ଘରେ ସବୁବେଳେ କଳହ ଲାଗି ରହୁଛି କି.. ଏପରି ବାସ୍ତୁଦୋଷ କାରଣ ହୋଇପାରେ; ଜାଣନ୍ତୁ ଦୂର କରିବାର ଉପାୟ..

ଘରେ କଳହ ହେବାର ଅନେକ କାରଣ ରହିଛି। ବାସ୍ତୁଦୋଷ ଏବଂ ଗ୍ରହଦୋଷ ଏଥିପାଇଁ ମଧ୍ୟ ଦାୟୀ। ଘରର ରଙ୍ଗ, ଘରର ଉର୍ଜା(ଶକ୍ତିଂ), ଘରେ ରହୁଥିବା ଲୋକ ଯଦି ଠିକ୍‌ ଥାନ୍ତି ତେବେ ଘରେ ସୁଖଶାନ୍ତି ରହିଥାଏ। ହେଲେ ଯଦି ଏଥିରୁ କୌଣସିଟି ଠିକ୍‌ ନ ଥାଏ ତାହେଲେ ଘରେ ଅସନ୍ତୋଷ ଦେଖାଦେଇଥାଏ। ଏଣୁ ଘରେ ଥିବା କଳହକୁ ଦୂର କରିବା ପାଇଁ ଘରର ରଙ୍ଗକୁ ଠିକ୍‌ କରାଇ ନିଅନ୍ତୁ।

-ଏଥିପାଇଁ ଘରେ କେବଳ ହାଲକା ଏବଂ ସୁନ୍ଦର ରଙ୍ଗ ବ୍ୟବହାର କରନ୍ତୁ। ଯଦି ସମ୍ଭବ ତେବେ ଲିଭିଂ ଏରିଆରେ ହାଲ୍‌କା ହଳଦିଆ, ଗୋଲାପୀ କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ଶୋଇବା ଗୃହରେ ଗୋଲାପୀ, ବାଇଗଣୀ ଅଥବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ହେଲେ ଛାତକୁ ସବୁବେଳେ ଧଳା ରଖନ୍ତୁ।

– ଘରେ ଥିବା ସାମଗ୍ରୀ ଏବଂ ଲୋକଙ୍କଠାରୁ ଉର୍ଜା ବାହାରିଥାଏ। ଏଣୁ ଉପଯୋଗୀ ନ ଥିବା ଜିନିଷକୁ ଘରେ ରଖନ୍ତୁ ନାହିଁ। ବାସି ଖାଇବା, ଅବ୍ୟବହୃତ ଜୋତା ଏବଂ ଚପଲ ରହିଥାଏ, ସେଠାରେ ନକରାତ୍ମକ ଶକ୍ତି ଥାଏ। ଏହା ବାଦ-ବିବାଦର କାରଣ ପାଲଟେ।

– ଯେଉଁ ଘରେ ସର୍ବଦା ବଡ଼ ପାଟିରେ କଥା କୁହାଯାଏ, ଯୁକ୍ତିତର୍କ ହୋଇଥାଏ, ସେଠାରେ ବିକିରଣ ଖରାପ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟଦ୍ୱାର ସର୍ବଦା ଅନ୍ୟ କବାଟ ଅପେକ୍ଷା ବଡ଼ ହେବା ଉଚିତ। ଯଦି ଏପରି ହୋଇ ନ ଥାଏ ତେବେ ସେହି ଘରେ ସବୁବେଳେ ଟଙ୍କା ସମ୍ବନ୍ଧୀୟ ଅସୁବିଧା ହୋଇଥାଏ। ଏହାକୁ ନେଇ କଳହ ମଧ୍ୟ ହୋଇଥାଏ।

– ଗାଧୁଆଘରେ ଅଥବା ଓ୍ବାଶିଂ ମେଶିନରେ ଥିବା ଟ୍ୟାପ୍‌ରୁ ପାଣି ଟପ୍‌ ଟପ୍‌ ହୋଇ ବୋହିବା ଉଚିତ ନୁହେଁ। ଏହାକୁ ମଧ୍ୟ ବାସ୍ତୁଦୋଷ ଭାବେ ଗଣାଯାଏ। ଏହାଛଡ଼ା ଭଙ୍ଗା କାଚ ଏବଂ ଘରେ ଏଣେତେଣେ ପଡ଼ିଥିବା ବସ୍ତୁଗୁଡ଼ିକ ନକରାତ୍ମକ ଶକ୍ତି ବିସ୍ତାର କରିଥାଏ। ଏହାଦ୍ୱାରା ପରିବାର ସଦସ୍ୟ ମାନସିକ ଚାପର ସମ୍ମୁଖୀନ ହୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri