କେନାଲ କାମରେ ଅନିୟମିତତା

ହାଟଡିହୀ,୭ା୧(ଡିି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଦ୍ୟାଧରପୁର କେନାଲ ଡିଭିଜନ ଅଧୀନ ବିଭିନ୍ନ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଷ୍ଟିମେଟ ଅନୁସାରେ କାର୍ଯ୍ୟ ନ ହୋଇ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ମିଥ୍ୟା ବିଲ୍‌ କରାଯାଇଥିବା ଆନନ୍ଦପୁର ସିଭିଲ ସୋସାଇଟି ପକ୍ଷରୁୁ ଭିଜିଲାନ୍ସ ଏବଂ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି। ଏହାର ନିରପେକ୍ଷ ତଦନ୍ତ ନ ହେଲେ ଅନ୍ଦୋଳନ ହେବ ବୋଲି ସିଭିଲ୍‌ ସୋସାଇଟି ସମ୍ପାଦକ ଭଗବାନ ମଲିକ ଚେତାବନୀ ଦେଇଛନ୍ତି l
ଅଭିଯୋଗ ଅନୁସାରେ ବିଦ୍ୟାଧରପୁର କେନାଲ ଡିଭିଜନ ଅଧୀନରେ ୨୦୧୯-୨୦୨୦ ଆର୍ଥିକ ବର୍ଷରେ ୨ କୋଟି ୫୨ ଲକ୍ଷ ବ୍ୟୟ ଅଟକଳରେ ଏକ ଟେଣ୍ଡର ହୋଇଥିଲା। ଏହି ଅନୁଦାନ ସଇ, ନହଙ୍ଗ, ଧୋବାଗ କେନାଲ କାର୍ଯ୍ୟ ପାଇଁ ବ୍ୟୟ ବରାଦ ହୋଇଥିଲା। ଠିକାଦାର ଗଗନ ବିହାରୀ ବେହେରା ଉକ୍ତ କାର୍ଯ୍ୟ କରୁଥିଲେ। ପୂର୍ବରୁ ଥିବା ଯନ୍ତ୍ରୀ ପ୍ରଦୀପ୍ତ ମହାପାତ୍ରଙ୍କ ସମୟରେ ପ୍ରାୟ ୨ କୋଟି ଟଙ୍କା ବିଲ୍‌ ହୋଇଥିଲା। ଏବେ ଯନ୍ତ୍ରୀ ମହାପାତ୍ର ଏହି କେନାଲ ଡିଭିଜନ ଅଧୀନ ଅନ୍ୟ ଶାଖାରେ କାର୍ଯ୍ୟ କରୁଛନ୍ତି। ଠିକ୍‌ ଭାବେ କାମ ହୋଇ ନ ଥିବା ବେଳେ ବିଲ୍‌ ପାସ୍‌ ହୋଇଛି। ଏଷ୍ଟିମେଟ ଅନୁସାରେ କାମ ହୋଇ ନ ଥିବା ବେଳେ କାର୍ଯ୍ୟରେ ଲୁହା ରଡ୍‌ ବ୍ୟବହାର ହୋଇନି। କେବଳ ବାଲି,ଚିପ୍ସ,ସିମେଣ୍ଟରେ କାମ କରି ମିଥ୍ୟା ବିଲ କରାଯାଇ ସରକାରୀ ଅନୁଦାନକୁ ସିଧା ସଳଖ ହଡ଼ପ କରାଯାଇଛି। ଏହି ଘଟଣାରେ ନିରପେକ୍ଷ ତଦନ୍ତ କରା ନ ଗଲେ ଆନନ୍ଦପୁର ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନ ହେବ ବୋଲି ସିଭିଲ ସୋସାଇଟି ସମ୍ପାଦକ ମଲିକ କହିଛନ୍ତି। ଏ ସଂକ୍ରାନ୍ତରେ ପୂର୍ବତନ ଯନ୍ତ୍ରୀଙ୍କ ଫୋନ (ନଂ. ୭୦୦୮୫୯୮୨୭୩)କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ଫଳରେ ତାଙ୍କ ପ୍ରତିକ୍ରିୟା ମିଳିପାରିନି। ଠିକାଦାର ଗଗନ ବିହାରୀ ବେହେରା କାର୍ଯ୍ୟ ଠିକ୍‌ ଭାବେ ହୋଇଛି ବୋଲି କହିଛନ୍ତି। ଅଧୀକ୍ଷଣ ଯନ୍ତ୍ରୀ ରସାଲ ଜଜ୍‌ ଘଟଣାର ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋସୋରେ ଫୁଟିଲା ଗୁଳି, ବ୍ୟବସାୟୀଙ୍କଠାରୁ ଲୁଟ୍‌

ହାଟଡିହୀ, ୨୭।୯ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସୋସୋ ଥାନା ଅଞ୍ଚଳରେ ଗୁଳି ଫୁଟାଇ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ଗତ ଶନିବାର…

ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ସହକାରୀ ଯନ୍ତ୍ରୀ…

ମାଲକାନଗିରି,୨୭ା୯(ଦୁର୍ଯ୍ୟୋଧନ ପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ମାଲକାନଗିରି ଜିଲା ମାଥିଲି…

ବୌଦ୍ଧ ବିଧାୟକଙ୍କ ନାଁରେ ଗିରଫ ପରୱାନା

ହରଭଙ୍ଗା,୨୭ା୯(ନରେନ୍ଦ୍ର କୁମାର ସାହୁ): ୨୦୨୪ରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ୱାଚନ ସମୟରେ ବର୍ତ୍ତମାନର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ…

ଓଡ଼ିଶାରେ ଦ୍ୱିତୀୟ ଏମ୍ସ ନେଇ କେନ୍ଦ୍ର ଅସ୍ପଷ୍ଟ

ବଲାଙ୍ଗୀର,୨୭ା୯(ବୀରେନ୍ଦ୍ର କୁମାର ଝାଙ୍କର): ଗତ ୨ ବର୍ଷ ତଳେ ୨୦୨୪ ସେପ୍ଟେମ୍ୱର ୮ରେ ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଦ୍ୱିତୀୟ ଏମ୍ସ ସମ୍ୱଲପୁରରେ ପ୍ରତିଷ୍ଠା…

ହୀରାକୁଦର ୨୦ ଗେଟ୍‌ ଖୋଲିଲା: ବୈତରଣୀରେ ୮, ସାଳନ୍ଦୀରେ ୬ ବନ୍ୟା

ଭୁବନେଶ୍ୱର, ୨୭ା୯ (ବନ୍ଦନା ସେଠୀ): ଲଗାଣ ବର୍ଷା ଯୋଗୁ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟାସ୍ଥିତି ଗମ୍ଭୀର ହୋଇଚାଲିଛି। ଦକ୍ଷିଣ ଓଡ଼ିଶାରେ ଦୁଇଦିନ ଧରି କେତେକ ନଦୀରେ ବନ୍ୟା…

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?