ଲୁହାପଥର ପରିବହନରେ ଅବ୍ୟବସ୍ଥା: ଟ୍ରକ ମାଲିକଙ୍କ ଆନ୍ଦୋଳନ

ପାଟଣା,୧୦।୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ କିଛିଦିନ ଧରି ବନ୍ଦ ରହିଥିବରୁ ଓଏମ୍‌ସିରୁ ଲୁହା ପଥର ପରିବହନ ବନ୍ଦରହିଛି। ଯାହାକୁ ପ୍ରତିବାଦ କରି ପାଟଣା, ତୁରୁମୁଙ୍ଗା, ଷଡ଼ଙ୍ଗୀ, କେନ୍ଦେକପଶି, ଖିରେଇଟାଙ୍ଗିରୀ ଓ ଢେଙ୍କିକୋଟ ଯୋନ୍‌ର ଗାଡି ମାଲିକମାନେ ଆନ୍ଦୋଳନକୁ ଓହ୍ଲାଇ ୪୯ ନମ୍ବର ଜାତୀୟ ରାଜପଥର ହାତୀବାରୀ ନିକଟରେ ଟ୍ରକ ଅଟକାଇ ଧାରଣାରେ ବସିଛନ୍ତି।
ଅଭିଯୋଗ ଅନୁସାରେ, କିଛିଟ୍ରକ୍‌ ମାଲିକମାନେ କେନ୍ଦୁଝର ଟ୍ରକ ମାଲିକ ସଂଘକୁ କିଛି ଦିନଧରି ବନ୍ଦ କରି ରଖିଥିବା ଯୋଗୁ ଟୋକନ ବାହାରି ପାରୁନାହିଁ। ଫଳରେ ଲୁହା ପଥର ପରିବହନ ହୋଇ ନପାରି ଟ୍ରକଗୁଡିକ ଛିଡାହୋଇ ରହିଛି। ଏଥିସହ ଟ୍ରକ ମାଲିକ ସଂଘ ବନ୍ଦଥିବା ସତ୍ତ୍ୱେ କେନ୍ଦୁଝର ଅଞ୍ଚଳର କିଛି ମାଲିକଙ୍କ ଗାଡି ଓଏମସିରୁ ଲୁହାପଥର ଲୋଡ଼ କରି ପରିବହନ କରୁଥିବାରୁ ଉକ୍ତ ଗାଡିଗୁଡିକୁ ଅଟକ ରଖିଛନ୍ତି। କିପରି ଲୁହାପଥର ପରିବହନ ପାଇଁ ଟୋକନ ମିଳୁଛି ତାହାର ତଦନ୍ତ ପାଇଁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଉପଜିଲାପାଳ ଓ ଏସ୍‌ପିଙ୍କ ନିକଟରେ ଟ୍ରକ୍‌ ମାଲିକମାନେ ଦାବି କରି ଆନ୍ଦୋଳନରେ ବସିଛନ୍ତି। ଶାନ୍ତି ଶଙ୍ଖଳା ପାଇଁ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି। ଆନ୍ଦୋଳନରେ ଉତ୍ତମ ଖଟୁଆ ପ୍ରଦୀପ କୁମାର ସାହୁ, ଯତୀନ୍ଦ୍ର କୁମାର ଦାଶ,ସବ୍ୟସାଚୀ ସାହୁ, କ୍ଷୀରୋଦ ପୃଷ୍ଟି, ଅଞ୍ଜନ ସାହୁ, ଅବନୀ ସାହୁ ,ଅଯୋଧ୍ୟା ପୃଷ୍ଟି,ମଣି ସୁନ୍ଦର ସାହୁ, ହୃଷିକେଶ ମହାନ୍ତ,ତୁଷାର କାନ୍ତ ସାହୁ ବାବିଲାଲ ସାହୁ , ବିକାଶ କୁମାର ସେଠୀ ଓ ପ୍ରତାପ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri