ସୌର, ପବନଶକ୍ତିରେ ଚାଲୁଛି ସେଚ ପ୍ରକଳ୍ପ

ନବରଙ୍ଗପୁର,୨୮।୪ (ବି.ପ୍ର.) – ବିଦ୍ୟୁତ୍‌ ନ ଥାଇ ସୌର ଓ ପବନ ଶକ୍ତି ଦ୍ୱାରା ପାଣିମଟର ଚଳାଇ ଜମିକୁ କରାଯାଉଛି ଜଳସେଚନ । ଗୋଟିଏ ପ୍ରକଳ୍ପରୁ ଦୈନିକ ୨୦ହଜାର ଲିଟର ପାଣି ଜମିକୁ ପହଞ୍ଚା ଯାଇପାରୁଛି। ସାଉଥ୍‌ ଆଫ୍ରିକା ଜ୍ଞାନକୌଶଳରେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟରେ ନିର୍ମିତ ହୋଇଛି ରାଜ୍ୟର ପ୍ରଥମ ଓ୍ବିଣ୍ଡ-ସୋଲାର ହାଇବ୍ରିଡ୍‌ ପ୍ରୋଜେକ୍ଟ; ଯାହା ଚାଷୀଙ୍କୁ ଉପକୃତ କରୁଛି ।
ଜିଲାକୁ ୨୦୧୮ ମସିହାରେ କୃଷି ଓ କୃଷିଭିତ୍ତିକ ଆର୍ଥିକ ବିକାଶ ପାଇଁ ମଡେଲ ଜିଲାଭାବେ ଗ୍ରହଣ କରାଯାଇ ଦେଶର ୧୨ଟି ଗବେଷଣା ସଂସ୍ଥା ଏଠାରେ କାର୍ଯ୍ୟ କରିଆସୁଛି। ଖଣିଜ ବସ୍ତୁ ବିଜ୍ଞାନ ପ୍ରତିଷ୍ଠାନ ସଂସ୍ଥା ପକ୍ଷରୁ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ପାତ୍ରପୁଟଠାରେ ତ୍ରିନାଥ ଅମାନତ୍ୟଙ୍କ ଚାଷଜମିରେ ପରୀକ୍ଷାମୂଳକ ଭାବେ ସରକାରଙ୍କ ତରଫରୁ ପ୍ରାୟ ୧୩ ଲକ୍ଷ ଟଙ୍କା ବ୍ୟୟକରି ଓ୍ବିଣ୍ଡ-ସୋଲାର ହାଇବ୍ରିଡ୍‌ ପ୍ରୋଜେକ୍ଟ ସ୍ଥାପନ କରାଯାଇଛି। ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ମୁଖ୍ୟ ବୈଜ୍ଞାନିକ ସନ୍ତୋଷ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରକଳ୍ପ ଗତ ୯ ତାରିଖରେ ଆରମ୍ଭ ହୋଇଛି; ଯାହା ସମ୍ପୂର୍ଣ୍ଣ କମ୍ପ୍ୟୁଟର ଦ୍ୱାରା ପରିଚାଳିତ। ଏକ ଲମ୍ବା ଖୁଣ୍ଟ ପୋତାଯାଇ ଏହାର ଶୀର୍ଷରେ ବଡ଼ ପଙ୍ଖା ଓ ପାଖରେ ସୋଲାର ପ୍ଲେଟ୍‌ ଲଗାଯାଇଛି। ଦିନ ବେଳେ ସୌରଶକ୍ତିରୁ ବିଦ୍ୟୁତ୍‌ ଉତ୍ପାଦନ ହୋଇ ପାଣି ମଟର ଚାଲୁଛି। ପବନ ହେଲେ ବଡ଼ ପଙ୍ଖା ବୁଲି ବୁଲି ବିଦ୍ୟୁତ୍‌ ଉତ୍ପାଦନକରି ପାଣି ମୋଟର ଚାଲୁଥିବା ଦେଖିବାକୁ ମିଳିଛି। ଯଦି କୌଣସି କାରଣରୁ ୨ଟି ଯାକ ବିଫଳ ହେଲେ ବିଦ୍ୟୁତ୍‌ରେ ମଧ୍ୟ ଏହି ପ୍ରକଳ୍ପ ଯେପରି ଚାଲିପାରିବ ତାହାର ବ୍ୟବସ୍ଥା କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ଦିନକୁ ୨୦ହଜାର ଲିଟରରୁ ଊର୍ଦ୍ଧ୍ୱ ପାଣି ବାହାରି ପ୍ରାୟ ୧୦ ଏକରରୁ ଅଧିକ ଜମିକୁ ଜଳସେଚିତ କରୁଛି। ଏହି ପ୍ରକଳ୍ପରେ ୫ଏଚ୍‌ପିର ମୋଟର ଚାଲିପାରୁଥିବା ବେଳେ ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ୨ଏଚ୍‌ପି ମୋଟର ଲଗାଯାଇଛି ।
ଅମାନତ୍ୟଙ୍କ ସମେତ ତାଙ୍କ ଜମି ପାଖରେ ଲାଗିରହିଥିବା ପାତ୍ରପୁଟ ଗ୍ରାମର ଅନ୍ୟ ତିନି ଜଣ ଚାଷୀ ଏହି ପ୍ରକଳ୍ପ ଯୋଗୁ ଲାଭବାନ ହେଉଛନ୍ତି। ନବରଙ୍ଗପୁରର ଉଠାଜଳସେଚନ ବିଭାଗ ଦ୍ୱାରା ସେଠାରେ ଏକ ଗଭୀର ନଳକୂପ ଖନନ କରାଯାଇଛି । ବର୍ତ୍ତମାନ ୪ଜଣ ଚାଷୀ ମିଳିତ ଭାବରେ ୯ଏକର ଜମିରେ ମକା, ପିଆଜ, ଆମ୍ବ, ଲେମ୍ବୁ ଆଦି ଚାଷ କରିଥିବା ବେଳେ ଆଗକୁ ଲଙ୍କା, ଆଳୁ, ଧାନ, ମାଣ୍ଡିଆ, ଆଖୁଚାଷ କରିବା ଲକ୍ଷ୍ୟ ରହିଛି। ନବରଙ୍ଗପୁର ଜିଲାରେ କେବଳ ଭାସ୍କେଲ ଜଳସେଚନ ପ୍ରକଳ୍ପକୁ ଛାଡି ଦେଲେ କୌଣସି ହେଲେ ମଧ୍ୟମ ଜଳସେଚନ ପ୍ରକଳ୍ପ ନାହିଁ। ଇନ୍ଦ୍ରାବତୀରୁ ଟନେଲ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ବର୍ତ୍ତମାନ ସୁଦ୍ଧା କେନ୍ଦ୍ରୀୟ ଜଳ ଆୟୋଗରେ ଅନୁମତି ପାଇଁ ପଡି ରହିଛି। ଏଭଳି ସମୟରେ ଯଦି ଓଡ଼ିଶାରେ ପ୍ରଥମ ଭାବେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପ ଚାଷୀଙ୍କୁ ଯଥେଷ୍ଟ ପାଣି ଯୋଗାଇଦେବାରେ ସଫଳ ହେବ ତା’ହେଲେ ସାରା ରାଜ୍ୟରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ନବରଙ୍ଗପୁର ଜିଲାପାଳ ଅଜିତ କୁମାର ମିଶ୍ର କହିଛନ୍ତି। ଜିଲାର ବିଭିନ୍ନ ସ୍ଥାନରେ ଉଠା ଜଳସେଚନ ବିଭାଗ ଦ୍ୱାରା ଗଭୀର ନଳକୂପ ଖୋଳାଯାଇଛି। କିନ୍ତୁ ବିଦ୍ୟୁତ୍‌ ସମସ୍ୟା ଯୋଗୁ ଜମିଗୁଡିକରେ ନିୟମିତ ପାଣି ଯୋଗାଇବାରେ ତାହା ବିଫଳ ହେଉଛି। ଚାଷୀ କ୍ଷତି ସହୁଛନ୍ତି। ଏହି ପ୍ରକଳ୍ପ ଯଦି ସଫଳ ହେବ ତା’ହେଲେ ଜିଲାର ଅନେକ ଚାଷୀ ଏଥିରେ ଉପକୃତ ହେବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri