Posted inଖେଳ

ଆଇପିଏଲ୍‌: ଟାଇଟଲ ସ୍ପୋନ୍ସରଶିପ୍‌ ଦୌଡ଼ରେ ଅନ୍‌ଏକାଡେମୀ

ନୂଆଦିଲ୍ଲୀ,୧୩।୮(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ପ୍ରାୟୋଜକ ଏଜୁକେଶନ ଟେକ୍ନୋଲୋଜି କମ୍ପାନୀ ଅନ୍‌ଏକାଡେମୀ ଏବେ ଟାଇଟଲ ସ୍ପୋନ୍ସରଶିପ୍‌ ଦୌଡ଼ରେ ସାମିଲ ହୋଇଛି। ଚାଇନା ମୋବାଇଲ ଫୋନ୍‌ କମ୍ପାନୀ ଭିଭୋ ବଦଳରେ ଅନ୍‌ଏକାଡେମୀ ଚଳିତ ସେସନ ପାଇଁ ବିଡ୍‌ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି। ଅନ୍‌ଏକାଡେମୀ ବିଡ୍‌ କାଗଜପତ୍ର କ୍ରୟ କରିଛି। ତେବେ ଅନ୍‌ଏକାଡେମୀ ତରଫରୁ ଏ ସଂକ୍ରାନ୍ତରେ ଅଧିକ କିଛି କୁହାଯାଇନାହିଁ। କିନ୍ତୁ ଅନ୍‌ଏକାଡେମୀ ଏହାକୁ ବେଶ୍‌ ଗୁରୁତ୍ୱ ଦେଇଛି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀ କହିଛନ୍ତି। ଅନ୍ୟପଟେ ଯଦି ପତଞ୍ଜଳି ବିଡ୍‌ ଦାଖଲ କରେ ତା’ହେଲେ ଟାଇଟଲ ସ୍ପୋନ୍ସରଶିପ୍‌ ପାଇଁ ଏକ ପ୍ରତିଯୋଗିତା ହେବ ବୋଲି ବରିଷ୍ଠ ଅଧିକାରୀ ଜଣକ ନାମ ଗୋପନ ରଖି କହିଛନ୍ତି।
ପୂର୍ବରୁ ପ୍ରାୟୋଜକ ଭାବେ ଭିଭୋ ବର୍ଷକୁ ୪୪୦ କୋଟି ଟଙ୍କା ଦେଉଥିଲା। ତେବେ ଚାଇନା ଓ ଭାରତ ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ପାଇଁ ଭିଭୋକୁ ସ୍ପୋନ୍ସରଶିପ୍‌ରୁ ଓହରିବାକୁ ପଡିଥିଲା। ବିସିସିଆଇ ଏବେ ଅପେକ୍ଷାକୃତ କମ୍‌ ମୂଲ୍ୟରେ ୩୦୦ରୁ ୩୫୦ କୋଟି ମଧ୍ୟରେ ୪ ମାସ ଓ ୧୩ ଦିନ ପାଇଁ ପ୍ରାୟୋଜକ ସନ୍ଧାନରେ ରହିଛି। ଉଲ୍ଲେଖଥାଉ କି, ଅନ୍‌ଏକାଡେମୀ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ଡ୍ରିମ ୧୧ ଓ ପେଟିଏମ୍‌ ସହିତ ଆଇପିଏଲ୍‌ ସେଣ୍ଟ୍ରାଲ ସ୍ପୋନ୍ସରଶିପ୍‌ ପୁଲ୍‌ର ଅଂଶବିଶେଷ ରହିଆସିଛି। ସେଣ୍ଟ୍ରାଲ ସ୍ପୋନ୍ସରଶିପ୍‌ ଓ ଟାଇଟଲ ସ୍ପୋନ୍ସରଶିପ୍‌ ମଧ୍ୟରେ ଫରକ ରହିଛି। ସେଣ୍ଟ୍ରାଲ ସ୍ପୋନ୍ସରଶିପ୍‌ରେ ଜର୍ସି ରାଇଟ୍‌ ସାମିଲ ନାହିଁ ବୋଲି ବୋର୍ଡର ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?