Posted inଖେଳ

ଆଇଏସ୍‌ଏଲ୍‌: କଳିଙ୍ଗରେ ଆଜି ଓଡ଼ିଶା ଏଫ୍‌ସି-ଚେନ୍ନାଇନ୍‌

ଭୁବନେଶ୍ୱର, ୨୩।୯(ତପନ ସ୍ବାଇଁ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୧୦ମ ସଂସ୍କରଣରେ ଓଡ଼ିଶା ଏଫ୍‌ସିର ଅଭିଯାନ ଶନିବାର ଆରମ୍ଭ ହେବ। ଘରୋଇ ପରିବେଶରେ କଳିଙ୍ଗ ଷ୍ଟାଡିୟମରେ ଏହି ଦଳ ଚେନ୍ନାଇନ୍‌ ଏଫ୍‌ସିକୁ ଭେଟିବ। ଗତ ସିଜନରେ ଓଡ଼ିଶା ଏଫ୍‌ସି ଚମତ୍କାର ପ୍ରଦର୍ଶନ କରି ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲା। ଚେନ୍ନାଇନ୍‌ ୮ମ ସ୍ଥାନରେ ରହିଥିଲା। ୩୦୩ ଦିନ ପରେ କଳିଙ୍ଗରେ ଉଭୟ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। କଳିଙ୍ଗରେ ଅନୁଷ୍ଠିତ ପୂର୍ବ ମୁକାବିଲାରେ ଓଡ଼ିଶା ଏଫ୍‌ସି ୩-୨ ଗୋଲରେ ଚେନ୍ନାଇନ୍‌କୁ ପରାସ୍ତ କରିଥିଲା। ନନ୍ଦକୁମାର ସେକରଙ୍କ ଶେଷ ମିନିଟ ଗୋଲ ଓଡ଼ିଶା ଏଫ୍‌ସିକୁ ବିଜୟ ସ୍ବାଦ ଚଖାଇଥିଲା। ଏଥର ସର୍ଗିଓ ଲୋବେରା ଓଡ଼ିଶା ଏଫ୍‌ସି ଏବଂ ଓଏନ କୋଏଲ ଚେନ୍ନାଇନ୍‌ ଏଫ୍‌ସିର କୋଚ୍‌ ଅଛନ୍ତି। ଏମାନଙ୍କ ରଣନୀତିରେ ପଡ଼ିଆକୁ ଓହ୍ଲାଇବେ ଦୁଇ ଦଳ। ପୂର୍ବ ରେକର୍ଡ ଦେଖିଲେ ଚେନ୍ନାଇନ୍‌ ବିପକ୍ଷରେ ଓଡ଼ିଶା ଏଫ୍‌ସିର ପଲା ଭାରି ରହିଛି। ଉଭୟ ଦଳ ମଧ୍ୟରେ ମୋଟ ୧୮ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରୁ ଓଡ଼ିଶା ଏଫ୍‌ସି ୭ଟିରେ ବିଜୟୀ ହୋଇଥିବାବେଳେ ଚେନ୍ନାଇ ୩ ମ୍ୟାଚ ଜିତିଛି। ଅବଶିଷ୍ଟ ୮ଟି ମ୍ୟାଚ ଡ୍ର ରହିଛି।
ଚଳିତ ସିଜନରେ ଓଡ଼ିଶା ଏଫ୍‌ସି କେତେକ ନୂଆ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। ସେମାନଙ୍କ ମଧ୍ୟରେ ଅଛନ୍ତି ଅଭିଜ୍ଞ ଅହମ୍ମଦ ଜାହୋଉ, ମୌର୍ତାଦା ଫଲ୍‌, ରୟ କ୍ରିଷ୍ଣା ଏବଂ ପ୍ରତିଭା ସମ୍ପନ୍ନ ଗିବସନ ସିଂ ଓ ଲାଲିଆନସାଙ୍ଗା। ତେବେ ବ୍ରାଜିଲିଆନ ଫରଓ୍ବାର୍ଡ ଡିଏଗୋ ମୌରିସିଓ ନଜରରେ ରହିବେ। ଗତ ସିଜନରେ ସେ ୧୨ଟି ଗୋଲ ଦେଇ ଯୁଗ୍ମ ଟପ୍‌ ସ୍କୋରର ରହିଥିଲେ। ସେହିପରି ରାଫାଲ କ୍ରିଭେଲାରୋଙ୍କ ପ୍ରତ୍ୟାବର୍ତ୍ତନରେ ଚେନ୍ନାଇନ୍‌ ଫ୍ରଣ୍ଟଲାଇନ୍‌ ଦୃଢ଼ ହୋଇଛି।
”ଏହାକୁ ମିଶାଇ ମୁଁ ୫ ବର୍ଷ ଧରି ଆଇଏସ୍‌ଏଲ୍‌ ସହିତ ସମ୍ପୃକ୍ତ ରହିଛି। ଅଭିଜ୍ଞତା ଅନୁସାରେ ଏତିକି କହିବି ଯେ ଏଥରର ଆଇଏସ୍‌ଏଲ୍‌ ସବୁଠାରୁ ସଂଘର୍ଷପୂର୍ଣ୍ଣ ହେବ। ପ୍ରାୟତଃ ପ୍ରତି ଦଳ ଶକ୍ତିଶାଳୀ। ଆମେ ଏକ ଦୃଢ଼ ଦଳ ବିପକ୍ଷରେ ସିଜନ ଆରମ୍ଭ କରିବାକୁ ଯାଉଛୁ। ମାତ୍ର ଉତ୍ସାହିତ ମଧ୍ୟ ଅଛୁ। ଏଏଫ୍‌ସି କପ୍‌ରେ ଆମେ ମୋହନ ବାଗାନ ସୁପର ଜାଏଣ୍ଟଠାରୁ ପରାଜୟରୁ ଅନେକ କିଛି ଶିଖିଛୁ। ଆଗାମୀ ଦିନରେ ମିଳିବାକୁଥିବା ଚ୍ୟାଲେଞ୍ଜ ପାଇଁ ଆମେ ପ୍ରସ୍ତୁତ“ ବୋଲି ଶୁକ୍ରବାର ଅନୁଷ୍ଠିତ ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ଓଡ଼ିଶା ଏଫ୍‌ସି କୋଚ୍‌ ସର୍ଗିଓ ଲୋବେରା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଚେନ୍ନାଇନ୍‌ କୋଚ୍‌ କୋଏଲ କହିଛନ୍ତି ଯେ, ”ଓଡ଼ିଶା ଏଫ୍‌ସି ଏକ ଶକ୍ତିଶାଳୀ ଦଳ। ତେଣୁ ଆଗାମୀ ମ୍ୟାଚ ନିଶ୍ଚିତ ସଂଘର୍ଷପୂର୍ଣ୍ଣ ହେବ। ତେବେ ଆମେ ଏହି ମ୍ୟାଚକୁ ଆଗ୍ରହର ସହ ଅପେକ୍ଷା କରିଛୁ। ପ୍ରତି ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ ଆମର ମୁଖ୍ୟ ଲକ୍ଷ୍ୟ ରହିବ“।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri