ଆମେରିକାକୁ ସିଧା ଚେତାବନୀ ଦେଲା ଇରାନ: କହିଲା, ଆମେ ଛାଡିବୁନି

ତେହରାନ/ତେଲ୍‌ ଆଭିଭ୍‌,୧୪ା୬ :ଇସ୍ରାଏଲୀ ସେନା ଶୁକ୍ରବାର ଇରାନ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଆକ୍ରମଣ କରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ଟାର୍ଗେଟ କରାଯାଇ ଏହି ଆକ୍ରମଣ ହୋଇଥିବାବେଳେ ଏଥିରେ ଇରାନ ରିଭଲ୍ୟୁଶନାରି ଗାର୍ଡସ୍‌ର ସୁପ୍ରିମ କମାଣ୍ଡର ହୋସେଇନ୍‌ ସଲାମି, ସଶସ୍ତ୍ର ବଳର ଚିଫ୍‌ ଅଫ୍‌ ଷ୍ଟାଫ୍‌ ଜେନେରାଲ ମହମ୍ମଦ ବଘେରି, ବରିଷ୍ଠ ଅଧିକାରୀ ଘୋଲାମାଲି ରଶିଦ ଓ ଆଣବିକ ବୈଜ୍ଞାନିକ ଫେରେୟଦୋଉନ୍‌ ଅବ୍ବାସି ଏବଂ ମହମ୍ମଦ- ମହଦି ଟରାଞ୍ଚତ୍ ନିହତ ହୋଇଥିବା ଇରାନ ଟେଲିଭିଜନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଶୀର୍ଷ ସେନା ଅଫିସରଙ୍କ ମୃତ୍ୟୁ ଇରାନ ପାଇଁ ଶକ୍ତ ଝଟକା ହୋଇଛି। ଏହି ଆକ୍ରମଣ ଫଳରେ ମଧ୍ୟପ୍ରାଚ୍ୟର ଦୁଇ ବିରୋଧୀ ରାଷ୍ଟ୍ର ମଧ୍ୟରେ ଜୋର୍‌ଦାର ଯୁଦ୍ଧ ସମ୍ଭାବନା ସୃଷ୍ଟି ହୋଇଛି। ୮୦ ଦଶକରେ ଇରାକ ସହ ଯୁଦ୍ଧ ପରେ ଏହା ଇରାନ ଉପରେ ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ଯୁଦ୍ଧ ହେଲେ ଅନ୍ତର୍ଜାତୀୟ ବଜାରରେ ତୈଳ ସଙ୍କଟ ସୃଷ୍ଟି ହେବା ଆଶଙ୍କା କରାଯାଉଛି।
ଇରାନ ଆମେରିକା ସମେତ ଅନ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛି। ଇରାନ କହିଛି, ଇସ୍ରାଏଲ ସହିତ ଛିଡ଼ା ହୋଇଥିବା ଯେକୌଣସି ଦେଶ ଆମ ଟାର୍ଗେଟରେ ଅଛି। ଆମେ ଇସ୍ରାଏଲ ପ୍ରତି ନମ୍ରତା ଦେଖାଇବୁ ନାହିଁ। ଇସ୍ରାଏଲକୁ ଉଚିତ ଜବାବ ଦିଆଯିବ ଏବଂ ଇସ୍ରାଏଲକୁ ସମର୍ଥନ କରୁଥିବା ଯେକୌଣସି ଦେଶ ମଧ୍ୟ ଆମର ଟାର୍ଗେଟରେ ଅଛି। ଇରାନର ଏହି ଚେତାବନୀ ସିଧାସଳଖ ଆମେରିକା ପାଇଁ।
ଇରାନ ଏହାର ସାମରିକ କାର୍ଯ୍ୟକ୍ରମ ଦ୍ରୁତ ବେଗରେ ଆଗେଇ ନେଉଥିବାରୁ ଏହାକୁ ନେଇ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଇସ୍ରାଏଲ ଏହାର ନାଟାଞ୍ଜସ୍ଥିତ ମୁଖ୍ୟ ଆଣବିକ ସ୍ଥଳ ସମେତ ଅନେକ ସ୍ଥାନକୁ ଟାର୍ଗେଟ କରି ‘ଅପରେଶନ ରାଇଜିଂ ଲାୟନ’ ଆରମ୍ଭ କରିଛି। ପଶ୍ଚିମ ଇରାନରେ ଥିବା କେତେକ ରାଡାର କେନ୍ଦ୍ର ଓ ସ୍ଥଳରୁ ଆକାଶକୁ ଲକ୍ଷ୍ୟଭେଦ କ୍ଷମତା ବିଶିଷ୍ଟ ମିଶାଇଲ୍‌ ଲଞ୍ଚରଗୁଡ଼ିକୁ ଧ୍ୱଂସ କରିଥିବା ଇସ୍ରାଏଲ୍‌ କହିଛି। ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇ ଚେତାବନୀ ଦେଇଥିବାରୁ ପ୍ରତିଶୋଧ ଜୋର୍‌ଦାର ହେବା ଆଶଙ୍କା କରାଯାଉଛି। ଇସ୍ରାଏଲ୍‌ ଆକ୍ରମଣର ପ୍ରାରମ୍ଭିକ ଜବାବରେ ଇରାନ ଶତାଧିକ ଡ୍ରୋନ୍‌ ଆକ୍ରମଣ କରିଥିବାବେଳେ ସେଗୁଡ଼ିକୁ ପ୍ରତିହତ କରାଯାଇଥିବା ଜେରୁଜେଲମ୍‌ ପକ୍ଷରୁ କୁହାଯାଇଛି। ଇରାନର ୧୦୦ଟି ସ୍ଥାନକୁ ଟାର୍ଗେଟ କରି ଇସ୍ରାଏଲ୍‌ ପ୍ରାୟ ୨୦୦ ଯୁଦ୍ଧବିମାନରେ ଆକ୍ରମଣ କରିଥିଲା ବୋଲି ଏହାର ସାମରିକ ବାହିନୀ କହିଛି। ଇସ୍ରାଏଲ୍‌ ପୂର୍ବରୁ ଗୁପ୍ତରେ ଅସ୍ତ୍ରଶସ୍ତ୍ର ଆଣି କେନ୍ଦ୍ରୀୟ ଇରାନରେ ରଖିଥିଲା, ଯାହା ଇରାନର ଏୟାର ଡିଫେନ୍ସକୁ ଆକ୍ରମଣରେ ବ୍ୟବହାର କରାଯାଇଥିଲା।
ଇରାନର ଆଣବିକ ସମୃଦ୍ଧ କାର୍ଯ୍ୟକ୍ରମକୁ ନେଇ ଚୁକ୍ତିନାମା ନିମନ୍ତେ ଆମେରିକା ସହ ବୁଝମଣା ଚାଲିଥିବାବେଳେ ଇସ୍ରାଏଲ୍‌କୁ ଆକ୍ରମଣ ନ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସତର୍କ କରାଇଥିଲେ। ଆକ୍ରମଣରେ ଆମେରିକା ସମ୍ପୃକ୍ତ ହେବାକୁ ନ ଥିବାରୁ ଏହାର ସ୍ବାର୍ଥ କିମ୍ବା ବ୍ୟକ୍ତିବିଶେଷଙ୍କ ଉପରେ କୌଣସି ଜବାବୀ ଟାର୍ଗେଟ ନ କରିବାକୁ ଟ୍ରମ୍ପ୍‌ ଚେତାବନୀ ଦେଇଥିଲେ। ଇସ୍ରାଏଲ୍‌ର ଆକ୍ରମଣ ପରେ ଶୁକ୍ରବାର ଟ୍ରମ୍ପ୍‌ ଇରାନକୁ ଚୁକ୍ତି ସ୍ବାକ୍ଷର କରିବାକୁ ପୁଣିଥରେ ଚାପ ପକାଇଛନ୍ତି। ଚୁକ୍ତି ସ୍ବାକ୍ଷର ନ କଲେ ଅଧିକ ନରସଂହାର ଓ ଧ୍ୱଂସଲୀଳା ଚାଲିବ ବୋଲି ସେ ଚେତାବନୀ ଦେଇଛନ୍ତି। ଇରାନ ଏହାର ସାମ୍ରାଜ୍ୟକୁ ରକ୍ଷା କରିବାକୁ ଚାହୁଁଥିଲେ ତୁରନ୍ତ ଚୁକ୍ତି ସ୍ବାକ୍ଷର କରିବାକୁ ହେବ। ତାହେଲେ ଆଉ ଅଧିକ ମୃତ୍ୟୁ କି ଧ୍ୱଂସ ଘଟିବ ନାହିଁ ବୋଲି ଟ୍ରମ୍ପ୍‌ ତାଙ୍କ ସୋସିଆଲ ମିଡିଆ ଟ୍ରୁଥ୍‌ ସୋସିଆଲ୍‌ରେ ଲେଖିଛନ୍ତି। ଇରାନର ଆଣବିକ କେନ୍ଦ୍ର ଏବଂ ବରିଷ୍ଠ କମାଣ୍ଡରମାନଙ୍କୁ ଟାର୍ଗେଟ କରି ହୋଇଥିବା ଆକ୍ରମଣ ସଫଳ ହୋଇଥିବା ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି। ଇରାନର ଆଣବିକ, ମିଶାଇଲ ଏବଂ ସାମରିକ କମ୍ପ୍ଲେକ୍ସ ଉପରେ ଆକ୍ରମଣ କରାଯିବା ସହ ପ୍ରମୁଖ କମାଣ୍ଡର ଓ ଆଣବିକ ବୈଜ୍ଞାନିକ ନିହତ ହୋଇଛନ୍ତି। ଆମର ପ୍ରାରମ୍ଭିକ ଆକ୍ରମଣ ଯଥେଷ୍ଟ ସଫଳ ହୋଇଛି। ଭଗବାନଙ୍କ ସହାୟତାରେ ଆମେ ଆହୁରି ବଡ଼ ସଫଳତା ପାଇବାକୁ ଯାଉଛୁ ବୋଲି ନେତାନ୍ୟାହୁ କହିଛନ୍ତି।
ଇରାନ ପ୍ରତିଆକ୍ରମଣ କରିବା ସମ୍ଭାବନା ଥିାରୁ ଇସ୍ରାଏଲ୍‌ରେ ଥବା ଭାରତୀୟମାନଙ୍କୁ ସତର୍କ ରହିବାକୁ ଏବଂ ଅଯଥା ଭ୍ରମଣ ନ କରିବାକୁ ଦୂତାବାସ ପକ୍ଷରୁ ସତର୍କ କରାଯାଇଛି। ଉତ୍ତେଜନା ସ୍ଥିତି ଲାଗି ରହିଥିବାରୁ ଭାରତୀୟମାନେ ସେଠାରେ ସତର୍କ ରହିବା ସହ ସୁରକ୍ଷା ପ୍ରୋଟୋକଲ୍‌ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?