Posted inଖେଳ

ଆଇଏସ୍‌ଏଲ୍‌ ଫାଇନାଲ ଆଜି

ମାର୍ଗାଓ, ୧୮ା୩ (ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଫାଇନାଲ ଶନିବାର ଏଠାରେ ଅନୁଷ୍ଠିତ ହେବ। ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏଟିକେ ମୋହନ ବାଗାନ (ଏଟିକେଏମ୍‌ବି) ଓ ବେଙ୍ଗାଲୁରୁ ଏଫ୍‌ସି ମଧ୍ୟରେ ମ୍ୟାଚ ମ୍ୟାଚ ଖେଳାଯିବ। ମୋହନ ବାଗାନ ସହିତ ମିଶିବା ପୂର୍ବରୁ ଏଟିକେ ଟାଇଟଲ ବିଜୟୀ ହୋଇ ସାରିଛି। ତେବେ ଏଟିକେ ମୋହନ ବାଗାନଭାବେ ଦଳ ଏଥର ଆଇଏସ୍‌ଏଲ୍‌ ଟାଇଟଲ ସନ୍ଧାନରେ ରହିଛି। ଅନ୍ୟପକ୍ଷରେ ବେଙ୍ଗାଲୁରୁ ଏଫ୍‌ସି ଦ୍ୱିତୀୟ ଟାଇଟଲ ଲକ୍ଷ୍ୟରେ ଅଛି। ଏଟିକେଏମ୍‌ବି ୫ ମ୍ୟାଚରେ ଅପରାଜେୟ ରହିଛି। ଗୋଟିଏ ମାତ୍ର ମ୍ୟାଚରେ ଗୋଲ ବରଣ କରିଥିବାବେଳେ ଅନ୍ୟ ୪ଟି ମ୍ୟାଚରେ କ୍ଲିନ୍‌ ଶିଟ୍ସ ପାଇଛି। ଲିଗ୍‌ ପର୍ଯ୍ୟାୟରେ ଡିଫେନ୍ସ ବିଭାଗ ହିଁ ଦଳର ମୁଖ୍ୟ ଶକ୍ତିଭାବେ ଉଭା ହୋଇଥିଲା। ପୂରା ସିଜନରେ ଦଳ ମାତ୍ର ୧୭ଟି ଗୋଲ ବରଣ କରିଥିଲା। ପରିସଂଖ୍ୟାନ ଅନୁସାରେ ହାଇଦ୍ରାବାଦ ଏଫ୍‌ସି ପଛକୁ ଏହା ଦ୍ୱିତୀୟ ଶ୍ରେଷ୍ଠ ଡିଫେନ୍ସିଭ ଦଳ। ପ୍ରୀତମ କୋଟାଲ ଓ ବ୍ରେଣ୍ଡନ ହମିଲ ସବୁବେଳେ ପ୍ରାଚୀର ସଦୃଶ ବିପକ୍ଷ ଦଳ ସମ୍ମୁଖରେ ଛିଡ଼ା ହୋଇଛନ୍ତି। ଫରଓ୍ବାର୍ଡ ଲାଇନ୍‌ରେ କୋଚ୍‌ ଜୁଆନ ଫେରାଣ୍ଡୋ ଜଣେ ଷ୍ଟ୍ରାଇକରଙ୍କୁ ଖେଳାଇବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆରମ୍ଭରୁ ଭଲ ପ୍ରଦର୍ଶନ କରିପାରି ନ ଥିଲେ ହେଁ ସଫଳ ପ୍ରତ୍ୟାବର୍ତ୍ତନ କରି ଫାଇନାଲରେ ପ୍ରବେଶ କରିଛି ବେଙ୍ଗାଲୁରୁ ଏଫ୍‌ସି। ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୬ ଆଇଏସ୍‌ଏଲ୍‌ ମ୍ୟାଚରେ ବେଙ୍ଗାଲୁରୁ ଏଫ୍‌ସି ମାତ୍ର ଥରେ ବିଜୟୀ ହୋଇଛି। ୪ଥର ଏଟିକେଏମ୍‌ବି ବିଜୟ ହାସଲ କରିଛି। ତେଣୁ ଆଗାମୀ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୯ ଯାଏ ବନ୍ଦ ରହିବ ଓଓଏ, ଓସିଏ କାର୍ଯ୍ୟାଳୟ

କଟକ ଅଫିସ,୨୨ା୩ – କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟଧାରାରୁ ଦୂରେଇ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।...

ପୂରା ଚାମ୍ପିୟନ ଭଳି ଖେଳୁଛି ସିଏସ୍‌କେ

ନୂଆଦିଲ୍ଲୀ,୨୮।୪ : ଆଇପିଏଲର ୩ ଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଏଥର ମଧ୍ୟ ଚାମ୍ପିୟନ ଭଳି ଖେଳୁଛି। ଅରୁଣ ଜେଟଲି ଗ୍ରାଉଣ୍ଡରେ ବୁଧବାର...

ଓଭାଲ ଟେଷ୍ଟ: ପଛରେ ନାହିଁ ଭାରତ

ଓଭାଲ,୨।୯: ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଦିନର ଖେଳ ରୋମାଞ୍ଚକ ମୋଡ଼ରେ ଶେଷ ହୋଇଛି। ମେଘୁଆ ପାଗ ଦେଖି...

ପିତା ହେବା ପରେ ଏହିସବୁ ଜିନିଷ ତ୍ୟାଗ କରିବେ ବିରାଟ କୋହଲି

କ୍ରିକେଟର୍‌ ବିରାଟ କୋହଲି ପିତା ହେବା ନେଇ ସୂଚନା ଦେବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ପିତା ହେବା ପରେ କୋହଲି କ’ଣ...

ଅଭ୍ୟାସ ପାଇଁ ସମୟ ନ ଥିବାରୁ ଚିନ୍ତିତ ନୁହେଁ : କୋହଲି

ମୁମ୍ବାଇ,୨।୬ : ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ। ଏଥି ପୂର୍ବରୁ ଅଭ୍ୟାସ...

ରାଇଟ୍‌ ଡର୍ବିଶାୟାର କ୍ରିକେଟ କ୍ଲବ ଅଧ୍ୟକ୍ଷ ନିଯୁକ୍ତ

ଲଣ୍ଡନ,୧୦।୪(ପି.ଟି.)- ପୂର୍ବତନ ଭାରତୀୟ କୋଚ୍‌ ଜନ୍‌ ରାଇଟ୍‌ଙ୍କୁ ଆଉ ଏକ ଗୁରୁଦାୟିତ୍ୱ ମିଳିଛି। ଇଂଲିଶ କାଉଣ୍ଟି କ୍ଲବ ଡର୍ବିଶାୟାର କ୍ରିକେଟ କ୍ଲବର ନୂଆ ଅଧ୍ୟକ୍ଷ ଭାବେ...

ଟୁର୍ନାମେଣ୍ଟ ଛାଡ଼ିବାକୁ ରାଜି, ହେଲେ ଟିକା ନେବି ନାହିଁ: ଜୋକାଭିଚ୍‌

ୱାଶିଂଟନ,୧୫।୨: ଗୋଟିଏ ପଟେ ମହାମାରୀ କରୋନା ସହ ଲଢ଼ିବା ଲାଗି ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଟିକା ନ ନେବା ଜିଦରେ ଅଟଳ ରହିଛନ୍ତି ଟେନିସ...

ଫୁଟ୍‌ବଲ ଭାଷ୍ୟକାରଙ୍କ ଚିକିତ୍ସା ଲାଗି କ୍ରୀଡ଼ାମନ୍ତ୍ରୀଙ୍କ ସହାୟତା

ନୂଆଦିଲ୍ଲୀ, ୧୬।୩ (ପି.ଟି.)-ସ୍ବାସ୍ଥ୍ୟଜନିତ ସମସ୍ୟା ଦେଇ ଗତି କରୁଥିବା ଫୁଟ୍‌ବଲ ଭାଷ୍ୟକାର ତଥା ଐତିହାସିକ ନୋଭି କାପାଡିଆଙ୍କ ଚିକିତ୍ସା ଖର୍ଚ୍ଚ ଲାଗି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ...

Advertisement
Archives

Model This Week