Posted inଖେଳ

ଇତିହାସ ରଚିଲେ ଏହି ଭାରତୀୟ କ୍ରିକେଟର୍‌; କପିଲ ଦେବଙ୍କ ପରେ ଏଭଳି କରିବାରେ ଦ୍ୱିତୀୟ ଭାରତୀୟ ଦ୍ରୁତ ବୋଲର୍‌

ନୂଆଦିଲ୍ଲୀ,୨୪।୨: ଭାରତ-ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି ବୋଲର୍‌ ଈଶାନ୍ତ ଶର୍ମା। ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ସେ ପଦାର୍ପଣ କରିବା ପରେ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ୧୦୦ତମ ମ୍ୟାଚ୍‌। କପିଲ ଦେବଙ୍କ ପରେ ଏଭଳି କରିବାରେ ସେ ଦ୍ୱିତୀୟ ଦ୍ରୁତ ବୋଲର୍‌ ପାଲଟିଛନ୍ତି।

ଗତ ବର୍ଷ ଏହି ସଫଳତା ହାସଲ କରିପାରିଥାନ୍ତେ ଈଶାନ୍ତ। ହେଲେ ଆଘାତ ସମସ୍ୟା ଦେଇ ଗତି କରିଥିବାରୁ ସେ ଏଭଳି ହୋଇପାରି ନ ଥିଲା। ଆଇପିଏଲ୍‌୨୦୨୦ ଖେଳୁଥିବା ବେଳେ ସେ ଆହତ ହୋଇଯାଇଥିଲେ। ଫିଟ୍‌ ହୋଇ ନ ଥିବାରୁ ଅଷ୍ଟ୍ରେଲିଆ ଗସ୍ତରେ ସେ ଯାଇପାରି ନ ଥିଲେ। ଚଳିତ ମାସରେ ଖେଳାଯାଉଥିବା ଟେଷ୍ଟ ସିରିଜ୍‌ରେ ସେ ଦଳକୁ ପୁଣି ଫେରିଛନ୍ତି। ଏଯାବତ ସେ ୫ ଉଇକେଟ ନେଇ ସାରିଲେଣି।

୨୦୦୭ରେ ରାହୁଲ ଦ୍ରାବିଡଙ୍କ ଅଧିନାୟକତ୍ୱରେ ଟେଷ୍ଟ ଡେବ୍ୟୁ କରିଥିଲେ ଈଶାନ୍ତ। ଏହାପରେ ସେ ଅନିଲ କୁମ୍ବଲେ, ମହେନ୍ଦ୍ର ସିଂହ ଧୋନୀ, ବିରାଟ କୋହଳି ଏବଂ ଅଜିଙ୍କ୍ୟ ରାହାନେଙ୍କ ଅଧିନାୟକତ୍ୱରେ ଖେଳି ସାରିଛନ୍ତି। ୧୦୦ ଟେଷ୍ଟ ମ୍ୟାଚ୍‌ରେ ସେ ୩୦୨ ଉଇକେଟ ନେଇ ସାରିଛନ୍ତି। ସେଥିରେ ୧୧ଥର ୫ ଉଇକେଟ ନେଇଛନ୍ତି ସେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଲ୍ମ ‘୮୩’ ଦେଖି କାନ୍ଦିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତା ରଣଭୀର ସିଂ ତାଙ୍କର ଆଗାମୀ ଫିଲ୍ମ ‘୮୩’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ୧୯୮୩ ମସିହାରେ ଭାରତର କ୍ରିକେଟ ବିଶ୍ୱକପ ବିଜୟ...

‘ଓଡ଼ିଶା ଏଫ୍‌ସି’ରେ ଓଡ଼ିଆଙ୍କୁ ଉପେକ୍ଷା

କଟକ ଅଫିସ,୨୫ା୬- ଦେଶର ଏକ ପ୍ରମୁଖ ଫୁଟବଲ କ୍ଲବ ଭାବେ ପରିଚୟ ପାଇଛି ‘ଓଡ଼ିଶା ଏଫ୍‌ସି’ । ପେସାଦାର ଲିଗ୍‌ ଆଇଏସ୍‌ଏଲ ଟୁର୍ନାମେଣ୍ଟରେ ଏହି କ୍ଲବର...

ମହାକାଶକୁ ବ୍ୟାଟ୍‌ ପଠାଇଲେ ଯୁବରାଜ

ନୂଆଦିଲ୍ଲୀ,୨୬।୧୨: ପୂର୍ବତନ ଟିମ ଇଣ୍ଡିଆର ଅଲରାଉଣ୍ଡର ଯୁବରାଜ ସିଂଙ୍କ ଏକ ବ୍ୟାଟ ମହାକାଶକୁ ପଠାଯାଇଛି। ଶନିବାର ଏକ ଭିଡିଓ ଶେୟାର କରି ସେ ଏ ବିଷୟରେ...

୧୨ ବର୍ଷ ବୟସରେ ପିତାଙ୍କୁ ହରାଇଥିଲେ, ଟେଷ୍ଟରେ ପ୍ରଥମ ଶତକ ଲଗାଇବା ପରେ ପଡ଼ିଆରେ ଭାବୁକ ହେଲେ ହନୁମା

କିଙ୍ଗଷ୍ଟନ,୧।୯:ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ତା’ର ଦୃଢ ସ୍ଥିତିରେ ରହିଛି। ଏହି ମ୍ୟାଚ୍‌ରେ ଯୁବ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ହନୁମା ବିହାରୀ...

ସିଙ୍ଗଲ୍ସ ସେମିରେ ମାୟା, ଶିବତେଜ

ଭୁବନେଶ୍ୱର, ୧୩।୪ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆଇଟିଏଫ୍‌ ଏସିଆନ ୧୪ ବର୍ଷରୁ କମ୍‌ ଡେଭଲପମେଣ୍ଟ ଚାମ୍ପିୟନଶିପ୍‌ ଫାଇନାଲ୍ସ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାର ବାଳିକା...

ଭାରତୀୟ ବୋଲିଂ ଆଗରେ ଫିକା ପଡ଼ିଲା ବ୍ୟାଟିଂ: ୧୪୩ ରନ୍‌ରେ ୮ ଉଇକେଟ ହରାଇଲା ଅଷ୍ଟ୍ରେଲିଆ

ଆଡିଲେଡ୍‌, ୧୮।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିବାରାତ୍ର ମ୍ୟାଚ୍‌ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି କଙ୍ଗାରୁ ଦଳ। ଶୁକ୍ରବାର ପ୍ରଥମ ଇନିଂସର ୬୧ ଓଭର ସୁଦ୍ଧା...

କ୍ୱାର୍ଟର ଫାଇନାଲରେ ମୁକ୍ତେଶ୍ୱର

ଭୁବନେଶ୍ୱର, ୨୫।୫ (କ୍ରୀଡ଼ା ପ୍ରତିନିଧି): ମୁକ୍ତେଶ୍ୱର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏହାର ପଡ଼ିଆରେ ଚାଲିଥିବା ୨ୟ ପ୍ରଶାନ୍ତ ମହାପାତ୍ର ସ୍ମାରକୀ ଜୁନିୟର (୧୬ ବର୍ଷରୁ କମ୍‌)...

ଓ୍ବେଷ୍ଟଇଣ୍ଡିଜ ବ୍ୟାଟରଙ୍କୁ ବାନ୍ଧି ରଖିଲେ

କୋଲକାତା,୧୬।୨: ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଚାଲିଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଦଳକୁ ୧୫୭/୭ ରନ୍‌ରେ ରଖି ଦେଇଛି ଭାରତୀୟ ଦଳ। କେବଳ ନିକୋଲାସ ପୁରାନ...

Advertisement
Archives

Model This Week