Posted inଜାତୀୟ

କ’ଣ ଏହି କର୍ନାଟକର ଏମ୍‌ୟୁଡିଏ ଘୋଟାଲା? ଯାହାକୁ ନେଇ ଟେନଶନ୍‌ରେ ସିଦ୍ଧରମେୟା, ଭାଙ୍ଗିଯିବ ସରକାର!

ବେଙ୍ଗାଲୁରୁ,୧୮ା୮: ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଏମ୍‌ୟୁଡିଏ) ଦ୍ୱାରା ଜମି ଆବଣ୍ଟନରେ ହୋଇଥିବା ଅନିୟମିତତା ଅଭିଯୋଗରେ କର୍ନାଟକ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ଚାଲିବ। ଏମ୍‌ୟୁଡିଏ ଜମି ଦୁର୍ନୀତି ମାମଲାରେ ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ପାଇଁ ରାଜ୍ୟପାଳ ଥାଓ୍ବରଚାନ୍ଦ ଗେହଲଟ୍‌ ଅନୁମତି ପ୍ରଦାନ କରିଛନ୍ତି। ୩ ଆକ୍ଟିଭିଷ୍ଟ ପ୍ରଦୀପ କୁମାର, ଟି.ଜେ. ଆବ୍ରାହମ ଏବଂ ସ୍ନେହମୟୀ କ୍ରିଷ୍ଣା ଏଥିପାଇଁ ପିଟିଶନ ଦାଏର କରିଥିଲେ। ଉକ୍ତ ପିଟିଶନରେ ଦର୍ଶାଯାଇଥିବା ଅଭିଯୋଗ ଆଧାରରେ ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୨୧୮ ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୨୧୮ ଅନୁଯାୟୀ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ଚଳାଇବା ପାଇଁ ଅନୁମତି ପ୍ରଦାନ କରାଯାଇଥିବା ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ଆକ୍ଟିଭିଷ୍ଟମାନଙ୍କୁ ଜଣାଇଦିଆଯାଇଛି।

ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ ଶାସକ କଂଗ୍ରେସ ଏବଂ ବିରେଧୀ ଦଳ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର, ପ୍ରିୟଙ୍କ ଖାର୍ଗେଙ୍କ ସମେତ କର୍ନାଟକର ଅନେକ ମନ୍ତ୍ରୀ ସିଦ୍ଦାରାମାୟାଙ୍କ ସମର୍ଥନରେ ବାହାରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ କର୍ନାଟକ ଯାଇଛନ୍ତି। ସିଦ୍ଦାରାମାୟା ଅଭିଯୋଗକୁ ଖଣ୍ଡନକରିବା ସହ ସବୁକିଛି ଆଇନ ଅନୁଯାୟୀ ହୋଇଥିବା କହିଛନ୍ତି। ରାଜ୍ୟପାଳଙ୍କ ନିଷ୍ପତ୍ତି ସମ୍ବିଧାନ ବିରୋଧୀ ଏବଂ ଆଇନ ବିରୋଧୀ। ସେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ। ବିରୋଧୀ ଦଳ ତାଙ୍କ ଇସ୍ତଫା ଦାବି କରିଥିବାବେଳେ ସେ କୌଣସି ଭୁଲ୍‌ କରି ନ ଥିବାରୁ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ। ସମ୍ପୂର୍ଣ୍ଣ କ୍ୟାବିନେଟ, ଦଳ ହାଇକମାଣ୍ଡ, ସମସ୍ତ ବିଧାୟକ, ବିଧାନ ପରିଷଦ ସଦସ୍ୟ, ଲୋକ ସଭା ଓ ରାଜ୍ୟ ସଭା ସଦସ୍ୟମାନେ ତାଙ୍କ ସହ ରହିଥିବା ସିଦ୍ଦାରାମାୟା ବେଙ୍ଗାଲୁରୁଠାରେ ଖବରଦାତାମାନଙ୍କୁ କହିଛନ୍ତି। ଗଣତାନ୍ତ୍ରିକ ଭାବେ ନିର୍ବାଚିତ ସରକାରକୁ ଭାଙ୍ଗିଦେବା ପାଇଁ ଭାଜପା, ଜେଡିଏସ୍‌ ଏବଂ ଅନ୍ୟମାନେ ଷଡ଼ଯନ୍ତ୍ର ଚଳାଇଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କର୍ନାଟକର କଂଗ୍ରେସ ସରକାର ଏବଂ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ଦୁର୍ନୀତିର ଯଥେଷ୍ଟ ପ୍ରମାଣ ଓ ରେକର୍ଡ ରହିଥିବା ଭାଜପା କହିବା ସହ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛି।
ସିଦ୍ଦାରାମାୟାଙ୍କୁ ସମର୍ଥନ ଜଣାଇ କଂଗ୍ରେସ କହିଛି, ରାଜ୍ୟପାଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ଏବଂ ପୂର୍ବତନ ମନ୍ତ୍ରୀ ଶଶିକଳା ଜୋଲେ ଏବଂ ମୁରୁଗେଶ ନିରାନିଙ୍କ ବିରୋଧରେ ତଦନ୍ତ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟପାଳ ବିଳମ୍ବ କରୁଛନ୍ତି। ଅଥଚ ଏକ ଭିତ୍ତିହୀନ ଘରୋଇ ଅଭିଯୋଗ ଆଧାରରେ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ଅତି ତରବରିଆ ଭାବେ ନିଷ୍ପତ୍ତି ନେବା ଘଟଣାରୁ ରାଜନୈତିକ ଉଦ୍ଦେଶ୍ୟମୂଳକ ଷଡ଼ଯନ୍ତ୍ର ଥିବା ସ୍ପଷ୍ଟ ବାରି ହେଉଛି ବୋଲି କଂଗ୍ରେସ କହିଛି।

ଏମ୍‌ୟୁଡିଏ ଦୁର୍ନୀତି କ’ଣ

ମହୀଶୂର ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ (ଏମ୍‌ୟୁଡିଏ) ଦ୍ୱାରା ଜମି ଆବଣ୍ଟନରେ ଅନିୟମିତତାକୁ ନେଇ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ରାଜ୍ୟପାଳ ନିଷ୍ପତ୍ତି ନେଇଛନ୍ତି। ଫଳରେ ସିଦ୍ଦାରାମାୟା ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ସିଦ୍ଦାରାମାୟାଙ୍କ ପୂର୍ବ ପାଳି ସରକାର ସମୟରେ ତାଙ୍କ ସ୍ତ୍ରୀ ବି.ଏମ୍‌. ପାର୍ବତୀଙ୍କୁ କ୍ଷତିପୂରଣ ସ୍ବରୂପ ଜମି ଆବଣ୍ଟନ କରାଯାଇଥିଲା, ଯାହାକୁ ନେଇ ବିବାଦ ଦେଖାଦେଇଛି। ବେଆଇନ ଭାବେ ଏହି ଜମି ଆବଣ୍ଟନ ଯୋଗୁ ରାଜ୍ୟ ରାଜକୋଷର ବହୁକୋଟି ଟଙ୍କା କ୍ଷତି ହୋଇଥିବା ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ଏମ୍‌ୟୁଡିଏ ଏବଂ ରାଜସ୍ବ ବିଭାଗର ଶୀର୍ଷ ଅଧିକାରୀମାନଙ୍କୁ ଅଭିଯୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ୩ ଆକ୍ଟିଭିଷ୍ଟ ପ୍ରଦୀପ କୁମାର, ଟି.ଜେ. ଆବ୍ରାହମ ଏବଂ ସ୍ନେହମୟୀ କ୍ରିଷ୍ଣା ରାଜ୍ୟପାଳ ଥାଓ୍ବରଚାନ୍ଦ ଗେହଲଟ୍‌ଙ୍କୁ ନିବେଦନ କରିଥିଲେ।

ସୂଚନାଯୋଗ୍ୟ, ଗତ ଜୁଲାଇରେ ଲୋକାୟୁକ୍ତ ପୋଲିସ ନିକଟରେ ଦାଏର ଅଭିଯୋଗରେ ଦର୍ଶାଯାଇଥିଲା ଯେ, ମହୀଶୂରରେ ସିଦ୍ଦାରାମାୟାଙ୍କ ସ୍ତ୍ରୀ ବି.ଏମ୍‌. ପାର୍ବତୀଙ୍କୁ ତାଙ୍କ ଘର ପାଖରେ ଥିବା ନିକଟରେ ୧୪ଟି ଜମି ପ୍ଲଟ୍‌ ବେଆଇନ ଭାବେ ମଞ୍ଜୁର କରାଯାଇଛି। ଏଥିପାଇଁ ରାଜ୍ୟ ରାଜକୋଷରୁ ୪୫ କୋଟି ଟଙ୍କା କ୍ଷତି ହୋଇଛି। ଅଭିଯୋଗରେ ସିଦ୍ଦାରାମାୟାଙ୍କ ସମେତ ତାଙ୍କ ସ୍ତ୍ରୀ, ପୁଅ ଏସ୍‌. ଯଥୀନ୍ଦ୍ର ଏବଂ ଏମ୍‌ୟୁଡିଏର ବରିଷ୍ଠ ଅଧିକାରୀମାନଙ୍କ ନାମ ରହିଥିଲା। ଉକ୍ତ ଅଭିଯୋଗ ଆଧାରରେ ସପ୍ତାହେ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ରାଜ୍ୟପାଳ ଗତ ମାସରେ ମୁଖ୍ୟମନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ। ତାଙ୍କ ବିରୋଧରେ କ’ଣ ପାଇଁ ମକଦ୍ଦମା ନ ଚାଲିବ ଜଣାଇବାକୁ କୁହାଯାଇଥିଲା। ତେବେ ମକଦ୍ଦମା ନ ଚଳାଇବା ଲାଗି ରାଜ୍ୟପାଳଙ୍କୁ ଜଣାଇବା ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। କାରଣ ଦର୍ଶାଅ ନୋଟିସ ପ୍ରତ୍ୟାହାର କରିନେବାକୁ କୁହାଯିବା ସହ ରାଜ୍ୟପାଳଙ୍କ ସାମ୍ବିଧାନିକ କାର୍ଯ୍ୟାଳୟର ଦୁରୁପଯୋଗ ହେଉଥିବା କ୍ୟାବିନେଟ ଅଭିଯୋଗ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା CJP: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦୀପକେ କହିଲେ- କାଲି ସୁଦ୍ଧା…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ ଓ ଭୋଟର ତାଲିକାର SIR କୁ ନେଇ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?