ମହିଳାଙ୍କ ଠାରୁ ଘୋଷଡ଼ା ଖାଇ ଯାଇଥିଲେ ଅଙ୍ଗନଓ୍ବାଡ଼ି ଦିଦି: କିଛିଦିନ ପରେ ଲୁଚିଛପି କେନ୍ଦ୍ରକୁ ପଶୁଥିଲା ବେଳେ ପୁଣି ତାତିଲେ ମହିଳା, ପରେ…

ପାଟଣା,୧୭।୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ବାଲିବନ୍ଧ ଗ୍ରାମ ଅଙ୍ଗନଓ୍ବାଡି (କ) କେନ୍ଦ୍ର ପାଇଁ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଥିଲା। ଏ ନେଇ ଗ୍ରାମର ଶତାଧିକ ମହିଳା ଫେବୃଆରୀ ୬ ତାରିଖରେ ନବ ନିଯୁକ୍ତ ଗାଲଫୁଲା ଗ୍ରାମ ରଅଙ୍ଗନୱାଡ଼ି କର୍ମୀ ସୁକାନ୍ତି ନାଏକଙ୍କୁ ଅଟକ ରଖିବା ସହ ଅଙ୍ଗନଓ୍ବାଡି କେନ୍ଦ୍ର ସମ୍ମୁଖ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ। ପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ତେବେ ଏହି ଘଟଣାକୁ କିଛି ଦିନ ନପୁରୁଣୁ ଶନିବାର ପୁନର୍ବାର ସୁକାନ୍ତି ଲୁଚିଛପି ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ପଶିଥିଲେ। ପରେ ଏ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ମହିଳା ଓ ପୁରଷମାନେ ସୁକାନ୍ତିଙ୍କୁ ଘୋଷାଡ଼ି ଆଣିବା ସହ ଅଟକ ରଖିଥିଲେ। ପରେ ସୁକାନ୍ତି ପାଟଣା ଥାନାକୁ ଉଦ୍ଧାର ପାଇଁ ଫୋନ କରିଥିଲେ। ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚିଥିଲା। ସ୍ଥାନୀୟ ଲୋକ ଓ ପୋଲିସ ମଧ୍ୟରେ ବଚସା ସହ ଠେଲାପେଲା ହୋଇଥିଲା। ପରେ ଲୋକେ ଘଟଣାସ୍ଥଳକୁ ଉପଜିଲାପାଳ ଓ ସିଡିପିଓ ଆସିବା ପରେ ସୁକାନ୍ତିଙ୍କୁ ଛାଡ଼ିବେ ବୋଲି ଜିଦ୍‌ରେ ଅଟଳ ରହିଥିଲେ । ଖବରପାଇ ପାଟଣା ଥାନା ଅଧୀକାରି ବିବତ୍ସ ପ୍ରଧାନ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଅଙ୍ଗନୱାଡି କେନ୍ଦ୍ରକୁ ସୁକାନ୍ତି ଆସିବେ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ଉତ୍ତ୍ୟକ୍ତ ଲୋକେ ସୁକାନ୍ତିଙ୍କୁ ଛାଡିଥିଲେ।

https://www.dharitri.com/irregularity-in-the-recruitment-of-anganwadi-workers-for-the-anganwadi-a-center-of-baliband-village-tangerpada-panchayat-keonjhar-district/

ସୂଚନାଅନୁଯାୟୀ, ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀ ଅବସର ଗ୍ରହଣ ପରେ ନୂତନ ନିଯୁକ୍ତି ପାଇଁ ଗ୍ରାମର ୩ ଜଣ ଏସ୍ସି ବର୍ଗରୁ ପ୍ରାର୍ଥୀ ହୋଇଥିବା ବେଳେ ଗାଲଫୁଲାରୁ ଏସ୍ଟି ବର୍ଗରୁ ଶୁକାନ୍ତି ନାଏକ ଆବେଦନ କରିଥିଲେ। ଗ୍ରାମର ୩ ଜଣଙ୍କ ପ୍ରାର୍ଥୀ ମଧ୍ୟରୁ ଜଣକୁ ନିଯୁକ୍ତି ଦାବିରେ ଗ୍ରାମବାସୀ ଅଟଳ ରହି ଜାନୁୟାରୀ ୨ ତାରିଖରୁ ଆଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଛନ୍ତି। ଫଳରେ ଏଯାବତ୍ ଅଚଳାବସ୍ଥା ଜାରି ରହିଛି।
୧ମାସରୁ ଊଦ୍ଧର୍‌ବ ସମୟ ହେବ ଅଙ୍ଗନୱାଡି କେନ୍ଦ୍ରରେ ତାଲା ଝୁଲୁଥିବାରୁ ୩୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ରଙ୍କ ଭୋଜନ ବନ୍ଦ ହେବା ସହ ପାଠପଢ଼ା ଠପ୍‌ ହୋଇପଡ଼ିଛି। ଅନ୍ୟ ପକ୍ଷରେ ଗର୍ଭବତୀ ମହିଳାମାନେ ନିଜର ଓ ଶିଶୁର ସ୍ବାସ୍ଥ୍ୟ ସେବା ଯାଞ୍ଚ କରିବାରୁ ବଞ୍ଚିତ ହେଉଥିବା ବେଳେ ଗ୍ରାମବାସୀ ଅଚଳାବସ୍ଥା ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri