ବନ ବିଭାଗ ଉନ୍ନୟନ କାର୍ଯ୍ୟରେ ଅନିୟମିତତା

ବଡ଼ଚଣା,୨୮ା୨(ଡି.ଏନ.ଏ.):ପରିବେଶ ସୁରକ୍ଷା, ଚାରା ରୋପଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ା ମାତ୍ର କେତେଜଣ ବିଭାଗୀୟ ଅଧିକାରୀଙ୍କ ଇଚ୍ଛାଶକ୍ତିର ଅଭାବ ଓ ଦୁର୍ନୀତଖୋର ମନୋବୃତ୍ତି ଯୋଗୁ ତାହା ସଫଳ ହୋଇପାରୁନାହିଁ। ଏହି ପରିପ୍ରେକ୍ଷୀରେ ଚଣ୍ଡିଖୋଲ ବନବିଭାଗର ବିଭିନ୍ନ ଯୋଜନା ତଥା ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।
ଇକୋ ଟୁରିଜିମ୍‌ ଯୋଜନାରେ ପର୍ବତ ସେବା ନାମରେ ବାରୁଣାବନ୍ତ ପର୍ବତର ମହାବିନାୟକ ପୀଠର ପଶ୍ଚିମପାର୍ଶ୍ୱରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ନିମନ୍ତେ ଡ଼ାକବଙ୍ଗଳା, ଏକ ଉଦ୍ୟାନ ଓ ସୁଇମିଂପୁଲ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ବଙ୍ଗଳାକୁ ଲାଗି ଘାସ ଗାଲିଚା, ବିଭିନ୍ନ ରଙ୍ଗର ଫୁଲ ଗଛ, ପର୍ବତର ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ଜଳ ଯୋଗାଣ ଅଭାବରୁ ସୁଇମିଂପୁଲ ଶୁଖିଲା ପଡ଼ିଛି ା ଘାସ ଗାଲିଚା ଓ ଫୁଲଗଛଗୁଡ଼ିକ ଶୁଖି ଗଲାଣି। ନିର୍ମିତ ବଙ୍ଗଳାଟି ନିମ୍ନମାନର କାମ ହୋଇଥିବାରୁ କାନ୍ଥରେ ଫାଟ ସୃଷ୍ଟି ହୋଇଛି ା ବିଭିନ୍ନ ସ୍ଥାନରୁ ସିମେଣ୍ଟ ଖସି ପଡିଛି। ଏହି ଯୋଜନାରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବିନିଯୋଗ କରାଯାଇଛି ା ଉପରୋକ୍ତ ପ୍ରକଳ୍ପର ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ଦରମା ନ ପାଇବାରୁ କାମ କରୁ ନାହାଁନ୍ତି। ସେହିପରି କାମ୍ଫା ଯୋଜନାରେ ଚାରା ରୋପଣ ଓ ବାରୁଣାବନ୍ତ ପର୍ବତର ମଧ୍ୟ ଭାଗରେ ପର୍ବତ ଚାରି ପଟେ ରାସ୍ତା ସଂଯୋଗୀ ବନ୍ଧ ନିର୍ମାଣ ଯିବାର ଯୋଜନା ପ୍ରସ୍ତୁତ ହୋଇଥିଲା ା ପର୍ବତ ଉପରୁ ବର୍ଷାଦିନେ ଗଡ଼ୁଥିବା ଜଳ ଏବଂ ଝରଣାର ଜଳ ସଂରକ୍ଷଣ କରିବା ପାଇଁ କୁଣ୍ଡମାନ ନିର୍ମାଣ କରାଯିବ ବୋଲି ବ୍ୟବସ୍ଥା ହୋଇଥିଲା ା ସେହି କୁଣ୍ଡରୁ ବନ୍ୟଜନ୍ତୁମାନେ ପାଣି ପିଇବାର ବ୍ୟବସ୍ଥା କରାଯିବାର ଏହି ଯୋଜନାର ଲକ୍ଷ୍ୟ ଥିଲା ା ଏଥିପାଇଁ ଲକ୍ଷାଧିକ ଟଙ୍କା ବିନିଯୋଗ କରାଯାଇଥିଲେ ମଧ୍ୟ ସବୁ ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି ା ଏହି କାମ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ କରାଯିବା କଥା ା କିନ୍ତୁ କେତେଜଣ ବେନାମୀ ଜବ୍‌କାର୍ଡ଼ଧାରୀଙ୍କ ମାଧ୍ୟମରେ ସେହି କାମ ନାମକୁ ମାତ୍ର କରାଯାଇଥିଲା ା ମେଶିନ୍‌ରେ କାମ କରାଯାଇଛି। ଉକ୍ତ ଯୋଜନାରେ ୧୦ହଜାର ଚାରା ରୋପଣ କରାଯାଇଥିଲା ା କିନ୍ତୁ ଜଳ ଯୋଗାଣ ଓ ରକ୍ଷଣାବେକ୍ଷଣ ଅଭାବରୁ ସବୁ ଗଛ ମରି ଶୁଖି ଯାଇଛି।
ପାନୀୟ ଜଳ ପାଇଁ ସରକାର କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ପର୍ବତ ଚାରିପଟେ ନିର୍ମିତ ୫ରୁ ଊର୍ଦ୍ଧ୍ୱ ପୋଖରୀରେ ଜଳ ନାହିଁ। ବାରୁଣାବନ୍ତ ପର୍ବତର ପୂର୍ବପଟେ ଦକ୍ଷିଣପୂର୍ବ ରେଳପଥ ଯାଇଛି। ବନ୍ୟଜନ୍ତୁମାନେ ଶୋଷରେ ଡ଼ହଳ ବିକଳ ହୋଇ ଏହି ରେଳପଥ ଅତିକ୍ରମ କରି ନିକଟସ୍ଥ ହାଇଲେବ୍‌ଲ କେନାଲରୁ ପାଣି ପିଇବାକୁ ଆସିଥାନ୍ତି ା ଏଥିପାଇଁ ଅଧିକାଂଶ ସମୟରେ ଟ୍ରେନ୍‌ରେ କଟି ବହୁ ଠେକୁଆ, ଖରାଙ୍ଗ ଏବଂ କୁଟୁରା ମରିପଡ଼ିଥିବା ଦେଖାଯାଇଛି। ଏହାକୁ ରୋକିବା ପାଇଁ ପର୍ବତ ଚାରିପଟେ ତାରବାଡ଼ ଦେଇ ସୋଲାର ସିଷ୍ଟମରେ ବିଦ୍ୟୁତ୍‌ ଚାର୍ଜ କରାଯାଇଥିଲେ ମଧ୍ୟ କେତେକ ସ୍ଥାନରେ ସେହି ବ୍ୟବସ୍ଥା କାମ କରୁନାହିଁ ା ଅଧିକାଂଶ ସ୍ଥାନରେ ଚୋରମାନେ ଲୁହା ଆଙ୍ଗଲଗୁଡ଼ିକ କାଟି ନେଇଛନ୍ତି ା କେତେକ ସ୍ଥାନରେ ତାରକଣ୍ଟାଗୁଡ଼ିକ ଭୂଇଁରେ ପଡ଼ିଛି। ବନବିଭାଗ ଅଧୀନରେ ଏକ ନର୍ସରୀ ନିର୍ମାଣ କରାଯାଇଛି। ଏହି ନର୍ସରୀ ପାଇଁ ନିର୍ମାଣ ହୋଇଥିବା ପାଚେରୀଟି ନିମ୍ନମାନର କାମ ଯୋଗୁ ଭାଙ୍ଗିବାକୁ ବସିଛି ା ବାରୁଣାବନ୍ତ ପାଦଦେଶରେ ବନ ବିଭାଗ କାର୍ଯ୍ୟାଳୟ ଅଛି। ହେଲେ କାର୍ଯ୍ୟାଳୟକୁ ଯିବା ପାଇଁ ରାସ୍ତା ନାହିଁ। ପାଚେରୀରେ ଏକ ଫାଟକ ଲାଗିଥିଲେ ମଧ୍ୟ ତାହା ଭାଙ୍ଗି ଝୁଲି ରହିଛି। ପ୍ରତି କାମ ପାଇଁ ସୂଚନା ଫଳକ ଲଗାଯିବା କଥା କିନ୍ତୁ ଅଧିକାଂଶ ସ୍ଥାନରେ ଫଳକ ନାହିଁ। କେତେକ ସ୍ଥାନରେ ଫଳକ ଥିଲେ ମଧ୍ୟ କେତେ ଅର୍ଥ ବ୍ୟୟ ହୋଇଛି ଲେଖାଯାଇ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ା
ଉପରୋକ୍ତ ଅନିୟମିତତା ସମ୍ପର୍କରେ ଚଣ୍ଡିଖୋଲ ବନ ଅଧିକାରୀ ଶଶିକାନ୍ତ ବେହେରାଙ୍କୁ ପଚାରିବାରୁ ବର୍ଷା ନ ଥିବାରୁ ଗଛଗୁଡ଼ିକ ମରିଯାଉଛି। ଜଳାଶ୍ରୟ ଶୁଖିଲା ପଡ଼ିଛି ା ଯେଉଁ କାମ ଅଧାହୋଇ ପଡ଼ିରହିଛି ଠିକାଦାରମାନେ ବିଲ ନ ପାଇ ଥିବାରୁ କାମ କରୁ ନାହାଁନ୍ତି। ବିଲ ଦୀର୍ଘଦିନ ହେଲା ପାସ ହୋଇ ପାରୁ ନାହିଁ। ମୋର ପଦୋନ୍ନତି ହୋଇ ସାରିଛି। ମୁଁ ପଳାଇଲେ ଯାଏ। ମୋର ଏଥିରେ କିଛି କରିବାର ନାହିଁ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?