ରୁଷିଆକୁ ୧୦୦ ଡ୍ରୋନ୍‌ ଯୋଗାଇବ ଇରାନ

ତେହରାନ,୧୨ା୭:ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଏହି ସମୟରେ ଇରାନ ରୁଷିଆକୁ ଡ୍ରୋନ୍‌ ଯୋଗାଇବାକୁ ନିଷ୍ପତ୍ତି ନେଇଛି। ରୁଷିଆ ଏହି ଡ୍ରୋନ୍‌ଗୁଡ଼ିକୁ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ପାଇଁ ବ୍ୟବହାର କରିବ। ଆମେରିକାର ଜଣେ ଅଧିକାରୀ କହିଛନ୍ତି, ୟୁକ୍ରେନ ଯୁଦ୍ଧ ପାଇଁ ଇରାନ ରୁଷିଆକୁ ସମ୍ଭାବ୍ୟ ଶହ ଶହ ଡ୍ରୋନ୍‌ ବିତରଣ କରିବାକୁ ଯୋଜନା କରୁଛି। ଏହି ଡ୍ରୋନ୍‌ ମଧ୍ୟରୁ କେତେକ ଯୁଦ୍ଧ କରିବାର କ୍ଷମତା ମଧ୍ୟ ରହିଛି।

ହ୍ବାଇଟ୍‌ ହାଉସର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସଲିଭାନ କହିଛନ୍ତି, ଇରାନ ଡ୍ରୋନ୍‌ ବ୍ୟବହାର ପାଇଁ ରୁଷିଆ ସୈନ୍ୟମାନଙ୍କୁ ତାଲିମ ଦେବା ପାଇଁ ପ୍ରସ୍ତୁତ ହେଉଛି। ୟୁକ୍ରେନ ଆମେରିକାକୁ ନିବେଦନ କରିଥିଲା ଏହାର ଯୁଦ୍ଧ ପ୍ରୟାସରେ ହଜାର ହଜାର ଡ୍ରୋନ୍‌ ଯୋଗାଣ କରୁ। ସଲିଭାନ କହିଛନ୍ତି, ଆମେରିକା ଦ୍ୱାରା ପ୍ରଦାନ କରାଯାଇଥିବା ଗୁପ୍ତଚର ଏହାକୁ ସମର୍ଥନ କରୁଛି।
ସେ ଏହା ମଧ୍ୟ କହିଛନ୍ତି ଯେ, ସାଉଦିଆରବ ଉପରେ ଆକ୍ରମଣ କରିବା ପାଇଁ ୟେମେନର ବିଦ୍ରୋହୀମାନେ ଇରାନ ଡ୍ରୋନ ବ୍ୟବହାର କରିଥିଲେ। ଏକ ମାସ ପୂର୍ବରୁ ଇରାନର ସୈନ୍ୟବାହିନୀ ଏହାର ଶକ୍ତି ଦେଖାଇବା ପାଇଁ କ୍ଷେପଣାସ୍ତ୍ର ସହିତ ସଜ୍ଜିତ ଡ୍ରୋନର ଏକ ଫଟୋ ଛାଡ଼ିଥିଲେ। କେବଳ ଏତିକି ନୁହେଁ, ଇରାନର ରାଷ୍ଟ୍ରାୟତ୍ତ ଟିଭି ଚ୍ୟାନେଲ ମଧ୍ୟ ତେହେରାନ ନିକଟରେ ବିଶ୍ୱର ସବୁଠାରୁ ମାରାତ୍ମକ ଡ୍ରୋନ୍‌ ଥିବା କହିଛି। ଏହି ଡ୍ରୋନଗୁଡ଼ିକୁ ଏକ ଗୁପ୍ତଚର ଆଧାରରେ ରଖାଯାଇଛି।

ଯଦିଓ ଏହାର ଅବସ୍ଥାନ କେଉଁଠାରେ ଅଛି, କେହି ଜାଣନ୍ତି ନାହିଁ ତଥାପି ଏହି ବେସ୍‌ କେର୍ମନଶାହ ସହରଠାରୁ ୪୦ ମିନିଟ୍‌ ଦୂରରେ ରହିପାରେ। ୧୯୮୦ରେ ଇରାନ ଡ୍ରୋନ୍‌ ତିଆରି କରିବା ଆରମ୍ଭ କଲା। ଏହି ସମୟରେ ଇରାନ ଏବଂ ଇରାକ ମଧ୍ୟରେ ଯୁଦ୍ଧ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

ଜେଲ ପରିବର୍ତ୍ତେ ହାଉସ ଆରେଷ୍ଟ ହେଲେ ମ୍ୟାନମାର ନେତା ଆଙ୍ଗ ସାନ ସୁ କି, କାହିଁକିଁ ଏମିତି ନିଷ୍ପତ୍ତି ନେଲା ସେନା

ବ୍ୟାଙ୍ଗକକ,୧୭।୪: ମ୍ୟାନମାରର ମାନବାଧିକାର ଓକିଲ ଅଙ୍ଗ ସାନ ସୁ କି ଅନେକ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ଏହି ସମୟରେ ଦେଶରେ ପ୍ରବଳ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri