ଘରେ ସବୁବେଳେ କଳହ ଲାଗି ରହୁଛି କି.. ଏପରି ବାସ୍ତୁଦୋଷ କାରଣ ହୋଇପାରେ; ଜାଣନ୍ତୁ ଦୂର କରିବାର ଉପାୟ..

ଘରେ କଳହ ହେବାର ଅନେକ କାରଣ ରହିଛି। ବାସ୍ତୁଦୋଷ ଏବଂ ଗ୍ରହଦୋଷ ଏଥିପାଇଁ ମଧ୍ୟ ଦାୟୀ। ଘରର ରଙ୍ଗ, ଘରର ଉର୍ଜା(ଶକ୍ତିଂ), ଘରେ ରହୁଥିବା ଲୋକ ଯଦି ଠିକ୍‌ ଥାନ୍ତି ତେବେ ଘରେ ସୁଖଶାନ୍ତି ରହିଥାଏ। ହେଲେ ଯଦି ଏଥିରୁ କୌଣସିଟି ଠିକ୍‌ ନ ଥାଏ ତାହେଲେ ଘରେ ଅସନ୍ତୋଷ ଦେଖାଦେଇଥାଏ। ଏଣୁ ଘରେ ଥିବା କଳହକୁ ଦୂର କରିବା ପାଇଁ ଘରର ରଙ୍ଗକୁ ଠିକ୍‌ କରାଇ ନିଅନ୍ତୁ।

-ଏଥିପାଇଁ ଘରେ କେବଳ ହାଲକା ଏବଂ ସୁନ୍ଦର ରଙ୍ଗ ବ୍ୟବହାର କରନ୍ତୁ। ଯଦି ସମ୍ଭବ ତେବେ ଲିଭିଂ ଏରିଆରେ ହାଲ୍‌କା ହଳଦିଆ, ଗୋଲାପୀ କିମ୍ବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ଶୋଇବା ଗୃହରେ ଗୋଲାପୀ, ବାଇଗଣୀ ଅଥବା ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ହେଲେ ଛାତକୁ ସବୁବେଳେ ଧଳା ରଖନ୍ତୁ।

– ଘରେ ଥିବା ସାମଗ୍ରୀ ଏବଂ ଲୋକଙ୍କଠାରୁ ଉର୍ଜା ବାହାରିଥାଏ। ଏଣୁ ଉପଯୋଗୀ ନ ଥିବା ଜିନିଷକୁ ଘରେ ରଖନ୍ତୁ ନାହିଁ। ବାସି ଖାଇବା, ଅବ୍ୟବହୃତ ଜୋତା ଏବଂ ଚପଲ ରହିଥାଏ, ସେଠାରେ ନକରାତ୍ମକ ଶକ୍ତି ଥାଏ। ଏହା ବାଦ-ବିବାଦର କାରଣ ପାଲଟେ।

– ଯେଉଁ ଘରେ ସର୍ବଦା ବଡ଼ ପାଟିରେ କଥା କୁହାଯାଏ, ଯୁକ୍ତିତର୍କ ହୋଇଥାଏ, ସେଠାରେ ବିକିରଣ ଖରାପ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟଦ୍ୱାର ସର୍ବଦା ଅନ୍ୟ କବାଟ ଅପେକ୍ଷା ବଡ଼ ହେବା ଉଚିତ। ଯଦି ଏପରି ହୋଇ ନ ଥାଏ ତେବେ ସେହି ଘରେ ସବୁବେଳେ ଟଙ୍କା ସମ୍ବନ୍ଧୀୟ ଅସୁବିଧା ହୋଇଥାଏ। ଏହାକୁ ନେଇ କଳହ ମଧ୍ୟ ହୋଇଥାଏ।

– ଗାଧୁଆଘରେ ଅଥବା ଓ୍ବାଶିଂ ମେଶିନରେ ଥିବା ଟ୍ୟାପ୍‌ରୁ ପାଣି ଟପ୍‌ ଟପ୍‌ ହୋଇ ବୋହିବା ଉଚିତ ନୁହେଁ। ଏହାକୁ ମଧ୍ୟ ବାସ୍ତୁଦୋଷ ଭାବେ ଗଣାଯାଏ। ଏହାଛଡ଼ା ଭଙ୍ଗା କାଚ ଏବଂ ଘରେ ଏଣେତେଣେ ପଡ଼ିଥିବା ବସ୍ତୁଗୁଡ଼ିକ ନକରାତ୍ମକ ଶକ୍ତି ବିସ୍ତାର କରିଥାଏ। ଏହାଦ୍ୱାରା ପରିବାର ସଦସ୍ୟ ମାନସିକ ଚାପର ସମ୍ମୁଖୀନ ହୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri