ଇସ୍ରାଏଲକୁ ଇରାନର ଧମକ: ଆକ୍ରମଣ ବନ୍ଦ ନ ହେଲେ ଘଟିବ ବିପର୍ଯ୍ୟୟ…

ତେହେରାନ,୧୫।୧୦ : (୦୧) ଇରାନ ଇସ୍ରାଏଲକୁ ଗାଜା ଉପରେ ଆକ୍ରମଣ ନ କରିବାକୁ ଚେତାବନୀ ଦେଉଛି। ଇରାନ ଆରବ ଦେଶଗୁଡ଼ିକୁ ଏକଜୁଟ କରିବାରେ ନିୟୋଜିତ ଅଛି। ଯଦି ଇସ୍ରାଏଲ ‘ଯୁଦ୍ଧ ଅପରାଧ’ ବନ୍ଦ ନ କରେ ତେବେ ଏହାର ଭୟଙ୍କର ପରିଣାମର ସମ୍ମୁଖୀନ ହେବାକୁ ପଡ଼ିବ। ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଆକ୍ରମଣ ବନ୍ଦ କରିବାରେ ଇସ୍ରାଏଲ ଅଧିକ ବିଳମ୍ବ କରିବା ଉଚିତ ନୁହେଁ।

ଗାଜା ବିରୋଧରେ ନିଜର ଯୁଦ୍ଧ ଅପରାଧ କୁ ତୁରନ୍ତ ବନ୍ଦ କରିବାକୁ ଇରାନ ଇସ୍ରାଏଲକୁ ଚେତାବନୀ ଦେଇଛି। ଯଦି ଏହା ନ ହୁଏ ତେବେ ଏକ ବଡ଼ ଧରଣର ବିପଦର ସାମ୍ନା କରିବାକୁ ପଡିପାରେ । ଇରାନର ବୈଦେଶିକ ମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯଦି ହିଜବୁଲ ଯୁଦ୍ଧରେ ପ୍ରବେଶ କରିବ ତେବେ ଯୁଦ୍ଧ ମଧ୍ୟ ପୂର୍ବର ଅନ୍ୟ ଅଞ୍ଚଳକୁ ବ୍ୟାପିପାରେ।

ଇରାନର ବୈଦେଶିକ ମନ୍ତ୍ରୀ ହୋସେନ ଅମିରାବଡୋଲ୍ଲାହାନ ବେରୁଟରେ କହିଛନ୍ତି ଲେବାନନର ହିଜବୁଲ ଗୋଷ୍ଠୀ କ୍ରମାଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଇସ୍ରାଏଲ ଗାଜା ଉପରେ ଆକ୍ରମଣକୁ ଯଥାଶୀଘ୍ର ବନ୍ଦ କରିବା ଉଚିତ। ମିଳିତ ଜାତିସଂଘ ଏବଂ ଅନ୍ତର୍ଜାତୀୟ ସମୁଦାୟରୁ ଇସ୍ରାଏଲକୁ ଅଟକାଇବାକୁ ଇରାନ ନିରନ୍ତର ଚେଷ୍ଟା କରୁଛି। ଇରାନ କହିଛି ଯଦି ଇସ୍ରାଏଲ ଯୁଦ୍ଧ ଅପରାଧ ବନ୍ଦ ନକରେ ତେବେ ପରିସ୍ଥିତି ଆହୁରି ଖରାପ ହୋଇପାରେ।

ଇରାନ କହିଛି ଏହି ବିପର୍ଯ୍ୟୟକୁ ରୋକିବା ଅନ୍ତର୍ଜାତୀୟ ସମ୍ପ୍ରଦାୟର ଦାୟିତ୍ୱ ଅଟେ। ଇରାନର ମନ୍ତ୍ରୀଙ୍କ କହିବାନୁସାରେ, ଏହାର ବହୁତ ବିପଜ୍ଜନକପରିଣାମ ହୋଇପାରେ। ଏହାର ଦାୟିତ୍ୱବେ ମିଳିତ ଜାତିସଂଘ, ସୁରକ୍ଷା ପରିଷଦ ଏବଂ ଅନ୍ୟଦେଶମାନଙ୍କ ଉପରେ ରହିଛି। ବୈଦେଶିକ ମନ୍ତ୍ରୀ ହୋସେନ ଆମୀର-ଅବଦୁଲ୍ଲାହାନ ଲେବାନନରେ ଖବରଦାତାଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ସେ ଇସ୍ରାଏଲକୁ ବହୁ ପୂର୍ବରୁ ଯୁଦ୍ଧ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।

ଇସ୍ରାଏଲ ହିଜବୁଲକୁ ସବୁଠାରୁ ବଡ ବିପଦ ବୋଲି ବିଚାର କରୁଛି। ହିଜବୁଲର ପ୍ରାୟ ୧୫୦,୦୦୦ ରକେଟ ଏବଂ କ୍ଷେପଣାସ୍ତ୍ର ଥିବା ଅନୁମାନ କରାଯାଉଛି। ଏହି କ୍ଷେପଣାସ୍ତ୍ରଗୁଡ଼ିକ ଲେଜର ଗାଇଡେଡ। ଇସ୍ରାଏଲର ଯେକୌଣସି ସ୍ଥାନକୁ ଟାର୍ଗେଟ କରିବା ପାଇଁ ସେମାନଙ୍କର ସାମର୍ଥ୍ୟ ଅଛି। ଏହି ଗୋଷ୍ଠୀ ସିରିଆରେ ୧୨ ବର୍ଷର ବିବାଦରେ ଭାଗ ନେଇଥିଲେ। ସେମାନଙ୍କ ପାଖରେ ଆଧୁନିକ ସାମରିକ ଡ୍ରୋନ ମଧ୍ୟ ଅଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?