ବହୁମୁଖୀ ସମବାୟ ସମିତି ଲିଃରେ ବଢ଼ୁଛି ଅନିୟମିତତା: ନିର୍ଦ୍ଦେଶିକାଙ୍କ କାର୍ଯ୍ୟ ଶୈଳୀକୁ ନେଇ…

ଦାରିଙ୍ଗବାଡ଼ି,୧୯ା୫(ଅରୁଣ ସାହୁ): ଦାରିଙ୍ଗବାଡ଼ିଠାରେ ଥିବା ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃରେ ଅନିୟମିତତା ଦେଖାଦେଇଛି। ସମିତିର ଅଧ୍ୟକ୍ଷା ଲିଲିମା ପ୍ରଧାନଙ୍କ ସମେତ ସମସ୍ତ ବୋର୍ଡ ସଦସ୍ୟ ସୋମବାର କନ୍ଧମାଳ ଜିଲାପାଳ ଅମ୍ରିତ୍‌ ଋତୁରାଜଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ହେଲା ଉକ୍ତ ସମିତିର ପରିଚାଳନା ନିର୍ଦ୍ଦେଶିକା ଭାବେ ସୁଶ୍ରୀ ବିଷ୍ଣୁପ୍ରିୟା ପ୍ରଧାନ ପରିଚାଳନା କରୁଥିବା ବେଳେ ତାଙ୍କର ପରିଚାଳନା କରିବାର ଦକ୍ଷତା ନ ଥିବା ଅଭିଯୋଗ ହୋଇଛି। ସେ ନିୟମିତ ବୋର୍ଡ ବୈଠକ କରୁ ନ ଥିବା ବେଳେ ନିଜ ଭାଇଙ୍କୁ ସେଠାରେ ଡାଟା ଏଣ୍ଟ୍ରି ଅପରେଟର ଭାବେ ନିଯୁକ୍ତି ଦେଇଛନ୍ତି। ଏଥିସହ ତାଙ୍କୁ ଏକାଧିକ ସାଧାରଣ ବିକ୍ରୟ କେନ୍ଦ୍ରର ସେଲ୍‌ସମ୍ୟାନ୍‌ ଭାବେ ଦାୟିତ୍ୱ ଦେଇଥିବାରୁ ସେ ତାଙ୍କ ଭଉଣୀ ନିର୍ଦ୍ଦେଶିକା ଥିବାରୁ ସେ କାହାକୁ ଭୟ ନ କରି ସାଧାରଣ ବଣ୍ଟନରେ ଅନିୟମିତତା କରିବାକୁ ପଛାଉନାହାନ୍ତି। କେବଳ ପରିଚାଳନା ନିର୍ଦ୍ଦେଶିକା ନୁହନ୍ତି, ବାଲିଗୁଡ଼ାର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର କୋ-ଅପରେଟିଭ୍‌ ସୋସାଇଟି(ଏଆର୍‌ସିଏସ୍‌)ର ସୁକାନ୍ତ ପାଢ଼ୀ ମଧ୍ୟ ଏହି ସମିତି ପରିଚାଳନାରେ ଅନିୟମିତତା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଅଭିଯୋଗ ହୋଇଛି। ସେହିପରି ସାଧାରଣ ବଣ୍ଟନ ପାଇଁ ମୋଟ ୧୭ଟି ବଣ୍ଟନ କେନ୍ଦ୍ର ରହିଥିବା ବେଳେ ୧୩ଟି କେନ୍ଦ୍ରରେ ବିକ୍ରେତା ତଥା ସେଲ୍‌ସମ୍ୟାନ୍‌ ପଦବୀ ଖାଲିପଡ଼ିଥିଲେ ସୁଦ୍ଧା ତାହାକୁ ନିର୍ଦ୍ଦେଶିକା ପୂରଣ କରୁ ନାହାନ୍ତି। ସେହିପରି ପୂର୍ବରୁ ଶିକ୍ଷାଗତ ଯୋଗ୍ୟତା ନ ଥାଇ ମଧ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ଚନ୍ଦ୍ରମଣି ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏ ସମ୍ପର୍କରେ ବୋର୍ଡ ସଦସ୍ୟମାନେ ଥାନାରେ ଅଭିଯୋଗ କରିଥିଲେ। ସେହି ସମୟରେ ବ୍ୟାପକ ଦୁର୍ନୀତିର ତଦନ୍ତ ଅଧାରେ ରହିଲା। ଏହାର ଠିକ୍‌ ତଦନ୍ତ କରାଗଲେ ଦୁର୍ନୀତି ପଦାକୁ ଆସିପାରିବ ବୋଲି ଦାବି କରାଯାଇଛି। ବୋର୍ଡ ସଦସ୍ୟ ଚକ୍ରଧର ମଲିକ, ସାଧୁ ନାୟକ, ପଠାଣ ସାହୁ, ଦିଲୀପ ପ୍ରଧାନ, ଚିତ୍ରସେନ ପ୍ରଧାନ, ପ୍ରକାଶ ପ୍ରଧାନ, ଜୁନସ୍‌ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସମବାୟ ସମିତିରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ସେଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଛନ୍ତି। ଫଳରେ ସମୟ ଅନୁସାରେ ବୋର୍ଡ ବୈଠକ ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସମିତିର ଅଧ୍ୟକ୍ଷା ଲିଲିମା ପ୍ରଧାନ ପୂର୍ବରୁ ସମିତିର ପରିଚାଳନା ନିର୍ଦ୍ଦେଶିକା ବିଷ୍ଣୁପ୍ରିୟା ପ୍ରଧାନଙ୍କୁ ଜବାବ ତଲବ କରିଥିଲେ। ସମିତିର ସମସ୍ୟା ସମ୍ପର୍କରେ ପରିଚାଳନା ନିର୍ଦ୍ଦେଶିକାଙ୍କୁ ପଚାରିବାରୁ ସେ କହିଛନ୍ତି, ଏବେ ଦାରିଙ୍ଗବାଡ଼ିରେ ନୂତନ ୭ଟି ବହୁମୁଖୀ ସମବାୟ ସମିତି ଖୋଲିବ। ତେଣୁ କାର୍ଯ୍ୟବ୍ୟସ୍ତତା ଯୋଗୁ ବୈଠକ ନିୟମିତ ହୋଇପାରୁନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?