Posted inଖେଳ

ଇଶାନ କିଷନଙ୍କ ଡେବ୍ୟୁ ମ୍ୟାଚ୍‌ ପୂର୍ବରୁ ଶରୀରରେ ରକ୍ତ ବୋଳି ହୋଇଥିଲେ ତାଙ୍କ ଗର୍ଲଫ୍ରେଣ୍ଡ, ଜାଣନ୍ତୁ କାହିଁକି

ଅହମ୍ମଦାବାଦରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୭ ଉଇକେଟରେ ବିଜୟ ହାସଲ କରିଛି। ଏହି ବିଜୟରେ ଇଶାନ କିଷନଙ୍କ ବଡ ଭୂମିକା ଥିଲା। ଇଷାନ ଡେବ୍ୟୁ ମ୍ୟାଚରେ ୫୬ ରନର ଚମତ୍କାର ଇନିଂସ ଖେଳି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି ମ୍ୟାଚ୍‌ ପରେ ଇଶାନଙ୍କ ସହ ତାଙ୍କ ପ୍ରେମିକା ଆଦିତି ହୁଣ୍ଡିଆ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ପ୍ରେମିକଙ୍କ ଡେବ୍ୟୁ ପୂର୍ବରୁ ଆଦିତି ତାଙ୍କ ମୁହଁରେ ରକ୍ତ ବୋଳି ହୋଇଥିଲେ। ଯାହାର ଫଟୋ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ। ପ୍ରକୃତରେ ଏକ ଥେରାପି ଥିଲା, ଯାହାକୁ ପିଆର୍‌ପି ଅର୍ଥାତ୍‌ ପ୍ଲେଟଲେଟ୍‌ ରିଚ୍‌ ପ୍ଲାଜମା ଥେରାପି କୁହାଯାଏ। ଏହା ମୁଖ ସମସ୍ୟାର ଚିକିତ୍ସା ପାଇଁ ଏକ କୌଶଳ। ଏହି ଚିକିତ୍ସାରେ ଶରୀରରୁ ପ୍ରାୟ ୨୦ରୁ ୩୦ ମିଲିଲିଟର ରକ୍ତ ବାହାର କରାଯାଇଥାଏ। ତା’ପରେ ଏହି ରକ୍ତ ପ୍ଲାଜ୍‌ମାରେ ପରିଣତ ହୋଇ ଇଞ୍ଜେକ୍ସନ ସାହାଯ୍ୟରେ ମୁହଁର ଆବଶ୍ୟକତା ସ୍ଥାନରେ ଦିଆଯାଏ। ଚର୍ମରେ ଥିବା କୋଲେଜନ ନାମକ ପ୍ରୋଟିନ ବଢାଇବାରେ ମଧ୍ୟ ଏହା ସହାୟକ ହୋଇଥାଏ। ଏହା ଫ୍ରେକ୍ଲେସ, ହାଲୁକା କୁଞ୍ଚନ ଏବଂ ସୂକ୍ଷ୍ମ ରେଖା ସମସ୍ୟାକୁ ମଧ୍ୟ ହ୍ରାସ କରିଥାଏ। ଏହି ଚିକିତ୍ସା ହେତୁ ଆଦିତିଙ୍କ ମୁହଁରେ ରକ୍ତ ବେଳାଯାଇଥିଲା। ମଡେଲ ଆଦିତି ଏକ ଚମତ୍କାର ଫଟୋ ଶେୟାର କରି ଇଶାନଙ୍କୁ ଡେବ୍ୟୁ ମ୍ୟାଚ୍‌ର ଅଭିନନ୍ଦନ ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ଇଶାନଙ୍କ ସହ ନିଜର ଏକ ଫଟୋ ଶେୟାର କରି କହିଛନ୍ତି, ଖୁସି ମାଇ ଲଭ୍‌। ଆଦିତି ୨୦୧୭ରେ ମିସ ଇଣ୍ଡିଆ ଫାଇନାଲିଷ୍ଟ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାପା ଅଟୋ ଡ୍ରାଇଭର, ଆଇପିଏଲ୍‌ ନିଲାମ ପରେ କୋଟିପତି ହେଲେ ପୁଅ; ତଥାପି ଆଖିରେ ଲୁହ

ନୂଆଦିଲ୍ଲୀ,୧୯।୨: ଆଇପିଏଲ୍‌ ନିଲାମର କିଛି ମିନିଟ ମଧ୍ୟରେ କୋଟିପତି ହୋଇଥିଲେ ଚେତନ ସାକାରିୟା। ତାଙ୍କର ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ଥିବା ବେଳେ ରାଜସ୍ଥାନ...

ଚେନ୍ନାଇ ଟେଷ୍ଟରେ ପରାଜୟ: ବୋଲର୍‌ଙ୍କୁ ସବୁ ଦୋଷ ଦେଇ ଏଭଳି କହିଲେ କୋହଲି

ଚେନ୍ନାଇ,୯।୨: ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ହାସଲ କରିଛି ଭାରତୀୟ ଟିମ୍‌। ଦୀର୍ଘ ୨୨ ବର୍ଷ ପରେ ଚେନ୍ନାଇରେ ଦଳ ଟେଷ୍ଟ...

ଟସ୍‌ ଜିତିଲା ଗୁଜରାଟ ଟାଇଟାନ୍ସ

ମୁମ୍ବାଇ,୨୭।୪: ଆଇପିଏଲ୍‌ ୨୦୨୨ର ୪୦ତମ ମ୍ୟାଚ୍‌ରେ ବୁଧବାର ୱାଙ୍ଖେଡେ ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଗୁଜରାଟ ଟାଇଟାନ୍ସ ଟସ୍‌ ଜିତି...

ପ୍ରଥମ ଓଭର୍‌ରେ ହ୍ୟାଟ୍ରିକ୍‌ ନେଇ ପାକିସ୍ତାନ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଧରାଶାୟୀ କରିଥିଲେ ଏହି ବୋଲର୍‌

ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ଆଜି ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଗୁଜରାଟରେ ଜନ୍ମିତ ଏହି କ୍ରିକେଟର ଭାରତ ପାଇଁ ଅନେକ ସ୍ମରଣୀୟ...

ଆଇପିଏଲ୍‌: ମୁମ୍ବାଇ- ଦିଲ୍ଲୀ ଟାଇଟଲ ମୁକାବିଲା

ଦୁବାଇ,୧୦।୧୧(ପି.ଟି.): ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ୧୩ତମ ସଂସ୍କରଣ ଅନ୍ତିମ ଚରଣରେ ପହଞ୍ଚିଛି। ସ୍ଥାନୀୟ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମଙ୍ଗଳବାର ଫାଇନାଲ ମୁକାବିଲା ଖେଳାଯିବ।...

ଆଇପିଏଲ୍‌କୁ ନେଇ ଧୋନୀଙ୍କ ବଡ ଘୋଷଣା

ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଧୋନୀଙ୍କ ଅଧିନାୟକତ୍ୱରେ ଏହି ଦଳ ପ୍ରଥମ ଥର ପାଇଁ ପ୍ଲେ ଅଫ ପାଇଁ...

ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲେ ମହାନ ଖେଳାଳି

ଦୁବାଇ,୩୧।୧୦: ଚଳିତ ଟି୨୦ ବିଶ୍ୱକପ୍‌ର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି ଆଗଧାଡ଼ିର ଅଲରାଉଣ୍ଡର ଶାକିବ ଅଲ ହାସନ। ମାଂସପେଶୀ ଜନିତ ସମସ୍ୟା କାରଣରୁ ତାଙ୍କୁ ଏଭଳି ପରିସ୍ଥିତିର...

ଟି୨୦ ସିରିଜ ଜିତିଲା ଇଂଲଣ୍ଡ; ଦକ୍ଷିଣ ଆଫ୍ରିକା ୫ ଉଇକେଟରେ ପରାସ୍ତ

ସେଞ୍ଚୁରିଆନ,୧୭।୨- ସ୍ଥାନୀୟ ସୁପର ସ୍ପୋଟର୍‌ସ ପାର୍କ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୫ଟି ବଲ ବାକି ରଖି ଘରୋଇ...

Advertisement
Archives

Model This Week