Posted inଫୁରସତ

ଆଇରନ୍‌ ମ୍ୟାନ

 

ଏଇ ପୃଥିବୀରେ ଅନେକ ଅଜବ ମଣିଷ ଅଛନ୍ତି। ଆଉ କିଛି ବ୍ୟକ୍ତି ତ ନିଜକୁ ଖାସ୍‌ ଓ ସବୁଠୁ ଭିନ୍ନ କରିବା ଲାଗି ବିଭିନ୍ନ ପ୍ରକାରର ଅଜବ କାମ କରିଥାନ୍ତି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି କ୍ୟୁବାର ୩୩ ବର୍ଷୀୟ ଲିନୋ ତୋମାସେନ୍‌। ଲିନୋ ଜଣେ ଷ୍ଟ୍ରିଟ୍‌ ପରଫର୍ମର୍‌। ସେ କରୁଥିବା କରତବ ଲୋକଙ୍କୁ ବେଶ୍‌ ଚକିତ କରିଥାଏ। ତାଙ୍କର କରତବ ମଧ୍ୟରେ ଗୋଟିଏ ହେଉଛି ନିଜକୁ ହାତୁଡିରେ ପ୍ରହାର କରିବା। ସେପୁଣି ଥରେ କି ଦୁଇ ଥର ନୁହେଁ ଦିନତମାମ ସେ ହଜାର ଥରରୁ ଉର୍ଦ୍ଧ୍ୱ ନିଜକୁ ହାତୁଡିରେ ଖୁବ୍‌ ଜୋର୍‌ରେ ପ୍ରହାର କରନ୍ତି। କାଳେ ଲୋକେ ଏହାକୁ ଭ୍ରାନ୍ତି ଭାବୁଥିବେ ସେଥିପାଇଁ ସେ ହାତୁଡି ଲୋକଙ୍କୁ ଦେଇ ତାଙ୍କୁ ପ୍ରହାର କରିବାକୁ ବି କୁହନ୍ତି। ସେଥିପାଇଁ ଅନେକେ ତାଙ୍କୁ ‘ଆଇରନ୍‌ ମ୍ୟାନ’ ବୋଲି କୁହନ୍ତି। ଲିନୋ ମାତ୍ର ୧୫ ବର୍ଷ ବୟସର ହୋଇଥିବା ବେଳୁ ନିଜକୁ ହାତୁଡିରେ ମାରିବା ଆରମ୍ଭ କରିଥିଲେ। ଆଜି ପର୍ଯ୍ୟନ୍ତ ସେ ଲକ୍ଷ ଲକ୍ଷ ଥର ହାତୁଡି ମାଡ ଖାଇସାରିଲେଣି। ଲିନୋଙ୍କ କହିବା ମୁତାବକ ତାଙ୍କୁ କିଛି କଷ୍ଟ ଅନୁଭବ ହୁଏ ନାହିଁ। ସେ ପୂର୍ବରୁ ଜଣେ ବକ୍ସର ଥିଲେ। ଏଭଳି ହାତୁଡିରେ ନିଜକୁ ମାରି ସେ ବକ୍ସିଂ ପ୍ରାକ୍ଟିସ୍‌ କରୁଛନ୍ତି ବୋଲି କୁହନ୍ତି। ମେକ୍ସିକୋରେ ସେ ୨୭ଟି ବକ୍ସିଂ ମ୍ୟାଚ୍‌ରେ ନକ୍‌ଆଉଟ୍‌ କରି ଜିତିଥିଲେ। ଆଉ ବହୁତ ରୋଜଗାର ବି କରିଥିଲେ। ହେଲେ ସେସବୁକୁ ଘର ଲୋକଙ୍କୁ ଦେଇ ଏବେ ଷ୍ଟ୍ରିଟ ପରଫର୍ମର୍‌ ପାଲଟିଛନ୍ତି। ଆଉ ଏହା ହିଁ ତାଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଶନ ଚାଉଳ ଆଣିବାକୁ ଯିବାବେଳେ ହେଲା ବଜ୍ରାଘାତ: ବଡ଼ଭାଇ ମୃତ, ସାନ ଭାଇ ଗୁରୁତର

ମୋହନା, ୨୬।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁର ପଞ୍ଚାୟତର କଟାମା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।…

କାର୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ସରକାରୀ ଶିକ୍ଷକ

ଟିଟିଲାଗଡ଼,୨୬।୬: ୨୬ ନମ୍ବର ଜାତୀୟ ରାଜପଥ ବରଗାଁ ଛକରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ୨ଜଣ ସରକାରୀ ଶିକ୍ଷକ। ଏହି…

ମୋତେ ମଦ ଦିଅ…ଜେଲ୍‌ରେ ଥାଇ ପୋଲିସ ଆଗରେ ଏମିତି ଡିମାଣ୍ଡ କଲେ ସିୟା

ପୁଣେ,୨୬।୬: ମହାରାଷ୍ଟ୍ର ଲୋହଗଡ଼ ଦୁର୍ଗରେ ୨୬ ବର୍ଷୀୟ କେତନ ଅଗ୍ରୱାଲଙ୍କ ମୃତ୍ୟୁକୁ ନେଇ ଥମୁନି ଚର୍ଚ୍ଚା। ଏହି ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି। ସିୟା…

ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ମ୍ୟାଚ ପୂର୍ବରୁ, ଆୟର୍ଲାଣ୍ଡ ଖେଳାଳି ଦେଲେ ବଡ଼ ବୟାନ କହିଲେ -‘ସେ ୧୫ ବର୍ଷ ବୟସର ଆଉ…’

ନୂଆଦିଲ୍ଲୀ,୨୬।୬: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଆଜି, ଅର୍ଥାତ ଶୁକ୍ରବାର ଜୁନ ୨୬ରେ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ୧୫ ବର୍ଷୀୟ ବୈଭବ…

ବଲିଉଡ ଇଣ୍ଡଷ୍ଟ୍ରିରେ ୩୪ ବର୍ଷ ପୂରଣ କଲେ ଶାହରୁଖ

ବଲିଉଡର କିଙ୍ଗ୍‌ ଶାହରୁଖ ଖାନ ଇଣ୍ଡଷ୍ଟ୍ରିରେ ୩୪ ବର୍ଷ ପୂରଣ କରିଛନ୍ତି। ଏହି କୃତିତ୍ୱ ପାଇଁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ। ୨୫ ଜୁନ ୧୯୯୨ରେ ବଲିଉଡର…

ବିନା ବ୍ୟାଙ୍କ ଆକାଉଣ୍ଟରେ UPI ପେମେଣ୍ଟ କରିପାରିବେ ପିଲା, ୧୫ହଜାର ଟଙ୍କା ଯାଏ…

ନୂଆଦିଲ୍ଲୀ,୨୬।୬: ଦେଶରେ ଡିଜିଟାଲ ପେମେଣ୍ଟର ସୁବିଧା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପିଲାମାନେ ବଡ଼ ହେବା ସହିତ ସେମାନଙ୍କର ଖର୍ଚ୍ଚ ମଧ୍ୟ ବଢ଼ିଥାଏ ଏବଂ ସେମାନଙ୍କୁ ପକେଟ…

ନିଶାମୁକ୍ତ ସମାଜ ଗଠନ ପାଇଁ ସାମୂହିକ ସଂକଳ୍ପ: ସାମିଲ ହେଲେ…

ଛତ୍ରପୁର, ୨୬।୬ (ଦିଲ୍ଲୀପ ସାମଲ): ଅନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ତସକରି ବିରୋଧ ଦିବସ-୨୦୨୬ ଅବସରରେ ଗଞ୍ଜାମ ଗିଲାରେ ଗତ ୧୭ ଜୁନରୁ ଆରମ୍ଭ ହୋଇଥିବା…

ଆଜି ପ୍ରଥମ ଟି୨୦: ଭାରତ-ଆୟର୍ଲାଣ୍ଡ ମୁକାବିଲା

ବେଲଫାଷ୍ଟ,୨୬ା୬: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଗୁରୁବାର ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ସହିତ ଶ୍ରେୟସ ଆୟାର ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri