Posted inଖେଳ

ସୋସିଆଲ ମିଡିଆରେ ବଡ଼ ସଙ୍କେତ ଦେଲେ ବୈଭବ ସୂର୍ଯ୍ୟବଂଶୀ, ଲେଖିଲେ ଏମିତି, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୬।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦୁଇଟି T20I ମ୍ୟାଚରେ ଖେଳିବାକୁ ସୁଯୋଗ ପାଇନଥିଲେ ବୈଭବ ସୂର୍ଯ୍ୟବଂଶୀ। ତେବେ ଚମତ୍କାର ଫର୍ମରେ ଥିବା ବୈଭବ ୨୦୨୬ରେ କ୍ରମାଗତ ଭାବେ ରନ ସଂଗ୍ରହ କରିଆସୁଛନ୍ତି। ଏବେ ସେ ଇଣ୍ଡିଆ-A ପକ୍ଷରୁ ରାଇଜିଂ ଷ୍ଟାର୍ସ ଏସିଆ କପରେ ଖେଳିବେ। ତେବେ ଏହା ପୂର୍ବରୁ ହିଁ କ୍ରିକେଟ ମଇଦାନକୁ ଫେରିବେ ବୈଭବ। ସୋସିଆଲ ମିଡିଆରେ ଷ୍ଟୋରି ପୋଷ୍ଟ କରି ନିଜର କମ୍‌ବ୍ୟାକକୁ ନେଇ ପ୍ରଶଂସକଙ୍କୁ ଏକ ବଡ଼ ସଙ୍କେତ ଦେଇଛନ୍ତି। ସେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଖେଳିପାରନ୍ତି।

ବୈଭବ ସୂର୍ଯ୍ୟବଂଶୀ ବିହାର ପକ୍ଷରୁ ଘରୋଇ କ୍ରିକେଟ ଖେଳନ୍ତି। ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୬-୨୭ରେ ବିହାରର ପ୍ରଥମ ମ୍ୟାଚ ନଭେମ୍ବର ୧୪ରେ ଖେଳାଯିବ। ଇନ୍ଦୋରର ହୋଲକର ଷ୍ଟାଡିୟମରେ ବିହାର ଓ ସୌରାଷ୍ଟ୍ର ମଧ୍ୟରେ ଏହି ମୁକାବିଲା ହେବ। ଏହି ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ଖେଳିପାରନ୍ତି।

ବୈଭବ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟୋରି ପୋଷ୍ଟ କରିଛନ୍ତି। ସେଥିରେ ସେ ବିହାର କ୍ରିକେଟ ଆସୋସିଏସନର ଲୋଗୋ ଲଗାଇ ତା’ ଉପରେ ‘Soon’ ଲେଖିଛନ୍ତି। ଏହି ପୋଷ୍ଟ ଜରିଆରେ ସେ ଇଣ୍ଡିଆ-A ପକ୍ଷରୁ ଖେଳିବା ପୂର୍ବରୁ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ବିହାରର ପ୍ରତିନିଧିତ୍ୱ କରିବାକୁ ଯାଉଥିବାର ସଙ୍କେତ ଦେଇଛନ୍ତି।

ରାଇଜିଂ ଷ୍ଟାର୍ସ ଏସିଆ କପରେ ଇଣ୍ଡିଆ-A ନଭେମ୍ବର ୨୦ରେ ନେପାଳ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। କାତାରର ଦୋହାରେ ଏହି ମ୍ୟାଚ ଖେଳାଯିବ। ଏହାପରେ ନଭେମ୍ବର ୨୨ରେ ପାକିସ୍ତାନ ଏବଂ ନଭେମ୍ବର ୨୪ରେ UAE ସହ ଇଣ୍ଡିଆ-Aର ମୁକାବିଲା ହେବ।

ଏହି ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ବିହାର ପକ୍ଷରୁ ସମ୍ଭବତଃ ତିନୋଟି ମ୍ୟାଚ ଖେଳିପାରନ୍ତି। ନଭେମ୍ବର ୧୪ରେ ବିହାର ଓ ସୌରାଷ୍ଟ୍ର ମଧ୍ୟରେ ମ୍ୟାଚ ହେବ। ଏହାପରେ ନଭେମ୍ବର ୧୬ରେ ରେଲୱେ ଏବଂ ନଭେମ୍ବର ୧୮ରେ ଦିଲ୍ଲୀ ବିପକ୍ଷରେ ବିହାର ଖେଳିବ। ରାଇଜିଂ ଷ୍ଟାର୍ସ ଏସିଆ କପ ପୂର୍ବରୁ ବିହାରର ଏହି ତିନୋଟି ମ୍ୟାଚରେ ବୈଭବ ଖେଳୁଥିବା ଦେଖିବାକୁ ମିଳିପାରେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୬୦ବର୍ଷରେ ପାଚିକା ଚାକିରିରୁ ଅବସର, ହେଲେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା! ଅସନ୍ତୋଷ କୁମୁଦିନୀ

ଅମରପାଲି,୬।୧୧(ପୀତାମ୍ବର ସାହୁ): ଚାକିରିରୁ ଅବସର ନେବାର ୧୦ ମାସ ବିତିଲାଣି । ଆଧାର କାର୍ଡ ଓ ଭୋଟର ପରିଚୟପତ୍ରରେ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ୱ । ଏପରିକି…

ରୋହିତ-ବିରାଟଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିଖବର, ଜାନୁଆରୀ ୨୦୨୭ରେ ଟିମ ଇଣ୍ଡିଆ…

ନୂଆଦିଲ୍ଲୀ,୬।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଯୋଗୁ ଦୁଇଥର ସିରିଜ ବାତିଲ ହୋଇଛି। ସେପ୍ଟେମ୍ବରରେ ଟିମ ଇଣ୍ଡିଆ ବାଂଲାଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା,…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ସୁସ୍ଥ, ସୁନ୍ଦର ଜୀବନ ପାଇଁ ପରିବେଶ ସୁରକ୍ଷା ଜରୁରୀ

ଜୀବନକୁ ସୁସ୍ଥ ଓ ସୁନ୍ଦର କରିବାକୁ ହେଲେ ଆମକୁ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଶିଳ୍ପାନୁଷ୍ଠାନ ତିଆରି ପାଇଁ ଲକ୍ଷ ଲକ୍ଷ ଗଛ କାଟିବାକୁ…

କିଏ ସେହି ଗୌରିକା, ଯିଏ ଚାହୁଁଛନ୍ତି ଅର୍ଜୁନ ତେନ୍ଦୁଲକର ଚଳିତବର୍ଷ ଯାଆଁଳା ଶିଶୁଙ୍କ ହୁଅନ୍ତୁ ପିତା

ନୂଆଦିଲ୍ଲୀ,୬।୧୧: କ୍ରିକେଟ ଜଗତରେ ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ନିକଟରେ ସାରାଙ୍କ…

ମାତ୍ର ୧୫ ଟଙ୍କାରେ ଜିଓର ଅନ୍‌ଲିମିଟେଡ୍‌ ୫ଜି ଡାଟା ପ୍ୟାକ୍‌, ଚାଲିବ ହାଇସ୍ପିଡ୍‌ ଇଣ୍ଟରନେଟ୍‌!

ଭୁବନେଶ୍ୱର,୬।୧୧: ରିଲାଏନ୍ସ ଜିଓ ୧୫ ଟଙ୍କାରେ ଏକ ଅନ୍‌ଲିମିଟେଡ୍‌ ୫ଜି ଡାଟା ପ୍ୟାକ୍‌ ଆରମ୍ଭ କରିଛି । ଏହି ପ୍ୟାକ୍‌ର ବୈଧତା ୨୪ ଘଣ୍ଟା ରହିଛି, ଯାହା…

ବିଜୟ ଯେଉଁଠି, ତ୍ରିଷା ସେଇଠି: ହାଇପ୍ରୋଫାଇଲ ବିବାହ ରିସେପ୍ସନରେ ଚର୍ଚ୍ଚାରେ ଷ୍ଟାର ଯୋଡ଼ି

ଚେନ୍ନାଇ,୬।୧୧: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ବିଜୟ ଏବଂ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନ ପୁଣି ଥରେ ଏକାଠି ନଜର ଆସିଛନ୍ତି। ଚେନ୍ନାଇରେ ଆୟୋଜିତ ଏକ ହାଇପ୍ରୋଫାଇଲ ବିବାହ…

ନିତ୍ୟା ରମଣ ହେଲେ ଲସ୍‌ ଆଞ୍ଜେଲସ୍‌ର ମେୟର, ଟ୍ରମ୍ପ କହିଲେ ଲଜ୍ଜାଜନକ….

ୱାଶିଂଟନ୍‌,୬।୧୧: ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍‌ ପାର୍ଟିକୁ ବଡ଼ ଝଟକା ଲାଗିଛି । ଲସ୍‌ ଆଞ୍ଜେଲସ୍‌ ଓ ୱାଶିଂଟନ୍‌ ଡିସିର ମେୟର ନିର୍ବାଚନରେ…

IPLରେ ୪୦ କୋଟିର ବ୍ଲାକ୍‌ମେଲ୍‌! ମାଲିକଙ୍କ ହୋଶ୍‌ ଉଡ଼ାଇଲେ ଷ୍ଟାର ଖେଳାଳି, ଦେଉଛନି ଧମକ

ନୂଆଦିଲ୍ଲୀ,୬।୧୧: ଆଇପିଏଲ ଫ୍ରାଞ୍ଚାଇଜି ମାଲିକଙ୍କ ମୁଣ୍ଡବ୍ୟଥା ବଢ଼ାଇଛନ୍ତି କିଛି ଷ୍ଟାର ଖେଳାଳି। ଆଇପିଏଲ୍‌ର ଆଗାମୀ ନିଲାମକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଖେଳାଳିଙ୍କ ରିଟେନ୍ସନ ଫି’କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?