ମହିଳାଙ୍କ ଠାରୁ ଘୋଷଡ଼ା ଖାଇ ଯାଇଥିଲେ ଅଙ୍ଗନଓ୍ବାଡ଼ି ଦିଦି: କିଛିଦିନ ପରେ ଲୁଚିଛପି କେନ୍ଦ୍ରକୁ ପଶୁଥିଲା ବେଳେ ପୁଣି ତାତିଲେ ମହିଳା, ପରେ…

ପାଟଣା,୧୭।୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ବାଲିବନ୍ଧ ଗ୍ରାମ ଅଙ୍ଗନଓ୍ବାଡି (କ) କେନ୍ଦ୍ର ପାଇଁ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଥିଲା। ଏ ନେଇ ଗ୍ରାମର ଶତାଧିକ ମହିଳା ଫେବୃଆରୀ ୬ ତାରିଖରେ ନବ ନିଯୁକ୍ତ ଗାଲଫୁଲା ଗ୍ରାମ ରଅଙ୍ଗନୱାଡ଼ି କର୍ମୀ ସୁକାନ୍ତି ନାଏକଙ୍କୁ ଅଟକ ରଖିବା ସହ ଅଙ୍ଗନଓ୍ବାଡି କେନ୍ଦ୍ର ସମ୍ମୁଖ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ। ପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ତେବେ ଏହି ଘଟଣାକୁ କିଛି ଦିନ ନପୁରୁଣୁ ଶନିବାର ପୁନର୍ବାର ସୁକାନ୍ତି ଲୁଚିଛପି ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ପଶିଥିଲେ। ପରେ ଏ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ୟକ୍ତ ମହିଳା ଓ ପୁରଷମାନେ ସୁକାନ୍ତିଙ୍କୁ ଘୋଷାଡ଼ି ଆଣିବା ସହ ଅଟକ ରଖିଥିଲେ। ପରେ ସୁକାନ୍ତି ପାଟଣା ଥାନାକୁ ଉଦ୍ଧାର ପାଇଁ ଫୋନ କରିଥିଲେ। ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚିଥିଲା। ସ୍ଥାନୀୟ ଲୋକ ଓ ପୋଲିସ ମଧ୍ୟରେ ବଚସା ସହ ଠେଲାପେଲା ହୋଇଥିଲା। ପରେ ଲୋକେ ଘଟଣାସ୍ଥଳକୁ ଉପଜିଲାପାଳ ଓ ସିଡିପିଓ ଆସିବା ପରେ ସୁକାନ୍ତିଙ୍କୁ ଛାଡ଼ିବେ ବୋଲି ଜିଦ୍‌ରେ ଅଟଳ ରହିଥିଲେ । ଖବରପାଇ ପାଟଣା ଥାନା ଅଧୀକାରି ବିବତ୍ସ ପ୍ରଧାନ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଅଙ୍ଗନୱାଡି କେନ୍ଦ୍ରକୁ ସୁକାନ୍ତି ଆସିବେ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ଉତ୍ତ୍ୟକ୍ତ ଲୋକେ ସୁକାନ୍ତିଙ୍କୁ ଛାଡିଥିଲେ।

https://www.dharitri.com/irregularity-in-the-recruitment-of-anganwadi-workers-for-the-anganwadi-a-center-of-baliband-village-tangerpada-panchayat-keonjhar-district/

ସୂଚନାଅନୁଯାୟୀ, ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀ ଅବସର ଗ୍ରହଣ ପରେ ନୂତନ ନିଯୁକ୍ତି ପାଇଁ ଗ୍ରାମର ୩ ଜଣ ଏସ୍ସି ବର୍ଗରୁ ପ୍ରାର୍ଥୀ ହୋଇଥିବା ବେଳେ ଗାଲଫୁଲାରୁ ଏସ୍ଟି ବର୍ଗରୁ ଶୁକାନ୍ତି ନାଏକ ଆବେଦନ କରିଥିଲେ। ଗ୍ରାମର ୩ ଜଣଙ୍କ ପ୍ରାର୍ଥୀ ମଧ୍ୟରୁ ଜଣକୁ ନିଯୁକ୍ତି ଦାବିରେ ଗ୍ରାମବାସୀ ଅଟଳ ରହି ଜାନୁୟାରୀ ୨ ତାରିଖରୁ ଆଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଛନ୍ତି। ଫଳରେ ଏଯାବତ୍ ଅଚଳାବସ୍ଥା ଜାରି ରହିଛି।
୧ମାସରୁ ଊଦ୍ଧର୍‌ବ ସମୟ ହେବ ଅଙ୍ଗନୱାଡି କେନ୍ଦ୍ରରେ ତାଲା ଝୁଲୁଥିବାରୁ ୩୦ରୁ ଊଦ୍ଧର୍‌ବ ଛାତ୍ରୀଛାତ୍ରଙ୍କ ଭୋଜନ ବନ୍ଦ ହେବା ସହ ପାଠପଢ଼ା ଠପ୍‌ ହୋଇପଡ଼ିଛି। ଅନ୍ୟ ପକ୍ଷରେ ଗର୍ଭବତୀ ମହିଳାମାନେ ନିଜର ଓ ଶିଶୁର ସ୍ବାସ୍ଥ୍ୟ ସେବା ଯାଞ୍ଚ କରିବାରୁ ବଞ୍ଚିତ ହେଉଥିବା ବେଳେ ଗ୍ରାମବାସୀ ଅଚଳାବସ୍ଥା ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ରାଜଧାନୀରେ କରାଯାଇଥିଲା ଆପରାଧିକ ଷଡ଼ଯନ୍ତ୍ର, ଖଣ୍ଡଗିରି ଥାନାକୁ…

ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ…

ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସୋମବାର ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୪ ଖଣ୍ଡ ଗ୍ରାମବାସୀ ଗୋପାଳପୁର ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଗଞ୍ଜାମ ଜିଲାପାଳ ଭି.…

ବୈତରଣୀରେ ଆସୁଛି ବନ୍ୟା, ଭୟଭୀତ ଅଞ୍ଚଳବାସୀ

ବଞ୍ଚୋ,୧୭।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଉପରକୁ ଉଠିଛି। ଆନନ୍ଦପୁର ଗେଜ୍‌ ସାଇଟର ତଥ୍ୟ…

ପୁରୁଷଙ୍କୁ ହାର୍ଟ ଆଟାକ୍‌ ଆସିଲେ ଛାତିରେ ହୋଇଥାଏ ଯନ୍ତ୍ରଣା, ମାତ୍ର ମହିଳାଙ୍କଠାରେ ଦେଖାଦିଏ ଏସବୁ ଲକ୍ଷଣ…

ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍‌ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କହିବାକୁ ଗଲେ ହୃଦ୍‌ଯନ୍ତ୍ର ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ନ ହେଲେ…

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହି ଦିନ ମିଳିବ ପଞ୍ଚମ କିସ୍ତି ଟଙ୍କା

ଭୁବନେଶ୍ବର,୧୭ା୮: ସୁଭଦ୍ରା ପଞ୍ଚମ କିସ୍ତି ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି । ରକ୍ଷା ବନ୍ଧନ ଦିନ ହିଁ ମିଳିବ ସୁଭଦ୍ରା ପଞ୍ଚମ…

ବ୍ୟବସାୟୀ ଅପହରଣ ମାମଲା: ମହିଳା ପୋଲିସ ସବ୍‌ଇନ୍ସପେକ୍ଟରଙ୍କ ସହ ଜଣେ ସାମ୍ବାଦିକ ଗିରଫ, ୪କୁ ବୃଦ୍ଧି ପାଇଲା ସଂଖ୍ୟା

ବଲାଙ୍ଗୀର,୧୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ମାମଲାରେ ବଲାଙ୍ଗୀର ପୋଲିସ ଭୁବନେଶ୍ବରରୁ ଜଣେ ମହିଳା ସବ୍‌ଇନ୍ସପେକ୍ଟର ଓ ଜଣେ ଖବରଦାତାଙ୍କୁ…

ଗୁଲିଗପ ଇତିହାସକୁ ବଦଳାଇପାରେ ନାହିଁ

କୋଣାର୍କଠାରେ ସୂର୍ଯ୍ୟଙ୍କ ଉପାସନାର ସବିଶେଷ ଆଲୋଚନା ଅନେକଙ୍କ ମନରେ ପ୍ରଶ୍ନ ଉଠାଇପାରେ। ଇତିହାସ ବା ଐତିହ୍ୟ ପ୍ରସଙ୍ଗରେ ଉପାସନା ଧାରାକୁ ଏତେ ଗୁରୁତ୍ୱ ଦେବାର କାରଣ କ’ଣ!…

ଗିଲଙ୍କ ଧମାକା, ଗୋଟିଏ ହାତରେ ଏମତି କ୍ୟାଚ୍‌ ଧରିଲେ ସବୁ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୧୭।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଏକ ଚମତ୍କାର କ୍ୟାଚ୍ ଧରି ସମସ୍ତଙ୍କୁ ଚକିତ କରିଛନ୍ତି। କୁଲଦୀପ ଯାଦବଙ୍କ ବଲ୍‌ରେ ଶ୍ରୀଲଙ୍କା ବ୍ୟାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri