SCB ମେଡିକାଲରେ ଅବ୍ୟବସ୍ଥା: ଅଗ୍ନିନିରାପତ୍ତା ସିଲିଣ୍ଡରରେ ଝୁଲୁଛି ସାଲାଇନ

କଟକ,୨୭।୭(ଶିଳ୍ପା ପ୍ରିୟଦର୍ଶିନୀ): ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏସ୍‌ସିବି)ର ନ୍ୟୁ ମେଡିସିନ ବିଭାଗ ୱାର୍ଡରେ ଅବ୍ୟବସ୍ଥା ଦେଖାଦେଇଛି। ୱାର୍ଡରେ ରୋଗୀଙ୍କଠାରେ ଲାଗୁଥିବା ସାଲାଇନ ବୋତଲ ୱାର୍ଡରେ ଥିବା ଅଗ୍ନିନିରାପତ୍ତା ସିଲିଣ୍ଡରରେ ଝୁଲା ଯାଇଛି। କେବଳ ଏତିକି ନୁହେଁ କେଉଁଠି ବିଦ୍ୟୁତ ମେନ ସୁଇଚ୍‌ ବକ୍ସରେ ସାଲାଇନ ବୋତଲ ଝୁଲାଯାଇଛି ତ ଆଉ କେଉଁଠି କବାଟ ଓ ଝରକାରେ ଝୁଲାଯାଇ ରୋଗୀଙ୍କ ଚିକିତ୍ସା କରାଯାଉଛି। ଏପରିକି ଯେଉଁଠି ସାଲାଇନ ଷ୍ଟାଣ୍ଡ ରହିଛି ସେଠି ଗୋଟିଏ ଷ୍ଟାଣ୍ଡରେ ୩ ରୋଗୀଙ୍କ ସାଲାଇନ ବୋତଲ ଝୁଲାଯାଉଛି। ମେଡିକାଲକୁ ରୋଗୀ ସୁସ୍ଥ ହେବାକୁ ଆସୁଥିବାବେଳେ ଏଭଳି ବିପଦସଙ୍କୁଳ ଅବସ୍ଥାରେ ସାଲାଇନ ବୋତଲ ଝୁଲାଇ ଚିକିତ୍ସା କରିବା ଯେପରି ରୋଗୀଙ୍କୁ ବିପଦ ଆଡକୁ ମେଡିକାଲ କର୍ତ୍ତୃପକ୍ଷ ଠେଲି ଦେଉଥିବା ଅନୁଭବ ହେଉଛି। ସେହିପରି ୱାର୍ଡରେ ରୋଗୀଙ୍କ ବେଡ୍‌ ନ ମିଳିବା ମୁଖ୍ୟ ସମସ୍ୟା ପାଲଟିଛି। ଏପରିକି ବେଡ୍‌ ନ ମିଳିବା ଫଳରେ ରୋଗୀ ୱାର୍ଡ ପରିସର, ଶିଡି କଡରେ ଚଟାଣରେ ଶୋଇ ରହୁଛନ୍ତି। ଏହାସହ ୱାର୍ଡରେ ଥିବା ଶୌଚାଳୟରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇରହିଛି ଏବଂ ଏହା ଠିକ୍‌ ଭାବେ ସଫା କରାଯାଉ ନାହିଁ। ଫଳରେ ପ୍ରବେଶ ଦ୍ୱାରାଠାରୁ ଆରମ୍ଭ କରି ଶୌଚାଳୟ ଯାଏ ସବୁଠି ଦୁର୍ଗନ୍ଧରେ ଫାଟି ପଡୁଛି। ଏଭଳି ପରିବେଶରେ ରୋଗୀ ସମ୍ପର୍କୀୟଙ୍କୁ ଅସୁସ୍ଥ ହେବାର ଭୟ ଘାରୁଛି।

ସୂଚନା ଅନୁଯାୟୀ, ଏସ୍‌ସିବିର ନୂତନ ଭେଷଜ ବିଭାଗ ବା ନ୍ୟୁ ମେଡିସିନି ବିଭାଗ ଚତୃର୍ଥ ମହଲା ବିଶିଷ୍ଠ ରହିଛି। ୱାର୍ଡର ପ୍ରଥମ ମହଲା ଆଇସିୟୁ ଥିବାବେଳେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ମହଲା ରୋଗୀଙ୍କ ପାଇଁ ୱାର୍ଡର ବ୍ୟବସ୍ଥା ରହିଛି। ଏଠାରେ ଆଇସିୟୁ ଓ ୱାର୍ଡକୁ ମିଶାଇ ପ୍ରାୟ ୧୯୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ହେଲେ ଭେଷଜ ବିଭାଗକୁ ପ୍ରତ୍ୟେକ ଦିନ ଶତାଧିକ ରୋଗୀ ଆସୁଥିବାବେଳେ ଏହା ସମୂଦ୍ରକୁ ଶଙ୍ଖେ ସହ ସମାନ। ମେଡିକାଲରେ ଚିକିତ୍ସା ଜାରି ରହିଥିବା ପାରାଦ୍ୱୀପ ଅଞ୍ଚଳର ନରେନ ମଣ୍ଡଳ, କଳାହାଣ୍ଡି ଲାଞ୍ଜିଗଡ ଅଞ୍ଚଳର ଚିତ୍ତରଞ୍ଜନ ପେସେନିଆଙ୍କ ସମେତ ଅନକେ ରୋଗୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏସ୍‌ସିବି ସମ୍ପ୍ରସାରଣ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିବାବେଳେ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଲେ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାର ଶଯ୍ୟା ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ ବୋଲି ମେଡିକାଲ କର୍ତ୍ତୃପକ୍ଷ କହୁଥିବାବେଳେ ଏହା କେବେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri