ଆବାସ ଯୋଜନାରେ ଅନିୟମିତତା

ଡେଲାଙ୍ଗ/ଗୋପ/କାକଟପୁର,୩୧।୧(ଡି.ଏନ୍‌.ଏ.):ଡେଲାଙ୍ଗ ବ୍ଲକ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ଆଣି ଡେଲାଙ୍ଗ -ପିପିଲି ଜନକଲ୍ୟାଣ ମଞ୍ଚର ଆବାହକ ରାଧାମୋହନଙ୍କ ନେତୃତ୍ୱରେ ଶତାଧିକ ହିତାଧିକାରୀ ସୋମବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଫନୀ ବାତ୍ୟା ସମୟରେ ବ୍ଲକର ଅନେକ ହିତାଧିକାରୀ ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା ବେଳେ ଅଯୋଗ୍ୟଙ୍କୁ ସହାୟତା ଦିଆଯାଇଥିଲା। ଏପରିକି ୧୫ଶହ ହିତାଧିକାରୀଙ୍କ ଆକାଉଣ୍ଟକୁ ବ୍ଲକ କରାଯାଇ ଟଙ୍କା ଫେରସ୍ତ ନିଆଯାଇଥିଲା। ଏହି ସବୁ ଘଟଣାରେ ଏକ ରାଜନୌତିକ ଦଳର ହାତ ଥିବା ଆବାହକ ରାଧାମୋହନ କହିଛନ୍ତି। ସେହିପରି ଆବାସ ଅନିୟମିତତା ନେଇ ଅଯୋଗ୍ୟଙ୍କ ବିରୋଧରେ ଗରିବ ହିତାଧିକାରୀ ଅଭିଯୋଗ କରିବା ସମ୍ଭବ ନୁହେଁ। ତେଣୁ ତୁରନ୍ତ ସରକାରୀ ଅଧିକାରୀମାନେ ଠିକ୍‌ ତଦନ୍ତ କରି ତାଲିକା ସଂଶୋଧନ କରନ୍ତୁ ବୋଲି ମଞ୍ଚର କର୍ମକର୍ତ୍ତା ଜନ୍ମେଜୟ ଜେନା କହିଛନ୍ତି। ଏହି ସମସ୍ୟାର ସମାଧାନ ଲାଗି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ତହସିଲଦାର ରଞ୍ଜନ ନାୟକଙ୍କୁ ଦିଆଯାଇଥିଲା। ଆଇନଜୀବୀ ପ୍ରମୋଦ ପାତ୍ର, ଦେବାଶିଷ୍‌ ଦୀକ୍ଷିତ୍‌, ଧନେଶ୍ୱର ପରିଡା, ଚଣ୍ଡେଶ୍ୱର ଦାଶ, ବିଚିତ୍ର ରାଉତ, ସୁରେଶ ମହାରଣା, ରାଜେନ୍ଦ୍ର ସ୍ବାଇଁ, ଅକ୍ଷୟ ନାୟକ ପ୍ରମୁଖ ୩ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ ଥିଲେ। ଡେଲାଙ୍ଗ ଥଧିକାରୀ ଅନିଲ ମହାନ୍ତି ଓ ହାଟ ବଜାର ଫାଣ୍ଡି ଅଧିକାରୀ ଧନପତି ପିଙ୍ଗ୍‌ ଫୋର୍ସ ସହ ଥିଲେ। ଶୀଘ୍ର ସମସ୍ୟାର ସମାଧାନ କରା ନ ଗଲେ ଆଗାମୀ ଦିନରେ ଜିଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ମଞ୍ଚ ଚେତାବନୀ ଦେଇଛି। ସେହିଭଳି ଗୋପ ବ୍ଲକର ୩୧ ପଞ୍ଚାୟତରେ ଆବାସ ଗୃହ ଯୋଜନାକୁ ନେଇ ଦ୍ୱନ୍ଦ୍ୱ ବଢ଼ି ଚାଲିଛି। ଗତ ୧୬ତାରିଖରୁ ଆବାସ ଯୋଜନାକୁ ନେଇ ଗ୍ରାମସଭା ସହିତ ତଦନ୍ତ ସୋମବାର ଶେଷ ହୋଇ ଥିବାବେଳେ ବଣିଆ ସାହି, ନୂଆଖୋଲା ପଞ୍ଚାୟତରେ ନାନା ଦ୍ୱନ୍ଦ୍ୱ ଯୋଗୁ ଗ୍ରାମସଭା ହୋଇପାରି ନାହିଁ। ସେହିଭଳି କାକଟପୁର ପଞ୍ଚାୟତରେ ସୋମବାର ଡକାଯାଇଥିବା ଗ୍ରାମସଭାରେ ହୋହଲ୍ଲା ହୋଇଛି। ୧୪୧ ହିତାଧିକାରୀଙ୍କ ମଧ୍ୟରୁ ୨୭ଜଣ ହିତାଧିକାରୀ ଚୟନ ହୋଇଥିବା ନେଇ ସଭାକୁ ପିଇଓ ଜଣାଇଥିଲେ। ହେଲେ ଯେଉଁ ହିତାଧିକାରୀଙ୍କ ନଁା ୧୪୧ ତାଲିକାରେ ଥିଲା, ଏବେ ବାଦ ପଡିଥିବାରୁ ସେମାନେ ଏହାକୁ ବିରୋଧ କରି ହୋହଲ୍ଲା କରିଥିଲେ। ଫଳରେ ଗ୍ରାମସଭାକୁ ସରପଞ୍ଚ ଅଭୟ ସେଠୀ ବନ୍ଦ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଗନ୍ନାଥ ଦର୍ଶନ ପାଇଁ ଏସ୍‌ଓପି

ପୁରୀ ଅଫିସ, ୧୨ା୮: ଦୀର୍ଘ ଅଢେଇ ମାସ ପରେ କରୋନା କଟକଣା କୋହଳ ଯୋଗୁ ଶ୍ରୀମନ୍ଦିର ଖୋଲିବା ନେଇ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସ୍‌ଓପି...

ନାବାଳିକା ଅସଦାଚରଣ ମାମଲା ଯୁବକଙ୍କୁ ୫ ବର୍ଷ ଜେଲ

ନୟାଗଡ଼ ଅଫିସ,୨୮।୫-ପ୍ରଥମ ଶ୍ରେଣୀର ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ମାମଲାର ଶୁଣାଣି କରି ଅତିରିକ୍ତ ଜିଲା ଓ ଦୌରାଜଜ୍‌ ଅଭିଯୁକ୍ତ ଯୁବକଙ୍କୁ ୫ ବର୍ଷ କାରାଦଣ୍ଡାଦେଶ...

ଛାଡ଼ ପାଇବେ ୩୨ ବିଚାରାଧୀନ କଏଦୀ

କେନ୍ଦୁଝର, ୬।୪ (ସ୍ବ.ପ୍ର.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ୭ ବର୍ଷରୁ କମ ଦଣ୍ଡ ଭୋଗୁଥିବା କଏଦୀମାନଙ୍କୁ ଜାମିନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।...

ହ୍ୟୁମାନ ସାଗର-ଶ୍ରୀୟାଙ୍କ ପାରିବାରିକ ବିବାଦ ତୁଟିଲା

କଟକ ଅଫିସ,୩୦ା୧: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ସ୍ତ୍ରୀ ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବାଦ ତୁଟିଥିବା ନେଇ ଏସ୍‌ପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି। ସେ...

କାଜିହାଟ ମଦ୍ରାସାରେ ଇଦ୍‌ ପାଳିତ: ୧୫ ହଜାର ମୁସଲମାନଙ୍କ ସମୂହ ନମାଜ ପାଠ

ନିଶ୍ଚିନ୍ତକୋଇଲି,୫।୬(ସ୍ବ.ପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନ ବିଭିନ୍ନ ମଦ୍ରାସା ଓ ମସ୍‌ଜିଦରେ ଇଦ୍‌ ପାଳିତ ହୋଇଛି। ଜୟରାମପୁର ପଞ୍ଚାୟତ କାଜିହାଟ ମଦ୍ରାସାରେ ୧୫ ହଜାର...

ଲକ୍ଷାଧିକ ଟଙ୍କାର ଧାନ ଜାଳିଦେଲେ ଦୁର୍ବୃତ୍ତ: ଅଭିଯୁକ୍ତ ଗିରଫ, କ୍ଷତିପୂରଣ ଦାବି

ଭବାନୀପାଟଣା,୧।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅର୍ତ୍ତଲ ପଞ୍ଚାୟତ ଅଜରାଇ ଗାଁର ଚାଷୀମାନେ ଖଳାରେ ଧାନ ରଖିଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ...

କୁମ୍ଭୀର ଆତଙ୍କରେ ଯମୁନା ନଦୀ କୂଳବାସୀ

ଯାଜପୁର ଅଫିସ,୧୫ା୬: ଯାଜପୁର ଜିଲା ଦେଇ ପ୍ରବାହିତ ଖରସ୍ରୋତାର ଶାଖା ଯମୁନା ନଦୀ କୂଳବାସୀ ଗତ ୮ ମାସ ହେବ କୁମ୍ଭୀର ଆତଙ୍କରେ ରହିଛନ୍ତି। ଯାଜପୁର...

ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା: ଦିନକରେ ୧୫ ପଜିଟିଭ୍‌ ଚିହ୍ନଟ, ଗୁଣବନ୍ଧ ଗାଁରୁ ଚାଲିଛି ସ୍ବାବ୍‌ ସଂଗ୍ରହ

ବ୍ରହ୍ମପୁର ଅଫିସ,୧୮ା୫: ଗଞ୍ଜାମ ଜିଲାରେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ଯୋଗୁ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ଭିତରେ...

Advertisement
Archives

Model This Week