯୦ ପ୍ରତିଶତ ଜନସଂଖ୍ୟା ହ୍ରାସ ପାଇଯାଇଥିଲା। ଅନେକ ଲୋକଙ୍କୁ ବିଭିନ୍ନ ଦ୍ୱୀପକୁ ଯାଇ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିଥିଲା। ବୈପ୍ଲବିକ ଯୁଦ୍ଧରେ ପାସାମାକୋଡିଙ୍କ ଯୋଗଦାନକୁ ନେଇ ୧୭୯୪ ମସିହାରେ ମାସାଚ୍ୟୁସେଟ୍ସ ସରକାର ଏକ ଚୁକ୍ତି କରି ଏହି ସମ୍ପ୍ରଦାୟକୁ ଆଦିବାସୀ ବର୍ଗ ଅନ୍ତର୍ଭୁକ୍ତ କରିଥିଲେ। କିନ୍ତୁ ୧୮୨୦ରେ ମେନ୍‌କୁ ଆମେରିକାର ଏକ ରାଜ୍ୟ ବୋଲି ମାନ୍ୟତା ମିଳିବା ପରେ ଉପନିବେଶବାଦୀମାନେ ଚୁକ୍ତିନାମା ଖିଲାପ କରି ଦ୍ୱୀପର ଟାଇଟଲ ପରିବର୍ତ୍ତନ କଲେ। ପରେ ସେମାନଙ୍କଠାରୁ ତାଙ୍କ ମୂଳ ବାସସ୍ଥାନ ମଧ୍ୟ ଛଡ଼ାଇ ନେଇଥିଲେ। ୧୮୫୧ ଜନଗଣନା ଅନୁସାରେ ମାତ୍ର ୨୦ ଜଣ ପାସାମାକୋଡି ରହୁଥିଲେ। ୧୮୬୧ ମସିହାରେ ସେଠାରେ ଏହି ଜନଜାତି ବିଲୁପ୍ତ ପ୍ରାୟ ହୋଇଯାଇଥିଲା। ୨୦୨୧ ସୁଦ୍ଧା ସେମାନେ ସବୁକିଛି ହରାଇଥିଲେ ଏବଂ ୧୬୦ ବର୍ଷ ହେବ ଏହି ଜନଜାତି ନିଜ ବାସସ୍ଥଳୀ ପାଇନ୍‌ ଦ୍ୱୀପରେ ପାଦ ମଧ୍ୟ ରଖିପାରି ନ ଥିଲେ।
ଭାରତୀୟ ଟାଉନଶିପ୍‌ ସଂରକ୍ଷଣଧାରୀ ପାସାମାକୋଡ଼ି ମୁଖ୍ୟ ଓ୍ବିଲିୟମଙ୍କ ନିକୋଲାସ୍‌ଙ୍କ କହିବା ଅନୁଯାୟୀ, ପାଇନ୍‌ ଦ୍ୱୀପକୁ ସେମାନଙ୍କଠାରୁ ଛଡ଼ାଇ ନିଆଯାଇଛି। ଏହାକୁ ଫେରାଇ ଆଣିବା ସମ୍ପ୍ରଦାୟର ପ୍ରତି ମୁଖ୍ୟଙ୍କ ଲକ୍ଷ୍ୟ ରହିଥିଲା। ଗତ ବର୍ଷ ଜୁଲାଇ ୪ରେ ଏହି ଦ୍ୱୀପଟି privateislandsonline.comରେ ୪ ଲକ୍ଷ ୪୯ ହଜାର ଡଲାରରେ ବିକ୍ରି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିବା ସେ ଦେଖିଥିଲେ। ପରେ ଏହାକୁ ନିଜର କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଥିଲା। ଗତ ମାର୍ଚ୍ଚରେ, ବିଭିନ୍ନ ଦାତବ୍ୟ ସଂସ୍ଥାର ଅନୁଦାନ ସହିତ ଏହି ଜନଜାତି ପ୍ରାୟ୨.୬ କୋଟି ଟଙ୍କା ସଂଗ୍ରହ କରିବା ପରେ ଦ୍ୱୀପକୁ କିଣିପାରିଛନ୍ତି। ରୋଗର ମୁକାବିଲା ସହ ଅନେକ ସଂଘର୍ଷ ପରେ ନିଜ ବାସସ୍ଥାନ ଫେରିପାଇବା ବେଶ୍‌ ଗୁରୁତ୍ୱ ରଖେ ବୋଲି ସେ କହିଛନ୍ତି।
ଜନଜାତିର ଐତିହାସିକ ସଂରକ୍ଷଣ ଅଧିକାରୀ ଡୋନାଲ୍ଡ ସୋକ୍ଟୋମା କହିଛନ୍ତି, ଅନ୍ୟ କେହି ଏହି ଜମିର ମାଲିକ ନୁହନ୍ତି। ଦ୍ୱୀପର ସୁରକ୍ଷା ଆମର ପ୍ରମୁଖ କର୍ତ୍ତବ୍ୟ। ହଜିଯାଇଥିବା ନିଜ ଲୋକଙ୍କୁ ପୁଣି ଫେରି ପାଇଲେ ଯେପରି ଖୁସି ମିଳେ ସେପରି ଅନୁଭବ ହେଉଛି। ଆମେରିକୀୟ ଆଦିବାସୀ ଗୋଷ୍ଠୀ ଦ୍ୱାରା ପାଇନ୍‌ ଦ୍ୱୀପର ପୁନରୁଦ୍ଧାର ‘ଲାଣ୍ଡ ବ୍ୟାକ୍‌’ ଅଭିଯାନର ଏକ ସଫଳ ପ୍ରୟାସ। ୧୭୭୬ ମସିହାରୁ ୧.୫ ବିଲିୟନ ଏକର ଜାଗାରେ କ୍ଷୟକ୍ଷତି ସହ ଏହି ଗୋଷ୍ଠୀ ହିଂସା, ଉତ୍ପୀଡ଼ନ, ଉତ୍କଟ ଦାରିଦ୍ର୍ୟର ସମ୍ମୁଖୀନ ହୋଇଥିଲା।
ଗତ ବର୍ଷ ଜୁଲାଇରେ ଭୂମିହୀନ ଏସେଲେନ୍‌ ଆଦିବାସୀ ୨୫୦ ବର୍ଷ ପରେ କାଲିଫର୍ନିଆର ବିଗ୍‌ ସୁର୍‌ରେ ୪.୫ ମିଲିୟନ ଡଲାରରେ ୧୨ଶହ ଏକର ଜାଗା କିଣିପାରିଥିଲେ। ଏକ ଗଣହତ୍ୟାକାଣ୍ଡର ୧୫୯ ବର୍ଷ ପରେ ୨୦୧୯ରେ ଓ୍ବିୟୋଟ୍‌ ଆଦିବାସୀଙ୍କୁ ୟୁରେକା ସହର ମାଗଣାରେ କାଲିଫର୍ନିଆର ଦୁଲୁଓ୍ବାତ୍‌ ଦ୍ୱୀପରେ ୨୮୦ ଏକର ଜାଗା ମାଗଣାରେ ଫେରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri