ନଦୀବନ୍ଧ ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା

ଯାଜପୁର ଅଫିସ,୧୩ା୪: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ଓ ଏହାର ଶାଖାନଦୀରେ ପ୍ରାୟ ପ୍ରତିବର୍ଷ ବନ୍ୟା ଯୋଗୁ ବହୁ ଧନଜୀବନ କ୍ଷତି ହେଉଛି। ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହାର ପ୍ରତିକାର ପାଇଁ ନଦୀବନ୍ଧ ସୁଦୃଢୀକରଣ ନାମରେ ବିପୁଳ ପରିମାଣର ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ନିମ୍ନମାନର ନଦୀବନ୍ଧ ନିର୍ମାଣ ଏବଂ ଏହାର ମରାମତି କାର୍ଯ୍ୟ ଯୋଗୁ ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ଘାଈ ସୃଷ୍ଟି ହୋଇ ଅଭୂତପୂର୍ବ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି ବୋଲି ଅଭିଯୋଗ ହେଉଛି। ଏହାବାଦ୍‌ କେତେକ ଅନଭିଜ୍ଞ ପେଟି କଣ୍ଟ୍ରାକ୍ଟରଙ୍କ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇ ନଦୀବନ୍ଧ ମରାମତି କାର୍ଯ୍ୟକୁ ହାଲୁକା ଭାବେ ଗ୍ରହଣ କରାଯାଉଛି। ଏହି କ୍ରମରେ ରୁରାଲ ଇନଫ୍ରାଷ୍ଟ୍ରକ୍ଚର ହେଭଲପ୍‌ମେଣ୍ଟ ଫଣ୍ଡ(ଆରଆଇଡିଏଫ୍‌) ଅନ୍ତର୍ଗତ ରାଜ୍ୟରେ ୪୨୬.୮୦ କୋଟି ଟଙ୍କାରେ ୫୬ଟି ନଦୀବନ୍ଧ ନିର୍ମାଣ ଏବଂ ସୁଦୃଢୀକରଣ ପ୍ରକଳ୍ପ କାମ ଚାଲିଛି। ସେଥିରୁ ଯାଜପୁର ଜିଲା ଯାଜପୁର ଜଳସେଚନ ଡିଭିଜନ ଅଧୀନରେ ବୈତରଣୀ ଓ ଖରସୁଆଁ ନଦୀରେ ୪୫.୯୭ କୋଟି ଟଙ୍କାର ୫ ପ୍ରକଳ୍ପ ରହିଛି। ହେଲେ କେତେକ ଠିକାଦାରଙ୍କୁ ହାତ କରି ବିଭାଗୀୟ ଯନ୍ତ୍ରୀ ଅତି ନିମ୍ନମାନର କାମ କରୁଥିବାରୁ ବନ୍ୟା ସମୟରେ ଏହାର ସ୍ଥାୟିତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବୈତରଣୀ ଓ ତାର ଶାଖାନଦୀରେ ଯାଜପୁର ଜିଲାରେ ପ୍ରାୟ ୪୦୦ କିଲୋମିଟର ବନ୍ଧବାଡ଼ ରହିଛି ା ଆରଆଇଡିଏଫ୍‌, ନାବାର୍ଡ, ସ୍ବତନ୍ତ୍ର ରିଲିଫ କମିଶନ, ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଦି ଯୋଜନାରେ ଅନୁଦାନ ବିନିଯୋଗ ହେଉଛି ସିନା ସ୍ଥାୟୀ ପ୍ରତିକାର ଦିଗରେ ଆଦୌ ଆନ୍ତରିକତା ନ ଥିବା ମନେ ହେଉଛି ା ଗତ ୧୬ା୯ା୨୦୨୦ରେ ବିଞ୍ଝାରପୁର ବିଧାୟିକା ତଥା ବର୍ତ୍ତମାନର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ନଦୀବନ୍ଧଗୁଡିକର ସୁଦୃଢୀକରଣ, ପୁନରୁଦ୍ଧାର, ସୁରକ୍ଷା, ଉନ୍ନତିକରଣ ଆଦି କାର୍ଯ୍ୟ ପାଇଁ ଜଳ ସମ୍ପଦ ବିଭାଗକୁ ପତ୍ର ଲେଖିଥିଲେ। ଏଥିରେ ବୈତରଣୀ ନଦୀବନ୍ଧ ଡାହାଣ ପାର୍ଶ୍ୱ ବ୍ରହ୍ମଚାରୀପାଟଣାଠାରୁ କୟାଁଗୋଲା, ଖରସ୍ରୋତା ନଦୀବନ୍ଧର ଡାହାଣ ପାର୍ଶ୍ୱ ରାଉତରାଠାରୁ କଣ୍ଟିପୁର, ଖରସ୍ରୋତା ନଦୀବନ୍ଧର ବାମ ପାର୍ଶ୍ୱ ବାଛୋଳଠାରୁ ବାଙ୍ଗରା, ନୂଆମହରା ନଦୀବନ୍ଧର ବାମପାର୍ଶ୍ୱ ନୂଆବାଙ୍କଠାରୁ ଧରମପୁର, ନୂଆମହରା ନଦୀବନ୍ଧର ଡାହାଣ ପାର୍ଶ୍ୱ ଜରି ଠାରୁ ପଣାସ, ଡାହାଣପାର୍ଶ୍ୱ ନଦୀବନ୍ଧ କେନାଲ ମନ୍ଦାରଖଣ୍ଡଠାରୁ ଶାସନପଡା, କାଣୀ ନଦୀବନ୍ଧର ବାମ ଓ ଡାହାଣ ପାର୍ଶ୍ୱର କୟାଁଗୋଲା ଠାରୁ ଦତ୍ତପୁର, ଖରସ୍ରୋତା ନଦୀବନ୍ଧର ବାମପାର୍ଶ୍ୱ ବାଛୋଳଠାରୁ ସିଂହପୁର, ଜରି ଠାରୁ ବାଙ୍ଗରା ଓ କରୁଣାଠାରୁ ବଗମରା ଇତ୍ୟାଦି ନଦୀବନ୍ଧର ସୁଦୃଢୀକରଣ କରିବାକୁ ଅନୁରୋଧ କରିଥିଲେ। ସେହିବର୍ଷ ଅର୍ଥାତ୍‌ ଅଗଷ୍ଟ ଶେଷ ବେଳକୁ ଜିଲାରେ ପ୍ରଳୟଙ୍କରୀ ବନ୍ୟାରେ ବୈତରଣୀ, ବ୍ରାହ୍ମଣୀ ଏବଂ ଏହାର ଶାଖାନଦୀଗୁଡିକରେ ୨୫ଟି ଘାଈ ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ମଲ୍ଲିକ ନଦୀବନ୍ଧଗୁଡିକର ସୁଦୃଢୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କ୍ରମରେ ବୈତରଣୀ ବାମପାର୍ଶ୍ୱ ବାଲିପୋଖରୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୬.୭୨ କୋଟି, ବୈତରଣୀ ଡାହାଣ ପାର୍ଶ୍ୱ ନଦୀବନ୍ଧର ଦତ୍ତପୁରଠାରୁ ଇଚ୍ଛାପୁର ପର୍ଯ୍ୟନ୍ତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୧୨.୬୬ କୋଟି ଟଙ୍କା, ବୈତରଣୀ ଡାହାଣ ପାର୍ଶ୍ୱ ନଦୀବନ୍ଧର ବ୍ରହ୍ମଚାରୀପାଟଣାଠାରୁ ଅର୍ଦ୍ଦଲୁଆ ପୁନରୁଦ୍ଧାର ପ୍ରକଳ୍ପ ପାଇଁ ୧୩.୫୨ କୋଟି ଟଙ୍କା, ଖରସୁଆଁ ଡାହାଣପାର୍ଶ୍ୱ ନଦୀବନ୍ଧର ମଲ୍ଲିପୁରଠାରୁ କଣ୍ଟିିପୁର ପର୍ଯ୍ୟନ୍ତ ୭.୧୩ କୋଟି ଟଙ୍କା ଏବଂ ଖରସୁଆଁ ନଦୀବନ୍ଧର ବାମପାର୍ଶ୍ୱ ବାଘମରାଠାରୁ ସିଂହପୁର ସୁଦୃଢୀକରଣ କାର୍ଯ୍ୟ ପାଇଁ ୫.୯୪ କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା। ଏହିସବୁ ପ୍ରକଳ୍ପ ବନ୍ୟା ନିୟନ୍ତ୍ରଣ ଉଦ୍ଦେଶ୍ୟରେ ରହିଥିବାବେଳେ ଏଯାଏ ୨୨.୦୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବିଭାଗୀୟ ରିପୋର୍ଟରେ ଦର୍ଶାଯାଇଛି। ଏହିସବୁ ନଦୀବନ୍ଧ ଉପରେ ଶତାଧିକ ଗ୍ରାମବାସୀଙ୍କ ସୁରକ୍ଷା ନିର୍ଭର କରିଥାଏ। କିନ୍ତୁ ଅତି ନିମ୍ନମାନର କାର୍ଯ୍ୟ ସମେତ ବ୍ୟାପକ ହେରାଫେରି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଦତ୍ତପୁରଠାରୁ ଇଚ୍ଛାପୁର ପର୍ଯ୍ୟନ୍ତ ପ୍ରକଳ୍ପରେ କେଳାଙ୍ଗ ମୌଜା ବଳରାମପୁର ଗ୍ରାମ ନିକଟ ନଦୀଗର୍ଭର ପ୍ରାୟ ୧୦ ଏକର ଅଞ୍ଚଳରୁ ବେଆଇନ ଭାବେ ମାଟି ଉତ୍ତୋଳନ କରାଯାଇଛି। ଏଥିପାଇଁ ବାହାରୁ ମାଟି ଆଣି ବ୍ୟବହାର କରିବା ସ୍ଥଳେ ନଦୀବନ୍ଧ ନିକଟରୁ ଅତି ନିମ୍ନମାନର ଦୁର୍ବଳ ମାଟି ଉତ୍ତୋଳନ କରାଯାଉଛି। ଫଳରେ ନଦୀବନ୍ଧର ସୁରକ୍ଷା ତ ଦୂରର କଥା ସାମନ୍ୟା ବନ୍ୟା ଆସିଲେ ସେହି ମାଟି ଧୋଇ ଯିବ ବୋଲି ମତପ୍ରକାଶ ପାଇଛି। କେତେକ ସ୍ଥାନରେ ଯନ୍ତ୍ରୀ-ଠିକାଦାର ଓ ରାଜନେତାଙ୍କ ଅସାଧୁ ମେଣ୍ଟ ଯୋଗୁ ସରକାରଙ୍କ ଅନେକ କୋଟି ଟଙ୍କା ପାଣିରେ ପଡୁଛି ବୋଲି ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡେଇଙ୍କୁ ପଚାରିବାରୁ ସେ କହିଛନ୍ତି କୌଣସି ନଦୀବନ୍ଧ ପୁନରୁଦ୍ଧାର ଓ ସୁଦୃଢୀକରଣ କାର୍ଯ୍ୟରେ ଅନିୟମିତତା ହେଉନାହିଁ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଉପରୋକ୍ତ ପ୍ରକଳ୍ପଗୁଡିକ କାର୍ଯ୍ୟର ମାନ ଯାଞ୍ଚ କରାଯାଉଛି। ତଦନ୍ତରେ କୌଣସି ପ୍ରକାର ଅବହେଳା ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri