Advertisement

ହିଜାବ ଖୋଲି ଇନଷ୍ଟାରେ ଭିଡିଓ ପୋଷ୍ଟ କରିବା ପଡିଲା ମହଙ୍ଗା, ଗିରଫ ହେଲେ ଇରାନ ଅଭିନେତ୍ରୀ

ତେହେରାନ,୨୧ ।୧୧: ଇରାନ ପୋଲିସ ଜଣେ ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଅଭିନେତ୍ରୀଙ୍କ ଉପରେ ସର୍ବସାଧାରଣ ସ୍ଥାନରେ ହିଜାବ ହଟାଇବା ଅଭିଯୋଗ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଦେଶରେ ଜାରି କରାଯାଇଥିବା ବିରୋଧ ପ୍ରଦର୍ଶନର ସମର୍ଥନରେ ଏଭଳି କରିଛନ୍ତି । ୫୨ ବର୍ଷୀୟା ଅଭିନେତ୍ରୀ ହିଜାବ ହଟାଇ ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଆଉ ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଦେଇଥିଲେ ।
ଶନିବାର ବିଳମ୍ବିତ ରାତିରେ ଅଭିନେତ୍ରୀ ତାଙ୍କ ପୋଷ୍ଟରେ ଲେଖିଥିଲେ, ହୁଏତ ଏହା ମୋର ଶେଷ ପୋଷ୍ଟ ହେବ, ମୋ ସହ ଯାହା ବି ହେଉଛି ମନେରଖନ୍ତୁ ଏହା ସବୁଥର ଭଳି… ମୁଁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଇରାନି ଲୋକଙ୍କ ସହ ରହିଛି । ଅଭିନେତ୍ରୀଙ୍କ ଭିଡିଓ ଏକ ଶପିଙ୍ଗ ସେଣ୍ଟରରେ ଶୁଟ କରାଯାଇଥିବା ଭଳି ମନେ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଗାଜିୟନି ବିନା ହିଜାବରେ ଏକ ପବ୍ଲିକ ପ୍ଲେସରେ ଠିଆ ହୋଇଛନ୍ତି ଓ ନିଜ ଖୋଲା କେଶକୁ ବାନ୍ଧୁଥିବା ଦେଖାଯାଇଛି ।
ସୂଚନାଯୋଗ୍ୟ, ଇରାନରେ ମହିଳାମାନେ ହିଜାବ ପିନ୍ଧିବା ଅନିର୍ବାର୍ଯ୍ୟ ଓ ସର୍ବସାଧାରଣ ସ୍ଥାନରେ ହିଜାବ ହଟାଇବା ଏକ ଅପରାଧ । ମସହା ଅମିନିଙ୍କ ମୃତ୍ୟୁ ପରେ ହଜାର ହଜାର ମହିଳା ବିରୋଧ ପ୍ରଦର୍ଶନ କରି ଏଭଳି କରିଛନ୍ତି । ହେଲେ ଏବେ ଅଭିନେତ୍ରୀଙ୍କୁ ଇରାନ ପୋଲିସ ଗିରଫ କରିନେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନୀ ପାଇଲଟ ଆକାଶରେ ଦେଖିଲେ ଅଜବ ଦୃଶ୍ୟ: ଏହାକୁ ନେଇ ହେଉଛି ବିଭିନ୍ନ ଚର୍ଚ୍ଚା

ଇସଲାମାବାଦ୍‌,୨୮।୧: ପାକିସ୍ତାନର ଜଣେ ପାଇଲଟ ଆକାଶରେ ଏକ ଅଜବ ଦୃଶ୍ୟ ଦେଖିଥିବା କହିଛନ୍ତି। ସେ ଏଲିଅନଙ୍କୁ ଦେଖିଥିବା ଜୋର୍‌ ଦେଇ କୁହନ୍ତି। ଏହି ଖବର ପାକିସ୍ତାନୀ...

୪୦ ବର୍ଷ ପରେ ନ ଥିବ ଆମାଜନ

ବ୍ରାଜିଲିଆ, ୧୨ା୧: ବିଶ୍ୱର ସବୁଠାରୁ ବଡ଼ ଟ୍ରପିକାଲ ଜଙ୍ଗଲ ଆମାଜନ ଏବେ ବିପଦରେ। ବଦଳୁଥିବା ପାଣିପାଗ, ବ୍ୟାପକ ଗଛ କଟା ଯୋଗୁ ଏହି ଜଙ୍ଗଲର ଅସ୍ତିତ୍ୱ...

ଗିଲଗିଟ୍‌-ବଲ୍ଟିସ୍ତାନକୁ ନେଇ ମୁହଁ ଖୋଲିଲା ଡ୍ରାଗନ

ବେଜିଂ,୫।୧୧: ପାକିସ୍ତାନରେ ଦେଶବ୍ୟାପି ବିରୋଧ ସତ୍ତ୍ୱେ ଗିଲଗିଟ୍‌-ବଲ୍ଟିସ୍ତାନକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସରକାର ଅସ୍ଥାୟୀ ପ୍ରଦେଶ ମାନ୍ୟତା ଦେଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ରବିବାର ଘୋଷଣା...

ମୋଦି-ଗୁଟେରେସ୍‌ ଆଲୋଚନା

ବିଆରିଜ୍‌,୨୬ା୮(ପି.ଟି./ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିଆରିଜ୍‌ରେ ଆୟୋଜିତ ତିନିଦିନିଆ ଜି-୭ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଛନ୍ତି। ଏହି ଅବସରରେ ସେ ଜାତିସଂଘ ମହାସଚିବ...

କରୋନା ଭାଇରସ: ପ୍ରଥମ ଦେଶ ଭାବେ ଆମେରିକାରେ ଗୋଟିଏ ଦିନରେ ଗଲା ୨ ହଜାରରୁ ଊର୍ଦ୍ଧ୍ୱ ମୁଣ୍ଡ

ଓ୍ବାଶିଂଟନ,୧୧।୪: ସାରା ବିଶ୍ୱରେ ଏବେ କାୟା ବିସ୍ତାର କରିଛି କରୋନା ଭାଇରସ। ଆମେରିକାରେ ଏହା ଥମିବାର ନାଁ ନେଉ ନ ଥିବା ବେଳେ ଏବେ ସେଠାରେ...

ବିବାହ ପ୍ରତି ଚାଇନା ଯୁବବର୍ଗଙ୍କ ମୋହଭଙ୍ଗ…

ବେଜିଂ, ୩।୪ : ଚାଇନାରେ ଏବେ ବିବାହ କରିବାକୁ ଯୁବବର୍ଗ ଅମଙ୍ଗ ହେବାରେ ଲାଗିଛନ୍ତି। ବିବାହ ପ୍ରତି ସେମାନଙ୍କର ମୋହ ଭଙ୍ଗ ହୋଇଛି। ଫଳରେ ବାର୍ଷିକ...

କ୍ଷମତା ଦଖଲ କରି ମଧ୍ୟ ତାଲିବାନ ଏବେ କାଙ୍ଗାଳ…

ଓ୍ବାଶିଂଟନ/କାବୁଲ,୧୯।୮: ବନ୍ଧୁକର ଶକ୍ତି ଦ୍ୱାରା ପ୍ରାୟ ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିବା ତାଲିବାନ ପାଇଁ ଏବେ ଅନ୍ତର୍ଜାତୀୟ ସମର୍ଥନ ହାସଲ କରିବା...

ବର୍ବରତା ବନାମ ଆଶ୍ୱାସନା

କାବୁଲ/ଓ୍ବାଶିଂଟନ୍‌/ନୂଆଦିଲ୍ଲୀ, ୧୯।୮ : ଦୁର୍ଦ୍ଧର୍ଷ ଆତଙ୍କବାଦୀମାନେ କାବୁଲ ଦଖଲ କରିବା ପରେ ହାତ ଟେକିଦେଇଥିଲା ଆଫଗାନ ସେନା। ପୁଣିଥରେ କ୍ଷମତା ହାତେଇବା ପାଇଁ ରାଷ୍ଟ୍ରପତି ଭବନରେ...

Advertisement
Archives

Model This Week