ବହୁମୁଖୀ ସମବାୟ ସମିତି ଲିଃରେ ବଢ଼ୁଛି ଅନିୟମିତତା: ନିର୍ଦ୍ଦେଶିକାଙ୍କ କାର୍ଯ୍ୟ ଶୈଳୀକୁ ନେଇ…

ଦାରିଙ୍ଗବାଡ଼ି,୧୯ା୫(ଅରୁଣ ସାହୁ): ଦାରିଙ୍ଗବାଡ଼ିଠାରେ ଥିବା ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃରେ ଅନିୟମିତତା ଦେଖାଦେଇଛି। ସମିତିର ଅଧ୍ୟକ୍ଷା ଲିଲିମା ପ୍ରଧାନଙ୍କ ସମେତ ସମସ୍ତ ବୋର୍ଡ ସଦସ୍ୟ ସୋମବାର କନ୍ଧମାଳ ଜିଲାପାଳ ଅମ୍ରିତ୍‌ ଋତୁରାଜଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ହେଲା ଉକ୍ତ ସମିତିର ପରିଚାଳନା ନିର୍ଦ୍ଦେଶିକା ଭାବେ ସୁଶ୍ରୀ ବିଷ୍ଣୁପ୍ରିୟା ପ୍ରଧାନ ପରିଚାଳନା କରୁଥିବା ବେଳେ ତାଙ୍କର ପରିଚାଳନା କରିବାର ଦକ୍ଷତା ନ ଥିବା ଅଭିଯୋଗ ହୋଇଛି। ସେ ନିୟମିତ ବୋର୍ଡ ବୈଠକ କରୁ ନ ଥିବା ବେଳେ ନିଜ ଭାଇଙ୍କୁ ସେଠାରେ ଡାଟା ଏଣ୍ଟ୍ରି ଅପରେଟର ଭାବେ ନିଯୁକ୍ତି ଦେଇଛନ୍ତି। ଏଥିସହ ତାଙ୍କୁ ଏକାଧିକ ସାଧାରଣ ବିକ୍ରୟ କେନ୍ଦ୍ରର ସେଲ୍‌ସମ୍ୟାନ୍‌ ଭାବେ ଦାୟିତ୍ୱ ଦେଇଥିବାରୁ ସେ ତାଙ୍କ ଭଉଣୀ ନିର୍ଦ୍ଦେଶିକା ଥିବାରୁ ସେ କାହାକୁ ଭୟ ନ କରି ସାଧାରଣ ବଣ୍ଟନରେ ଅନିୟମିତତା କରିବାକୁ ପଛାଉନାହାନ୍ତି। କେବଳ ପରିଚାଳନା ନିର୍ଦ୍ଦେଶିକା ନୁହନ୍ତି, ବାଲିଗୁଡ଼ାର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର କୋ-ଅପରେଟିଭ୍‌ ସୋସାଇଟି(ଏଆର୍‌ସିଏସ୍‌)ର ସୁକାନ୍ତ ପାଢ଼ୀ ମଧ୍ୟ ଏହି ସମିତି ପରିଚାଳନାରେ ଅନିୟମିତତା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଅଭିଯୋଗ ହୋଇଛି। ସେହିପରି ସାଧାରଣ ବଣ୍ଟନ ପାଇଁ ମୋଟ ୧୭ଟି ବଣ୍ଟନ କେନ୍ଦ୍ର ରହିଥିବା ବେଳେ ୧୩ଟି କେନ୍ଦ୍ରରେ ବିକ୍ରେତା ତଥା ସେଲ୍‌ସମ୍ୟାନ୍‌ ପଦବୀ ଖାଲିପଡ଼ିଥିଲେ ସୁଦ୍ଧା ତାହାକୁ ନିର୍ଦ୍ଦେଶିକା ପୂରଣ କରୁ ନାହାନ୍ତି। ସେହିପରି ପୂର୍ବରୁ ଶିକ୍ଷାଗତ ଯୋଗ୍ୟତା ନ ଥାଇ ମଧ୍ୟ ପରିଚାଳନା ନିର୍ଦ୍ଦେଶକ ଭାବେ ଚନ୍ଦ୍ରମଣି ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏ ସମ୍ପର୍କରେ ବୋର୍ଡ ସଦସ୍ୟମାନେ ଥାନାରେ ଅଭିଯୋଗ କରିଥିଲେ। ସେହି ସମୟରେ ବ୍ୟାପକ ଦୁର୍ନୀତିର ତଦନ୍ତ ଅଧାରେ ରହିଲା। ଏହାର ଠିକ୍‌ ତଦନ୍ତ କରାଗଲେ ଦୁର୍ନୀତି ପଦାକୁ ଆସିପାରିବ ବୋଲି ଦାବି କରାଯାଇଛି। ବୋର୍ଡ ସଦସ୍ୟ ଚକ୍ରଧର ମଲିକ, ସାଧୁ ନାୟକ, ପଠାଣ ସାହୁ, ଦିଲୀପ ପ୍ରଧାନ, ଚିତ୍ରସେନ ପ୍ରଧାନ, ପ୍ରକାଶ ପ୍ରଧାନ, ଜୁନସ୍‌ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି। ଅନ୍ୟପଟେ ସମବାୟ ସମିତିରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ସେଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଛନ୍ତି। ଫଳରେ ସମୟ ଅନୁସାରେ ବୋର୍ଡ ବୈଠକ ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସମିତିର ଅଧ୍ୟକ୍ଷା ଲିଲିମା ପ୍ରଧାନ ପୂର୍ବରୁ ସମିତିର ପରିଚାଳନା ନିର୍ଦ୍ଦେଶିକା ବିଷ୍ଣୁପ୍ରିୟା ପ୍ରଧାନଙ୍କୁ ଜବାବ ତଲବ କରିଥିଲେ। ସମିତିର ସମସ୍ୟା ସମ୍ପର୍କରେ ପରିଚାଳନା ନିର୍ଦ୍ଦେଶିକାଙ୍କୁ ପଚାରିବାରୁ ସେ କହିଛନ୍ତି, ଏବେ ଦାରିଙ୍ଗବାଡ଼ିରେ ନୂତନ ୭ଟି ବହୁମୁଖୀ ସମବାୟ ସମିତି ଖୋଲିବ। ତେଣୁ କାର୍ଯ୍ୟବ୍ୟସ୍ତତା ଯୋଗୁ ବୈଠକ ନିୟମିତ ହୋଇପାରୁନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି-ରାଇକିଆ ରାସ୍ତାରେ ଗୋଡ଼ିମୋଟର ଚଳାଚଳ ବନ୍ଦ, ଲୋକେ ହଟହଟା

ଦାରିଙ୍ଗବାଡ଼ି,୧୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ନିର୍ମାଣାଧୀନ ପୋଲ ନିକଟ ଡାଇଭର୍ସନ ରାସ୍ତା କର୍ଦ୍ଦମାକ୍ତ ଯୋଗୁ ଗୋଟିଏ...

ହଠାତ୍‌ ଟ୍ରମ୍ପଙ୍କୁ ଫୋନ୍‌ କଲେ ମୋଦି: ଏମିତି କ’ଣ ହେଲା ଆମେରିକା ଯିବାକୁ ମନା କରିଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍‌ରେ ଅପରେଶନ ସିନ୍ଦୂର ବିଷୟରେ କଥା ହୋଇଛନ୍ତି। ଦୁଇ ନେତା ପ୍ରାୟ ୩୫...

ଟ୍ରମ୍ପଙ୍କ ପାକିସ୍ତାନୀ ପ୍ରେମ: ଭାରତର ବଡ଼ ଶତ୍ରୁଙ୍କ ସହ କରିବେ ଲଞ୍ଚ୍‌

ୱାଶିଂଟନ,୧୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଲଞ୍ଚରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କୁ ଭେଟିବେ। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି...

ସ୍ବାମୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ, ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ ବେଳେ…

ଧରାକୋଟ,୧୮ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗାଁରୁ ଆସିଛି ପୁଣି ପାରିବାରିକ କଳହର କରୁଣ ପରିଣତି। ସ୍ବାମୀଙ୍କୁ ହତ୍ୟା କରି...

ମୋଦିଙ୍କ ସହ ଫଟୋ ଶେୟାର କରି ହୃଦୟର କଥା କହିଦେଲେ ମେଲୋନି: ପ୍ରଧାନମନ୍ତ୍ରୀ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ କାନାଡାର କାନାନାସ୍କିସ ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ସେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ...

କଳିଙ୍ଗା ଘାଟିରେ ଧସିଲା ମାଟି ଅତଡ଼ା, ପାହାଡ଼ ତଳକୁ ଖସିଲା ୨ ଜେସିବି

ଭଞ୍ଜନଗର,୧୮ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଳିଙ୍ଗା ଘାଟିରେ ମାଡ଼ି ଅତଡ଼ା ଧସିଛି। ପ୍ରବଳ ବର୍ଷା ଯୋଗୁ ମାଟି ଅତଡ଼ା ଧସି ପଡ଼ିଥିବା ଜଣାପଡ଼ିଛି। ତେବେ ଘାଟି...

ପୁଣି ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି, ଫସି ରହିଲେ ଜୁଏଲ ଓରାମ

ଭୁବନେଶ୍ୱର/ନୂଆଦିଲ୍ଲୀ,୧୮ା୬: ପୁଣି ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୪ ଘଣ୍ଟା ଧରି ଫସି ରହିଥିଲେ ଯାତ୍ରୀ। ଏହି ବିମାନରେ...

କୋଉଠି ଲୁଚିଛ, ସରେଣ୍ଡର କର: ‘ସୁପ୍ରିମ ଲିଡର୍‌’ଙ୍କୁ ଅଲ୍ଟିମେଟମ୍‌ ଦେଲେ ଟ୍ରମ୍ପ

ଜେରୁଜେଲମ,୧୮।୬:ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସୁପ୍ରିମ ଲିଡର୍‌ ଖାମେନେଇଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ଖାମେନେଇଙ୍କ ନାମ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri