Odisha Elections 2024
Posted inଖେଳ

ଆଜିଠାରୁ ଇରାନୀ ଟ୍ରଫି; ନଜରରେ ପୂଜାରା, ଉନାଡକଟ୍‌, ବିହାରୀ

ରାଜକୋଟ୍‌, ୧।୧୦: ରଣଜୀ ଟ୍ରଫି ଚାମ୍ପିୟନ ସୌରାଷ୍ଟ୍ର ଓ ଭାରତ ମଧ୍ୟରେ ଇରାନୀ ଟ୍ରଫି ମ୍ୟାଚ ରବିବାରଠାରୁ ଆରମ୍ଭ ହେବ। ଏଥିରେ ଭେଟେରାନ ଚେତେଶ୍ୱର ପୂଜାରା ଓ ହନୁମା ବିହାରୀଙ୍କ ଭଳି ଷ୍ଟାର ଖେଳାଳି ପ୍ରଭାବୀ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ନଜରରେ ରହିବାକୁ ଚାହିଁବେ। ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ ହେଉଛି ପୂଜାରାଙ୍କ ଅନ୍ୟତମ ଫେଭରିଟ୍‌ ଭେନ୍ୟୁ। ଗତ ଜୁଲାଇରେ ଓ୍ବେଷ୍ଟଇଣ୍ଡିଜ ଟୁର୍‌ରୁ ବାଦ୍‌ ପଡ଼ିବା ପରେ ତାଙ୍କ ଟେଷ୍ଟ କ୍ୟାରିୟର ପ୍ରତି ବିପଦ ଦେଖାଦେଇଛି। ୩୫ ବର୍ଷୀୟ ଖେଳାଳି ଇଂଲିଶ କାଉଣ୍ଟି କ୍ରିକେଟରେ ସସେକ୍ସ ତରଫରୁ ଖେଳିବାବେଳେ ଚମତ୍କାର ଫର୍ମରେ ଥିଲେ। ମାତ୍ର ତାହା ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ପ୍ରତିଫଳିତ ହୋଇପାରି ନ ଥିଲା। ଭାରତବର୍ଷ ପରବର୍ତ୍ତୀ ଭାଗରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଆସନ୍ତାବର୍ଷ ଇଂଲଣ୍ଡ ଟୁର୍‌ରେ ଆସିବ। ପୂଜାରା ଏହି ସୁଯୋଗ ହାତଛଡ଼ା କରିବାକୁ ଚାହିଁବେ ନାହିଁ। କିନ୍ତୁ ସୌରାଷ୍ଟ୍ରର ଏହି ଷ୍ଟାର ବ୍ୟାଟରଙ୍କୁ ପେସ୍‌ ବୋଲର ବିଦ୍ୱାଥ କାଭେରାପ୍ପା, ନବଦ୍ୱୀପ ସାଇନି ଏବଂ ସ୍ପିନର ବି. ସାଇ ସୁଦର୍ଶନ ଏବଂ ଶାମ୍ସ ମୁଲାନୀଙ୍କ ବୋଲିଂ ଆକ୍ରମଣ ବିରୋଧରେ ପ୍ରଭାବୀ ପ୍ରଦର୍ଶନ କରିବାକୁ ହେବ। ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଡକଟ୍‌ ଏଥିରେ ଭଲ ପ୍ରଦର୍ଶନ କରିପାରିଲେ ଟେଷ୍ଟ ଦଳରେ ହୁଏତ ସେ ତାଙ୍କ ସ୍ଥାନ ବଜାୟ ରଖିପାରନ୍ତି। ୨୦୨୨-୨୩ ଘରୋଇ ସର୍କିଟରେ ଚମତ୍କାର ଫର୍ମ ଯୋଗୁ ଏହି ବାମହାତୀ ଖେଳାଳିଙ୍କୁ ଓ୍ବେଷ୍ଟଇଣ୍ଡିଜ ଟୁର୍‌ରେ ଭାରତୀୟ ଦଳରେ ସାମିଲ କରାଯାଇଥିଲା। କିନ୍ତୁ ସେଠାରେ ୩ଟି ଇନିଂସରେ ତାଙ୍କ ୨୬ ଓଭର ବୋଲିଂରେ ସେ ଉଇକେଟ ଶୂନ୍ୟ ରହିଥିଲେ। ଅବଶିଷ୍ଟ ଭାରତ ଏକାଦଶର ଅଧିନାୟକ ହନୁମା ବିହାରୀ ଗତ ବର୍ଷ ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ଖେଳିବା ପରେ ଭାରତୀୟ ଦଳକୁ ଫେରିପାରି ନାହାନ୍ତି। ୨୯ ବର୍ଷୀୟ ଏହି ଖେଳାଳି ଗତ ଜୁଲାଇରେ ବେଙ୍ଗାଲୁରୁରେ ଦକ୍ଷିଣାଞ୍ଚଳକୁ ଦୁଲିପ ଟ୍ରଫି ଜିତାଇବାରେ ସଫଳ ହୋଇଥିଲେ। ଫାଇନାଲରେ ସେ ୬୩ ଓ ୪୨ ରନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଇରାନୀ ଟ୍ରଫିରେ ଭଲ ପ୍ରଦର୍ଶନ କରି ଭାରତୀୟ ଦଳରେ ମିଡଲ ଅର୍ଡର ସ୍ଥାନ ଫେରିବା ଲକ୍ଷ୍ୟରେ ସେ ଅଛନ୍ତି। ଏହି ସ୍ଥାନ ବର୍ତ୍ତମାନ ଅଜିଙ୍କ୍ୟ ରାହାନେ ଅକ୍ତିଆର କରିନେଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ କ୍ରିକେଟକୁ ଫେରି ରାହାନେ ଆଶାନୁରୂପ ପ୍ରଦର୍ଶନରେ ବିଫଳ ହୋଇଛନ୍ତି। ଅନ୍ୟପକ୍ଷରେ ମୁମ୍ବାଇର ସର୍ଫରାଜ ଖାନ୍‌ ଓ କର୍ନାଟକର ମୟଙ୍କ ଅଗ୍ରଓ୍ବାଲ ଓପନିଂରେ ଏକ ସ୍ଥାନ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି। ଗତ ଘରୋଇ ସିଜନରେ ଉଭୟେ ବହୁ ରନ୍‌ ସ୍କୋର କରିଥିଲେ। ଅଗ୍ରଓ୍ବାଲ ସର୍ବାଧିକ ୯୯୦ ରନ ସଂଗ୍ରହ କରିଥିଲେ। ତେବେ ଶୁବମନ ଗିଲ୍‌ ଓ ଯଶସ୍ବୀ ଜୟସ୍ବାଲ ଭାରତୀୟ ଦଳର ସ୍କିମ୍‌ରେ ସେମାନଙ୍କ ସ୍ଥାନ ସୁଦୃଢ କରିସାରିଛନ୍ତି।

ଅବଶିଷ୍ଟ ଭାରତ ଦଳ: ହନୁମା ବିହାରୀ (ଅଧିନାୟକ), କେ.ଏସ୍‌. ଭରତ, ମୟଙ୍କ ଅଗ୍ରଓ୍ବାଲ, ୟାଶ ଧୂଲ, ଶାମ୍ସ ମୁଲାନୀ, ସାଇ ସୁଦର୍ଶନ, ସର୍ଫରାଜ ଖାନ୍‌, ପୁଲକିତ ନାରଙ୍ଗ, ସୌରଭ କୁମାର, ୟାଶ ଦୟାଲ, ନବଦୀପ ସଇନି, ବିଦ୍ୱାଥ କାଭେରାପ୍ପା, ଆକାଶ ଦୀପ, ରୋହନ କୁନୁମାଲ ଓ ଧ୍ରୁବ ଜୁରେଲ।

ସୌରାଷ୍ଟ୍ର ଦଳ: ଜୟଦେବ ଉନାଡକଟ୍‌ (ଅଧିନାୟକ), ଚେତେଶ୍ୱର ପୂଜାରା, ଶେଲ୍‌ଡନ ଜ୍ୟାକସନ, ଅର୍ପିତ ଭାସାଭାଦା, ହାର୍ଭିକ ଦେଶାଇ, ଧର୍ମେନ୍ଦ୍ର ସିଂ ଜାଡେଜା, ପ୍ରେରକ ମଙ୍କଡ, ଚିରାଗ ଜାନି, ଜୟ ଗୋହିଲ, ପାର୍ଥ ଭୁତ୍‌, ବିଶ୍ୱରାଜ ସିଂ ଜାଡେଜା, ସମର୍ଥ ଭ୍ୟାସ୍‌, ଯୁବରାଜ ସିଂ ଡୋଡିୟା, କୁଶାଙ୍ଗ ପଟେଲ, ସ୍ନେଲ ପଟେଲ, ଦେବାଙ୍ଗ କରମଟା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଡ଼ିଆରେ ଲଢେଇ, ଡ୍ରେସିଂ ରୁମ୍‌ରେ କୋଳାକୋଳି

ନୂଆଦିଲ୍ଲୀ,୧୭।୫: ଆଇପିଏଲ ୨୦୨୪ର ୬୮ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସର ଘରୋଇ...

କୋହଲିଙ୍କ ପରି ତାଙ୍କ ଝିଅ ବି ହେବେ କ୍ରିକେଟର୍‌! ଏବେଠୁ କଲେଣି…

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୪ର ପ୍ଲେ ଅଫରେ ପହଞ୍ଚିବା ଲକ୍ଷ୍ୟରେ ରହିଛି। ଏହି ଦଳ ଆଜି ଚେନ୍ନାଇ ସୁପର...

କ୍ରିଷ୍ଟିଆନ ରୋନାଲଡୋ ସର୍ବାଧିକ ଦରମା ପ୍ରାପ୍ତ ଆଥଲେଟ୍

ନୂଆଦିଲ୍ଲୀ,୧୭ା୫: ବିଶ୍ୱର ଶ୍ରେଷ୍ଠ ଆୟ କରୁଥିବା ଖେଳାଳିଙ୍କ ତାଲିକା ଫୋର୍ବସ୍ ପକ୍ଷରୁ ପ୍ରକାଶ ପାଇଛି। ଏହି ତାଲିକାରେ ତାରକା ଫୁଟବଲର କ୍ରିଷ୍ଟିଆନ ରୋନାଲଡୋ ଶୀର୍ଷରେ ରହିଛନ୍ତି।...

ସନରାଇଜର୍ସ ହାଇଦ୍ରାବାଦକୁ ପ୍ଲେଅଫରେ ପହଞ୍ଚାଇଲା ବର୍ଷା, ଗୁଜରାଟ ଟାଇଟାନ୍ସ ବିରୋଧରେ ମ୍ୟାଚ ରଦ୍ଦ

ହାଇଦ୍ରାବାଦ,୧୬।୫: ଆଇପିଏଲ ୨୦୨୪ ର ୬୬ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଗୁଜୁରାଟ ଟାଇଟାନ୍ସକୁ ସାମ୍ନା କରିଥିଲା। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ...

ବିରାଟଙ୍କ ରିଟାୟରମେଣ୍ଟ ପ୍ଲାନକୁ ନେଇ ଖୋଲିଲା ଗୁମର

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଭଲଭାବେ ଜାଣିଛନ୍ତି ଯେ ତାଙ୍କୁ ମଧ୍ୟ ଦିନେ କ୍ରିକେଟ ରୁ ଅବସର ନେବାକୁ ପଡିବ।...

୪ ଦିନ ୫ ମ୍ୟାଚ୍‌, ରୋଚକ ସ୍ଥିତିରେ ପ୍ଲେ ଅଫ୍‌ ରେସ୍‌: କିଏ ମାରିବ ବାଜି

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ ରେ ପହଞ୍ଚିଛି। କିନ୍ତୁ ଅବଶିଷ୍ଟ ୨ ସ୍ଥାନ ପାଇଁ ୫ଟି ଦଳ ମଧ୍ୟରେ...

ଅଭ୍ୟାସ ମ୍ୟାଚ୍‌ ସମୟରେ ମୁମ୍ବାଇ ଖେଳାଳିଙ୍କ ମଧ୍ୟରେ ସଂଘର୍ଷ, କ୍ରିକେଟ ଛାଡ଼ି କୁସ୍ତିରେ ମାତିଲେ: Video

ନୂଆଦିଲ୍ଲୀ,୧୬।୫: ଆଇପିଏଲ୍‌ରେ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ଯାତ୍ରା ଶେଷ ହୋଇଛି। ଦଳ ପ୍ଲେଅଫ୍‌ ରେସ୍‌ରୁ ପ୍ରଥମେ ବାଦ୍‌ ପଡ଼ିଥିଲା। ଏବେ ମୁମ୍ବାଇର ଅନ୍ତିମ ମ୍ୟାଚ୍‌ କେବଳ ଔପଚାରିକତା...

ଏହି କ୍ରିକେଟର୍‌ଙ୍କୁ ପ୍ରପୋଜ୍‌ କଲେ ରିଙ୍କୁ ସିଂ, ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ପ୍ଲେ ଅଫ ପହଞ୍ଚିବାରେ ପ୍ରଥମ ଦଳ ହୋଇଛି। କେକେଆର୍‌ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରିଛି। ଦଳ ୧୩ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri