ଘରେ ଅର୍ଥାଭାବ ଲାଗି ରହୁଛି କି? ଏହି ଉପାୟ ଅବଲମ୍ବନ କରିଲେ ପାଇବେ ଲକ୍ଷ୍ମୀ, କୁବେରଙ୍କ କୃପା…

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନ ସହ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର ନିଜର ନୀତିଶାସ୍ତ୍ରରେ ଦେଇଛନ୍ତି। ରାଜନୀତିଠାରୁ ଆରମ୍ଭ କରି ସାମାଜିକ ଏବଂ ଆର୍ଥିକ ବିଷୟକୁ ସେ ଭଲଭାବେ ନିରୀକ୍ଷଣ କରିଥିଲେ। ଏଣୁ ଏବେ ବି ଲୋକେ କୌଣସି କାମ କରିବା ପୂର୍ବରୁ ଚାଣକ୍ୟଙ୍କ ବିଚାର ଜାଣିବାକୁ ଚାହିଁଥାନ୍ତି। ଆସନ୍ତୁ ଜାଣିବା ସେପରି କିଛି ଉପାୟ ଯାହା ଦ୍ୱାରା ଆପଣ ନିଜର ଆର୍ଥିକ ସ୍ଥିତି ମଜଭୂତ କରିପାରିବେ।

-ଚାଣକ୍ୟ କୁହନ୍ତି, ଯେଉଁ ବ୍ୟକ୍ତି ପକ୍ଷୀମାନଙ୍କର ସେବା କରେ, ତାଙ୍କୁ ଖାଦ୍ୟ ଏବଂ ପାଣି ଦେଇଥାଏ, ସେ ନିଜ ଜୀବନରେ ଧନ ଆସିବାର ରାସ୍ତା ଖୋଲିଦେଇଥାଏ। ଏହାଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଘରେ ଅର୍ଥର ଅଭାବ ରହି ନ ଥାଏ।

-ଯେଉଁ ଘରେ ଭଗବାନଙ୍କ ଆଦର ସମ୍ମାନ କରାଯାଏ। ତାଙ୍କୁ ପୂଜା କରାଯାଏ, ତାଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରାଯାଏ, ଉକ୍ତ ଘରେ ଧନସମ୍ପତ୍ତିର ଭଣ୍ଡାର ସର୍ବଦା ପୂର୍ଣ୍ଣ ଥାଏ। କେବେ ବି ପରିବାରକୁ ଅର୍ଥାଭାବ ଯୋଗୁ ଅସୁବିଧା ଉଠାଇବାକୁ ପଡ଼ି ନ ଥାଏ।

-କୁଷ୍ଠ ରୋଗୀଙ୍କ ସହାୟତା କରିବା ଉଚିତ। ଏହାଦ୍ୱାରା ଜଣଙ୍କ ଜୀବନରେ ଉପୁଜୁଥିବା ବାଧାବିଘ୍ନ ଦୂର ହୋଇଥାଏ। ନିସ୍ବାର୍ଥ ଭାବ ରଖି ସେମାନଙ୍କର ସେବା କଲେ ଜୀବନରେ ଧନର ଅଭାବ ରହି ନ ଥାଏ। କାରଣ ଭଗବାନ କୁବେରଙ୍କ କୃପା ଦୃଷ୍ଟି ତାଙ୍କ ଉପରେ ପଡ଼ିଥାଏ। ଫଳସ୍ବରୂପ ଘରର ଭଣ୍ଡାର ପୂର୍ଣ୍ଣ ରହିଥାଏ।

-ଗୋମାତାର ସେବା କରିବା ଦ୍ୱାରା ବହୁତ ପୂଣ୍ୟ ମିଳିଥାଏ ବୋଲି ମାନ୍ୟତା ରହିଛି। ତେବେ ଗାଇଙ୍କ ଦେହରେ ସମସ୍ତ ଦେବତା ବାସ କରିଥାନ୍ତି। ଏଣୁ ତାଙ୍କର ସେବା କରିବାଦ୍ୱାରା ସମସ୍ତ ଦେବତାଙ୍କ ସେବା କରିବା ଭଳି ହୋଇଯାଏ। ଏହାଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି। ଫଳରେ ଧନ ସମ୍ପତ୍ତି ଅଭାବ ରହି ନ ଥାଏ।

-ଯେଉଁ ବ୍ୟକ୍ତି ନିଜ ଧନକୁ ଅଯଥା କରେ ନାହିଁ ଏବଂ ତାହାକୁ ଭଲ କାମରେ ଲଗାଇଥାଏ, ଉକ୍ତ ବ୍ୟକ୍ତିଙ୍କ ଘରେ କେବେ ବି ଧନର ଅଭାବ ପରିଲକ୍ଷିତ ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲଡ୍‌ ସୁଗାର ନିୟନ୍ତ୍ରଣ କରେ ଏସବୁ ମସଲା…

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ବ୍ଲଡ୍‌ ସୁଗାର ସମସ୍ୟା ଦେଖାଯାଇଥାଏ। ଏହାକୁ ନେଇ ଲୋକେ ମାନସିକ ଚିନ୍ତାଗସ୍ତ ହୋଇଥାନ୍ତି। ତେବେ ନିତିଦିନିଆ ଜୀବନରେ କେତେକ କାର୍ଯ୍ୟ କଲେ...

ଉଲେନ୍‌ କପଡ଼ାର ଯତ୍ନ

ଶୀତଦିନେ ଭଳିକି ଭଳି ଉଲେନ୍‌ କପଡ଼ାର ବ୍ୟବହାର ନା କେବଳ ଆରାମଦାୟକ ବରଂ ଏହା ବେଶ୍‌ ଆକର୍ଷଣୀୟ ଏବଂ ଷ୍ଟାଇଲିସ୍‌ ଲୁକ୍‌ ବି ଦେଇଥାଏ। ତେବେ...

ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ବିଷୟରେ ଜାଣିନିଅନ୍ତୁ ଏହି ୫ କଥା, ନଚେତ…

ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା...

ରକ୍ତହୀନତା ଦୂର କରେ ସଜନା ଶାଗ

ବାଡିବଗିଚାରେ ସଜନା ଶାଗ ଅତି ସହଜରେ ମିଳିଯାଏ। ସଜନା ସାଗ ହେଉ କି ଛୁଇଁ ସମେସ୍ତ ଏହା ଖାଇବାକୁ ଭଲ ପାଆନ୍ତି। ଏଥିରେ ପ୍ରଚୁର ଖଣିଜତତ୍ତ୍ୱ...

ଘରକରଣା

ବଟରକୁ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରିବାକୁ ଚାହୁଁଥିଲେ ତାକୁ ଫ୍ରିଜରରେ ରଖନ୍ତୁ। ଫ୍ରିଜରେ ରଖନ୍ତୁ ନାହିଁ। ତେବେ ଏହାକୁ ଅଧିକ ଗନ୍ଧଥିବା କୌଣସି ଜିନିଷ...

୪୯୯ ବର୍ଷ ପରେ ଏଥର ଦୀପାବଳିରେ ଘଟିବାକୁ ଯାଉଛି ଏମିତି, ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ

ଚଳିତ ବର୍ଷ ନଭେମ୍ବର ୧୪ ଦୀପାବଳି ପର୍ବ ପାଳନ କରାଯିବ। ଚଳିତବର୍ଷ ଦୀପାବଳିର ଶୁଭ ଅବସରରେ ଗ୍ରହମାନଙ୍କର ଏକ ଚମତ୍କାର ସଂଯୋଗ ସୃଷ୍ଟି ହେଉଛି। ଦୀପାବଳିରେ...

ପାଳଙ୍ଗ ତଡ଼କା

ରୋଷେଇ ସାମଗ୍ରୀ:-ପାଳଙ୍ଗ ଶାଗ- ୧ବିଡା, ବିରି ଡାଲି- ୧୦୦ଗ୍ରାମ୍‌, ଆଳୁ- ୨ଟି, ରସୁଣ- ୪କୋଲା, ଶୁଖିଲା ଲଙ୍କା- ୪ଟି, ଚାଟ୍‌ ମସଲା- ୧ଚାମଚ, ତେଲ- ୨ଚାମଚ,...

ସ୍କିନ୍‌ଟୋନ୍‌ ଅନୁସାରେ ଲିପ୍‌ଷ୍ଟିକ୍‌

ମୁହଁର ସୌନ୍ଦର୍ଯ୍ୟ ବଢାଇବାରେ ବିଭିନ୍ନ ମେକ୍‌ଅପ୍‌ ସାମଗ୍ରୀ ମଧ୍ୟରୁ ଲିପ୍‌ଷ୍ଟିକ୍‌ର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ହେଲେ ଏହି ଲିପ୍‌ଷ୍ଟିକ୍‌ ଯଦି ସ୍କିନ୍‌ ଟୋନ୍‌କୁ ମ୍ୟାଚ୍‌ ନ...

Advertisement
Archives

Model This Week