Posted inଖେଳ

ଆଜିଠାରୁ ଇରାନୀ ଟ୍ରଫି; ନଜରରେ ପୂଜାରା, ଉନାଡକଟ୍‌, ବିହାରୀ

ରାଜକୋଟ୍‌, ୧।୧୦: ରଣଜୀ ଟ୍ରଫି ଚାମ୍ପିୟନ ସୌରାଷ୍ଟ୍ର ଓ ଭାରତ ମଧ୍ୟରେ ଇରାନୀ ଟ୍ରଫି ମ୍ୟାଚ ରବିବାରଠାରୁ ଆରମ୍ଭ ହେବ। ଏଥିରେ ଭେଟେରାନ ଚେତେଶ୍ୱର ପୂଜାରା ଓ ହନୁମା ବିହାରୀଙ୍କ ଭଳି ଷ୍ଟାର ଖେଳାଳି ପ୍ରଭାବୀ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ନଜରରେ ରହିବାକୁ ଚାହିଁବେ। ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ ହେଉଛି ପୂଜାରାଙ୍କ ଅନ୍ୟତମ ଫେଭରିଟ୍‌ ଭେନ୍ୟୁ। ଗତ ଜୁଲାଇରେ ଓ୍ବେଷ୍ଟଇଣ୍ଡିଜ ଟୁର୍‌ରୁ ବାଦ୍‌ ପଡ଼ିବା ପରେ ତାଙ୍କ ଟେଷ୍ଟ କ୍ୟାରିୟର ପ୍ରତି ବିପଦ ଦେଖାଦେଇଛି। ୩୫ ବର୍ଷୀୟ ଖେଳାଳି ଇଂଲିଶ କାଉଣ୍ଟି କ୍ରିକେଟରେ ସସେକ୍ସ ତରଫରୁ ଖେଳିବାବେଳେ ଚମତ୍କାର ଫର୍ମରେ ଥିଲେ। ମାତ୍ର ତାହା ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ପ୍ରତିଫଳିତ ହୋଇପାରି ନ ଥିଲା। ଭାରତବର୍ଷ ପରବର୍ତ୍ତୀ ଭାଗରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଆସନ୍ତାବର୍ଷ ଇଂଲଣ୍ଡ ଟୁର୍‌ରେ ଆସିବ। ପୂଜାରା ଏହି ସୁଯୋଗ ହାତଛଡ଼ା କରିବାକୁ ଚାହିଁବେ ନାହିଁ। କିନ୍ତୁ ସୌରାଷ୍ଟ୍ରର ଏହି ଷ୍ଟାର ବ୍ୟାଟରଙ୍କୁ ପେସ୍‌ ବୋଲର ବିଦ୍ୱାଥ କାଭେରାପ୍ପା, ନବଦ୍ୱୀପ ସାଇନି ଏବଂ ସ୍ପିନର ବି. ସାଇ ସୁଦର୍ଶନ ଏବଂ ଶାମ୍ସ ମୁଲାନୀଙ୍କ ବୋଲିଂ ଆକ୍ରମଣ ବିରୋଧରେ ପ୍ରଭାବୀ ପ୍ରଦର୍ଶନ କରିବାକୁ ହେବ। ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଡକଟ୍‌ ଏଥିରେ ଭଲ ପ୍ରଦର୍ଶନ କରିପାରିଲେ ଟେଷ୍ଟ ଦଳରେ ହୁଏତ ସେ ତାଙ୍କ ସ୍ଥାନ ବଜାୟ ରଖିପାରନ୍ତି। ୨୦୨୨-୨୩ ଘରୋଇ ସର୍କିଟରେ ଚମତ୍କାର ଫର୍ମ ଯୋଗୁ ଏହି ବାମହାତୀ ଖେଳାଳିଙ୍କୁ ଓ୍ବେଷ୍ଟଇଣ୍ଡିଜ ଟୁର୍‌ରେ ଭାରତୀୟ ଦଳରେ ସାମିଲ କରାଯାଇଥିଲା। କିନ୍ତୁ ସେଠାରେ ୩ଟି ଇନିଂସରେ ତାଙ୍କ ୨୬ ଓଭର ବୋଲିଂରେ ସେ ଉଇକେଟ ଶୂନ୍ୟ ରହିଥିଲେ। ଅବଶିଷ୍ଟ ଭାରତ ଏକାଦଶର ଅଧିନାୟକ ହନୁମା ବିହାରୀ ଗତ ବର୍ଷ ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ଖେଳିବା ପରେ ଭାରତୀୟ ଦଳକୁ ଫେରିପାରି ନାହାନ୍ତି। ୨୯ ବର୍ଷୀୟ ଏହି ଖେଳାଳି ଗତ ଜୁଲାଇରେ ବେଙ୍ଗାଲୁରୁରେ ଦକ୍ଷିଣାଞ୍ଚଳକୁ ଦୁଲିପ ଟ୍ରଫି ଜିତାଇବାରେ ସଫଳ ହୋଇଥିଲେ। ଫାଇନାଲରେ ସେ ୬୩ ଓ ୪୨ ରନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଇରାନୀ ଟ୍ରଫିରେ ଭଲ ପ୍ରଦର୍ଶନ କରି ଭାରତୀୟ ଦଳରେ ମିଡଲ ଅର୍ଡର ସ୍ଥାନ ଫେରିବା ଲକ୍ଷ୍ୟରେ ସେ ଅଛନ୍ତି। ଏହି ସ୍ଥାନ ବର୍ତ୍ତମାନ ଅଜିଙ୍କ୍ୟ ରାହାନେ ଅକ୍ତିଆର କରିନେଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ କ୍ରିକେଟକୁ ଫେରି ରାହାନେ ଆଶାନୁରୂପ ପ୍ରଦର୍ଶନରେ ବିଫଳ ହୋଇଛନ୍ତି। ଅନ୍ୟପକ୍ଷରେ ମୁମ୍ବାଇର ସର୍ଫରାଜ ଖାନ୍‌ ଓ କର୍ନାଟକର ମୟଙ୍କ ଅଗ୍ରଓ୍ବାଲ ଓପନିଂରେ ଏକ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି। ଗତ ଘରୋଇ ସିଜନରେ ଉଭୟେ ବହୁ ରନ୍‌ ସ୍କୋର କରିଥିଲେ। ଅଗ୍ରଓ୍ବାଲ ସର୍ବାଧିକ ୯୯୦ ରନ ସଂଗ୍ରହ କରିଥିଲେ। ତେବେ ଶୁବମନ ଗିଲ୍‌ ଓ ଯଶସ୍ବୀ ଜୟସ୍ବାଲ ଭାରତୀୟ ଦଳର ସ୍କିମ୍‌ରେ ସେମାନଙ୍କ ସ୍ଥାନ ସୁଦୃଢ କରିସାରିଛନ୍ତି।

ଅବଶିଷ୍ଟ ଭାରତ ଦଳ: ହନୁମା ବିହାରୀ (ଅଧିନାୟକ), କେ.ଏସ୍‌. ଭରତ, ମୟଙ୍କ ଅଗ୍ରଓ୍ବାଲ, ୟାଶ ଧୂଲ, ଶାମ୍ସ ମୁଲାନୀ, ସାଇ ସୁଦର୍ଶନ, ସର୍ଫରାଜ ଖାନ୍‌, ପୁଲକିତ ନାରଙ୍ଗ, ସୌରଭ କୁମାର, ୟାଶ ଦୟାଲ, ନବଦୀପ ସଇନି, ବିଦ୍ୱାଥ କାଭେରାପ୍ପା, ଆକାଶ ଦୀପ, ରୋହନ କୁନୁମାଲ ଓ ଧ୍ରୁବ ଜୁରେଲ।

ସୌରାଷ୍ଟ୍ର ଦଳ: ଜୟଦେବ ଉନାଡକଟ୍‌ (ଅଧିନାୟକ), ଚେତେଶ୍ୱର ପୂଜାରା, ଶେଲ୍‌ଡନ ଜ୍ୟାକସନ, ଅର୍ପିତ ଭାସାଭାଦା, ହାର୍ଭିକ ଦେଶାଇ, ଧର୍ମେନ୍ଦ୍ର ସିଂ ଜାଡେଜା, ପ୍ରେରକ ମଙ୍କଡ, ଚିରାଗ ଜାନି, ଜୟ ଗୋହିଲ, ପାର୍ଥ ଭୁତ୍‌, ବିଶ୍ୱରାଜ ସିଂ ଜାଡେଜା, ସମର୍ଥ ଭ୍ୟାସ୍‌, ଯୁବରାଜ ସିଂ ଡୋଡିୟା, କୁଶାଙ୍ଗ ପଟେଲ, ସ୍ନେଲ ପଟେଲ, ଦେବାଙ୍ଗ କରମଟା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

MS Dhoni Net Worth: କୋଟି କୋଟି ଟଙ୍କା ରୋଜଗାର, ହେଲେ କ୍ରିକେଟ ବ୍ୟତୀତ ଧୋନୀଙ୍କ ଆଉ କ’ଣ ରହିଛି ରୋଜଗାର? ଜାଣନ୍ତୁ…

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଜୁଲାଇ ୭ରେ ୪୫ ବର୍ଷ ବୟସରେ ପାଦ ଥାପିଛନ୍ତି। ‘କ୍ୟାପ୍ଟେନ କୁଲ’ ଭାବରେ ଜଣାଶୁଣା – କ୍ରିକେଟ…

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri